ଫୁରସତ |

କିପରି ଜାଣିବେ ହ୍ବାଟ୍‌ସଆପ୍‌ ମେସେଜ୍‌ର ବାସ୍ତବତା

କିପରି ଜାଣିବେ ହ୍ବାଟ୍‌ସଆପ୍‌ ମେସେଜ୍‌ର ବାସ୍ତବତା
ଫେକ୍‌ ନ୍ୟୁଜ୍‌ ବା ମିଥ୍ୟା ଖବର ପ୍ରସାରଣକୁ ନେଇ ବିବାଦ ପରିସରକୁ ଆସିଥିବା ହ୍ବାଟ୍‌ସଆପ୍‌ ବର୍ତ୍ତମାନ ଭାରତରେ ଏହାର ଭାବମୂର୍ତ୍ତିକୁ ସଜାଡିବା ପାଇଁ ଆଗେଇ ଆସିଛି। ଫେସ୍‌ବୁକ୍‌ ଅଧୀକୃତ ଏହି ଇନ୍‌ଷ୍ଟାଣ୍ଟ୍‌ ମେସେଜିଂ ଆପ୍‌ ବିଭିନ୍ନ ଖବରକାଗଜଗୁଡିକରେ ଫୁଲ୍‌ ପେଜ୍‌ ବିଜ୍ଞାପନ ମାଧ୍ୟମରେ ଲୋକମାନଙ୍କୁ ମିଥ୍ୟା ଖବର ତଥା ଭିତ୍ତିହୀନ ମେସେଜ୍‌ରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛି। ଲୋକମାନଙ୍କୁ ସଚେତନତାର ବାର୍ତ୍ତା ଦେଇ ଏହା ଅବାସ୍ତବ ତଥା ମିଥ୍ୟା ଖବର ଚିହ୍ନଟ କରିବା ପାଇଁ ଟିପ୍ସ ପ୍ରଦାନ କରିଛି। ହ୍ବାଟ୍‌ସଆପ୍‌ରେ ବିପୁଳ ପରିମାଣର ମିଥ୍ୟା ଖବର ପ୍ରସାରିତ ହେଉଥିବା ଅଭିଯୋଗ ଆସିବା ପରେ ବର୍ତ୍ତମାନ କମ୍ପାନୀ ଚାପ ମଧ୍ୟ ଦେଇ ଗତି କରୁଛି। ତେଣୁ ସ୍ଥିତିକୁ ସଜାଡିବା ପାଇଁ ଏହା ପଦକ୍ଷେପ ଗ୍ରହଣ କରିଛି। କିପରି ଚିହ୍ନଟ କରିବେ ମିଥ୍ୟା ଖବର ସେଥିପାଇଁ ହ୍ବାଟ୍‌ସଆପ୍‌ ପକ୍ଷରୁ କେତେକ ଟିପ୍ସ ଜାରି କରାଯାଇଛି। ସେଗୁଡିକ ମଧ୍ୟରେ ରହିଛି... ଫର୍‌ଓ୍ବାଡେଡ୍‌ ଲାବେଲ ଦେଖନ୍ତୁ ହ୍ବାଟ୍‌ସଆପ୍‌ ଏକ ନୂଆ ବୈଶିଷ୍ଟ୍ୟ ଆଣୁଛି, ଯାହାଦ୍ୱାରା ୟୁଜରମାନେ ଜାଣିପାରିବେ ଯେ ଏହି ମେସେଜ୍‌ ଫର୍‌ଓ୍ବାଡେଡ୍‌ କି ନୁହେଁ। ଏହି ବୈଶିଷ୍ଟ୍ୟ ବର୍ତ୍ତମାନ ବେଟା ଫର୍ମରେ ଅଛି ଏବଂ ଚଳିତ ସପ୍ତାହରେ ଏହା ଆଣ୍ଡ୍ରଏଡ୍‌ ୟୁଜରମାନଙ୍କ ନିକଟକୁ ଆସିବ। କୌଣସି ମେସେଜ୍‌ ବିରକ୍ତି କରୁଥିଲେ ଏହା ଉପରେ ପ୍ରଶ୍ନ ଉଠାନ୍ତୁ ଯଦି କୌଣସି ମେସେଜ୍‌ ଆପଣଙ୍କୁ କ୍ରୋଧାନ୍ବିତ କରୁଛି ତଥା ଏହା ଉପରେ ଆପଣ ବିରକ୍ତିଭାବ ପୋଷଣ କରୁଛନ୍ତି ତେବେ ଏହା ଉପରେ ପ୍ରଶ୍ନ ଉଠାନ୍ତୁ। ଆପଣଙ୍କୁ ଭୟଭୀତ କିମ୍ବା କ୍ରୋଧାନ୍ବିତ କରିବା ଉଦ୍ଦେଶ୍ୟରେ ଉକ୍ତ ମେସେଜ୍‌କୁ ଶେୟାର୍‌ କରାଯାଇଛି କି ଏପରି ପ୍ରଶ୍ନ ପଚାରନ୍ତୁ। ଯଦି ଉତ୍ତର ହଁ ଆସେ ତା’ହେଲେ ଏହାକୁ ଶେୟାର କରିବା ପୂର୍ବରୁ ଦୁଇଥର ଚିନ୍ତା କରନ୍ତୁ। ଅବିଶ୍ୱସନୀୟ ଖବରକୁ ଯାଞ୍ଚ କରିବା ପରେ ଶେୟାର୍‌ କରନ୍ତୁ ଆମେ ଅନେକ ସମୟରେ ହ୍ବାଟ୍‌ସଆପ୍‌ରେ ଏଭଳି ଖବର ପାଇଥାଉ ଯାହାକୁ ବିଶ୍ୱାସ କରିବା କଷ୍ଟକର ହୋଇଥାଏ। ତେବେ ଏଭଳି ଖବରଗୁଡିକୁ ଅନ୍ଧ ଭାବରେ ବିଶ୍ୱାସ ନ କରି ଏହାର ସତ୍ୟତା ଜାଣିବାକୁ ଚେଷ୍ଟା କରନ୍ତୁ। ଏସବୁ ଖବର ମଧ୍ୟରେ ଅଧିକାଂଶ ଗୁଜବ ରହିଥାଏ। ତେଣୁ ପାଇବା କ୍ଷଣି ସଙ୍ଗେ ସଙ୍ଗେ ଏହାକୁ ଶେୟାର୍‌ କରନ୍ତୁ ନାହିଁ। ଭିନ୍ନ ଲାଗୁଥିବା ଖବରଗୁଡିକର ସତ୍ୟତାକୁ ଯାଞ୍ଚ କରନ୍ତୁ ଟେକ୍ସଟ ମେସେଜ୍‌ ଭଳି ଫଟୋ ଏବଂ ଭିଡିଓଗୁଡିକୁ ଅତି ସାବଧାନର ସହ ଯାଞ୍ଚ କରନ୍ତୁ। କାରଣ ଫଟୋ ଏବଂ ଭିଡିଓଗୁଡିକ ସହଜରେ ଏଡିଟ୍‌ ହୋଇପାରିବ। ଫଟୋଶପ୍‌ରେ ଅନେକ ବିକଶିତ ଟୁଲ୍‌ ଆସିଲାଣି। ତେଣୁ କୌଣସି ଜିନିଷକୁ କଦର୍ଥ କରି ଥୋଇବା ଆଦୌ ଅସମ୍ଭବ ନୁହେଁ। ଏହାଦ୍ୱାରା ଲୋକମାନେ ସହଜରେ ଭ୍ରମ ମଧ୍ୟକୁ ଆସିଯାଇପାରନ୍ତି। ବେଳେବେଳେ ଫଟୋ ଠିକ୍‌ ଥାଏ କିନ୍ତୁ ଏଥିରେ ଦିଆଯାଇଥିବା ତଥ୍ୟ ଭୁଲ ଥାଏ। ତେଣୁ ଏହା ପଛର ସତ୍ୟତା ଜାଣିବା ପାଇଁ ଉକ୍ତ ଫଟୋଟି କେଉଁଠାରୁ ଆସିଲା ତାହାକୁ ଅନ୍‌ଲାଇନ୍‌ରେ ସର୍ଚ୍ଚ କରନ୍ତୁ ବୋଲି ହ୍ବାଟ୍‌ସଆପ୍‌ ପକ୍ଷରୁ ଉକ୍ତ ବିଜ୍ଞାପନରେ ପରାମର୍ଶ ଦିଆଯାଇଛି। ମେସେଜ୍‌ରେ ଶେୟାର୍‌ କରାଯାଇଥିବା ଲିଙ୍କ୍‌କୁ ଭଲ ଭାବେ ଚେକ୍‌ କରନ୍ତୁ ହ୍ବାଟ୍‌ସଆପ୍‌ରେ ଶେୟାର୍‌ ହେଉଥିବା ଲିଙ୍କ୍‌ଗୁଡିକୁ କ୍ଲିକ୍‌ କରିବା ପୂର୍ବରୁ ସାବଧାନ ରୁହନ୍ତୁ। ଅନେକ ସମୟରେ ଲିଙ୍କ୍‌କୁ ଏଭଳି ଭାବେ ବିକଶିତ କରାଯାଇଥାଏ ଯେପରି ଏହା କୌଣସି ଜଣାଶୁଣା ଓ୍ବେବ୍‌ସାଇଟ୍‌ର ଭ୍ରମ ସୃଷ୍ଟି କରିବ। ଏଥିରେ କିଛି କିଛି ତ୍ରୁଟି ଥାଏ, ଯାହାକୁ ଚିହ୍ନଟ କରି ଆପଣ ବର୍ତ୍ତିପାରିବେ। ଖବରକୁ ନେଇ ଯାଞ୍ଚ କରିବା ପାଇଁ ଅନ୍ୟାନ୍ୟ ସୂତ୍ରର ସାହାଯ୍ୟ ନିଅନ୍ତୁ ହ୍ବାଟ୍‌ସଆପ୍‌ରେ ଶେୟାର୍‌ ହୋଇଥିବା ଖବର ଉପରେ ବିଶ୍ୱାସ କରିବା ପୂର୍ବରୁ ଏହାର ବିଶ୍ୱସନୀୟତା ଯାଞ୍ଚ କରିବା ପାଇଁ ଅନ୍ୟାନ୍ୟ ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ ତଥା ଆପ୍‌ରେ ସର୍ଚ୍ଚ କରନ୍ତୁ। ଯଦି ଏକାଧିକ ଓ୍ବେବ୍‌ସାଇଟ୍‌ରେ ଏହା ପ୍ରକାଶ ପାଇଥାଏ ତା’ହେଲେ ଜାଣିବେ ଏଥିରେ ବାସ୍ତବତା ଅଛି।
All Right Reserved By

ଫୁରସତ |

ଏହି ବିଲ୍ଡିଂ ଯେଉଁଠି ଅଛି ଶହ ଶହ ଟନ୍‌ ସୁନା...

ଏହି ବିଲ୍ଡିଂ ଯେଉଁଠି ଅଛି ଶହ ଶହ ଟନ୍‌ ସୁନା...

ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ନିକଟରେ ରହିଛି ସବୁଠୁ ଅଧିକ ସୁନା। ଆମେରିକା ଏହି ସୁନାକୁ ଫୋର୍ଡନକ୍ସସ୍ଥିତ ବୁଲିୟନ ଡିପୋଜିଟ୍‌ରେ ରଖିଛି। ଏହାର ପରିମାଣ ୪୬ ଶହ ଟନ୍‌।

ଏମିତି ମନ୍ଦିର ଯେଉଁଠି ପୂଜା ପାଆନ୍ତି ସିନ୍ଦୂରରେ ନିର୍ମିତ ଠାକୁର...

ଏମିତି ମନ୍ଦିର ଯେଉଁଠି ପୂଜା ପାଆନ୍ତି ସିନ୍ଦୂରରେ ନିର୍ମିତ ଠାକୁର...

ଭାରତରେ ଅନେକ ସ୍ଥାନରେ ଗଣେଶ ମନ୍ଦିର ରହିଛି। ଏସବୁ ମନ୍ଦିରରେ ସାଧାରଣତଃ ଗଣେଶଙ୍କ ପଥର ନିର୍ମିତ ମୂର୍ତ୍ତି ପୂଜା ପାହାନ୍ତିି । ତେବେ ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଏକ ମନ୍ଦିରରେ ପୂଜା ପାଉଛନ୍ତି ସିନ୍ଦୁରରେ ନିର୍ମିତ ଗଣେଶ ମୂର୍ତ୍ତି। 

ସୌରଜଗତକୁ  ପରିକ୍ରମା କରୁଥିବା  ସ୍ବପ୍ନର ମଣିଷ

ସୌରଜଗତକୁ ପରିକ୍ରମା କରୁଥିବା ସ୍ବପ୍ନର ମଣିଷ

ପୃଥିବୀକୁ ମିଶେଇ ଆମ ସୌରଜଗତରେ ଆଠଟି ଗ୍ରହ ଅଛନ୍ତି ା ଗ୍ରହଗୁଡ଼ିକ ନିଜ ଚାରିପଟେ ନଟୁ ପରି ବୁଲିବା ସହ ସୂର୍ଯ୍ୟଙ୍କ ଚାରିପଟେ ଘୂରୁଛନ୍ତିି। ସୂର୍ଯ୍ୟ ମଧ୍ୟ ସ୍ଥିର ନୁହେଁ ା ସେ ବି ନିଜ ଚାରିପଟେ ଘୂରିବା ସହ ଆମ ଆକାଶଗଙ୍ଗା ଛାୟାପଥରେ ଘୂରୁଛି। ଆକାଶଗଙ୍ଗା ଛାୟାପଥରେ ସୂର୍ଯ୍ୟ ଭଳି କୋଟି କୋଟି ବଡ଼ ସାନ ନକ୍ଷତ୍ର ରହିଛି। ଆମ ବିଶ୍ୱ ବ୍ରହ୍ମାଣ୍ଡରେ ଆକାଶଗଙ୍ଗା ଛାୟାପଥ ଭଳି ଅନେକ ଛାୟାପଥ ରହିଛି ା ସବୁ ଛାୟାପଥ ଘୂରୁଛନ୍ତି ା ମୋଟାମୋଟି କହିଲେ, ବିଶ୍ୱ ବ୍ରହ୍ମାଣ୍ଡରେ ସମସ୍ତ ଗ୍ରହ, ଉପଗ୍ରହ, ନକ୍ଷତ୍ର ଓ ଛାୟାପଥ ସମସ୍ତେ ଘୂରୁଛନ୍ତି। ସତରେ କେତେ ଶୃଙ୍ଖଳିତ ସେମାନେ?

ଜାଣନ୍ତି କି....ରିଙ୍କେଲ ଥିବା ବ୍ୟକ୍ତି ସତ୍ୟପ୍ରିୟ

ଜାଣନ୍ତି କି....ରିଙ୍କେଲ ଥିବା ବ୍ୟକ୍ତି ସତ୍ୟପ୍ରିୟ

କୁହାଯାଏ ବୟସ ବଢ଼ିଲେ ତାହାର ପ୍ରଭାବ ଶରୀର ଉପରେ ବାରି ହୋଇପଡ଼ିଥାଏ। ବିଶେଷକରି ଚର୍ମରେ ଏହାର ପ୍ରଭାବ ଦେଖାଯିବା ଫଳରେ ଏହା ନରମ ହୋଇଯାଏ। ସେହିପରି ଆଖିରେ ମଧ୍ୟ ରିଙ୍କେଲ(କୁଞ୍ଚନ) ଦେଖାଯାଇଥାଏ। ଏଥିରୁ ହିଁ ବ୍ୟକ୍ତିର ବୟସ ଅନ୍ୟମାନଙ୍କୁ ସହଜରେ ଜଣାପଡ଼ିଯାଏ। 

ଆଇଫୋନ୍‌ ଗନ୍‌

ଆଇଫୋନ୍‌ ଗନ୍‌

ପୃଥିବୀରେ ଯେତିକି ଲୋକଙ୍କ ପାଖରେ ବନ୍ଧୁକ ଅଛି ତା’ର ୪୮% ଅଛି କେବଳ ଆମେରିକୀୟଙ୍କ ପାଖରେ। ସେଥିପାଇଁ ତ ଏଠାକାର ଅସ୍ତ୍ରଶସ୍ତ୍ର ତିଆରି କରୁଥିବା କମ୍ପାନୀର ବାର୍ଷିକ ଆୟ ୯୧୦୦୦ କୋଟି ହୋଇଥାଏ। 

ହାତର ବିଭିନ୍ନ ସିମ୍ବଲ ଏବଂ ଏହାର ଉତ୍ପତ୍ତି

ହାତର ବିଭିନ୍ନ ସିମ୍ବଲ ଏବଂ ଏହାର ଉତ୍ପତ୍ତି

ମଣିଷ ସାଧାରଣତଃ ବିଭିନ୍ନ ଅଙ୍ଗଭଙ୍ଗୀ କରିଥାଏ। ହେଲେ ସେସବୁ ମଧ୍ୟରୁ କେତୋଟି ନିର୍ଦ୍ଦିଷ୍ଟ ଭଙ୍ଗୀକୁ କିଛି ସିମ୍ବଲ ଭାବେ ଗ୍ରହଣ କରାଯାଇଥାଏ। ଠିକ୍‌ ଯେମିତି ହାତର ଆଙ୍ଗୁଳିରେ କରାଯାଉଥିବା କିଛି ଭଙ୍ଗୀ ବା ମୁଦ୍ରା ବି ବିଭିନ୍ନ ସିମ୍ବଲ ଭାବେ ଜନ ସାଧାରଣରେ ବେଶ୍‌ ଆଦୃତ। ତେବେ ଏହାର ପ୍ରଚଳନ ଯେ କେତେ ପୁରୁଣା ଜାଣିଲେ ଆଶ୍ଚର୍ଯ୍ୟ ହେବେ...

ୟୁଥ୍‌ ଆଲର୍ଟ: ନିଜ ଫୋନ୍‌କୁ ରଖନ୍ତୁ ସୁରକ୍ଷିତ

ୟୁଥ୍‌ ଆଲର୍ଟ: ନିଜ ଫୋନ୍‌କୁ ରଖନ୍ତୁ ସୁରକ୍ଷିତ

ବର୍ତ୍ତମାନ କାହା ପାଖରେ ବା ସ୍ମାର୍ଟଫୋନ୍‌ ନାହିଁ। କେବଳ କଥା ହେବା କିମ୍ବା  ଇଣ୍ଟରନେଟ୍‌ ବ୍ୟବହାର ପାଇଁ ନୁହେଁ, ପର୍ସନାଲ ଡାଟା ଷ୍ଟୋରେଜ୍‌ ପାଇଁ ମଧ୍ୟ ଏହା ଏକ ଆବଶ୍ୟକ ସାମଗ୍ରୀରେ ପରିଣତ ହୋଇଗଲାଣି।

ରବର୍‌ ଗର୍ଲ

ରବର୍‌ ଗର୍ଲ

ଜର୍ମାନୀର ୩୧ ବର୍ଷୀୟା ଜୁଲିଆ ଗୁନ୍ଥେଲ, ପରିଚିତ ଜେଲ୍ଟା ନାମରେ। ତାଙ୍କ ଶରୀର ଅସମ୍ଭବଭାବେ ନମନୀୟ। କହିବାକୁଗଲେ ରବର୍‌ ଭଳି। ସେ ନିଜ ଶରୀରକୁ ଏମିତି ମୋଡି ପାରନ୍ତି ଯେ, ଦେଖିଲେ ଆଶ୍ଚର୍ଯ୍ୟ ଲାଗେ।

ଶୁଭ ସୂଚକ ପ୍ରାଣୀ

ଶୁଭ ସୂଚକ ପ୍ରାଣୀ

ହିନ୍ଦୁଧର୍ମ ଅନୁଯାୟୀ ଗୋମାତାଙ୍କୁ ଦେବତା ତୁଲ୍ୟ ପୂଜାର୍ଚ୍ଚନା କରାଯାଉଥିବା ବେଳେ ସାପ, ବୃଷଭ ଆଦି ଜୀବଙ୍କୁ ଦେବତା ସ୍ବରୂପ ଗ୍ରହଣ କରାଯାଏ। ସେହିଭଳି ବିଭିନ୍ନ ସଂସ୍କୃତିରେ ଭିନ୍ନ ଭିନ୍ନ ଜୀବଙ୍କୁ ଶୁଭ ସୂଚକ ବୋଲି କୁହାଯାଏ।

ପ୍ରଥମ ରୋଜଗାର ଟଙ୍କା ସ୍ବାମୀଙ୍କୁ ଦେଇଥିଲି

ପ୍ରଥମ ରୋଜଗାର ଟଙ୍କା ସ୍ବାମୀଙ୍କୁ ଦେଇଥିଲି

କଣ୍ଠଶିଳ୍ପୀ ତଥା ଲେଖିକା ଛନ୍ଦା ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଚାଲିଲା ଲେଗୋ ବ୍ରିକ୍‌ର କାର୍‌

ଚାଲିଲା ଲେଗୋ ବ୍ରିକ୍‌ର କାର୍‌

ଛୋଟ ପିଲାମାନେ ଲେଗୋ ବ୍ରିକ୍‌କୁ ଜଏଣ୍ଟ କରି ଘରଠୁ ଆରମ୍ଭ କରି ବ୍ରିଜ୍‌, ଗେଟ୍‌ ଅନେକ କିଛି ତିଆରି କରନ୍ତି। ତେବେ ନିକଟରେ ସେହି ଲେଗୋ ବ୍ରିକ୍‌ରେ ତିଆରି କରାଯାଇଥିଲା ଏକ ବୁଗାତି ଚିରୋନ୍‌ କାର୍‌। ଡେନମାର୍କର ଟୟ କମ୍ପାନୀ ଏହାକୁ ତିଆରି କରିଥିଲା। 

ଘାଟ

ଘାଟ

ନଦୀରେ ଯାତାୟାତ ପାଇଁ ଡଙ୍ଗାର ଆବଶ୍ୟକତା ଯେତିକି ଥାଏ, ସେତିକି ଥାଏ ଘାଟର। ନଦୀତଟର ଗୋଟିଏ ପଟରୁ ଅନ୍ୟ ପଟକୁ ଜଳପଥରେ ପାର ହେବା ପାଇଁ ଘାଟରୁ ହିଁ ଆରମ୍ଭ ହୁଏ ନୌଯାତ୍ରା ...