ରାଜ୍ୟ | ସମ୍ବଲପୁର

୨ ଆନ୍ତଃ ଜିଲା ଲୁଟେରାଙ୍କୁ ଗିରଫ କଲା ରେଢାଖୋଲ ପୋଲିସ

୨ ଆନ୍ତଃ ଜିଲା ଲୁଟେରାଙ୍କୁ ଗିରଫ କଲା ରେଢାଖୋଲ ପୋଲିସ
ରେଢ଼ାଖୋଲ,୧୦।୭(ଡି.ଏନ.ଏ.)-ସମ୍ବଲପୁର ଜିଲା ରେଢ଼ାଖୋଲ ପୋଲିସ ମଙ୍ଗଳବାର ୨ ଜଣ ଆନ୍ତ ଜିଲା ଲୁଟେରାଙ୍କୁ ଗିରଫ କରିଛି। ଏଥିରେ ସମ୍ପୃକ୍ତ ଅନ୍ୟ ଜଣେ ଫେରାର ଅଛନ୍ତି। ତେବେ ଗିରଫ ଦୁଇ ଅଭିଯୁକ୍ତଙ୍କଠାରୁ ଏକ ଭୁଜାଲି ଓ ୩ ଟି ଚୋରା ବାଇକ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଅଇଁଠାପାଲି ଥାନା ବୁଢାରାଜା ଭୀମ଼ଭୋଇ ନଗରର ସୁନିଲ କୁମାର ବେହେରା (୩୩) ଏବଂ ଅନୁଗୋଳ ଜିଲା ଛେଣ୍ଡିପଦା ଥାନା କୋଶଳା ଗୋପିନାଥପୁରର ପ୍ରଶାନ୍ତ ନାଏକ(୨୮)। ଏ ନେଇ ପୋଲିସ ଏକ ମାମଲା (ନଂ.୫୬/୧୮) ରୁଜୁ କରିଛି। ଦଫା ୩୯୪ରେ ମଙ୍ଗଳବାର ଏ ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏପ୍ରିଲ ୧୩ ତାରିଖ ସନ୍ଧ୍ୟା ୬ଟା ବେଳେ ଗିରଫ ୨ ଅଭିଯୁକ୍ତଙ୍କ ସହ ଫେରାର ଅଭିଯୁକ୍ତ ମିଶି ରେଢ଼ାଖୋଲ-ବୌଦ୍ଧ ରାସ୍ତାର ହାତୀବାହାଳ ଛକଠାରେ ଲୁଟ୍‌ କରିଥିଲେ। ବୌଦ୍ଧର ଭାରତ ଫାଇନାନ୍ସ କମ୍ପାନୀ ଫିଲ୍ଡ ଅଫିସର ସୁବ୍ରତ ବାରିକଙ୍କୁ ଏମାନେ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲେ। ତାଙ୍କଠାରୁ ୧ଲକ୍ଷ ୧୯ହଜାର ୫ଶହ ୩୯ଟଙ୍କା, ଏକ ଟାବଲଏଡ ଓ ମୋବାଇଲ ଫୋନ ଲୁଟି ନେଇଥିଲେ। ଏ ନେଇ ସୁବ୍ରତ ରେଢ଼ାଖୋଲ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୫୬/୧୮) ରୁଜୁ କରି ତଦନ୍ତ କରୁଥିଲା। ତେବେ ନିକଟରେ ଏକ ବଜାଜ ଏଭେଞ୍ଜର ବାଇକକୁ ସନ୍ଦେହରେ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲା। ଏଥିରେ ଜାଲ ନମ୍ବର ପ୍ଲେଟ ଲାଗିଥିବା ଜାଣି ଥାନାକୁ ଆଣି ପଚରା ଉଚୁରା କରିଥିଲା। ଏହି ସମୟରେ ଆଳୁ ଖୋଳୁ ଖୋଳୁ ମହାଦେବ ମହାଦେବ ବାହାରିବା ଭଳି ଲୁଟ୍‌ ଘଟଣାର ସୁରାକ୍‌ ମିଳିଥିଲା। ମଙ୍ଗଳବାର ଏସ୍‌ଡିପିଓ ହାଡିବନ୍ଧୁ ସ୍ବାଇଁ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ ଥାନା ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି। ଗିରଫ ଅଭିଯୁକ୍ତ ଦ୍ୱୟଙ୍କ ନାମରେ ଅନୁଗୋଳ ଥାନା, କିଆକଟା ଥାନା, ସୋନପୁର ଜିଲା ସୁବଳୟା ଥାନା, ସମ୍ବଲପୁର ଜିଲା ଜୁଜୁମୁରା ଥାନା ଓ ଚାରମାଳ ଥାନାରେ ମାମଲା ରହିଛି। ଏହି ୩ ଜଣ ମିଶି ବିଭିନ୍ନ ଫାଇନାନ୍ସ କମ୍ପାନୀର କର୍ମଚାରୀମାନଙ୍କଠାରୁ ଲୁଟ୍‌ କରୁଥିଲେ। ଚାରମାଳ ଥାନା ହିନ୍ଦୋଳ ଛକରୁ ଗତ ମେ ୨୫ ତାରିଖ ଜଣେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ୧୬ହଜାର ଟଙ୍କା ଲୁଟ୍‌ କରିଥିଲେ। ଯେଉଁମାନଙ୍କଠାରୁ ଟଙ୍କା କରୁଥିଲେ ସେମାନଙ୍କ ବାଇକକୁ ବି ଛାଡୁନ ଥିଲେ। ଏହି ବାଇକଗୁଡିକରେ ଜାଲ ନମ୍ବର ପ୍ଲେଟ ଲଗାଇ ଗୋଟେ ପରେ ଗୋଟେ ଲୁଟ୍‌ କରୁଥିଲେ। ହେଲେ ବିଭିନ୍ନ ସ୍ଥାନରୁ ଲୁଟ୍‌ ହୋଇଥିବା ଟଙ୍କା ଜବତ ହୋଇ ପାରି ନ ଥିବା ପୋଲିସ ସୂଚନା ଦେଇଛି।
All Right Reserved By

ରାଜ୍ୟ | ସମ୍ବଲପୁର

‘ନିର୍ବାଚନ ଜିତିବା ପାଇଁ କାମ ହିଁ ଯଥେଷ୍ଟ’

‘ନିର୍ବାଚନ ଜିତିବା ପାଇଁ କାମ ହିଁ ଯଥେଷ୍ଟ’

ଭୁବନେଶ୍ୱର,୨୩।୨(ବ୍ୟୁରୋ)- ନିର୍ବାଚନ ଜିତିବା ପାଇଁ ଆମ କାମ ହିଁ ଯଥେଷ୍ଟ। ୨୦ ବର୍ଷ ମଧ୍ୟରେ  ରାଜ୍ୟର ୮୦ ଲକ୍ଷ ଲୋକ ଦାରିଦ୍ର୍ୟ ସୀମା ରେଖା(ବିପିଏଲ୍‌) ଉପରକୁ ଉଠିପାରିଛନ୍ତି। 

ପ୍ରଚଣ୍ଡ ତାତି, ପାରଦ ୩୯ ଡିଗ୍ରୀ ଟପିଲା: ୨୪ରୁ ବର୍ଷା

ପ୍ରଚଣ୍ଡ ତାତି, ପାରଦ ୩୯ ଡିଗ୍ରୀ ଟପିଲା: ୨୪ରୁ ବର୍ଷା

ଭୁବନେଶ୍ୱର,୨୩ା୨(ବ୍ୟୁରୋ)- ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ଫେବୃୟାରୀ ଅଧା ବେଳକୁ ପରିସ୍ଥିତି ସଙ୍ଗୀନ ହେଲାଣି। ପାରଦ ୪୦ ଡିଗ୍ରୀ ପାଖକୁ ଆସିଲାଣି। 

୫ ବର୍ଷର ହାତୀ ଛୁଆ ମୃତ

୫ ବର୍ଷର ହାତୀ ଛୁଆ ମୃତ

ବାରିପଦା ଅଫିସ,୨୩।୨- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଦିନକୁ ଦିନ ହାତୀ  ମୃତ୍ୟୁ ବଢ଼ିବାରେ ଲାଗିଛି। ହେଲେ ବନ ବିଭାଗ ପକ୍ଷରୁ ହାତୀ ମୃତ୍ୟୁ ରୋକିବା ଲାଗି କୌଣସି ପ୍ରକାର ବ୍ୟବସ୍ଥା କରାଯାଉ ନାହିଁ।  

ବିଦ୍ୟୁତ ସଂଯୋଗ ନ ହେବାରୁ ମିଳୁନି ପାଣି :ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା

ବିଦ୍ୟୁତ ସଂଯୋଗ ନ ହେବାରୁ ମିଳୁନି ପାଣି :ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା

ବାରିପଦା ଅଫିସ,୨୩।୨- ବାରିପଦା ପୌରପରିଷଦ ଅଧୀନରେ ଥିବା ୫ଟି ୱାର୍ଡରେ ଦୀର୍ଘ ୧୪ମାସ ହେବ ପାଣି ପମ୍ପ ହାଉସ ନିର୍ମାଣ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ପାଣି ପମ୍ପକୁ ବିଦ୍ୟୁତ ସଂଯୋଗ କରାଯାଇ ନ ଥିବାରୁ ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। 

ବାତ୍ୟା କ୍ଷତିଗ୍ରସ୍ତ ଦିବ୍ୟାଙ୍ଗଙ୍କ ଉଚିତ ଥଇଥାନ ପାଇଁ ଦାବି

ବାତ୍ୟା କ୍ଷତିଗ୍ରସ୍ତ ଦିବ୍ୟାଙ୍ଗଙ୍କ ଉଚିତ ଥଇଥାନ ପାଇଁ ଦାବି

ପାରଳାଖେମୁଣ୍ଡି, ୨୩ା୨(ସ୍ବ.ପ୍ର.):ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ହୋମ୍‌ଗାର୍ଡ ପଡିଆରେ ଶନିବାର ସାମର୍ଥ ଅନୁଷ୍ଠାନ ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ ତିତ୍‌ଲି ବାତ୍ୟା କ୍ଷତିଗ୍ରସ୍ତ ଦିବ୍ୟାଙ୍ଗମାନଙ୍କ ଉଚିତ ଥଇଥାନ ପାଇଁ ଦାବି କରାଯାଇଛି ା 

 ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ଲୁଟ୍‌

ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ଲୁଟ୍‌

ଚଣ୍ଡିଖୋଲ, ୨୩।୨(ଡି.ଏନ.ଏ): ଯାଜପୁର ଜିଲା ଚଣ୍ଡିଖୋଲ ନିକଟରୁ ଶନିବାର ଲକ୍ଷାଧିକ ଟଙ୍କାର ଲୁଟ୍‌ ହୋଇଛି।

  ବିଷ ପିଇ,୨ମୃତ

ବିଷ ପିଇ,୨ମୃତ

ବ୍ରହ୍ମପୁର ଅଫିସ,୨୩।୨:  ବ୍ର୍ରହ୍ମପୁର ବଡ ମେଡିକାଲରେ ବିଷ ପ୍ରକ୍ରିୟାରେ  ୨ଜଣଙ୍କ ମୃତ୍ୟୁ ହୋଇଛି। 

ମଦପାଇଁ ଟଙ୍କା ନ ଦେବାରୁ ଜେଜେଙ୍କୁ ହତ୍ୟାକଲେ ନାତି

ମଦପାଇଁ ଟଙ୍କା ନ ଦେବାରୁ ଜେଜେଙ୍କୁ ହତ୍ୟାକଲେ ନାତି

ଆନନ୍ଦପୁର,୨୩।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା କୋଳିମାଟି ଗାଁର ବିଶ୍ୱକର୍ମାସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। 

ବନିପାଟ ଗ୍ରାମର ରଞ୍ଜନ ପରିଡ଼ା ହତ୍ୟା ମାମଲା: ୩ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କୁଜଙ୍ଗ ଥାନା ଘେରାଉ

ବନିପାଟ ଗ୍ରାମର ରଞ୍ଜନ ପରିଡ଼ା ହତ୍ୟା ମାମଲା: ୩ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କୁଜଙ୍ଗ ଥାନା ଘେରାଉ

କୁଜଙ୍ଗ,୨୩।୨(ସ୍ବ.ପ୍ର.): କୁଜଙ୍ଗ ଥାନା ଅନ୍ତର୍ଗତ ବନିପାଟ ଗ୍ରାମର ରଞ୍ଜନ ପରିଡ଼ାଙ୍କୁ ଗତ ଜାନୁୟାରୀ ୨ ତାରିଖରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ଜଣଙ୍କ ମଧ୍ୟରୁ  ଦେବାଶିଷ ରାଉତ ଓ ହିରଣ୍ୟ ରାଉତଙ୍କୁ ଗିରଫ କରାଯାଇଛି। ମାତ୍ର ଅନ୍ୟତମ ଅଭିଯୁକ୍ତ ପୁରସ୍ତମ ରାଉତ ଫେରାର ଅଛନ୍ତି।

ଭୋଗରାଇ ବ୍ଲକରେ କଂଗ୍ରେସ-ବିଜେଡି ମୁହାଁମୁହିଁ, ପୋଲିସ ନାକେଦମ

ଭୋଗରାଇ ବ୍ଲକରେ କଂଗ୍ରେସ-ବିଜେଡି ମୁହାଁମୁହିଁ, ପୋଲିସ ନାକେଦମ

ଭୋଗରାଇ,୨୩।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ପରିସର ଶନିବାର ଉତ୍ତେଜନାପୂର୍ଣ୍ଣ ରହିଛି। ଉଭୟ କଂଗ୍ରେସ ଓ ବିଜେଡି ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଉଭୟ ଦଳର କର୍ମୀମାନେ ପରସ୍ପର ବିରୋଧୀ ସ୍ଲୋଗାନ ଦେବା ସହ ହୋହଲ୍ଲା କରୁଛନ୍ତି। 

ମାଲକାନଗିରିରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ଗର୍ଭବତୀଙ୍କ ପରେ ଏବେ ଖଟିଆରେ ବୁହାହେଲେ ଗୁରୁତର ରୋଗୀ

ମାଲକାନଗିରିରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ଗର୍ଭବତୀଙ୍କ ପରେ ଏବେ ଖଟିଆରେ ବୁହାହେଲେ ଗୁରୁତର ରୋଗୀ

ଚିତ୍ରକୋଣ୍ଡା,୨୩।୨(ଡି.ଏନ୍‌.ଏ.): ରାଜ୍ୟ ସରକାର ଗରିବ ଲୋକଙ୍କ ନିକଟରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ଲାଗି ବିଭିନ୍ନ ବ୍ୟବସ୍ଥା କରୁଛନ୍ତି। ଗର୍ଭବତୀ ମହିଳାଙ୍କ ପାଇଁ ୧୦୨ ଓ ରୋଗୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ମାତ୍ର ମାଲକାନଗିରି ଜିଲାରେ ଏଭଳି ସୁବିଧା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ। 

 ଭଦ୍ରକ ଜିଲା ଚିକିତ୍ସାଳୟରେ ଖୋଲିଲା ସହାୟ ଯୋଜନା କେନ୍ଦ୍ର

ଭଦ୍ରକ ଜିଲା ଚିକିତ୍ସାଳୟରେ ଖୋଲିଲା ସହାୟ ଯୋଜନା କେନ୍ଦ୍ର

ଭଦ୍ରକ ଅଫିସ,୨୩।୨:  ଭଦ୍ରକ ଜିଲା ଚିକିତ୍ସାଳୟ ପରିସରରେ ଶନିବାର ସହାୟ ଯୋଜନା କେନ୍ଦ୍ରର ଶୁଭାରମ୍ଭ ହୋଇଛି।