ରାଜ୍ୟ |

ଶ୍ରୀମନ୍ଦିର ପ୍ରସଙ୍ଗରେ ମତ ରଖିଲେ ଗଜପତି: ସେବକଙ୍କ ଭାବନା, ଯୁକ୍ତିକୁ ଶୁଣିବେ ସୁପ୍ରିମକୋର୍ଟ

ଶ୍ରୀମନ୍ଦିର ପ୍ରସଙ୍ଗରେ ମତ ରଖିଲେ ଗଜପତି: ସେବକଙ୍କ ଭାବନା, ଯୁକ୍ତିକୁ ଶୁଣିବେ ସୁପ୍ରିମକୋର୍ଟ
ପୁରୀ ଅଫିସ,୧୧ା୭: ସାମ୍ପ୍ରତିକ ସମୟରେ ଶ୍ରୀମନ୍ଦିର, ସେବାୟତମାନଙ୍କୁ ନେଇ ନାନା ପ୍ରକାର ଚର୍ଚ୍ଚା ଚାଲିଛି। ସୁପ୍ରିମ୍‌କୋର୍ଟଙ୍କ ରାୟ ଏବଂ ପ୍ରସ୍ତାବକୁ ନେଇ ରାଜ୍ୟବ୍ୟାପୀ ଆଲୋଚନା ହେଉଛି। ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଶାସକ ଦଳକୁ ଘେରୁଛନ୍ତି ବିରୋଧୀ। ଏମିତି ଆରୋପ ପ୍ରତ୍ୟାରୋପ ଭିତରେ ଏବେ ଛନ୍ଦି ହୋଇପଡିଛି ଶ୍ରୀମନ୍ଦିର। ସେବାୟତଙ୍କ ମନରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି। ଏମିତି ଏକ ଗୋଳମାଳିଆ ସ୍ଥିତିରେ ନିଜ ମତ ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ମଙ୍ଗଳବାର ଗଜପତି ମହାରାଜା ଗଣମାଧ୍ୟମକୁ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ରାୟ ଗୋଟିଏ ଦିଗ ଓ ମହାପ୍ରଭୁଙ୍କ ସେବାପୂଜା ଭିନ୍ନ ଏକ ଦିଗ। ଠାକୁରଙ୍କ ସେବାପୂଜାରେ ଏହାର କିଛି ପ୍ରଭାବ ପଡ଼ିବ ନାହିଁ। କାରଣ ତାହାସବୁ ଆଇନଗତ କଥା। ପ୍ରାପ୍ୟ, ପାଉଣା ଓ ଅଧିକାରର କଥା। ଏସବୁର ଉତ୍ତମ ସମାଧାନ ହେବ। ମହାପ୍ରଭୁଙ୍କ ସେବା ପାଇଁ ସେବକମାନେ ରହିଛନ୍ତି। ପ୍ରାପ୍ୟ, ପାଉଣା କିମ୍ବା ଆଇନଗତ କଥା ମହାପ୍ରଭୁ ବୁଝିବେ ନାହିଁ। ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାର ଏବଂ ନ୍ୟାୟାଳୟ ଏହା ବିଚାର କରିବେ। ବର୍ତ୍ତମାନ ସୁପ୍ରିମ୍‌କୋର୍ଟଙ୍କ ଏହା ଅନ୍ତରୀଣ ରାୟ। ସୁପ୍ରିମ୍‌କୋର୍ଟ ସବୁ ପକ୍ଷଠାରୁ ମତାମତ ଶୁଣିବା ପରେ ପୂର୍ଣ୍ଣାଙ୍ଗ ରାୟ ପ୍ରଦାନ କରିବେ। ସେବକମାନଙ୍କ ଭାବନା ଓ ଯୁକ୍ତିକୁ ନିଶ୍ଚିତ ଶୁଣିବେ। ବଂଶାନୁକ୍ରମିକ ସେବକ ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗରେ ଗଜପତି କହିଥିଲେ, କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ। ଶ୍ରୀମନ୍ଦିରର ମହାନ ପରମ୍ପରା ଓ ସେବାପୂଜା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପରେ ଏହାକୁ ବିଚାର କରି ସୁପ୍ରିମ୍‌କୋର୍ଟ ନ୍ୟାୟ ପ୍ରଦାନ କରିବେ। ଶ୍ରୀମନ୍ଦିରର ମୂଳ ପରମ୍ପରା ଉପରେ ସମ୍ପୂର୍ଣ୍ଣ ସେବାପୂଜା ଆଧାରିତ। ଏହା ହେଉଛି ଶ୍ରୀମନ୍ଦିରର ମୂଳ ଧାର୍ମିକ ବ୍ୟବସ୍ଥା। ମହାପ୍ରଭୁଙ୍କର ଯେଉଁ ଦୈନନ୍ଦିନ ସେବା ଚାଲିଛି ବା ବର୍ଷଯାକର ଯାନିଯାତ୍ରା ହେଉଛି ସେଥିରେ କୌଣସି ପରିବର୍ତ୍ତନ ଆଣିବା ପାଇଁ ସୁପ୍ରିମ୍‌କୋର୍ଟ ଚାହୁଁଥିବା ମୁଁ ଭାବୁନାହିଁ। ଏହା ହେଉଛି ଧାର୍ମିକ ପ୍ରସଙ୍ଗ। ସୁପ୍ରିମକୋର୍ଟ ବିଶେଷକରି ସିକ୍ୟୁଲାର ଦିଗକୁ ଦେଖିବେ। ଆମ ଆଇନ ବି ତାହା କହୁଛି। ଶ୍ରୀମନ୍ଦିରର ଦୁଇଟି ଦିଗ ଗୋଟିଏ ଧାର୍ମିକ ଓ ଅନ୍ୟଟି ପ୍ରଶାସନିକ। ପ୍ରଶାସନିକ ବ୍ୟବସ୍ଥା ଠିକ୍‌ ଭାବେ ହେଉଛି କି ନାହିଁ ସେ ସମ୍ପର୍କରେ ସୁପ୍ରିମ୍‌କୋର୍ଟ ଦିଗ୍‌ଦର୍ଶନ ଦେଇପାରିବେ। କିନ୍ତୁ ଧାର୍ମିକ କ୍ଷେତ୍ରରେ ଧର୍ମଗୁରୁଙ୍କ ନିର୍ଣ୍ଣୟ ହେଉଛି ଚୂଡ଼ାନ୍ତ। ପ୍ରତ୍ୟେକ ମନ୍ଦିରର ସ୍ବତନ୍ତ୍ର ପରମ୍ପରା ରହିଛି। ମୁକ୍ତିମଣ୍ଡପ ଏବଂ ଗୋବର୍ଦ୍ଧନ ମଠ ହେଉଛି ଶ୍ରୀମନ୍ଦିରର ପରମ୍ପରା। ମୁକ୍ତିମଣ୍ଡପ ଏବଂ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଯାହା ଧାର୍ମିକ ନିର୍ଣ୍ଣୟ ଦେବେ ଆମେ ତାକୁ ମାନିବା। ଏହା ଶ୍ରୀମନ୍ଦିର ସ୍ବତ୍ୱଲିପିରେ ମଧ୍ୟ ଲିପିବଦ୍ଧ ରହିଛି। ସୁପ୍ରିମକୋର୍ଟ ମଧ୍ୟ ନିଶ୍ଚିତ ଏହାକୁ ଗ୍ରହଣ କରିବେ ଏବଂ ସମ୍ମାନ ଦେବେ ବୋଲି ଗଜପତି ମହାରାଜା କହିଛନ୍ତି।
All Right Reserved By

ରାଜ୍ୟ |

‘ନିର୍ବାଚନ ଜିତିବା ପାଇଁ କାମ ହିଁ ଯଥେଷ୍ଟ’

‘ନିର୍ବାଚନ ଜିତିବା ପାଇଁ କାମ ହିଁ ଯଥେଷ୍ଟ’

ଭୁବନେଶ୍ୱର,୨୩।୨(ବ୍ୟୁରୋ)- ନିର୍ବାଚନ ଜିତିବା ପାଇଁ ଆମ କାମ ହିଁ ଯଥେଷ୍ଟ। ୨୦ ବର୍ଷ ମଧ୍ୟରେ  ରାଜ୍ୟର ୮୦ ଲକ୍ଷ ଲୋକ ଦାରିଦ୍ର୍ୟ ସୀମା ରେଖା(ବିପିଏଲ୍‌) ଉପରକୁ ଉଠିପାରିଛନ୍ତି। 

ପ୍ରଚଣ୍ଡ ତାତି, ପାରଦ ୩୯ ଡିଗ୍ରୀ ଟପିଲା: ୨୪ରୁ ବର୍ଷା

ପ୍ରଚଣ୍ଡ ତାତି, ପାରଦ ୩୯ ଡିଗ୍ରୀ ଟପିଲା: ୨୪ରୁ ବର୍ଷା

ଭୁବନେଶ୍ୱର,୨୩ା୨(ବ୍ୟୁରୋ)- ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ଫେବୃୟାରୀ ଅଧା ବେଳକୁ ପରିସ୍ଥିତି ସଙ୍ଗୀନ ହେଲାଣି। ପାରଦ ୪୦ ଡିଗ୍ରୀ ପାଖକୁ ଆସିଲାଣି। 

୫ ବର୍ଷର ହାତୀ ଛୁଆ ମୃତ

୫ ବର୍ଷର ହାତୀ ଛୁଆ ମୃତ

ବାରିପଦା ଅଫିସ,୨୩।୨- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଦିନକୁ ଦିନ ହାତୀ  ମୃତ୍ୟୁ ବଢ଼ିବାରେ ଲାଗିଛି। ହେଲେ ବନ ବିଭାଗ ପକ୍ଷରୁ ହାତୀ ମୃତ୍ୟୁ ରୋକିବା ଲାଗି କୌଣସି ପ୍ରକାର ବ୍ୟବସ୍ଥା କରାଯାଉ ନାହିଁ।  

ବିଦ୍ୟୁତ ସଂଯୋଗ ନ ହେବାରୁ ମିଳୁନି ପାଣି :ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା

ବିଦ୍ୟୁତ ସଂଯୋଗ ନ ହେବାରୁ ମିଳୁନି ପାଣି :ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା

ବାରିପଦା ଅଫିସ,୨୩।୨- ବାରିପଦା ପୌରପରିଷଦ ଅଧୀନରେ ଥିବା ୫ଟି ୱାର୍ଡରେ ଦୀର୍ଘ ୧୪ମାସ ହେବ ପାଣି ପମ୍ପ ହାଉସ ନିର୍ମାଣ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ପାଣି ପମ୍ପକୁ ବିଦ୍ୟୁତ ସଂଯୋଗ କରାଯାଇ ନ ଥିବାରୁ ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। 

ବାତ୍ୟା କ୍ଷତିଗ୍ରସ୍ତ ଦିବ୍ୟାଙ୍ଗଙ୍କ ଉଚିତ ଥଇଥାନ ପାଇଁ ଦାବି

ବାତ୍ୟା କ୍ଷତିଗ୍ରସ୍ତ ଦିବ୍ୟାଙ୍ଗଙ୍କ ଉଚିତ ଥଇଥାନ ପାଇଁ ଦାବି

ପାରଳାଖେମୁଣ୍ଡି, ୨୩ା୨(ସ୍ବ.ପ୍ର.):ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ହୋମ୍‌ଗାର୍ଡ ପଡିଆରେ ଶନିବାର ସାମର୍ଥ ଅନୁଷ୍ଠାନ ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ ତିତ୍‌ଲି ବାତ୍ୟା କ୍ଷତିଗ୍ରସ୍ତ ଦିବ୍ୟାଙ୍ଗମାନଙ୍କ ଉଚିତ ଥଇଥାନ ପାଇଁ ଦାବି କରାଯାଇଛି ା 

 ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ଲୁଟ୍‌

ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ଲୁଟ୍‌

ଚଣ୍ଡିଖୋଲ, ୨୩।୨(ଡି.ଏନ.ଏ): ଯାଜପୁର ଜିଲା ଚଣ୍ଡିଖୋଲ ନିକଟରୁ ଶନିବାର ଲକ୍ଷାଧିକ ଟଙ୍କାର ଲୁଟ୍‌ ହୋଇଛି।

  ବିଷ ପିଇ,୨ମୃତ

ବିଷ ପିଇ,୨ମୃତ

ବ୍ରହ୍ମପୁର ଅଫିସ,୨୩।୨:  ବ୍ର୍ରହ୍ମପୁର ବଡ ମେଡିକାଲରେ ବିଷ ପ୍ରକ୍ରିୟାରେ  ୨ଜଣଙ୍କ ମୃତ୍ୟୁ ହୋଇଛି। 

ମଦପାଇଁ ଟଙ୍କା ନ ଦେବାରୁ ଜେଜେଙ୍କୁ ହତ୍ୟାକଲେ ନାତି

ମଦପାଇଁ ଟଙ୍କା ନ ଦେବାରୁ ଜେଜେଙ୍କୁ ହତ୍ୟାକଲେ ନାତି

ଆନନ୍ଦପୁର,୨୩।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା କୋଳିମାଟି ଗାଁର ବିଶ୍ୱକର୍ମାସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। 

ବନିପାଟ ଗ୍ରାମର ରଞ୍ଜନ ପରିଡ଼ା ହତ୍ୟା ମାମଲା: ୩ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କୁଜଙ୍ଗ ଥାନା ଘେରାଉ

ବନିପାଟ ଗ୍ରାମର ରଞ୍ଜନ ପରିଡ଼ା ହତ୍ୟା ମାମଲା: ୩ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କୁଜଙ୍ଗ ଥାନା ଘେରାଉ

କୁଜଙ୍ଗ,୨୩।୨(ସ୍ବ.ପ୍ର.): କୁଜଙ୍ଗ ଥାନା ଅନ୍ତର୍ଗତ ବନିପାଟ ଗ୍ରାମର ରଞ୍ଜନ ପରିଡ଼ାଙ୍କୁ ଗତ ଜାନୁୟାରୀ ୨ ତାରିଖରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ଜଣଙ୍କ ମଧ୍ୟରୁ  ଦେବାଶିଷ ରାଉତ ଓ ହିରଣ୍ୟ ରାଉତଙ୍କୁ ଗିରଫ କରାଯାଇଛି। ମାତ୍ର ଅନ୍ୟତମ ଅଭିଯୁକ୍ତ ପୁରସ୍ତମ ରାଉତ ଫେରାର ଅଛନ୍ତି।

ଭୋଗରାଇ ବ୍ଲକରେ କଂଗ୍ରେସ-ବିଜେଡି ମୁହାଁମୁହିଁ, ପୋଲିସ ନାକେଦମ

ଭୋଗରାଇ ବ୍ଲକରେ କଂଗ୍ରେସ-ବିଜେଡି ମୁହାଁମୁହିଁ, ପୋଲିସ ନାକେଦମ

ଭୋଗରାଇ,୨୩।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ପରିସର ଶନିବାର ଉତ୍ତେଜନାପୂର୍ଣ୍ଣ ରହିଛି। ଉଭୟ କଂଗ୍ରେସ ଓ ବିଜେଡି ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଉଭୟ ଦଳର କର୍ମୀମାନେ ପରସ୍ପର ବିରୋଧୀ ସ୍ଲୋଗାନ ଦେବା ସହ ହୋହଲ୍ଲା କରୁଛନ୍ତି। 

ମାଲକାନଗିରିରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ଗର୍ଭବତୀଙ୍କ ପରେ ଏବେ ଖଟିଆରେ ବୁହାହେଲେ ଗୁରୁତର ରୋଗୀ

ମାଲକାନଗିରିରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ଗର୍ଭବତୀଙ୍କ ପରେ ଏବେ ଖଟିଆରେ ବୁହାହେଲେ ଗୁରୁତର ରୋଗୀ

ଚିତ୍ରକୋଣ୍ଡା,୨୩।୨(ଡି.ଏନ୍‌.ଏ.): ରାଜ୍ୟ ସରକାର ଗରିବ ଲୋକଙ୍କ ନିକଟରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ଲାଗି ବିଭିନ୍ନ ବ୍ୟବସ୍ଥା କରୁଛନ୍ତି। ଗର୍ଭବତୀ ମହିଳାଙ୍କ ପାଇଁ ୧୦୨ ଓ ରୋଗୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ମାତ୍ର ମାଲକାନଗିରି ଜିଲାରେ ଏଭଳି ସୁବିଧା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ। 

 ଭଦ୍ରକ ଜିଲା ଚିକିତ୍ସାଳୟରେ ଖୋଲିଲା ସହାୟ ଯୋଜନା କେନ୍ଦ୍ର

ଭଦ୍ରକ ଜିଲା ଚିକିତ୍ସାଳୟରେ ଖୋଲିଲା ସହାୟ ଯୋଜନା କେନ୍ଦ୍ର

ଭଦ୍ରକ ଅଫିସ,୨୩।୨:  ଭଦ୍ରକ ଜିଲା ଚିକିତ୍ସାଳୟ ପରିସରରେ ଶନିବାର ସହାୟ ଯୋଜନା କେନ୍ଦ୍ରର ଶୁଭାରମ୍ଭ ହୋଇଛି।