ସମ୍ବଲପୁର

୧୯ମାସ ପରେ ନିଖୋଜ ପୁଅ ଘରକୁ ଫେରିଲା

୧୯ମାସ ପରେ ନିଖୋଜ ପୁଅ ଘରକୁ ଫେରିଲା
ପାଇକମାଲ,୧୦।୭(ଡି.ଏନ.ଏ): ବରଗଡ ଜିଲା ପାଇକମାଲ ଥାନା ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ମାଝି ପାଲି ଗ୍ରାମର ମନୋରଞ୍ଜନ ଡନସନାଙ୍କ ପୁଅ ଜିତୁ(୧୯) ୨୦୧୬ ଡିସେମ୍ବର୭ ତାରିଖରୁ କେଉଁ ଆଡେ ନିଖୋଜ ହୋଇଯାଇଥିଲେ। ଏ ନେଇ ତାଙ୍କ ବାପା ମନୋରଞ୍ଜନ ୨୫ତାରିଖରେ ପାଇକମାଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ କେସ ନଂ୧୮୭/୧୬ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ପ୍ରକାଶ ଯେ, ଜିତୁ ପଦ୍ମପୁରସ୍ଥିତ ତ୍ରୀପାଠୀଚାମ୍ବରରେ ରହି ଯୁକ୍ତ୨ରେ ପାଠ ପଢୁଥିଲେ। ସେ ୭ ତାରିଖରେ ଶରୀର ଅସୁସ୍ଥ ଥିବା କହି ବରଗଡ଼ ଡାକ୍ତରଖାନାକୁ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ନ ଥିବାରୁ ସେ ଫେରି ଆସିଥିଲେ। ଏହି ସମୟରେ ୨ଜଣ ଯୁବକ ଜିରା ନଦୀ ନିକଟରେ ମାଡପିଟ କରି ତାଙ୍କଠାରୁ ଦୁଇଟି ମୋବାଇଲ ଓ ୨୦୦୦ଟଙ୍କା ଲୁଟି ନେଇ ଜିରା ନଦୀ ବାଲିରେ ପକାଇ ଦେଇଥିଲେ ା ପରେ ହୋସ ଆସିବା ପରେ ବରଗଡ ରେଲୱେଷ୍ଟେଶନ ଯାଇ ସେ ଦିଲୀ ପଲାଇ ଯାଇଥିଲେ ା ସେଠାରେ ଗୋଟେଏ କେଟ୍ରିଙ୍ଗରେ ରହି କାମ କରୁଥିଲେ । ୧ବର୍ଷ ପରେ ସେ ଟ୍ରେନରେ ପୁଣି କଲିକତା ପଲାଇ ଆସି ସେଠାରେ ଏକ ବେଣ୍ଡ ପାଟିରେ ରହି କାମ କରୁଥିଲେ ା ଚଳିତ ମାସ ୫ତରିଖରେ ଜିତୁ କଲିକତାର ଏକ ଆଇସ୍କ୍ରିମ ବିକାଳିଙ୍କୁ ନିଜର କାହାଣୀ କହିବା ସହ ଘରର ମୋବାଇଲ ନଂ ଦେଇଥିଲେ। ଆଇସ୍କ୍ରିମ ବିକାଳି ଜିତୁର ଘରକୁ ଫୋନ ଯୋଗେ ସବୁକଥା କହିଥିଲେ । ଘର ଲୋକେ ବିଶ୍ୱାସ କରି ନ ପାରି ପୁଅର ଫଟୋ ମୋବାଇଲରେ ପଠାଇବା ପାଇଁ କହିଥିଲେ ା ଫଟୋ ପାଇବା ପରେ ପାଇକମାଲ ପୋଲିସକୁ ଜଣାଇ ୭ ତାରିଖରେ କଲିକତା ଅଭିମୁଖେ ପରିବାରର ୭ଜଣ ଯାଇଥିଲେ । ସେଠାରେ ଆଇସ୍କ୍ରିମ ବିକାଳିଙ୍କ ସହିତ ଫୋନରେ କଥା ହୋଇ ପୁଅକୁ ପାଇଥିଲେ । ଜିତୁଙ୍କୁ ଧରି ଖୁସିରେ ପରିବାରର ସମସ୍ତେ ଦିଘା ବୁଲିବାକୁ ଯାଇଥିଲେ । ସେଠାରୁ ଭୁବନେଶ୍ୱର ବୁଲି ଯାଇଥିଲେ । ଭୂବନେଶ୍ୱରରେ ବୁଲିବା ସମୟରେ ଜିତୁ ଅନ୍ୟତ୍ର ଦୌଡି ପଳାଇ ଯିବାରୁ ପରିବାର ଲୋକେ ନିକଟସ୍ଥ ଥାନାରେ ଜଣାଇଥିଲେ । ଥାନା ଅଧିକାରୀ ଜିତୁଙ୍କୁ ଅଟକ ରଖି ସମସ୍ତ ବିଷୟ ପଚରାଉଚୁରା କରିଥିଲେ ଏବଂ ଗୋଟିଏ ଦିନ ପରେ ଛାଡିଦେଇ ଥିଲେ । ମଙ୍ଗଳବାର ସମସ୍ତେ ଜିତୁଙ୍କୁ ଆଣି ଘରେ ପହଞ୍ଚତ୍ବା ପରେ ଘରର ଲୋକେ ଖୁସି ହୋଇଯାଇଥିଲେ। ଦୀର୍ଘ ଦିନ ପୁଅକୁ ନ ପାଇବା ପରେ ଜିତୁଙ୍କ ବାପା ପୂର୍ବରୁ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଏହା ପରେ ବରଗଡ ପୋଲିସ ତନାଘନା କରି ୨୦୧୭ ଅକ୍ଟୋବର୨୨ରେ ହଲୁଗୁଲା(୨୨) ଓ ରାଘବ ନାୟକ(୨୨)ଙ୍କୁ ୩୦୨,୨୦୧,୩୪୧ଧାରାରେ ମାମଲା ରୁଜୁ କୋର୍ଟ ଚାଲାଣ କରି କୋର୍ଟ ଚାଲାଣ କରିଥିଲେ । କିଛି ଦିନ ପରେ ସେମାନେ ବେଲରେ ଆସିଥିଲେ।
All Right Reserved By

ସମ୍ବଲପୁର

ବୌଦ୍ଧରେ କଂଗ୍ରେସ ରାଜନୀତି ଜୋର ଧରିଲା

ବୌଦ୍ଧରେ କଂଗ୍ରେସ ରାଜନୀତି ଜୋର ଧରିଲା

ବୌଦ୍ଧ,୨୦।୩(ସ୍ବ.ପ୍ର): ଆଗାମୀ ସାଧାରଣ ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରସ୍ତୁତ ହେଉଥିବାବେଳେ ଏନେଇ ରଣକୌଶଳ ମଧ୍ୟ ଆରମ୍ଭ କରିଛନ୍ତି। କିନ୍ତୁ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କର୍ମୀମାନେ ହତାଶ ହେବା ସହ ବୁଧବାର ସହରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। 

ଭିଜିଲାନ୍ସ ଜାଲରେ ବ୍ରାହ୍ମଣୀତରଙ୍ଗ ଥାନା ଏସ୍‌ଆଇ

ଭିଜିଲାନ୍ସ ଜାଲରେ ବ୍ରାହ୍ମଣୀତରଙ୍ଗ ଥାନା ଏସ୍‌ଆଇ

ବେଦବ୍ୟାସ,୨୦।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଉରକେଲା ଅନ୍ତର୍ଗତ ବ୍ରାହ୍ମଣୀତରଙ୍ଗ ଥାନାର ଯୁବ ଏସ୍‌ଆଇ ମଧୁ ପାତ୍ର ବୁଧବାର ଲାଞ୍ଚ ନେଉଥିବା ବଳେ ରାଉରକେଲା ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି।

ସାରାବଙ୍ଗବାସୀଙ୍କ ନିଷ୍ପତ୍ତି: ମଦ, ଟଙ୍କା ବାଣ୍ଟିଲେ ଭୋଟ ଦେବୁନାହିଁ

ସାରାବଙ୍ଗବାସୀଙ୍କ ନିଷ୍ପତ୍ତି: ମଦ, ଟଙ୍କା ବାଣ୍ଟିଲେ ଭୋଟ ଦେବୁନାହିଁ

ନୂଆପଡା ଅଫିସ,୨୦ା୩: ନିର୍ବାଚନ ବେଳେ ମଦ କିମ୍ବା ଟଙ୍କା ଦେଇ ମତଦାତାଙ୍କୁ କେହି ଯେପରି ପ୍ରଭାବିତ କରି ନ ପାରେ ସେଥିପାଇଁ ପ୍ରଶାସନ ସବୁବେଳେ ନିଘା ରଖିଥାଏ । ତଥାପି ନିର୍ବାଚନ ସମୟରେ ଏସବୁର ବହୁଳ ବ୍ୟବହାର ହେଉଥିବା ଅନେକ ନଜିର ରହିଛି। ହେଲେ ଏଥର ନୂଆପଡା ଜିଲାର ଆଦର୍ଶ ଗ୍ରାମପଞ୍ଚାୟତ ଭାବେ ପରିଗଣିତ ହେଉଥିବା ସାରାବଙ୍ଗ ଗ୍ରାମବାସୀ ନିଜ ତରଫରୁ ଏଥିରେ ରୋକ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

 ବଲାଙ୍ଗୀରରୁ କଂଗ୍ରେସ ପ୍ରାର୍ଥୀ ନରସିଂହ: ବିଜେଡି, ଭାଜପାର ଗଣିତ ଛିଣ୍ଡୁନି

ବଲାଙ୍ଗୀରରୁ କଂଗ୍ରେସ ପ୍ରାର୍ଥୀ ନରସିଂହ: ବିଜେଡି, ଭାଜପାର ଗଣିତ ଛିଣ୍ଡୁନି

ବଲାଙ୍ଗୀର ଅଫିସ, ୨୦ା୩: ବଲାଙ୍ଗୀର ବିଧାନସଭା ଆସନ ପାଇଁ ପୁରୁଖା ନେତା, ବିଧାୟକ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କୁ ଚଳିତ ନିର୍ବାଚନ ପାଇଁ କଂଗ୍ରେସ ଦଳ ପୁଣି ଦଳୀୟ ଟିକେଟ ଦେଇଛି ।  ଏନେଇ ସୋମବାର ବିଳମ୍ବିତ ରାତ୍ରିରେ ବିଧିବଦ୍ଧ ଘୋଷଣା ହେବା ପରେ ବଲାଙ୍ଗୀରରେ କଂଗ୍ରେସ କର୍ମୀ, ନେତା ଓ ସମର୍ଥକ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି ।

ସୁନ୍ଦରଗଡ ସହରରେ ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ 

ସୁନ୍ଦରଗଡ ସହରରେ ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ 

ସୁନ୍ଦରଗଡ଼, ୨୦।୩ (ଡି.ଏନ୍‌.ଏ) -ମଙ୍ଗଳବାର ଠାରୁ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। 

ବେଆଇନ ସ୍କ୍ରାପ ଗାଡି ଜବତ: ଗାଡି ଚାଳକ ଓ ମାଲିକ ଗିରଫ

ବେଦବ୍ୟାସ, ୨୦।୩ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଟିସିଆଇ ଛକରେ ମଙ୍ଗଳବାର ଅପରାହ୍ନ ୩ଟାରେ ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ ବେଆଇନ ସ୍କ୍ରାପ ବୋଝେଇ ଗାଡି ଜବତ କରିଛି।

ସାତ୍‌ସପନ ହେଇଛେ ବିକାଶ:  ଗାଁବାସୀକୁ ଦାଉ ସାଧୁଛେ କିଡ଼ନୀ ରୋଗ୍‌

ସାତ୍‌ସପନ ହେଇଛେ ବିକାଶ: ଗାଁବାସୀକୁ ଦାଉ ସାଧୁଛେ କିଡ଼ନୀ ରୋଗ୍‌

ବିନିକା,୨୦ା୩(ଡି.ଏନ୍‌.ଏ): ଗାଁଗଁଲିର ବିକାଶ ଲାଗି କେନ୍ଦ୍ର ଆର ରାଏଜ୍‌ ସରକାର ବହୁତ ଯୋଜନା କରିଛନ୍‌। ହେଲେ କେତେ ଜାଗାରେ ପରଶାସନିକ ଅଧ୍‌କାରୀ ଆର ଥାନୀୟ ରାଜନେତାକର ଆଁତରିକତା ଅଭାବୁ ଇ ମହତ୍‌ ଯୋଜନାମାନ ବାଟବନା ହେଉଛେ।

ଜବରଦଖଲ ନେଇ ଉତ୍ତେଜନା: ଉଚ୍ଛେଦ କଲେ ପଡାବାସୀ

ଜବରଦଖଲ ନେଇ ଉତ୍ତେଜନା: ଉଚ୍ଛେଦ କଲେ ପଡାବାସୀ

ବଡ଼ଗାଁ, ୧୯।୩ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ବଡଗାଁ ତହସିଲ ଅଧିନ ଲଟାଗାଁ, ଇଲେକ୍ଟ୍ରିପଡାଠାରେ ଜବରଦଖଲ କରି ଗୃହ ନିର୍ମାଣ କରାଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ପଡାବାସୀ ଆରଆଇଙ୍କୁ ଲିଖିତ ଅଭିଯୋଗ ଦେବା ସତ୍ତ୍ବେ ପଦକ୍ଷେପ ନ ନେବା ଓ ତହସିଲଦାରଙ୍କୁ ଜଣାଇ ନିରାଶ ହୋଇଛନ୍ତି। ପ୍ରଶାସନ ପଦକ୍ଷେପ ନ ନେବାରୁ ସୋମବାର ଅସନ୍ତୁଷ୍ଟ ପଡାବାସୀ ଜବରଦଖଲକୁ ଉଚ୍ଛେଦ କରିଛନ୍ତି। 

ଡାକ୍ତରଖାନା ପାଇଁ କାଳ ସାଜିଛି ତାଳଗଛ

ଡାକ୍ତରଖାନା ପାଇଁ କାଳ ସାଜିଛି ତାଳଗଛ

ବୀରମହାରାଜପୁର, ୧୯ା୩(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର-ସୋନପୁର ମୁଖ୍ୟରାସ୍ତାର ପଣ୍ଡାପାଲି ନିକଟ ରାସ୍ତାପାର୍ଶ୍ୱ ତାଳଗଛଗୁଡିକ ପଥଚାରୀମାନଙ୍କ ପାଇଁ ବିପଦ ପାଲଟିଛି। ବିଶେଷକରି ଏଠାରେ ଅବସ୍ଥିତ ଚକ୍ଷୁ ଚିକିତ୍ସାଳୟ ଫାଟକ ସମ୍ମୁଖ କେତୋଟି ତାଳଗଛ ବିପଦସଙ୍କୁଳ ଅବସ୍ଥାରେ ରହିଥିବାରୁ ଏଠାକୁ ଆସୁଥିବା ରୋଗୀ ତଥା ସର୍ବସାଧାରଣଙ୍କ ସକାଶେ ମରଣଯନ୍ତା ପାଲଟିଥିବା କୁହାଯାଉଛି।

ରୋଗାକ୍ରାନ୍ତ ରାମସିଂଙ୍କ ପାଇଁ ଗଛମୂଳ ଆଶ୍ରୟ ସ୍ଥଳ: ବେକରେ ୩ କିଲୋର ମାଂସ ପିଣ୍ଡୁଳା, ଗରିବୀ ସାଜିଛି ବାଧକ

ରୋଗାକ୍ରାନ୍ତ ରାମସିଂଙ୍କ ପାଇଁ ଗଛମୂଳ ଆଶ୍ରୟ ସ୍ଥଳ: ବେକରେ ୩ କିଲୋର ମାଂସ ପିଣ୍ଡୁଳା, ଗରିବୀ ସାଜିଛି ବାଧକ

ନୂଆପଡା ଅଫିସ/ବୋଡେନ,୧୯ା୩- ବର୍ତ୍ତମାନ ପରିପ୍ରେକ୍ଷୀରେ ଲୋକଙ୍କୁ ଜରୁରୀ ଚିକିତ୍ସା ସେବା ଯୋଗାଇଦେବାକୁ ବିଭିନ୍ନ ସରକାରୀ ଯୋଜନା ରହିଥିଲେ ମଧ୍ୟ ସେଗୁଡିକର ପରିଚାଲନାଗତ ତ୍ରୁଟି ଯୋଗୁ ବହୁ ଲୋକ ସେହି ସୁବିଧା ପାଇପାରୁନାହାନ୍ତି। ନୂଆପଡ଼ା ଜିଲା ବୋଡେନ ବ୍ଲକ ଅନ୍ତର୍ଗତ ଫର୍ସରା ଗ୍ରାମପଞ୍ଚାୟତ ସର୍ଗିଗୁଡା ଗାଁର ବୃଦ୍ଧ ରାମସିଂ ପଟେଲଙ୍କ ଅବସ୍ଥା ଦେଖିଲେ ଯେ କୌଣସି ଲୋକଙ୍କ ଆଖିରୁ ଦରଦି ଲୁହ ବୋହି ଆସିବ। 

ରୁପ୍ରାରେ ଭାଜପାର ବିଜୟ ସଂକଳ୍ପ ସମାବେଶ: ଯୋଗଦେଲେ ଦାମ,  ଶ୍ରୀତମ

ରୁପ୍ରାରେ ଭାଜପାର ବିଜୟ ସଂକଳ୍ପ ସମାବେଶ: ଯୋଗଦେଲେ ଦାମ, ଶ୍ରୀତମ

ସେରଗଡ,୧୯।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ରୁପ୍ରାଠାରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଭାଜପାରେ ନୂତନ ଭାବେ ଯୋଗଦାନ କରିଥିବା ଡ. ଦାମୋଦର ରାଉତ ଏବଂ ସିନେ ତାରକା ଶ୍ରୀତମ ଦାସ ଯୋଗଦେଇ ବିପୁଳ ପରିମାଣରେ ଭାଜପାକୁ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। 

ବ୍ଲକସ୍ତରୀୟ ଶିକ୍ଷକ ସମାବେଶ, ସାଙ୍ଗଠନିକ ନିର୍ବାଚନ

ବ୍ଲକସ୍ତରୀୟ ଶିକ୍ଷକ ସମାବେଶ, ସାଙ୍ଗଠନିକ ନିର୍ବାଚନ

ଭବାନୀପାଟଣା,୧୯।୩(ଡି.ଏନ.ଏ.): ସ୍ଥାନୀୟ ପ୍ରାଥମିକ ଶିକ୍ଷକ ଭବନ ପରିସରରେ ସଦର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସାଙ୍ଗଠନିକ ନିର୍ବାଚନ ଅଶୋକ ଭୋଇଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା