ରାଜ୍ୟ |

ହୋଟେଲ ପଶି ମାଲିକଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୦।୭(ବ୍ୟୁରୋ)- କ୍ୟାପିଟାଲ ଥାନା ଅଧୀନ ବନଦୁର୍ଗା ମନ୍ଦିର ନିକଟରେ ଥିବା ଏକ ହୋଟେଲରେ ପଶି ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ସୂର୍ଯ୍ୟନଗର ଅଞ୍ଚଳର ଜ୍ଞାନ ରଞ୍ଜନ ବେହେରା। ସୂଚନା ମୁତାବକ ସୂର୍ଯ୍ୟନଗର ଅଞ୍ଚଳର କୁଞ୍ଜବିହାରୀ ରାଉତଙ୍କର ବନଦୁର୍ଗା ମନ୍ଦିର ନିକଟରେ ଏକ ହୋଟେଲ ରହିଛି। ଅଭିଯୁକ୍ତ ଜ୍ଞାନ ଟ୍ୟାକ୍ସି ଚଳାଉଥିବା ବେଳେ କୁଞ୍ଜଙ୍କ ସହ ପୂର୍ବରୁ ଶତ୍ରୁତା ରହିଥିଲା। ସୋମବାର ଭୋର ପ୍ରାୟ ୪ଟାରେ ଜ୍ଞାନ ଜଣେ ସହଯୋଗୀଙ୍କ ସହ ନିସାଶକ୍ତ ଅବସ୍ଥାରେ ଆସି ହୋଟେଲ କବାଟ ଭାଙ୍ଗି ଭିତରେ ଶୋଇଥିବା କର୍ମଚାରୀଙ୍କୁ ମାରପିଟ କରିଥିଲେ। ଏ ନେଇ କୁଞ୍ଜ ଥାନାରେ ଅଭିଯୋଗ କରିଥିଲେ। ଏ ବିଷୟରେ ଜ୍ଞାନ ଜାଣିବା ପରେ ସୋମବାର ରାତିରେ ତାଙ୍କ ସହଯୋଗୀଙ୍କ ସହ କୁଞ୍ଜଙ୍କ ହୋଟେଲରେ ନିସାଶକ୍ତ ଅବସ୍ଥାରେ ପହଞ୍ଚତ୍ ମାମଲା ଉଠାଇନେବାକୁ ଧମକ ଦେଇଥିଲେ। କୁଞ୍ଜ ତାଙ୍କୁ ବିରୋଧ କରିବାରୁ ଜ୍ଞାନ ହାତରେ ଧରିଥିବା ଏକ ମଦ ବୋତଲ ଭାଙ୍ଗି କୁଞ୍ଜଙ୍କୁ ଆକ୍ରମଣ କରିବାକୁ ଗୋଡାଇଥିଲେ। କୁଞ୍ଜ ଜୀବନ ବିକଳରେ ଦୌଡିବା ସମୟରେ ଜ୍ଞାନଙ୍କ ସହଯୋଗୀ ଏକ ଖଣ୍ଡାରେ ତାଙ୍କୁ ଆକ୍ରମଣ କରିଥିଲେ। କୁଞ୍ଜ ହାତ ଦେଖାଇ ପ୍ରତିରୋଧ କରିବାରୁ ତାଙ୍କ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ହୋଟେଲରେ ଖାଉଥିବା ଗ୍ରାହକମାନେ ପ୍ରତିବାଦ କରିବାରୁ ଉଭୟେ ଘଟଣାସ୍ଥଳରୁ ପଳାଇଥିଲେ। ପରେ ହୋଟେଲ କର୍ମଚାରୀମାନେ କୁଞ୍ଜଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ଏ ନେଇ କୁଞ୍ଚ ମଙ୍ଗଳବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(୨୯୨/୧୮) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।
All Right Reserved By

ରାଜ୍ୟ |

ପ୍ରସଙ୍ଗ, ପ୍ରାର୍ଥୀଙ୍କୁ ପରଖୁଛନ୍ତି ଭୋଟର

ପ୍ରସଙ୍ଗ, ପ୍ରାର୍ଥୀଙ୍କୁ ପରଖୁଛନ୍ତି ଭୋଟର

ପୁରୀ ଅଫିସ, ୨୦ା୪: ଚର୍ଚ୍ଚାରେ ପୁରୀ ଲୋକ ସଭା ନିର୍ବାଚନମଣ୍ଡଳୀ। ଶ୍ରୀମନ୍ଦିର, ବେଳାଭୂମି, ରତ୍ନଭଣ୍ଡାର, ମହାପ୍ରଭୁଙ୍କ ଅମୃତ ମଣୋହି ଜମି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସାଙ୍ଗକୁ ସିଦ୍ଧମହାବୀର ରେଲଓ୍ବେ ଓଭରବ୍ରିଜ୍‌ ନିର୍ମାଣ, ଡ୍ରେନେଜ ଆଦି ନାନା ସମସ୍ୟା ନେଇ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ। 

ପରମ୍ପରା ଭାଙ୍ଗିପାରନ୍ତି ମତଦାତା

ପରମ୍ପରା ଭାଙ୍ଗିପାରନ୍ତି ମତଦାତା

ଭୁବନେଶ୍ୱର, ୨୦ା୪:  ଆସନ୍ତା ୨୩ ତାରିଖରେ ଭୁବନେଶ୍ୱର ଲୋକ ସଭା ଆସନରେ ନିର୍ବାଚନ ହେବ। ଏହାକୁ ନେଇ ସାରା ରାଜ୍ୟରେ ଉତ୍କଣ୍ଠା ରହିଛି। 

ରୋଡ୍‌ ଶୋ’ ସମୟରେ ଦୁର୍ଘଟଣା, ଜଣେ ମୃତ

ରୋଡ୍‌ ଶୋ’ ସମୟରେ ଦୁର୍ଘଟଣା, ଜଣେ ମୃତ

ବ୍ରହ୍ମଗିରି, ୨୦ା୪(ଡି.ଏନ୍‌.ଏ.): ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ ଶୋ’ ସମୟରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। 

ପୁରୀରେ ମୁଖ୍ୟମନ୍ତ୍ରୀ ରୋଡ୍‌ ଶୋ କରି ଭୋଟ ମାଗିଲେ

ପୁରୀରେ ମୁଖ୍ୟମନ୍ତ୍ରୀ ରୋଡ୍‌ ଶୋ କରି ଭୋଟ ମାଗିଲେ

ପୁରୀ ଅଫିସ, ବ୍ରହ୍ମଗିରି, ୨୦ା୪ (ଡି.ଏନ୍‌.ଏ.): ଆସନ୍ତା ୨୩ ତାରିଖରେ ପୁରୀ ଲୋକ ସଭା ଏବଂ ଏହା ଅଧୀନରେ ଥିବା ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ହେବ। ତେଣୁ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସବୁ ରାଜନୈତିକ ଦଳ ବଳ, କୌଶଳ ଲଗାଇ ଦେଇଛନ୍ତି। 

ଚୋରା ବନ୍ଧୁକ ରଖିବା ମାମଲା:  ରଞ୍ଜିତା, ଆଲୋକଙ୍କ ଜାମିନ ଆବେଦନ ଖାରଜ

ଚୋରା ବନ୍ଧୁକ ରଖିବା ମାମଲା: ରଞ୍ଜିତା, ଆଲୋକଙ୍କ ଜାମିନ ଆବେଦନ ଖାରଜ

କଟକ ଅଫିସ,୨୦।୪: ଚୋରା ବନ୍ଧୁକ ରଖି ପୋଲିସ ହାତରେ ଗିରଫ ହୋଇଥିବା ସିଏମ୍‌ସିର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ ଓ ତାଙ୍କ ସହଯୋଗୀ ଆଲୋକ ପୃଷ୍ଟିଙ୍କ ଜାମିନ ଆବେଦନ ଖାରଜ ହୋଇଛି। 

ସ୍କୁଲ ଛୁଟିକୁ ନେଇ ହାଇକୋର୍ଟରେ ମାମଲା:  ରାଜ୍ୟ ସରକାରଙ୍କୁ ନୋଟିସ

ସ୍କୁଲ ଛୁଟିକୁ ନେଇ ହାଇକୋର୍ଟରେ ମାମଲା: ରାଜ୍ୟ ସରକାରଙ୍କୁ ନୋଟିସ

କଟକ ଅଫିସ,୨୦।୪: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜନିତ ସ୍କୁଲ ଛୁଟି ଘୋଷଣାକୁ ନେଇ ହାଇକୋର୍ଟରେ ଆଡଭୋକେଟ ଶିବନାରାୟଣ ବିଶ୍ୱାଳଙ୍କ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। 

ଭାଜପାର ବିଜୟ ସଂକଳ୍ପ ସମାବେଶ:  କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରୁ ନ ଥିବା ରାଜ୍ୟ ସରକାରଙ୍କୁ ହଟାଅ; ରାଜନାଥ

ଭାଜପାର ବିଜୟ ସଂକଳ୍ପ ସମାବେଶ: କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରୁ ନ ଥିବା ରାଜ୍ୟ ସରକାରଙ୍କୁ ହଟାଅ; ରାଜନାଥ

କଟକ ସଦର, ୨୦।୪ (ଡି.ଏନ୍‌.ଏ.): କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରିପାରୁ ନ ଥିବା ରାଜ୍ୟ ସରକାର ଓଡ଼ିଶାର ପ୍ରଗତିରେ ମୁଖ୍ୟ ପ୍ରତିବନ୍ଧକ ସାଜିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନରେ ଅପାରଗ ରାଜ୍ୟ ସରକାରକୁ ହଟାଇ ଭାଜପାକୁ କ୍ଷମତାସୀନ କରିବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି।

ଖସିଲା ପାରଦ, ତାତିରୁ ତ୍ରାହି

ଖସିଲା ପାରଦ, ତାତିରୁ ତ୍ରାହି

ଭୁବନେଶ୍ୱର,୨୦।୪(ବ୍ୟୁରୋ): ଶେଷରେ ତାତିରୁ ତ୍ରାହି ମିଳିଛି। କିଛିଦିନ ହେବ ୪୦ ଡିଗ୍ରୀ ଉପରେ ରହୁଥିବା ରାଜ୍ୟର ଅନେକ ସହରର ତାପମାତ୍ରା ଶୁକ୍ରବାର ହ୍ରାସ ପାଇଛି। ସବୁ ସହରରେ ୪୦ ଡିଗ୍ରୀରୁ କମ୍‌ ତାପମାତ୍ରା ରହିଛି। 

କେସିଆଇର ଅଲ୍‌ ବ୍ରିଡ୍‌ ଜଜ୍‌ ଭାବେ ଓଡ଼ିଶାର ସଞ୍ଜିତ କୁମାର ମନୋନୀତ

କେସିଆଇର ଅଲ୍‌ ବ୍ରିଡ୍‌ ଜଜ୍‌ ଭାବେ ଓଡ଼ିଶାର ସଞ୍ଜିତ କୁମାର ମନୋନୀତ

ଭୁବନେଶ୍ୱର,୨୦।୪(ବ୍ୟୁରୋ): କେନେଲ କ୍ଲବ ଅଫ୍‌ ଇଣ୍ଡିଆ(କେସିଆଇ)ର ଅଲ୍‌ ବ୍ରିଡ୍‌ ଜଜ୍‌ ଭାବେ ଓଡ଼ିଶାର ସଞ୍ଜିତ କୁମାର ମହାନ୍ତି ମନୋନୀତ ହୋଇଛନ୍ତି। ସେ ପ୍ରଥମ ଓଡ଼ିଆ ଭାବେ କେସିଆଇର ଅଲ୍‌ ବ୍ରିଡ୍‌ ଜଜ୍‌ ହୋଇଛନ୍ତି। 

ବିଦ୍ୟୁତ୍‌ ଖୁଣ୍ଟରୁ ପଡ଼ି ଶ୍ରମିକଙ୍କ ଗଲା ଜୀବନ: ସେସୁ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ

ବିଦ୍ୟୁତ୍‌ ଖୁଣ୍ଟରୁ ପଡ଼ି ଶ୍ରମିକଙ୍କ ଗଲା ଜୀବନ: ସେସୁ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ

ନିରାକାରପୁର,୨୦ା୪(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ବିଦ୍ୟୁତ୍‌ ବିଭାଗ ଅଧୀନ ଲେଣ୍ଡୋ ପଞ୍ଚାୟତ ଭଗବତୀପଡ଼ାଠାରେ ଖୁଣ୍ଟରେ କାମ କରୁଥିବାବେଳେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। 

କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି ୧୧ ଗାଁର ଗ୍ରାମବାସୀ

କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି ୧୧ ଗାଁର ଗ୍ରାମବାସୀ

ମାଲକାନଗିରି,୨୦।୪ (ଡି.ଏନ୍‌.ଏ.)- ମାଲକାନଗିରି ଜିଲାରେ ଗତ ୪ ଦିନ ହେଲା ବନ ବିଭାଗ (କେନ୍ଦୁପତ୍ର) ଏବଂ କେତେକ ଘରୋଇ ସଂସ୍ଥା ଜିଲାର ବିଭିନ୍ନ ଫଡିରେ କେନ୍ଦୁପତ୍ର ତୋଳାଳିଙ୍କଠାରୁ କେନ୍ଦୁପତ୍ର ଖରିଦ କରିବା ଆରମ୍ଭ କରିଛନ୍ତି। ମାତ୍ର ମାଲକାନଗିରି ସଦର ବ୍ଲକ ଗୋରାଖଣ୍ଟା ପଞ୍ଚାୟତର ୧୧ଟି ଗ୍ରାମର ଗ୍ରାମବାସୀ କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି। 

ବିବାହ ଭୋଜିଖାଇ ୨୦୦ ଝାଡ଼ାବାନ୍ତିରେ ଆକ୍ରାନ୍ତ

ବିବାହ ଭୋଜିଖାଇ ୨୦୦ ଝାଡ଼ାବାନ୍ତିରେ ଆକ୍ରାନ୍ତ

ରାଜଗାଙ୍ଗପୁର, ୨୦।୪ (ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁଟୁଣିଆ ଗ୍ରାମପଞ୍ଚାୟତ ଲାଠୁପଡା ଗ୍ରାମରେ ଶୁକ୍ରବାର ବିବାହ ଭୋଜିଖାଇ ୨୦୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୩୦ରୁ ଅଧିକ ଶିଶୁ ଥିବା ଜଣାଯାଇଛି। ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଜଣାପଡିଛି। ଖବରପାଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଦିଲୀପ ଷଡ଼ଙ୍ଗୀ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। 


Model This Week

କ୍ରିଷ୍ଣା
Why Dharitri