ଫୁରସତ |

କେଉଁ ରାଶିର କନ୍ୟା ସ୍ବାମୀଙ୍କ ଲାଗି ଆଣନ୍ତି ସୌଭାଗ୍ୟ

କେଉଁ ରାଶିର କନ୍ୟା ସ୍ବାମୀଙ୍କ ଲାଗି ଆଣନ୍ତି ସୌଭାଗ୍ୟ
ବିବାହ ଏକ ପବିତ୍ର ବନ୍ଧନ। ଏହା ଜନ୍ମଜନ୍ମର ସମ୍ପର୍କ ବୋଲି ଅନେକ କହିଥାନ୍ତି। ବିବାହ କରିବା ପୂର୍ବରୁ କନ୍ୟାର ସମସ୍ତ ଗୁଣକୁ ଭାରତୀୟ ପରମ୍ପରାରେ ପରଖା ଯାଇଥାଏ। କନ୍ୟାର ରାଶିରୁ ତା’ର ସ୍ବଭାବ ଓ ଚାଲିଚଳନ ବିଷୟରେ ବହୁତ କିଛି ଜାଣିହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ଏପରି କିଛି ରାଶିର କନ୍ୟା ଅଛନ୍ତି ଯେଉଁମାନେ ସ୍ବାମୀଙ୍କ ଲାଗି ଆଣିଥାନ୍ତି ସୌଭାଗ୍ୟ। କର୍କଟ ରାଶିର କନ୍ୟାମାନେ ନିଜର ଜୀବନସାଥୀଙ୍କୁ ବହୁତ ଭଲ ପାଇଥାନ୍ତି । ସାଥୀର ଖୁସି ପାଇଁ ସମସ୍ତ କଷ୍ଟ ସହ୍ୟ କରିବାକୁ ପଛେଇ ନ ଥାନ୍ତି। ସେହିପରି ମେଷରାଶିର କନ୍ୟାମାନେ ଥାଆନ୍ତି ଜିଦିଆ ସ୍ବଭାବର। ତେବେ ସେମାନେ ଜୀବନସାଥୀଙ୍କୁ ଭଲ ପାଇବା ସହିତ ଦେଇଥାନ୍ତି ସମ୍ମାନ। ନିଜ ଲକ୍ଷ୍ୟପ୍ରାପ୍ତି ପାଇଁ ମେଷ ରାଶି କନ୍ୟା ସବୁ କିଛି କରିବାକୁ ପ୍ରସ୍ତୁତ ହୋଇଥାନ୍ତି। ଏହି ରାଶିର କନ୍ୟା ଜୀବନସାଥୀକୁ ସବୁ କ୍ଷେତ୍ରରେ ସହଯୋଗ କରନ୍ତି। ଏମାନେ ଜଣେ ଜଣେ ଭଲ ମା’ ହେବା ସହ ନିଜ ପିଲାମାନଙ୍କୁ ଭଲ ଭାବେ ଗାଇଡ୍‌ କରିପାରନ୍ତିି । ଏମାନଙ୍କ ମଧ୍ୟରେ ନେତୃତ୍ୱ ନେବାର ଗୁଣ ଥାଏ। ଯାହା ଏମାନଙ୍କ ପିଲାମାନଙ୍କ ଠାରେ ପରର୍ବତ୍ତୀ ସମୟରେ ଦେଖିବାକୁ ମିଳେ। ସିଂହ ରାଶିର କନ୍ୟାମାନେ ସାଧାରଣତଃ କଠୋର ହୋଇଥାନ୍ତି। ଏମାନେ ବିଶ୍ୱାସନୀୟ ଏବଂ କ୍ଷମତାଶାଳୀ ସାଥୀ ଆବଶ୍ୟକ କରିଥାନ୍ତି। ନିଜ ସାଥୀର ପାଇଁ ସବୁବେଳେ ଏମାନେ ହୋଇଥାନ୍ତି ସମର୍ପିତା । ଏହି ରାଶିର କନ୍ୟାମାନେ ନିଜ ସାଥୀଙ୍କୁ ବହୁତ ଭଲ ପାଆନ୍ତି। ଏମାନଙ୍କର ଭଲପାଇବା ନିଃସ୍ବାର୍ଥ ଏବଂ ଶୁଦ୍ଧ ହୋଇଥାଏ। ଏମାନେ ନିଜ ପ୍ରିୟଜନମାନଙ୍କ ରକ୍ଷା କରିବା ପାଇଁ ସବୁବେଳେ ପ୍ରୟାସ କରିଥାନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଳେଖ ରହିଛି।
All Right Reserved By

ଫୁରସତ |

ଏହି ବିଲ୍ଡିଂ ଯେଉଁଠି ଅଛି ଶହ ଶହ ଟନ୍‌ ସୁନା...

ଏହି ବିଲ୍ଡିଂ ଯେଉଁଠି ଅଛି ଶହ ଶହ ଟନ୍‌ ସୁନା...

ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ନିକଟରେ ରହିଛି ସବୁଠୁ ଅଧିକ ସୁନା। ଆମେରିକା ଏହି ସୁନାକୁ ଫୋର୍ଡନକ୍ସସ୍ଥିତ ବୁଲିୟନ ଡିପୋଜିଟ୍‌ରେ ରଖିଛି। ଏହାର ପରିମାଣ ୪୬ ଶହ ଟନ୍‌।

ଏମିତି ମନ୍ଦିର ଯେଉଁଠି ପୂଜା ପାଆନ୍ତି ସିନ୍ଦୂରରେ ନିର୍ମିତ ଠାକୁର...

ଏମିତି ମନ୍ଦିର ଯେଉଁଠି ପୂଜା ପାଆନ୍ତି ସିନ୍ଦୂରରେ ନିର୍ମିତ ଠାକୁର...

ଭାରତରେ ଅନେକ ସ୍ଥାନରେ ଗଣେଶ ମନ୍ଦିର ରହିଛି। ଏସବୁ ମନ୍ଦିରରେ ସାଧାରଣତଃ ଗଣେଶଙ୍କ ପଥର ନିର୍ମିତ ମୂର୍ତ୍ତି ପୂଜା ପାହାନ୍ତିି । ତେବେ ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଏକ ମନ୍ଦିରରେ ପୂଜା ପାଉଛନ୍ତି ସିନ୍ଦୁରରେ ନିର୍ମିତ ଗଣେଶ ମୂର୍ତ୍ତି। 

ସୌରଜଗତକୁ  ପରିକ୍ରମା କରୁଥିବା  ସ୍ବପ୍ନର ମଣିଷ

ସୌରଜଗତକୁ ପରିକ୍ରମା କରୁଥିବା ସ୍ବପ୍ନର ମଣିଷ

ପୃଥିବୀକୁ ମିଶେଇ ଆମ ସୌରଜଗତରେ ଆଠଟି ଗ୍ରହ ଅଛନ୍ତି ା ଗ୍ରହଗୁଡ଼ିକ ନିଜ ଚାରିପଟେ ନଟୁ ପରି ବୁଲିବା ସହ ସୂର୍ଯ୍ୟଙ୍କ ଚାରିପଟେ ଘୂରୁଛନ୍ତିି। ସୂର୍ଯ୍ୟ ମଧ୍ୟ ସ୍ଥିର ନୁହେଁ ା ସେ ବି ନିଜ ଚାରିପଟେ ଘୂରିବା ସହ ଆମ ଆକାଶଗଙ୍ଗା ଛାୟାପଥରେ ଘୂରୁଛି। ଆକାଶଗଙ୍ଗା ଛାୟାପଥରେ ସୂର୍ଯ୍ୟ ଭଳି କୋଟି କୋଟି ବଡ଼ ସାନ ନକ୍ଷତ୍ର ରହିଛି। ଆମ ବିଶ୍ୱ ବ୍ରହ୍ମାଣ୍ଡରେ ଆକାଶଗଙ୍ଗା ଛାୟାପଥ ଭଳି ଅନେକ ଛାୟାପଥ ରହିଛି ା ସବୁ ଛାୟାପଥ ଘୂରୁଛନ୍ତି ା ମୋଟାମୋଟି କହିଲେ, ବିଶ୍ୱ ବ୍ରହ୍ମାଣ୍ଡରେ ସମସ୍ତ ଗ୍ରହ, ଉପଗ୍ରହ, ନକ୍ଷତ୍ର ଓ ଛାୟାପଥ ସମସ୍ତେ ଘୂରୁଛନ୍ତି। ସତରେ କେତେ ଶୃଙ୍ଖଳିତ ସେମାନେ?

ଜାଣନ୍ତି କି....ରିଙ୍କେଲ ଥିବା ବ୍ୟକ୍ତି ସତ୍ୟପ୍ରିୟ

ଜାଣନ୍ତି କି....ରିଙ୍କେଲ ଥିବା ବ୍ୟକ୍ତି ସତ୍ୟପ୍ରିୟ

କୁହାଯାଏ ବୟସ ବଢ଼ିଲେ ତାହାର ପ୍ରଭାବ ଶରୀର ଉପରେ ବାରି ହୋଇପଡ଼ିଥାଏ। ବିଶେଷକରି ଚର୍ମରେ ଏହାର ପ୍ରଭାବ ଦେଖାଯିବା ଫଳରେ ଏହା ନରମ ହୋଇଯାଏ। ସେହିପରି ଆଖିରେ ମଧ୍ୟ ରିଙ୍କେଲ(କୁଞ୍ଚନ) ଦେଖାଯାଇଥାଏ। ଏଥିରୁ ହିଁ ବ୍ୟକ୍ତିର ବୟସ ଅନ୍ୟମାନଙ୍କୁ ସହଜରେ ଜଣାପଡ଼ିଯାଏ। 

ଆଇଫୋନ୍‌ ଗନ୍‌

ଆଇଫୋନ୍‌ ଗନ୍‌

ପୃଥିବୀରେ ଯେତିକି ଲୋକଙ୍କ ପାଖରେ ବନ୍ଧୁକ ଅଛି ତା’ର ୪୮% ଅଛି କେବଳ ଆମେରିକୀୟଙ୍କ ପାଖରେ। ସେଥିପାଇଁ ତ ଏଠାକାର ଅସ୍ତ୍ରଶସ୍ତ୍ର ତିଆରି କରୁଥିବା କମ୍ପାନୀର ବାର୍ଷିକ ଆୟ ୯୧୦୦୦ କୋଟି ହୋଇଥାଏ। 

ହାତର ବିଭିନ୍ନ ସିମ୍ବଲ ଏବଂ ଏହାର ଉତ୍ପତ୍ତି

ହାତର ବିଭିନ୍ନ ସିମ୍ବଲ ଏବଂ ଏହାର ଉତ୍ପତ୍ତି

ମଣିଷ ସାଧାରଣତଃ ବିଭିନ୍ନ ଅଙ୍ଗଭଙ୍ଗୀ କରିଥାଏ। ହେଲେ ସେସବୁ ମଧ୍ୟରୁ କେତୋଟି ନିର୍ଦ୍ଦିଷ୍ଟ ଭଙ୍ଗୀକୁ କିଛି ସିମ୍ବଲ ଭାବେ ଗ୍ରହଣ କରାଯାଇଥାଏ। ଠିକ୍‌ ଯେମିତି ହାତର ଆଙ୍ଗୁଳିରେ କରାଯାଉଥିବା କିଛି ଭଙ୍ଗୀ ବା ମୁଦ୍ରା ବି ବିଭିନ୍ନ ସିମ୍ବଲ ଭାବେ ଜନ ସାଧାରଣରେ ବେଶ୍‌ ଆଦୃତ। ତେବେ ଏହାର ପ୍ରଚଳନ ଯେ କେତେ ପୁରୁଣା ଜାଣିଲେ ଆଶ୍ଚର୍ଯ୍ୟ ହେବେ...

ୟୁଥ୍‌ ଆଲର୍ଟ: ନିଜ ଫୋନ୍‌କୁ ରଖନ୍ତୁ ସୁରକ୍ଷିତ

ୟୁଥ୍‌ ଆଲର୍ଟ: ନିଜ ଫୋନ୍‌କୁ ରଖନ୍ତୁ ସୁରକ୍ଷିତ

ବର୍ତ୍ତମାନ କାହା ପାଖରେ ବା ସ୍ମାର୍ଟଫୋନ୍‌ ନାହିଁ। କେବଳ କଥା ହେବା କିମ୍ବା  ଇଣ୍ଟରନେଟ୍‌ ବ୍ୟବହାର ପାଇଁ ନୁହେଁ, ପର୍ସନାଲ ଡାଟା ଷ୍ଟୋରେଜ୍‌ ପାଇଁ ମଧ୍ୟ ଏହା ଏକ ଆବଶ୍ୟକ ସାମଗ୍ରୀରେ ପରିଣତ ହୋଇଗଲାଣି।

ରବର୍‌ ଗର୍ଲ

ରବର୍‌ ଗର୍ଲ

ଜର୍ମାନୀର ୩୧ ବର୍ଷୀୟା ଜୁଲିଆ ଗୁନ୍ଥେଲ, ପରିଚିତ ଜେଲ୍ଟା ନାମରେ। ତାଙ୍କ ଶରୀର ଅସମ୍ଭବଭାବେ ନମନୀୟ। କହିବାକୁଗଲେ ରବର୍‌ ଭଳି। ସେ ନିଜ ଶରୀରକୁ ଏମିତି ମୋଡି ପାରନ୍ତି ଯେ, ଦେଖିଲେ ଆଶ୍ଚର୍ଯ୍ୟ ଲାଗେ।

ଶୁଭ ସୂଚକ ପ୍ରାଣୀ

ଶୁଭ ସୂଚକ ପ୍ରାଣୀ

ହିନ୍ଦୁଧର୍ମ ଅନୁଯାୟୀ ଗୋମାତାଙ୍କୁ ଦେବତା ତୁଲ୍ୟ ପୂଜାର୍ଚ୍ଚନା କରାଯାଉଥିବା ବେଳେ ସାପ, ବୃଷଭ ଆଦି ଜୀବଙ୍କୁ ଦେବତା ସ୍ବରୂପ ଗ୍ରହଣ କରାଯାଏ। ସେହିଭଳି ବିଭିନ୍ନ ସଂସ୍କୃତିରେ ଭିନ୍ନ ଭିନ୍ନ ଜୀବଙ୍କୁ ଶୁଭ ସୂଚକ ବୋଲି କୁହାଯାଏ।

ପ୍ରଥମ ରୋଜଗାର ଟଙ୍କା ସ୍ବାମୀଙ୍କୁ ଦେଇଥିଲି

ପ୍ରଥମ ରୋଜଗାର ଟଙ୍କା ସ୍ବାମୀଙ୍କୁ ଦେଇଥିଲି

କଣ୍ଠଶିଳ୍ପୀ ତଥା ଲେଖିକା ଛନ୍ଦା ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଚାଲିଲା ଲେଗୋ ବ୍ରିକ୍‌ର କାର୍‌

ଚାଲିଲା ଲେଗୋ ବ୍ରିକ୍‌ର କାର୍‌

ଛୋଟ ପିଲାମାନେ ଲେଗୋ ବ୍ରିକ୍‌କୁ ଜଏଣ୍ଟ କରି ଘରଠୁ ଆରମ୍ଭ କରି ବ୍ରିଜ୍‌, ଗେଟ୍‌ ଅନେକ କିଛି ତିଆରି କରନ୍ତି। ତେବେ ନିକଟରେ ସେହି ଲେଗୋ ବ୍ରିକ୍‌ରେ ତିଆରି କରାଯାଇଥିଲା ଏକ ବୁଗାତି ଚିରୋନ୍‌ କାର୍‌। ଡେନମାର୍କର ଟୟ କମ୍ପାନୀ ଏହାକୁ ତିଆରି କରିଥିଲା। 

ଘାଟ

ଘାଟ

ନଦୀରେ ଯାତାୟାତ ପାଇଁ ଡଙ୍ଗାର ଆବଶ୍ୟକତା ଯେତିକି ଥାଏ, ସେତିକି ଥାଏ ଘାଟର। ନଦୀତଟର ଗୋଟିଏ ପଟରୁ ଅନ୍ୟ ପଟକୁ ଜଳପଥରେ ପାର ହେବା ପାଇଁ ଘାଟରୁ ହିଁ ଆରମ୍ଭ ହୁଏ ନୌଯାତ୍ରା ...