ସମ୍ବଲପୁର

ସୋହେଲାରେ ଶିକ୍ଷାର ବିକାଶ ପାଇଁ ସଭା

ସୋହେଲାରେ ଶିକ୍ଷାର ବିକାଶ ପାଇଁ ସଭା
ସୋହେଲା,୧୦।୭(ଡି.ଏନ.ଏ.): ବରଗଡ ଜିଲା ସୋହେଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବିଡିଓ ବିଶ୍ୱ ରଞ୍ଜନ କରଙ୍କ ସଭାପତିତ୍ୱରେ ମଙ୍ଗଳବାର ସୋହେଲାରେ ସାମଗ୍ରିକ ଶିକ୍ଷାର ବିକାଶ ପାଇଁ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲା ଶିକ୍ଷାଧିକାରୀ ପ୍ରକାଶ ଯୋଶୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା, ଶ୍ରୀମନ୍ତ ଗୋପାଳ ନାୟକ, ଶିକ୍ଷାବିତ ଗିରିଜା ଶଙ୍କର ଆଚାର୍ଯ୍ୟ, ବ୍ଲକ ଶିକ୍ଷା ଅଧିକାରୀ ହେମାନନ୍ଦ ମହାନନ୍ଦ, ବଲବୀର ସିଂ ଠାକୁର ଏବଂ ଥାନା ଅଧିକାରୀ ନିର୍ମଳ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଏଥିରେ ୬ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ଯୋଗୁ ବିସ୍ଥାପିତ ହୋଇଥିବା ଶିକ୍ଷାନୁଷ୍ଠାନଗୁଡିକୁ ପୁନଃ ଥଇଥାନ କରିବା ସହ ଏଥିପାଇଁ ମିଳିଥିବା ଅର୍ଥର ସୁବିନିଯୋଗ ପାଇଁ ବିଷଦ ଭାବରେ ଆଲୋଚନା କରାଯାଇଥିଲା । ବାଳିକା ଶିକ୍ଷାକୁ ମଜଭୁତ କରିବାକୁ ପ୍ରଥମରୁ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଗୋଟିଏ ସ୍ଥାନରେ ଶିକ୍ଷାଦାନ କରିବାକୁ ନିଷ୍ପତି ହୋଇଥିଲା । ବାଳିକା ଉନ୍ନୀତ ମଧ୍ୟ ଇଙ୍ଗଲିଶ ବିଦ୍ୟାଳୟକୁ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରକୁ ଏବଂ ବାଳକ ମଧ୍ୟ ଇଙ୍ଗଲିଶ ବିଦ୍ୟାଳୟର ଛାତ୍ରଙ୍କୁ ବାଳକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅଧିକ ଶ୍ରେଣୀ ଗୃହ ନିର୍ମାଣ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଜୀତେନ ଭୋଇ, ପୂର୍ବତନ ସରପଞ୍ଚ ରମାକାନ୍ତ ସାହୁ, ଭଗବାନ ପାଣିଗ୍ରାହୀ, ଦୁଃଖିଶ୍ୟାମ ପାଣିଗ୍ରାହୀ, ଲଳିତ ଅଗ୍ରୱାଲ, ନଥୁରାମ ଅଗ୍ରୱାଲ, ଗୋବିନ୍ଦ ସାହୁ, ଟଙ୍କଧର ଝାଙ୍କର, ଅତିଶ ଭୋଇ, ଦୁର୍ବାଦଳ ପ୍ରଧାନ, ଅନନ୍ତ ସାହୁ ପ୍ରମୁଖ ତଥା ସ୍କୁଲ ପରିଚାଳନା କମିଟିର ସଦସ୍ୟ ତଥା ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉପସ୍ଥିତ ଥିଲେ।
All Right Reserved By

ସମ୍ବଲପୁର

ପାଟଖଣ୍ଡା ଯାତ୍ରାର ତୃତୀୟ ଦିନ:ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି

ପାଟଖଣ୍ଡା ଯାତ୍ରାର ତୃତୀୟ ଦିନ:ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି

 ଦେଓଗାଁ,୨୦ା୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହାରେ ବିଜୟା ଦଶମୀ ତିଥିରେ ଗୁରୁବାର ଆରମ୍ଭ ହୋଇଛି ପଞ୍ଚଦନ ବ୍ୟାପୀ ଐତିହ୍ୟପୂର୍ଣ୍ଣ ମା’ ପାଟଖଣ୍ଡା ଯାତ୍ରା । ଶନିବାର ଯାତ୍ରାର ତୃତୀୟ ଦିନରେ ନିଶିପୂଜା, ଲିଙ୍ଗାବରଣ ପୂଜା ଓ ମଧ୍ୟ୍ୟରାତ୍ରରେ ସନ୍ଧିପୂଜା ଅନୁଷ୍ଠିତ ହୋଇଥିଲା। ଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମୁଛି। 

ପରିତ୍ୟକ୍ତ କୂଅରୁ ୬ ବାର୍‌ହା ଉଦ୍ଧାର

ପରିତ୍ୟକ୍ତ କୂଅରୁ ୬ ବାର୍‌ହା ଉଦ୍ଧାର

 ସୋନପୁର,୨୦।୧୦(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ ଖଲିଆପାଲି ଗାଁ ଚାଷ ଜମି ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଶୁକ୍ରବାର ସକାଳେ ୬ଟି ବାରହାକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।

ନଦୀରୁ ବାଳକ ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ:  ପାରିବାରିକ ଶାନ୍ତି ପାଇଁ ଦିଆଯାଇଥିଲା ବଳି

ନଦୀରୁ ବାଳକ ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ: ପାରିବାରିକ ଶାନ୍ତି ପାଇଁ ଦିଆଯାଇଥିଲା ବଳି

ବଲାଙ୍ଗୀର ଅଫିସ/ଟିଟିଲାଗଡ, ୨୦।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ସିନ୍ଧେକେଲା ନିକଟ ଉନ୍ଦେର ନଦୀ ପଠାରୁ ନିଖୋଜ ବାଳକର ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। 

ସିନାପାଲିରେ ମା’ ମହୁଲଗୋଛିଏନ୍‌ଙ୍କ ଛତର ଯାତ୍ରା

ସିନାପାଲିରେ ମା’ ମହୁଲଗୋଛିଏନ୍‌ଙ୍କ ଛତର ଯାତ୍ରା

ସିନାପାଲି,୨୦।୧୦(ଡି.ଏନ.ଏ.): ନୂଆପଡା ଜିଲା ସିନାପାଲି ଗ୍ରାମର ଗ୍ରାମଦେବୀ ମା’ମହୁଲଗୋଛିଏନ୍‌ଙ୍କ ପ୍ରସିଦ୍ଧ ଛତର ଯାତ୍ରା ଶୁକ୍ରବାର ପବିତ୍ର ବିଜୟାଦଶମୀ ଅବସରରେ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । 

ଉପ ଜିଲାପାଳ କାର୍ଯ୍ୟାଳୟ ପରିସରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଉପ ଜିଲାପାଳ କାର୍ଯ୍ୟାଳୟ ପରିସରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଧର୍ମଗଡ,୨୦ । ୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ ଉପ ଜିଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ଆଶ୍ରୟ ଗୃହ ମଧ୍ୟରୁ ଶନିବାର ସକାଳେ ପୋଲିସ ଏକ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି । 

କଳାପାହାଡ ଦେବୀ ପୀଠରେ ଖଣ୍ଡା ଯାତ୍ରା

କଳାପାହାଡ ଦେବୀ ପୀଠରେ ଖଣ୍ଡା ଯାତ୍ରା

ପଲମ,୨୦।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ ଅଧୀନସ୍ଥ ଭୀମକେଲା ପଞ୍ଚାୟତସ୍ଥିତ ଭୀମକେଲା ଗ୍ରାମରେ ଶୁକ୍ରବାର କଳାପାହାଡ ଦେବୀ ପୀଠରେ ଖଣ୍ଡା ଯାତ୍ରା ପାଳିତ ହୋଇଯାଇଛି।

ମା’ ସମଲେଇ ଯାତ୍ରା ସମ୍ପନ୍ନ

ମା’ ସମଲେଇ ଯାତ୍ରା ସମ୍ପନ୍ନ

ଗୁଡଭେଲା,୨୦।୧୦(ଡି.ଏନ.ଏ.): ତୁଷରା ସହରର ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ୱରୀ ପୀଠରେ ଚାରି ଦିନ ଧରି ଚାଲିଥିବା ସମଲେଇ ଯାତ୍ରା ବୁଧବାର ପୂର୍ଣ୍ଣାହୂତି ସହ ସମ୍ପନ୍ନ ହୋଇଯାଇଛି।

ରାଜ୍ୟସ୍ତରୀୟ ଟାଏକୋଣ୍ଡୋ: ସୁବର୍ଣ୍ଣପୁର ଜିଲାକୁ ୫ ପଦକ

ରାଜ୍ୟସ୍ତରୀୟ ଟାଏକୋଣ୍ଡୋ: ସୁବର୍ଣ୍ଣପୁର ଜିଲାକୁ ୫ ପଦକ

ବୀରମହାରାଜପୁର,୧୯।୧୦(ଡି.ଏନ୍‌.ଏ.)- ଭଦ୍ରକଠାରେ ଶେଷ ହୋଇଥିବା ୩୩ତମ ରାଜ୍ୟସ୍ତରୀୟ ସବ୍‌ ଜୁନିୟର ଏବଂ ୫ମ କେଡଟ୍‌ ଟାଏକୋଣ୍ଡୋ ପ୍ରତିଯୋଗିତାରେ ସୁବର୍ଣ୍ଣପୂର ଜିଲାକୁ ୫ଟି ପଦକ ମିଳିଛି। ପ୍ରତିଯୋଗିତାରେ ଜିଲାରୁ ମୋଟ ୨୨ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ତେବେ ବିଭିନ୍ନ ବର୍ଗରେ ହୋଇଥିବା ପ୍ରତିଯୋଗିତାରେ ଅନୁଷ୍କା ଦାଶ ଏବଂ ଦୁର୍ଲଭ କୁମାର ନାୟକଙ୍କୁ ରୋପ୍ୟ ପଦକ ମିଳିଥିବାବେଳେ ସୁରଜ ପଟ୍ଟନାୟକ, କ୍ରୀସ କୁଦେଇ ଏବଂ ମୋର୍ଯ୍ୟ ବଲ୍ଲଭ ଥନାପତିଙ୍କୁ ବ୍ରୋଞ୍ଜ ପଦକ ମିଳିଛି।

ଧନଲକ୍ଷ୍ମୀ ପୂଜା ପ୍ରସ୍ତୁତି: ସାଜସଜ୍ଜା, କଳସ ଯାତ୍ରା ଉପରେ ଗୁରୁତ୍ୱ

ଧନଲକ୍ଷ୍ମୀ ପୂଜା ପ୍ରସ୍ତୁତି: ସାଜସଜ୍ଜା, କଳସ ଯାତ୍ରା ଉପରେ ଗୁରୁତ୍ୱ

ବରଗଡ଼ ଅଫିସ୍‌,୧୯।୧୦- ବରଗଡ଼ ପୌର ପରିଷଦ ଅନ୍ତର୍ଗତ ଗୋବିନ୍ଦପାଲିସ୍ଥିତ ସ୍ବାମୀ ବିବେକାନନ୍ଦ ସ୍ମାରକ କ୍ଲବ ପ୍ରାଙ୍ଗଣରେ କ୍ଲବର ସଭାପତି ରାକେଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଜସଜ୍ଜା ସହ ପୂଜା କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ ବୋଲି ମତ ପ୍ରକାଶ ପାଇଥିଲା। 

ଜୁନାଗଡ଼ ଏନ୍‌ଏସିରେ ଜିଲାପାଳଙ୍କ ଜନଶୁଣାଣି ଶିବିର

ଜୁନାଗଡ଼ ଏନ୍‌ଏସିରେ ଜିଲାପାଳଙ୍କ ଜନଶୁଣାଣି ଶିବିର

ଜୁନାଗଡ,୧୯।୧୦(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ରେ ଶୁକ୍ରବାର କଳାହାଣ୍ଡି ଜିଲାପାଳଙ୍କ ଏନ୍‌ଏସିସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜୁନାଗଡ଼ ଏନ୍‌ଏସି ଅଧ୍ୟକ୍ଷା ବିଜୟା ଲକ୍ଷ୍ମୀ କନ୍ଦପାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲାପାଳ ଗାଭାଲି ପରାଗ ହର୍ଷଦ ଯୋଗଦେଇ ୨୮ଟି ଆବେଦନର ଶୁଣାଣି କରି ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ପଦକ୍ଷେପ ନେବାକୁ  ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜୁନାଗଡ଼ ଏନ୍‌ଏସିର କାଉନସିଲରମାନେ ୱାର୍ଡ ଅନୁଯାୟୀ ପିଡିଏସ୍‌ ସାମଗ୍ରୀ ବଣ୍ଟନ କରିବା ପାଇଁ ଜିଲାପାଳଙ୍କୁ ଦାବି ଜଣାଇଥିଲେ। 

ଦଶହରା ପୂଜା: ମଠଖାଇ ମନ୍ଦିରରେ ଉତ୍ତେଜନା

ଦଶହରା ପୂଜା: ମଠଖାଇ ମନ୍ଦିରରେ ଉତ୍ତେଜନା

ବଲାଙ୍ଗୀର ଅଫିସ,୧୯।୧୦-ବଲାଙ୍ଗୀର-ଟିଟିଲାଗଡ଼ ରୋଡ ମଠଖାଇ ମନ୍ଦିରରେ ଶୁକ୍ରବାର ଦଶହରା ପୂଜା ଅବସରରେ ଆଦିବାସୀ ଏବଂ ଅଣଆଦିବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଗତ ୩ବର୍ଷ ହେଲା ମନ୍ଦିରରେ ଏଭଳି ଉତ୍ତେଜନା ଲାଗି ରହୁଥିବା ବେଳେ ଏହାର ସ୍ଥାୟୀ ସମାଧାନ କରାଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଖପ୍ରାଖୋଲରେ ୪୫ତମ ସାର୍ବଜନୀନ ଦୁର୍ଗାପୂଜା: ରାବଣ ପୋଡି, ଲାଖବିନ୍ଧା ମୁଖ୍ୟ ଆକର୍ଷଣ

ଖପ୍ରାଖୋଲରେ ୪୫ତମ ସାର୍ବଜନୀନ ଦୁର୍ଗାପୂଜା: ରାବଣ ପୋଡି, ଲାଖବିନ୍ଧା ମୁଖ୍ୟ ଆକର୍ଷଣ

ଖପ୍ରାଖୋଲ,୧୯।୧୦(ଡି.ଏନ୍‌.ଏ.)- ଖପ୍ରାଖୋଲ ପୂଜା ମଣ୍ଡପଠାରେ ମା’ଦୁର୍ଗାଙ୍କ ୪୫ତମ ସାର୍ବଜନୀନ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବେଲ୍ବବରଣ, କଳସ ଶୋଭାଯାତ୍ରା, ନବପତ୍ରିକା ପୂଜା ଆଦି ଷଷ୍ଠୀ ଦିନରୁ ଆରମ୍ଭ ହୋଇଥିବା ବେଳେ ମହାସପ୍ତମୀରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଜୀବନ୍ୟାସ, ଚଣ୍ଡୀପାଠ ଆଦି ଅନୁଷ୍ଠିତ ହୋଇଥିଲା।