ସମ୍ବଲପୁର

ଟେନସା-ଭୁବନେଶ୍ୱର ସ୍ବସ୍ତିକ ବସ୍‌ ଦୁର୍ଘଟଣା, ୧ମୃତ

ଟେନସା-ଭୁବନେଶ୍ୱର ସ୍ବସ୍ତିକ ବସ୍‌ ଦୁର୍ଘଟଣା, ୧ମୃତ
ଟେନସା,୧୦।୭ (ଡି.ଏନ.ଏ.): ଟେନସାରୁ ଭୁବନେଶ୍ୱର ଆସୁଥିବା ସ୍ବସ୍ତିକ ବସ ନାମକ ଏକ ଘରୋଇ ବସ୍‌ ସୋମବାର ବିଳମ୍ବିତ ରାତିରେ ଘଟଗାଁ ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ଘଟି ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୧୫ ଜଣ ଆହତ ହୋଇ ଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ପ୍ରକାଶ ଯେ, ସୋମବାର ସନ୍ଧ୍ୟା ସାଢ଼େ ୭ଟାରେ ସ୍ବସ୍ତିକ ବସ୍‌ ଟେନସାରୁ ଭୁବନେଶ୍ୱର ବାହାରିଥିଲା । ବସ୍‌ଟି ରାତି ସାଢ଼େ ୧୦ଟା ସମୟରେ ରିମୁଳିଠାରେ ରାତି ଭୋଜନ କରି ଯାତ୍ରୀମାନେ ନିଜ ନିଜ ସିଟରେ ବିଶ୍ରାମ ନେଇଥିଲେ। ପରେ ଘଟଗାଁ ନିକଟରେ ଏକ କୋଇଲା ବୋଝେଇ ଟ୍ରକ ବ୍ରେକ୍‌ ଡାଉନ ହୋଇ ଛିଡା ହୋଇଥିବା ବେଳେ ବସଟି ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଇଥିଲା । ଏଥିରେ ଟେନସାର ମହେନ୍ଦ୍ର ରାଉତ ନାମକ ହେଲପରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ୧୫ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ୪ଜଣ ଗୁରୁତର ଟେନସାର ଶିଶିର ଦାସ, ନିଳିମା ଦାସ, ପୁଷ୍ପାବତୀ ଧରଙ୍କୁ ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ମାନେ କେନ୍ଦୁଝର ଡାକ୍ତରଖାନାରେ ଚିକିତ୍ସା ହୋଇଥିବାର ଜଣାପଡିଛି । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛନ୍ତି । ଘଟଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିବା ସହ ମୃତଦେହହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏ ନେଇ ଟେନସାରେ ଶୋକରଛାୟା ଖେଳି ଯାଇଛି । ଏଥିରେ ମୃତ ମହେନ୍ଦ୍ରର ପରିବାର ଭାଙ୍ଗି ପଡିଛନ୍ତି । ରାଜ୍ୟ ସରକାର ଓ ଜିଲାପ୍ରଶାସନ କ୍ଷତିପୂରଣ ଦେବାକୁ ଟେନସା ଜନସାଧାରଣମାନେ ଦାବି କରିଛନ୍ତି ।
All Right Reserved By

ସମ୍ବଲପୁର

ଛୁଆ ଭାଲୁର ମୃତଦେହ ଉଦ୍ଧାର

ଛୁଆ ଭାଲୁର ମୃତଦେହ ଉଦ୍ଧାର

ନବରଙ୍ଗପୁର,୧୫।୧୨(ବି.ପ୍ର.): ନବରଙ୍ଗପୁର ବ୍ଲକ ଭତରା ସିଉନୀ ପଞ୍ଚାୟତ ଉତରା ଗାଁର ନଦୀ ପଠାରେ ଶନିବାର ଏକ ଛୁଆ ଭାଲୁର ମୃତଦେହ ପଡ଼ି ରହିଥିବା ଜଣାପଡ଼ିଛି।

ପଶ୍ଚିମ ଓଡିଶା ଓକିଲ ସଂଘ ସମୂହ ସିଏସିରେ ନିଷ୍ପତ୍ତି:  ଆଗକୁ ଜାରି ରହିବ ଆନ୍ଦୋଳନ

ପଶ୍ଚିମ ଓଡିଶା ଓକିଲ ସଂଘ ସମୂହ ସିଏସିରେ ନିଷ୍ପତ୍ତି: ଆଗକୁ ଜାରି ରହିବ ଆନ୍ଦୋଳନ

 ବୀରମହାରାଜପୁର, ୧୫ା୧୨ (ଡି.ଏନ୍‌.ଏ.)

ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ପଶ୍ଚିମ ଓଡିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି) ଆହ୍ବାନ କ୍ରମେ ପର୍ଯ୍ୟାୟକ୍ରମେ ଚାଲିଥିବା ଆନ୍ଦୋଳନ ଆଗକୁ ମଧ୍ୟ ଜାରି ରହିବ। 

ଭିଏସଏସ ସ୍କୁଲର ବାର୍ଷିକ ଉତ୍ସବ

ସମ୍ବଲପୁର, ୧୫।୧୨ (ବ୍ୟୁରୋ)

ବୀର ସୁରେନ୍ଦ୍ର ସାଏ ଇଂରାଜୀ ମାଧ୍ୟମିକ ସ୍କୁଲର ବାର୍ଷିକ ଉତ୍ସବ ଶୁକ୍ରବାର ରାତିରେ ଧନକଉଡାସ୍ଥିତ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷା ଜସ୍ମିନ୍‌ ବାନୋଙ୍କ ପରିଚାଳନାରେ ଉତ୍ସବ ହୋଇଥିଲା। 

ଶକ୍ତି ସଂରକ୍ଷଣ ପାଇଁ ସଚେତନ କଲେ ଛାତ୍ରୀଛାତ୍ର

ଶକ୍ତି ସଂରକ୍ଷଣ ପାଇଁ ସଚେତନ କଲେ ଛାତ୍ରୀଛାତ୍ର

ରେଢ଼ାଖୋଲ,୧୫।୧୨(ଡି.ଏନ.ଏ.)

ଆଜିର ସମାଜରେ ବିଦ୍ୟୁତ ଶକ୍ତି ସମସ୍ତଙ୍କ ପାଇଁ ଅତ୍ୟାବଶ୍ୟକ ହୋଇଛି। ଏହାର ସୁବିନିଯୋଗ ଓ ସଂରକ୍ଷଣ କରାଗଲେ ଶକ୍ତି ଅପଚୟକୁ ରୋକିବା ସହିତ ଅନ୍ୟତ୍ର ବିନିଯୋଗ ହୋଇପାରିବ। ଏହି ବାର୍ତ୍ତା ନେଇ ଗୌରଚନ୍ଦ୍ର ହାଇସ୍କୁଲର ଛାତ୍ରୀଛାତ୍ର ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ସଚେତନ କରିଛନ୍ତି। 

ତୃତୀୟ ସମ୍ବଲପୁର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଉଦ୍‌ଘାଟିତ

ତୃତୀୟ ସମ୍ବଲପୁର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଉଦ୍‌ଘାଟିତ

ସମ୍ବଲପୁର,୧୫।୧୨ (ବ୍ୟୁରୋ)

ତୃତୀୟ ସମ୍ବଲପୁର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ-୨୦୧୮ ଶୁକ୍ରବାର ସ୍ବାଧୀନତା ସଂଗ୍ରାମୀ ସ୍ମୃତି ଭବନଠାରେ ଉଦ୍‌ଘାଟିତ ହୋଇଯାଇଛି । 

ଉତ୍ତର ଦେଲେ ଭିମ୍‌ସାର ନିର୍ଦ୍ଦେଶକ

ଉତ୍ତର ଦେଲେ ଭିମ୍‌ସାର ନିର୍ଦ୍ଦେଶକ

ଚିପିଲିମା,୧୫।୧୨(ବ୍ୟୁରୋ)-ବୁର୍ଲା ମେଡିକାଲ କଲେଜ (ଭିମ୍‌ସାର)ର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ ସ୍ବାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କ କାରଣର ଦର୍ଶାଅ ନୋଟିସର ଉତ୍ତର ଦେଇଛନ୍ତି। ଶୁକ୍ରବାର ସେ ଆବଶ୍ୟକ ପ୍ରମାଣପତ୍ର, ଭିଡିଓ ଆଦି ସ୍ବାସ୍ଥ୍ୟ ସଚିବଙ୍କ ଉଦ୍ଦେଶ୍ୟରେ ଦାଖଲ କରିଥିବା ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। 

ଶୋଇଥିବାବେଳେ ବୃଦ୍ଧ ପୋଡିଗଲେ

ଶୋଇଥିବାବେଳେ ବୃଦ୍ଧ ପୋଡିଗଲେ

ରେଢାଖୋଲ, ୧୫।୧୨ (ଡି.ଏନ.ଏ)-ସମ୍ବଲପୁର ଜିଲା ରେଢାଖୋଲ ଉପଖଣ୍ଡ ଚାରମାଳ ଥାନା ଅଧୀନ ବଡ଼ବେର୍ଣ୍ଣି ଗାଁରେ ଜଣେ ବୃଦ୍ଧ ଅନ୍ତରା ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ସେ ହେଲେ ଯୁଜେଷ୍ଟି ମୁଣ୍ଡା (୫୪)। ଶୁକ୍ରବାର ରାତିରେ ସେ ଖାଇପିଇ ସାରି ନିଆଁ ଲଗାଇ ଶୋଇଥିଲେ। ହେଲେ ପୋଡ଼ିଯିବାରୁ ଚିତ୍କାର ଶୁଣି ଘର ଲୋକେ ଉଦ୍ଧାର କରିଥିଲେ। ତୁରନ୍ତ ରେଢାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଦେହର ୪୦ ଭାଗ ପୋଡ଼ି ଯାଇଛି। ତେବେ ସେ ହାପର ରୋଗରେ ଆକ୍ରାନ୍ତ ବୋଲି ଜଣାପଡିଛି।

ଟ୍ରାନ୍ସଫର୍ମରରୁ କଏଲ ଚୋରି, ଛେଳିଖାଇ ଗାଁ ଅନ୍ଧାରରେ

ଟ୍ରାନ୍ସଫର୍ମରରୁ କଏଲ ଚୋରି, ଛେଳିଖାଇ ଗାଁ ଅନ୍ଧାରରେ

ରେଢ଼ାଖୋଲ,୧୫।୧୨(ଡି.ଏନ.ଏ.)-ରେଢ଼ାଖୋଲ ବ୍ଲକ ଭାଲିଆକଟା ପଞ୍ଚାୟତର ଛେଳିଖାଇ ଗ୍ରାମର ବିଦ୍ୟୁତ ଟ୍ରାନ୍ସଫର୍ମରରୁ କଏଲ ଚୋରି ହୋଇଯାଇଛି। ଏଥି ଯୋଗୁ ୪ଦିନ ହେବ ଗ୍ରାମବାସୀ ଅନ୍ଧାରରେ ରହିଛନ୍ତି। 

ଅସୁସ୍ଥ ଦନ୍ତାହାତୀକୁ ନିଶ୍ଚେତକ ଦେବାକୁ   ବନ ବିଭାଗର ଭୟ

ଅସୁସ୍ଥ ଦନ୍ତାହାତୀକୁ ନିଶ୍ଚେତକ ଦେବାକୁ ବନ ବିଭାଗର ଭୟ

ସମ୍ବଲପୁର,୧୫।୧୨(ବ୍ୟୁରୋ)-ସମ୍ବଲପୁର ସଦର ରେଞ୍ଜ ଭୀମଖୋଜ ଓରାମ ପଡାଗ୍ରାମ ନିକଟସ୍ଥ ଜଙ୍ଗଲରୁ ୯ ତାରିଖ ବନ ବିଭାଗ ଏକ ଆହତ ଦନ୍ତାକୁ ଠାବ କରିଥିଲା। ଦନ୍ତାର ପଛପଟ ବାମ ଗୋଡର ତଳଅଂଶ ଫୁଲି ଯାଇଛି। 

ଗୋବିନ୍ଦପୁର ପଞ୍ଚାୟତରେ ଆରମ୍ଭ ହୋଇନି ଚାଉଳ ବଣ୍ଟନ

ଗୋବିନ୍ଦପୁର ପଞ୍ଚାୟତରେ ଆରମ୍ଭ ହୋଇନି ଚାଉଳ ବଣ୍ଟନ

ବାମରା, ୧୫।୧୨ (ସ୍ବ.ପ୍ର.)- ସମ୍ବଲପୁର ଜିଲା ବାମରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ଚଳିତ ମାସ ପିଡିଏସ ଚାଉଳ ଯୋଗାଣରେ ବିଳମ୍ବ ହୋଇଛି। ଏଥି ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । 

ନିରଞ୍ଜନଙ୍କ ୟୁଟର୍ନ: କୃଷି ଋଣ ଛାଡ଼ ହେବନି

ନିରଞ୍ଜନଙ୍କ ୟୁଟର୍ନ: କୃଷି ଋଣ ଛାଡ଼ ହେବନି

ଝାରସୁଗୁଡ଼ା ଅଫିସ,୧୫।୧୨-ଗତ ୧୨ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ କ୍ଷମତାକୁ ଆସିଲେ କୃଷିଋଣ ଛାଡ଼ ହେବ ବୋଲି କହିଥିଲେ ା

ଶକ୍ତି ସଂରକ୍ଷଣ ଦିବସ ପାଳିତ

ଶକ୍ତି ସଂରକ୍ଷଣ ଦିବସ ପାଳିତ

କୋକସରା,୧୪।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଜବହାର ସରକାରୀ ଉଚ୍ଚ ବିଦ୍ୟାପୀଠରେ ଶୁକ୍ରବାର ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି ।