ରାଜ୍ୟ | ସମ୍ବଲପୁର

କ୍ଷତିପୂରଣ ଦାବିରେ ବିସ୍ଥାପିତଙ୍କ ଧାରଣା

 କ୍ଷତିପୂରଣ ଦାବିରେ ବିସ୍ଥାପିତଙ୍କ ଧାରଣା
ନୂଆପଡା ଅଫିସ,୧୦।୭: କୋମନା ବ୍ଲକ ଅନ୍ତର୍ଗତ ସାହଜଟ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଆଜକୁ ଦଶ ବର୍ଷ ହେବ ନିର୍ମାଣ କାମ ଶେଷ ହୋଇଛି। ହେଲେ ଏହି କାମ ସମୟରେ ନିଜର ଜମି ବାଡି ବୁଡି ଯାଇଥିବା ଚାଷୀଙ୍କୁ ଏବେ ଯାଏ ମିଳି ପାରିନି ସମ୍ପୂର୍ଣ୍ଣ କ୍ଷତି ପୂରଣ ରାଶି । ଜମି ବାବଦକୁ ସହାୟତା ମିଳିଥିଲେ ହେଁ ଗଛ ଏବଂ ଘର ବାଡି ବାବଦକୁ ଟଙ୍କା ଆସି ଜିଲାପାଳଙ୍କ କାର୍ଯ୍ୟାଳୟରେ ପଡି ରହିଛି । ଏଥିପାଇଁ ଚାଷୀମାନେ ଦୌଡି ଦୌଡି ଗୋଡ ଘସି ହୋଇଯିବା ପରେ ଶେଷରେ ଆନ୍ଦୋଳନର ରାସ୍ତା ଆପଣେଇଛନ୍ତି । ସୋମବାର ପୂର୍ବାହ୍ନରେ ବାଲିପାଟି ଗାଁର ୩ପରିବାର ଲୋକ ଧାରଣାରେ ବସିଛନ୍ତି । ସେମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏଥିରୁ ଓହରିବେ ନାହିଁ ବୋଲି ଅଡି ବସିଛନ୍ତି । ଜଟଗଡ ଗ୍ରାମପଞ୍ଚାୟତର ସାହଜଟ, ବାଲିପାଟି ଆଦି ଗାଁର ଚାଷୀମାନଙ୍କୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ଏକ କ୍ଷୁଦ୍ର ଜଳ ଅମଳ ପ୍ରକଳ୍ପ ନିର୍ମାଣ କାମ ହାତକୁ ନିଆଯାଇଥିଲା । ଠିକ୍‌ ସମୟରେ ଏହି ପ୍ରକଳ୍ପ କାମ ଶେଷ ହେଲା । ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ବାଲିପାଟି ଗାଁର ୧୯ଟି ଚାଷୀ ପରିବାରଙ୍କୁ ପ୍ରକଳ୍ପରେ ବୁଡିଯାଇଥିବା ଜମିବାବଦକୁ କ୍ଷତି ପୂରଣ ରାଶି ପ୍ରଦାନ କରାଯାଇଥିଲା । ହେଲେ ଘର ଏବଂ ଗଛ ବାବଦକୁ ପ୍ରଦାନ କରାଯାଇ ନାହିଁ । ଏଥିପାଇଁ ଚାଷୀମାନେ ବାରମ୍ବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ହେଁ ତାହା ଏଯାବତ ମିଳିପାରି ନାହିଁ ।ବିଗତ ଦିନଗୁଡ଼କରେ ଦୁଇ ଥର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଧାରଣାରେ ବସିଛନ୍ତି । ହେଲେ ସହାୟତା ରାଶି ତୁରନ୍ତ ପ୍ରଦାନ କରାଯିବ ବୋଲି କେବଳ ପ୍ରତିଶ୍ରୁତି ଦିଆଯାଇଛି ା କିନ୍ତୁ ପରବର୍ତ୍ତୀ ସମୟରେ ତାହା ଧୂଆଁବାଣ ପାଲଟିଛି । ଏହାକୁ ନେଇ ଚାଷୀ ଗୌତମ ମାଝୀଙ୍କ ସମେତ ପଦମନୀ ମାଝୀ, ଲିଙ୍ଗରାଜ ମାଝୀଙ୍କ ପରିବାର ଲୋକ ସାତ ଦିନ ତଳେ କାର୍ଯ୍ୟାନୁଷ୍ଠାନ ନ ହେଲେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଥିଲେ । ସେହି ଅନୁସାରେ ସୋମବାର ପୂର୍ବାହ୍ନ ୧୧ଟାରୁ ସମ୍ପୃକ୍ତ ପରିବାର ଲୋକେ ଦୀର୍ଘ ୨୫କିମି ଦୂର ବାଲିପାଟି ଗାଁରୁ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଧାରଣାରେ ବସିଛନ୍ତି । ସର୍ଭେ ମୁତାବକ ପେମେଣ୍ଟ ତାଲିକା ପ୍ରସ୍ତୁତି ସରିଛି । କେଉଁ ସ୍ବାର୍ଥରେ ଅଧିକାରୀମାନେ ଫାଇଲକୁ ଚାପି ରଖିଛନ୍ତି । ଏହା ଉପରେ ଜିଲାପାଳ ଖୋଦ ଦୃଷ୍ଟି ଦେଇ ତଦନ୍ତ କରିବା ପରେ ପେମେଣ୍ଟ ଦେବାର ବ୍ୟବସ୍ଥା କରିବାକୁ ନେତୃତ୍ୱ ନେଉଥିବା ଚାଷୀ ଗୌତମ ମାଝୀ ଦାବି କରିଛନ୍ତି । ପ୍ରଥମ ଦିନର ଧାରଣାରେ ଜିଲା କଂଗ୍ରେସ ସଭାପତି ଘାସିରାମ ମାଝୀ, ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ରବୀନ୍ଦ୍ର ମଙ୍ଗରାଜ ଧାରଣାସ୍ଥଳକୁ ଆସି ସମର୍ଥନ ଜଣାଇଛନ୍ତି ।
All Right Reserved By

ରାଜ୍ୟ | ସମ୍ବଲପୁର

ପାଟଖଣ୍ଡା ଯାତ୍ରାର ତୃତୀୟ ଦିନ:ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି

ପାଟଖଣ୍ଡା ଯାତ୍ରାର ତୃତୀୟ ଦିନ:ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି

 ଦେଓଗାଁ,୨୦ା୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହାରେ ବିଜୟା ଦଶମୀ ତିଥିରେ ଗୁରୁବାର ଆରମ୍ଭ ହୋଇଛି ପଞ୍ଚଦନ ବ୍ୟାପୀ ଐତିହ୍ୟପୂର୍ଣ୍ଣ ମା’ ପାଟଖଣ୍ଡା ଯାତ୍ରା । ଶନିବାର ଯାତ୍ରାର ତୃତୀୟ ଦିନରେ ନିଶିପୂଜା, ଲିଙ୍ଗାବରଣ ପୂଜା ଓ ମଧ୍ୟ୍ୟରାତ୍ରରେ ସନ୍ଧିପୂଜା ଅନୁଷ୍ଠିତ ହୋଇଥିଲା। ଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମୁଛି। 

ଗୁଣପୁର-ନୌପଡା ମଧ୍ୟରେ ଟ୍ରେନ୍‌ ଚଳାଚଳ ବନ୍ଦ: ତେଜୁଛି ଅସନ୍ତୋଷ

ଗୁଣପୁର-ନୌପଡା ମଧ୍ୟରେ ଟ୍ରେନ୍‌ ଚଳାଚଳ ବନ୍ଦ: ତେଜୁଛି ଅସନ୍ତୋଷ

ଗୁଣପୁର,୨୦ା୧୦(ଡି.ଏନ.ଏ)-ତିତ୍‌ଲି ସାମୁଦ୍ରିକ ଝଡରେ ନୌପଡା-ଗୁଣପୁର ରେଳପଥର ପେଦାସାନା ନିକଟରେ ରେଳଧାରଣା କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ୧୨ତାରିଖଠାରୁ ଏହି ରେଳପଥରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଛି। ଏଥିଯୋଗୁ ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଗୁଣପୁର-ପୁରୀ, ପୁରୀ-ଗୁଣପୁର, ପଲାସା-ଗୁଣପୁର, ଗୁଣପୁର-ପଲାସା, ରାଜ୍ୟରାଣୀ ଏକ୍ସପ୍ରେସ କେବଳ ପାଲାସା ପର୍ଯ୍ୟନ୍ତ ଚଳାଚଳ କରୁଛି। 

କେବିସିରେ ୨୫ ଲକ୍ଷ ଜିତିଲେ ରବିକୁମାର

କେବିସିରେ ୨୫ ଲକ୍ଷ ଜିତିଲେ ରବିକୁମାର

ଦାମନଯୋଡ଼ି,୨୦।୧୦(ଡି.ଏନ୍‌.ଏ)-  ନାଲ୍‌କୋ କର୍ମଚାରୀ ନମ୍ବଲା ରବି କୁମାର ସୋନି ଟିଭି ଚ୍ୟାନେଲ୍‌ରେ ପ୍ରସାରିତ କୌନ୍‌ ବନେଗା କରୋଡ଼ ପତି (କେବିସି)ରେ ଭାଗନେଇ ୨୫ ଲକ୍ଷ ଟଙ୍କା ଜିତିଛନ୍ତି। ଏହି ଏପିସୋଡ଼ ଗୁରୁବାର ପ୍ରସାରିତ ହୋଇଥିଲା। ଅବସରପ୍ରାପ୍ତ ପୋଲିସ୍‌ କର୍ମଚାରୀ ଏନ୍‌ ଜଗନ୍ନାଥମଙ୍କ ବଡ଼ପୁଅ ହେଉଛନ୍ତି ରବି। ରବି ୨୦୦୦ ମସିହାରୁ କେବିସି ପାଇଁ ପ୍ରସ୍ତୁତ ହେଉଥିଲେ।

ରାଜ୍ୟପାଳଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

ରାଜ୍ୟପାଳଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

କୋଣାର୍କ, ୨୦।୧୦(ଡି.ଏନ୍‌.ଏ.)-ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ଅପରାହ୍ନରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ରାଜ୍ୟପାଳଙ୍କୁ ସରକାରୀ ଗାଇଡ଼ ଆଭାସ ଚନ୍ଦ୍ର ମହାନ୍ତି ସୂର୍ଯ୍ୟମନ୍ଦିର ସମ୍ବନ୍ଧରେ ବିଶଦ ଭାବେ ଅବଗତ କରାଇଥିଲେ। ପରେ ପରେ ରାଜ୍ୟପାଳ ଇଣ୍ଡିଆନ ଅଏଲ୍‌ ଫାଉଣ୍ଡେଶନ ପକ୍ଷରୁ ନିର୍ମିତ ବ୍ୟାଖ୍ୟାନକେନ୍ଦ୍ର ବୁଲି ଦେଖିଥିଲେ। 

ନଦୀରୁ ବାଳକ ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ:  ପାରିବାରିକ ଶାନ୍ତି ପାଇଁ ଦିଆଯାଇଥିଲା ବଳି

ନଦୀରୁ ବାଳକ ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ: ପାରିବାରିକ ଶାନ୍ତି ପାଇଁ ଦିଆଯାଇଥିଲା ବଳି

ବଲାଙ୍ଗୀର ଅଫିସ/ଟିଟିଲାଗଡ, ୨୦।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ସିନ୍ଧେକେଲା ନିକଟ ଉନ୍ଦେର ନଦୀ ପଠାରୁ ନିଖୋଜ ବାଳକର ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। 

ଲାଠିପୂଜାରେ ଦୁଲୁକିଲା ଆଦିବାସୀ ଗାଁ

ଲାଠିପୂଜାରେ ଦୁଲୁକିଲା ଆଦିବାସୀ ଗାଁ

ମାଥିଲି,୨୦। ୧୦(ଡି.ଏନ.ଏ)-ଦଶହରା ପର୍ବ ଶନିବାର ଶେଷ ହୋଇଛି। ପୀଠରୁ ଆବାହନ କରି ଅଣାଯାଇଥିବା ଲାଠିଦେବୀ ପୁନର୍ବାର ନିଜ ଆସ୍ଥାନ ସ୍ଥଳକୁ ଲେଉଟି ଯାଇଛନ୍ତି। ଏଥିପାଇଁ ଶୁକ୍ରବାର ରାତିରେ ମାଲକାନଗିରି ଜିଲା ମାଥିଲି ବ୍ଲକ ଭେଜାଗୁଡା ପଞ୍ଚାୟତ ଅଧିନ କତାମେଟା ଗ୍ରାମ ଉତ୍ସବମୁଖର ହୋଇ ଉଠିଥିଲା ଶେଷ ଦିନ ପୂଜାରେ ଅଞ୍ଚଳର ୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ଦାମୋଦର ବେଶରେ ଦର୍ଶନ ଦେଲେ ଶ୍ରୀନୀଳମାଧବ ଜୀୟୁ

ଦାମୋଦର ବେଶରେ ଦର୍ଶନ ଦେଲେ ଶ୍ରୀନୀଳମାଧବ ଜୀୟୁ

ଖଣ୍ଡପଡ଼ା,୨୦।୧୦(ସ୍ବ.ପ୍ର)- ନୀଳମାଧବ ଜୀୟୁ ଦାମୋଦର ବେଶରେ ଶ୍ରଦ୍ଧାଳୁ ଭକ୍ତଙ୍କୁ ଶନିବାର ଦର୍ଶନ ଦେଇଛନ୍ତି। ଏହି ଅବସରରେ ଶ୍ରୀଜୀଉଙ୍କ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ପ୍ରଥମେ ଦ୍ୱାର ଫିଟା ପରେ ମଙ୍ଗଳ ଆଳତୀ, ମଇଲମ ଓ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଠାକୁରଙ୍କ ଦାମୋଦର ବେଶ ସମ୍ପନ୍ନ ହୋଇଥିଲା। 

ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ନୀତି: ନଟବର ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ ଠାକୁର

ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ନୀତି: ନଟବର ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ ଠାକୁର

ସାକ୍ଷୀଗୋପାଳ,୨୦।୧୦(ଡି.ଏନ୍‌.ଏ.): ପରମ୍ପରା କ୍ରମେ ଆଶ୍ବିନ ଶୁକ୍ଳ ଏକାଦଶୀ ଶନିବାର ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ଏହି ଅବସରରେ ସାକ୍ଷୀଗୋପାଳ ଠାକୁରଙ୍କୁ ନଟବର ବେଶରେ ସଜ୍ଜିତ କରାଯାଇଛି। 

ଜୟପୁର: ଅପରାଜିତା ପୂଜା ସହ ରାବଣ ପୋଡ଼ିରେ ସରିଲା ଦଶହରା

ଜୟପୁର: ଅପରାଜିତା ପୂଜା ସହ ରାବଣ ପୋଡ଼ିରେ ସରିଲା ଦଶହରା

ଜୟପୁର, ୨୦ା୧୦(ନି.ପ୍ର)-କୋରପୁଟ ଜିଲା ଜୟପୁର ସହରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରସିଦ୍ଧ ଅପରାଜିତା ପୂଜା ସହ ରାବଣ ପୋଡ଼ିରେ ଦଶହରା ପର୍ବ ସମାପ୍ତ ହୋଇଯାଇଛି। ମୁଳାଷ୍ଟମୀରେ ଆଜ୍ଞାମାଳ ମିଳିବା ପରଠାରୁ ସହରରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା। ରାବଣ ପୋଡି ପାଇଁ ଦଶହରା ପଡିଆରେ ପ୍ରବଳ ଜନସମାଗମ ହୋଇଥିଲା।

 ସଚେତନତା ଅଭାବରୁ ଝିଅ ଶବ କାନ୍ଧରେ ନେଉଥିଲେ, ଲୋକଙ୍କ ହସ୍ତକ୍ଷେପ ପରେ ଶବ ମହାପ୍ରୟାଣ ଗାଡ଼ିରେ ଗଲା

ସଚେତନତା ଅଭାବରୁ ଝିଅ ଶବ କାନ୍ଧରେ ନେଉଥିଲେ, ଲୋକଙ୍କ ହସ୍ତକ୍ଷେପ ପରେ ଶବ ମହାପ୍ରୟାଣ ଗାଡ଼ିରେ ଗଲା

ଭଞ୍ଜନଗର,୨୦।୧୦(ଡି.ଏନ୍‌.ଏ.): ସରକାରୀ ଯୋଜନା ସମ୍ପର୍କରେ ଅନେକ ଲୋକ ଜାଣିପାରୁ ନାହାନ୍ତି। ଯେଉଁମାନେ ସଚେତନ କରାଇବା ପାଇଁ ଅଛନ୍ତି, ସେମାନଙ୍କର ଆଗ୍ରହ ମଧ୍ୟ ଦେଖାଯାଉନାହିଁ। ଫଳରେ ଗରିବ ଲୋକେ ସଚେତନତା ଅଭାବରୁ ସରକାରୀ ଯୋଜନାର ସୁବିଧା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବିଜେଡିରେ ଯୋଗଦେଲେ ୧୫ ଭାଜପା କର୍ମୀ

ବିଜେଡିରେ ଯୋଗଦେଲେ ୧୫ ଭାଜପା କର୍ମୀ

ପରଜଙ୍ଗ,୨୦।୧୦: ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନମଣ୍ଡଳୀ କୁସୁମଜୁଡି ପଞ୍ଚାୟତର ୧୫ ଜଣ ଭାଜପା କର୍ମୀ ଶନିବାର ବିଜେଡିରେ ଯୋଗ ଦେଇଛନ୍ତି। 

ନିଆରା ପରମ୍ପରା ସହ ଥାନାରେ ଦଶହରା ପାଳିତ ମହୁଲି ମଦ, ଛେଳି ସମର୍ପଣ ପରେ ପୂଜା ପାହାନ୍ତି ପାଟଖଣ୍ଡା

ନିଆରା ପରମ୍ପରା ସହ ଥାନାରେ ଦଶହରା ପାଳିତ ମହୁଲି ମଦ, ଛେଳି ସମର୍ପଣ ପରେ ପୂଜା ପାହାନ୍ତି ପାଟଖଣ୍ଡା

ଦାରିଙ୍ଗବାଡ଼ି,୨୦।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦୁର୍ଗାପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ଏହି ଅବସରରେ ଦାରିଙ୍ଗବାଡ଼ି ଏବଂ ସିମନବାଡ଼ିଠାରେ ସ୍ବତନ୍ତ୍ର ପୂଜାମଣ୍ଡପ କରାଯାଇ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜାର୍ଚ୍ଚନା କରାଯାଇଛି ।