ଫୁରସତ |

ରୋଗପ୍ରତିରୋଧକ ଶକ୍ତି ବଢ଼ାଏ ଅଗରବତୀ

ରୋଗପ୍ରତିରୋଧକ ଶକ୍ତି ବଢ଼ାଏ ଅଗରବତୀ
ଅଗରବତୀ ଜାଳିବା ପଛରେ ଆଧ୍ୟାମତ୍ିକ କାରଣ ରହିଛି । ଅଗରବତୀ ଜଳାଇବା ଦ୍ୱାରା ସେଥିରୁ ବାହାରୁଥିବା ଧୂଆଁ ମନରେ ଆଣିଥାଏ ଶାନ୍ତି ଆଉ ଏଥିଯୋଗୁ ପରିବେଶରେ ସୃଷ୍ଟି ହୁଏ ଶୁଦ୍ଧ ବାତାବରଣ। ତେବେ ମନୋବୈଜ୍ଞାନିକ ଦୃଷ୍ଟିରୁ ବିଭିନ୍ନ ରୋଗର ଚିକିସତ୍ା ପାଇଁ ଅଗରବତୀର ଉପଯୋଗ କଲେ ସୁଫଳ ମିଳିଥାଏ ବୋଲି ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଦର୍ଶାଯାଇଛି । ଏହା ରୋଗ ପ୍ରତିରୋଧକ ଭାବେ କାମ କରିଥାଏ। ପ୍ରାଚୀନକାଳରେ ମଧ୍ୟ ଚାଇନା, ଇଜିପ୍ଟ, ତିବ୍ବତ ଆଦି ଦେଶରେ ଅଗରବତୀର ବ୍ୟବହାର ମୁଖ୍ୟତଃ ରୋଗପ୍ରତିରୋଧକ ଭାବେ କରାଯାଉଥିଲା। ଆରୋମା ଥେରାପି ପାଇଁ ଅଗରବତୀର ବ୍ୟବହାର କରାଯାଇଥାଏ। ଅଗରବତୀର ମହକ ମନଭିତରେ ଉସତ୍ାହ ଜାତ କରିବା ସହିତ ମସ୍ତିଷ୍କର ହାଇପୋଥାଲାମସ୍‌ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଫଳରେ ଖୁସି ହରମୋନ୍‌ ଏଣ୍ଡ୍ରୋଫିନ୍‌, ଡୋପାମାଇନ୍‌ ଏବଂ ସେରୋଟୋନିନ୍‌ କ୍ଷରଣ ହୋଇଥାଏ। ଏହା ଦ୍ୱାରା ରକ୍ତ ସଞ୍ଚାଳନ ସ୍ବାଭାବିକ ଭାବେ ହୋଇଥାଏ। ଏଥିଯୋଗୁ ହାର୍ଟ ଆଟାକ୍‌ ଆଶଙ୍କା ବି କମି ଯାଇଥାଏ। ଅଗରବତୀ ଯୋଗୁ ମାନସିକ ଅବସାଦ କମ୍‌ ହୋଇ ମନକୁ ଶାନ୍ତି ମିଳିଥାଏ। ମନ ଅସ୍ଥିରଥିବା ସମୟରେ ଅଗରବତୀ ଜଳାଇଲେ ସୁଫଳ ମିଳିଥାଏ ବୋଲି ରିପୋର୍ଟରେ ସୂଚିତ ହୋଇଛି।
All Right Reserved By

ଫୁରସତ |

ଏହି ବିଲ୍ଡିଂ ଯେଉଁଠି ଅଛି ଶହ ଶହ ଟନ୍‌ ସୁନା...

ଏହି ବିଲ୍ଡିଂ ଯେଉଁଠି ଅଛି ଶହ ଶହ ଟନ୍‌ ସୁନା...

ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ନିକଟରେ ରହିଛି ସବୁଠୁ ଅଧିକ ସୁନା। ଆମେରିକା ଏହି ସୁନାକୁ ଫୋର୍ଡନକ୍ସସ୍ଥିତ ବୁଲିୟନ ଡିପୋଜିଟ୍‌ରେ ରଖିଛି। ଏହାର ପରିମାଣ ୪୬ ଶହ ଟନ୍‌।

ଏମିତି ମନ୍ଦିର ଯେଉଁଠି ପୂଜା ପାଆନ୍ତି ସିନ୍ଦୂରରେ ନିର୍ମିତ ଠାକୁର...

ଏମିତି ମନ୍ଦିର ଯେଉଁଠି ପୂଜା ପାଆନ୍ତି ସିନ୍ଦୂରରେ ନିର୍ମିତ ଠାକୁର...

ଭାରତରେ ଅନେକ ସ୍ଥାନରେ ଗଣେଶ ମନ୍ଦିର ରହିଛି। ଏସବୁ ମନ୍ଦିରରେ ସାଧାରଣତଃ ଗଣେଶଙ୍କ ପଥର ନିର୍ମିତ ମୂର୍ତ୍ତି ପୂଜା ପାହାନ୍ତିି । ତେବେ ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଏକ ମନ୍ଦିରରେ ପୂଜା ପାଉଛନ୍ତି ସିନ୍ଦୁରରେ ନିର୍ମିତ ଗଣେଶ ମୂର୍ତ୍ତି। 

ସୌରଜଗତକୁ  ପରିକ୍ରମା କରୁଥିବା  ସ୍ବପ୍ନର ମଣିଷ

ସୌରଜଗତକୁ ପରିକ୍ରମା କରୁଥିବା ସ୍ବପ୍ନର ମଣିଷ

ପୃଥିବୀକୁ ମିଶେଇ ଆମ ସୌରଜଗତରେ ଆଠଟି ଗ୍ରହ ଅଛନ୍ତି ା ଗ୍ରହଗୁଡ଼ିକ ନିଜ ଚାରିପଟେ ନଟୁ ପରି ବୁଲିବା ସହ ସୂର୍ଯ୍ୟଙ୍କ ଚାରିପଟେ ଘୂରୁଛନ୍ତିି। ସୂର୍ଯ୍ୟ ମଧ୍ୟ ସ୍ଥିର ନୁହେଁ ା ସେ ବି ନିଜ ଚାରିପଟେ ଘୂରିବା ସହ ଆମ ଆକାଶଗଙ୍ଗା ଛାୟାପଥରେ ଘୂରୁଛି। ଆକାଶଗଙ୍ଗା ଛାୟାପଥରେ ସୂର୍ଯ୍ୟ ଭଳି କୋଟି କୋଟି ବଡ଼ ସାନ ନକ୍ଷତ୍ର ରହିଛି। ଆମ ବିଶ୍ୱ ବ୍ରହ୍ମାଣ୍ଡରେ ଆକାଶଗଙ୍ଗା ଛାୟାପଥ ଭଳି ଅନେକ ଛାୟାପଥ ରହିଛି ା ସବୁ ଛାୟାପଥ ଘୂରୁଛନ୍ତି ା ମୋଟାମୋଟି କହିଲେ, ବିଶ୍ୱ ବ୍ରହ୍ମାଣ୍ଡରେ ସମସ୍ତ ଗ୍ରହ, ଉପଗ୍ରହ, ନକ୍ଷତ୍ର ଓ ଛାୟାପଥ ସମସ୍ତେ ଘୂରୁଛନ୍ତି। ସତରେ କେତେ ଶୃଙ୍ଖଳିତ ସେମାନେ?

ଜାଣନ୍ତି କି....ରିଙ୍କେଲ ଥିବା ବ୍ୟକ୍ତି ସତ୍ୟପ୍ରିୟ

ଜାଣନ୍ତି କି....ରିଙ୍କେଲ ଥିବା ବ୍ୟକ୍ତି ସତ୍ୟପ୍ରିୟ

କୁହାଯାଏ ବୟସ ବଢ଼ିଲେ ତାହାର ପ୍ରଭାବ ଶରୀର ଉପରେ ବାରି ହୋଇପଡ଼ିଥାଏ। ବିଶେଷକରି ଚର୍ମରେ ଏହାର ପ୍ରଭାବ ଦେଖାଯିବା ଫଳରେ ଏହା ନରମ ହୋଇଯାଏ। ସେହିପରି ଆଖିରେ ମଧ୍ୟ ରିଙ୍କେଲ(କୁଞ୍ଚନ) ଦେଖାଯାଇଥାଏ। ଏଥିରୁ ହିଁ ବ୍ୟକ୍ତିର ବୟସ ଅନ୍ୟମାନଙ୍କୁ ସହଜରେ ଜଣାପଡ଼ିଯାଏ। 

ଆଇଫୋନ୍‌ ଗନ୍‌

ଆଇଫୋନ୍‌ ଗନ୍‌

ପୃଥିବୀରେ ଯେତିକି ଲୋକଙ୍କ ପାଖରେ ବନ୍ଧୁକ ଅଛି ତା’ର ୪୮% ଅଛି କେବଳ ଆମେରିକୀୟଙ୍କ ପାଖରେ। ସେଥିପାଇଁ ତ ଏଠାକାର ଅସ୍ତ୍ରଶସ୍ତ୍ର ତିଆରି କରୁଥିବା କମ୍ପାନୀର ବାର୍ଷିକ ଆୟ ୯୧୦୦୦ କୋଟି ହୋଇଥାଏ। 

ହାତର ବିଭିନ୍ନ ସିମ୍ବଲ ଏବଂ ଏହାର ଉତ୍ପତ୍ତି

ହାତର ବିଭିନ୍ନ ସିମ୍ବଲ ଏବଂ ଏହାର ଉତ୍ପତ୍ତି

ମଣିଷ ସାଧାରଣତଃ ବିଭିନ୍ନ ଅଙ୍ଗଭଙ୍ଗୀ କରିଥାଏ। ହେଲେ ସେସବୁ ମଧ୍ୟରୁ କେତୋଟି ନିର୍ଦ୍ଦିଷ୍ଟ ଭଙ୍ଗୀକୁ କିଛି ସିମ୍ବଲ ଭାବେ ଗ୍ରହଣ କରାଯାଇଥାଏ। ଠିକ୍‌ ଯେମିତି ହାତର ଆଙ୍ଗୁଳିରେ କରାଯାଉଥିବା କିଛି ଭଙ୍ଗୀ ବା ମୁଦ୍ରା ବି ବିଭିନ୍ନ ସିମ୍ବଲ ଭାବେ ଜନ ସାଧାରଣରେ ବେଶ୍‌ ଆଦୃତ। ତେବେ ଏହାର ପ୍ରଚଳନ ଯେ କେତେ ପୁରୁଣା ଜାଣିଲେ ଆଶ୍ଚର୍ଯ୍ୟ ହେବେ...

ୟୁଥ୍‌ ଆଲର୍ଟ: ନିଜ ଫୋନ୍‌କୁ ରଖନ୍ତୁ ସୁରକ୍ଷିତ

ୟୁଥ୍‌ ଆଲର୍ଟ: ନିଜ ଫୋନ୍‌କୁ ରଖନ୍ତୁ ସୁରକ୍ଷିତ

ବର୍ତ୍ତମାନ କାହା ପାଖରେ ବା ସ୍ମାର୍ଟଫୋନ୍‌ ନାହିଁ। କେବଳ କଥା ହେବା କିମ୍ବା  ଇଣ୍ଟରନେଟ୍‌ ବ୍ୟବହାର ପାଇଁ ନୁହେଁ, ପର୍ସନାଲ ଡାଟା ଷ୍ଟୋରେଜ୍‌ ପାଇଁ ମଧ୍ୟ ଏହା ଏକ ଆବଶ୍ୟକ ସାମଗ୍ରୀରେ ପରିଣତ ହୋଇଗଲାଣି।

ରବର୍‌ ଗର୍ଲ

ରବର୍‌ ଗର୍ଲ

ଜର୍ମାନୀର ୩୧ ବର୍ଷୀୟା ଜୁଲିଆ ଗୁନ୍ଥେଲ, ପରିଚିତ ଜେଲ୍ଟା ନାମରେ। ତାଙ୍କ ଶରୀର ଅସମ୍ଭବଭାବେ ନମନୀୟ। କହିବାକୁଗଲେ ରବର୍‌ ଭଳି। ସେ ନିଜ ଶରୀରକୁ ଏମିତି ମୋଡି ପାରନ୍ତି ଯେ, ଦେଖିଲେ ଆଶ୍ଚର୍ଯ୍ୟ ଲାଗେ।

ଶୁଭ ସୂଚକ ପ୍ରାଣୀ

ଶୁଭ ସୂଚକ ପ୍ରାଣୀ

ହିନ୍ଦୁଧର୍ମ ଅନୁଯାୟୀ ଗୋମାତାଙ୍କୁ ଦେବତା ତୁଲ୍ୟ ପୂଜାର୍ଚ୍ଚନା କରାଯାଉଥିବା ବେଳେ ସାପ, ବୃଷଭ ଆଦି ଜୀବଙ୍କୁ ଦେବତା ସ୍ବରୂପ ଗ୍ରହଣ କରାଯାଏ। ସେହିଭଳି ବିଭିନ୍ନ ସଂସ୍କୃତିରେ ଭିନ୍ନ ଭିନ୍ନ ଜୀବଙ୍କୁ ଶୁଭ ସୂଚକ ବୋଲି କୁହାଯାଏ।

ପ୍ରଥମ ରୋଜଗାର ଟଙ୍କା ସ୍ବାମୀଙ୍କୁ ଦେଇଥିଲି

ପ୍ରଥମ ରୋଜଗାର ଟଙ୍କା ସ୍ବାମୀଙ୍କୁ ଦେଇଥିଲି

କଣ୍ଠଶିଳ୍ପୀ ତଥା ଲେଖିକା ଛନ୍ଦା ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଚାଲିଲା ଲେଗୋ ବ୍ରିକ୍‌ର କାର୍‌

ଚାଲିଲା ଲେଗୋ ବ୍ରିକ୍‌ର କାର୍‌

ଛୋଟ ପିଲାମାନେ ଲେଗୋ ବ୍ରିକ୍‌କୁ ଜଏଣ୍ଟ କରି ଘରଠୁ ଆରମ୍ଭ କରି ବ୍ରିଜ୍‌, ଗେଟ୍‌ ଅନେକ କିଛି ତିଆରି କରନ୍ତି। ତେବେ ନିକଟରେ ସେହି ଲେଗୋ ବ୍ରିକ୍‌ରେ ତିଆରି କରାଯାଇଥିଲା ଏକ ବୁଗାତି ଚିରୋନ୍‌ କାର୍‌। ଡେନମାର୍କର ଟୟ କମ୍ପାନୀ ଏହାକୁ ତିଆରି କରିଥିଲା। 

ଘାଟ

ଘାଟ

ନଦୀରେ ଯାତାୟାତ ପାଇଁ ଡଙ୍ଗାର ଆବଶ୍ୟକତା ଯେତିକି ଥାଏ, ସେତିକି ଥାଏ ଘାଟର। ନଦୀତଟର ଗୋଟିଏ ପଟରୁ ଅନ୍ୟ ପଟକୁ ଜଳପଥରେ ପାର ହେବା ପାଇଁ ଘାଟରୁ ହିଁ ଆରମ୍ଭ ହୁଏ ନୌଯାତ୍ରା ...