ଅପରାଧ | ଅନଗୁଳ-ଢେଙ୍କାନାଳ

ଜୁଆ ଆଡ୍ଡାରେ ଚଢାଉ, ୬ ଗିରଫ

ଜୁଆ ଆଡ୍ଡାରେ ଚଢାଉ, ୬ ଗିରଫ
ବଇଣ୍ଡା,୧୦।୭(ଡି.ଏନ.ଏ)- କିଶୋରନଗର ଅଞ୍ଚଳରେ ଜୁଆଖେଳ ଚାଲିଥିବାବେଳେ ମଙ୍ଗଳବାର ଅପରାହ୍ନରେ କିଶୋରନଗର ପୋଲିସ ଅଚାନକ ଚଢାଉ କରି ୬ ଜଣ ଜୁଆଡିଙ୍କୁ ଗିରଫ କରିଛି। ସେମାନେ ହେଲେ କିଶୋରନଗର ଥାନା କିଶୋରନଗର ଗ୍ରାମର ଗଗନ ବେହେରା(୩୧), ମହମ୍ମଦ ସଗୀର(୨୨), ଘୋଷର ଗ୍ରାମର ହେମନ୍ତ ବାଘ(୨୦), ଡିମ୍ବିରିମୁଣ୍ଡା ଗ୍ରାମର ବିରେନ ବେହେରା(୪୦), କରଡ଼ିଂବାହାଳ ଗ୍ରାମର ମୁରଲୀଧର ପ୍ରଧାନ (୪୩), ପୁରୁଣାକୋଟ ଥାନା ଟିକରପଡ଼ା ଗ୍ରାମର ବିଭୂତି ନାୟକ(୨୪)। ସେମାନଙ୍କ ନିକଟରୁ ୭ ହଜାର ଟଙ୍କା ଜବତ କରାଯାଇଛି। ସେମାନେ ଦୀର୍ଘ ଦିନ ଧରି ଏଠାରେ ଜୁଆ ଖେଳ ଜମାଇଥିଲେ। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ପୋଲିସର ଦୃଷ୍ଟି ଆକର୍ଷଣ କରିଥିଲେ। ମଙ୍ଗଳବାର ଜୁଆ ଖେଳ ଚାଲିଥିବାବେଳେ ଖବରପାଇ କିଶୋରନଗର ଆଇଆଇସି ପ୍ରତିଭା ମାଝୀ ଚଢାଉ କରି ଟଙ୍କା ଜବତ କରିବା ସହ ସେମାନଙ୍କୁ ଗିରଫ କରିଥିଲେ। ଏ ସଂକ୍ରାନ୍ତରେ କେସ ନଂ. ୭୪/୧୮ରେ ଏକ ମାମଲା ରୁଜୁ କରାଯାଇଛି। ବୁଧବାର ସେମାନଙ୍କୁ ଆଠମଲ୍ଲିକ କୋର୍ଟଚାଲାଣ କରାଯିବ।
All Right Reserved By

ଅପରାଧ | ଅନଗୁଳ-ଢେଙ୍କାନାଳ

ଆମ୍ବପଳାସରେ ସ୍ବତନ୍ତ୍ର ସ୍କ୍ବାଡ୍‌ର ଚଢ଼ାଉ: ୧୬୦ ଲିଟର ମହୁଲି ଜବତ, ୩ ଗିରଫ

ଆମ୍ବପଳାସରେ ସ୍ବତନ୍ତ୍ର ସ୍କ୍ବାଡ୍‌ର ଚଢ଼ାଉ: ୧୬୦ ଲିଟର ମହୁଲି ଜବତ, ୩ ଗିରଫ

ପରଜଙ୍ଗ, ୧୩।୧୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲାରେ ବଢୁଥିବା ଅବାଧ ମଦକାରବାର ରୋକିବାକୁ ଅବକାରୀ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ଗଠନ କରାଯାଇଛି ସ୍ବତନ୍ତ୍ର ସ୍କ୍ବାଡ୍‌। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସନ୍ଧ୍ୟାରେ ସ୍କ୍ବାଡ୍‌ ପକ୍ଷରୁ ପରଜଙ୍ଗ ବ୍ଲକ ଆମ୍ବପଳାସ ଅଞ୍ଚଳରେ ଚଢ଼ାଉ କରାଯାଇ ୧୬୦ ଲିଟର ମହୁଲି ମଦ ସହ ଅଟୋରିକ୍ସା (ଓଆର୍‌ ୧୯ ଏମ୍‌ ୭୭୩୫) ଏବଂ ସାଇକେଲ ଜବତ କରାଯାଇଛି।

ଚଳନ୍ତା ବାଇକରୁ ଟଙ୍କା ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ

ଚଳନ୍ତା ବାଇକରୁ ଟଙ୍କା ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ

ବାସୁଦେବପୁର,୧୩।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ସହରର ପୁରୁଣା କୋର୍ଟ ରାସ୍ତାରେ ମଙ୍ଗଳବାର ଚଳନ୍ତା ବାଇକରୁ ୨ ଦୁର୍ବୃତ୍ତ ୧.୩ ଲକ୍ଷ ଥିବା ଏକ ଟଙ୍କା ବ୍ୟାଗ ଲୁଟି ନେଇଛନ୍ତି।

ଆଦିବାସୀ ନାବାଳକକୁ ମାଡ଼ ଘଟଣା: ପରିଚାଳକ ଗିରଫ

ଆଦିବାସୀ ନାବାଳକକୁ ମାଡ଼ ଘଟଣା: ପରିଚାଳକ ଗିରଫ

ବଡ଼ସାହି,୧୩।୧୧(ସ୍ବ.ପ୍ର.):  ବଡ଼ସାହି ଆଦର୍ଶ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀର ଆଦିବାସୀ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ମଙ୍ଗଳବାର ବଡ଼ସାହି ପୋଲିସ ମେସ୍‌ ପରିଚାଳକ ଦେବବ୍ରତ ଦ୍ୱିବେଦୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବେଣୁ ଆହତ

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବେଣୁ ଆହତ

ଭଞ୍ଜନଗର, ୧୩।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ବୁଗୁଡା ଥାନା ଅନ୍ତର୍ଗତ ରାମପଡା ଜଙ୍ଗଲରେ ପୋଲିସ ଓ ପରାଧୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁର୍ଦ୍ଧାନ୍ତ ଅପରାଧୀ ବେଣୁ ବାରିକ ଆହତ ହୋଇଛନ୍ତି। 

୨୦୧ ଗ୍ରାମ୍‌ ବ୍ରାଉନସୁଗାର ଜବତ, ଜଣେ ଗିରଫ

୨୦୧ ଗ୍ରାମ୍‌ ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ,୧୨।୧୧-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ଝାଡ଼େଶ୍ୱରପୁର ଗ୍ରାମ ଶେଖବାଡ଼ରେ ସୋମବାର ଭୋର ସମୟରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୦୧ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଛି।

ସାଙ୍ଗଙ୍କୁ ବାଉଁଶ ଫାଳିଆରେ ପିଟି ହତ୍ୟା : ୨୪ ଘଣ୍ଟା ପରେ ମୃତଦେହ ଜବତ

ସାଙ୍ଗଙ୍କୁ ବାଉଁଶ ଫାଳିଆରେ ପିଟି ହତ୍ୟା : ୨୪ ଘଣ୍ଟା ପରେ ମୃତଦେହ ଜବତ

କୁଅଁ।ରମୁଣ୍ଡା,୧୨।୧୧(ଡି.ଏନ୍‌.ଏ.)- ୨ ସାଙ୍ଗଙ୍କ ମଧ୍ୟରେ କଥା କଟାକଟିରୁ ମରଣାନ୍ତକ ଆକ୍ରମଣରେ ଜଣଙ୍କ ଜୀବନ ଯାଇଛି। ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଅଁାରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଏହି ଅମାନବିକ ଘଟଣା ଘଟିଛି। ରବିବାର ଏହି ହତ୍ୟାକାଣ୍ଡ ଘଟିଥିଲେ ହେଁ, ସୋମବାର ଉଭୟ ଥାନା ଓ ଫାଣ୍ଡି ପୋଲିସ ଖବର ପାଇ ଘଟଣାସ୍ଥଳରୁ ସମରା ବାଖ୍‌ଲା (୪୦)ଙ୍କ ରକ୍ତାକ୍ତ ମୃତଦେହ ଜବତ କରିଥିବାବେଳେ  ଅଭିଯୁକ୍ତ ନାନ୍‌ସୁଦ ବାଗେ(୪୧)ଙ୍କୁ ଗିରଫ କରି ଥାନାକୁ ଆଣିଥିଲା।

ଠିକାଦାରଙ୍କ ଉପରକୁ ଗୁଳିମାଡ଼

ଠିକାଦାରଙ୍କ ଉପରକୁ ଗୁଳିମାଡ଼

ସୁନ୍ଦରଗଡ଼/ବିଶ୍ରା, ୧୨।୧୧(ଡି.ଏନ୍‌.ଏ) ସୁନ୍ଦରଗଡ ଜିଲା ବିଶ୍ରା ଥାନା ଅନ୍ତର୍ଗତ ସାରୁବାହାଲ ପୋଖରୀ ନିକଟରେ ରବିବାର ସନ୍ଧ୍ୟାରେ ଜଣେ ଠିକାଦାରଙ୍କ ଉପରକୁ ଗୁଳିମାଡ଼ ହୋଇଛି। ୨ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବ୍ଲକ ଠିକାଦାର ଭରତ ମାହୋତୋ  (୨୫)ଙ୍କ ଉପରକୁ ୪ରାଉଣ୍ଡ ଗୁଳି ଚଳାଇ ଫେରାର୍‌ ହୋଇଯାଇଛନ୍ତି। ଗୁରୁତର ଅବସ୍ଥାରେ ରାଉରକେଲାସ୍ଥିତ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି। ଠିକାଦାରଙ୍କ ଘର ବିଶ୍ରା ବ୍ଲକର ତେତିରକେଲା ଗ୍ରାମରେ।

ଅବକାରୀ ଚଢାଉ, ୬ ଗିରଫ

ଅବକାରୀ ଚଢାଉ, ୬ ଗିରଫ

ବାରିପଦା ଅଫିସ,୧୨।୧୧- ମୟୁରଭଞ୍ଜ ଜିଲା ଅବକାରୀ ବିଭାଗ ପକ୍ଷରୁ ସୋମବାର ସକାଳୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି।

କଳାକନା ବୁଲାଇଲେ ଚୋର

କଳାକନା ବୁଲାଇଲେ ଚୋର

ଭୋଗରାଇ,୧୧।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଜଳସୋହରିଆ ଗ୍ରାମର ସପନ କୁଣ୍ଡୁ ତାଙ୍କ ପରିବାର ସହ ଘରେ ତାଲା ପକାଇ ଶନିବାର ରାତି ପ୍ରାୟ ସାଢେ ୮ଟା ବେଳେ ଯାତ୍ରା ଦେଖିବାକୁ ଯାଇଥିଲେ। 

୮ ମତ୍ସ୍ୟଜୀବୀ ଗିରଫ

ରାଜନଗର,୧୧ା୧୧(ଡିଏନଏ) : ଭିତରକନିକା ସଂଲଗ୍ନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନିଷିଦ୍ଧାଞ୍ଚଳ ମଧ୍ୟରେ ବେଆଇନ ଭାବେ ମାଛ ମାରୁଥିବା ବାବା ଚନ୍ଦନେଶ୍ୱର ନାମକ ଟ୍ରଲରକୁ ଶନିବାର ସନ୍ଧ୍ୟାରେ ଜବତ କରାଯାଇଛି। ଜବତ ଟ୍ରଲରକୁ ମାଦଳୀ ମୁହାଣ ନିକଟରୁ ପାଟ୍ରୋଲିଂ ଟିମ ଜବତ କରିଛି। 

ଗୁହାଳିଆ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତ ଗିରଫ : ପ୍ରାଥମିକ ତଦନ୍ତରେ ପ୍ରମାଣ ନ ମିଳିବାରୁ ଦେବପ୍ରିିୟଙ୍କ ମୋବାଇଲ ଟ୍ରାକିଂ କଲା  ପୋଲିସ

ଗୁହାଳିଆ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତ ଗିରଫ : ପ୍ରାଥମିକ ତଦନ୍ତରେ ପ୍ରମାଣ ନ ମିଳିବାରୁ ଦେବପ୍ରିିୟଙ୍କ ମୋବାଇଲ ଟ୍ରାକିଂ କଲା ପୋଲିସ

ଆନନ୍ଦପୁର,୧୧।୧୧(ସ୍ବ.ପ୍ର.)-କେନ୍ଦୁଝର ଜିଲା ଘସିପୁରା ଥାନା ଗୁହାଳିଆ ଗ୍ରାମରେ ଗତ ୭ ତାରିଖ ଦୀପାବଳି ଦିନ ଘଟିଥିବା ଆକ୍ରମଣ ଘଟଣା ରାଜନୈତିକ ରୂପ ନେଇ ବିବାଦୀୟ ହୋଇପଡିଛି। ପୋଲିସ ଏହାର ତନାଘନା ଚଳାଇ ଗଣ୍ଡଗୋଳରେ ସମ୍ପୃକ୍ତ ଗୁହାଳିଆ ଗ୍ରାମର ମହେଶ୍ୱର ଯେନା ଏବଂ ବନିକା ଗ୍ରାମର କାଳିଆ ଯେନାଙ୍କୁ ଶନିବାର ଗିରଫ କରିଛି।

 ଔଷଧ ଦୋକାନୀଙ୍କୁ ମାଡ଼ମାରି ସୁନା ଚେନ୍‌ ଲୁଟ୍‌

ଔଷଧ ଦୋକାନୀଙ୍କୁ ମାଡ଼ମାରି ସୁନା ଚେନ୍‌ ଲୁଟ୍‌

ବାଲିଅନ୍ତା,୧୦।୧୧(ଡି.ଏନ୍‌.ଏ.):  ବାଲିଅନ୍ତା ଥାନା ଅଧୀନ ଖମଙ୍ଗ-କାକରୁଦ୍ରପୁର  ରାସ୍ତାର ଭୂତପଦା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଔଷଧ ଦୋକାନୀଙ୍କଠାରୁ ସୁନା ଚେନ୍‌ ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ଦୋକାନୀ ହେଲେ କାକରୁଦ୍ରପୁର ଗ୍ରାମର ପ୍ରସନ୍ନ  କୁମାର ସାହୁ।