ଅନ୍ତର୍ଜାତୀୟ |

ଟ୍ରେନ୍‌ ଯାତ୍ରୀଙ୍କୁ ସୁରକ୍ଷା ଦେବେ ଅଣ୍ଡରକଭର ଏଜେଣ୍ଟ

ଟ୍ରେନ୍‌ ଯାତ୍ରୀଙ୍କୁ ସୁରକ୍ଷା ଦେବେ ଅଣ୍ଡରକଭର ଏଜେଣ୍ଟ
ପ୍ୟାରିସ୍‌,୧୦।୭: ଟ୍ରେନ୍‌ ଯାତ୍ରୀଙ୍କ ସୁରକ୍ଷା ଲାଗି ଫ୍ରାନ୍ସ୍‌ ସରକାର ନେଇଛନ୍ତି ନୂଆ ପଦକ୍ଷେପ। ଏଣିକି ପ୍ରତି ଟ୍ରେନ୍‌ରେ ରହିବେ ଅଣ୍ଡରକଭର ଏଜେଣ୍ଟ୍‌। ସେମାନଙ୍କ ପାଖରେ ରହିବ ବିଭିନ୍ନ ସାମରିକ ଅସ୍ତ୍ରଶସ୍ତ୍ର। ସେମାନଙ୍କୁ ଟ୍ରେନ୍‌ ମାର୍ଶାଲ ଭାବେ ନିଯୁକ୍ତ କରାଯିବ। ଏନେଇ ଫ୍ରାନ୍ସର ରାଷ୍ଟ୍ରୀୟ ଜାଣ୍ଡୋମରୀ କମାଣ୍ଡର କର୍ନେଲ୍‌ ଘିସ୍‌ଲେନ୍‌ ରେଟି ସୂଚିତ କରିଛନ୍ତି। ଏହି ଅଣ୍ଡରକଭର ବା ଗୁପ୍ତ ଏଜେଣ୍ଟ ଯାତ୍ରୀଙ୍କୁ ସୁରକ୍ଷା ଦେବାକୁ ସକ୍ଷମ ହେବେ। ସେମାନେ ଯାତ୍ରୀଙ୍କ ଭଳି ଟ୍ରେନ୍‌ରେ ଯାତ୍ରା କରିବେ। ଆତଙ୍କବାଦୀ ଆକ୍ରମଣ ସମୟରେ ଏଜେଣ୍ଟମାନେ ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇଦେବେ।
All Right Reserved By

ଅନ୍ତର୍ଜାତୀୟ |

ମାଳଦ୍ୱୀପ ନିର୍ବାଚନରେ ସୋଲିହଙ୍କ ବିପୁଳ ବିଜୟ

ମାଳଦ୍ୱୀପ ନିର୍ବାଚନରେ ସୋଲିହଙ୍କ ବିପୁଳ ବିଜୟ

ମାଲେ,୨୪।୯: ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ପ୍ରାର୍ଥୀ ଇବ୍ରାହିମ୍‌ ମହମ୍ମଦ ସୋଲିହଙ୍କ ବିଜୟ ହୋଇଛି। ବର୍ତ୍ତମାନର ରାଷ୍ଟ୍ରପତି ଅବଦୁଲ୍ଲା ୟାମିନ୍‌ ପରାଜିତ ହୋଇଛନ୍ତି। 

ୟୁଏନ୍‌ଜିଏରେ ଯୋଗ ଦେବାକୁ ନ୍ୟୁୟର୍କ ପହଞ୍ଚିଲେ ସୁଷମା

ୟୁଏନ୍‌ଜିଏରେ ଯୋଗ ଦେବାକୁ ନ୍ୟୁୟର୍କ ପହଞ୍ଚିଲେ ସୁଷମା

ନ୍ୟୁୟର୍କ.୨୩।୯: ୟୁନାଇଟେଡ୍‌ ନେଶନ୍ସ ଜେନରାଲ ଆସେମ୍ଲି(ୟୁଏନ୍‌ଜିଏ)ରେ ଯୋଗ ଦେବାକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ରବିବାର ନ୍ୟୁୟର୍କ ପହଞ୍ଚିଛନ୍ତି। ସେ ଭାରତର ପ୍ରତିନିଧିତ୍ୱ କରିଛନ୍ତି।

ଆଇଏସ୍‌ଆଇ ଇଶାରାରେ ହୋଇଥିଲା ପୋଲିସ କର୍ମଚାରୀଙ୍କ ଅପହରଣ ହତ୍ୟା

ଆଇଏସ୍‌ଆଇ ଇଶାରାରେ ହୋଇଥିଲା ପୋଲିସ କର୍ମଚାରୀଙ୍କ ଅପହରଣ ହତ୍ୟା

ଶ୍ରୀନଗର/ଇସଲାମାବାଦ୍‌,୨୩।୯: ଜମ୍ମୁ-କଶ୍ମୀରରେ ହୋଇଥିବା ୩ ଜଣ ସ୍ବତନ୍ତ୍ର ପୋଲିସ ଅଫିସରଙ୍କ ଅପହରଣ ହତ୍ୟା ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଇଶାରାରେ ହୋଇଛି।

ଅଫୁଟା ମୋର୍ଟାର ସହ ଖେଳୁଥିବା ୮ ଶିଶୁ ମୃତ

ଅଫୁଟା ମୋର୍ଟାର ସହ ଖେଳୁଥିବା ୮ ଶିଶୁ ମୃତ

କାବୁଲ,୨୩।୯: ଆଫଗାନିସ୍ତାନରେ ହୋଇଥିବା ଏକ ମୋର୍ଟାର ବିସ୍ଫୋରଣରେ ୪ଜଣ ଭଉଣୀ ଭାଇଙ୍କ ସହ ୮ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ଏକ ଅଫୁଟା ମୋର୍ଟାର ସହ ପିଲାମାନେ ଖେଳୁଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା।

ନେପାଳ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡର ହେଲେ ଜୟପ୍ରଦା

ନେପାଳ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡର ହେଲେ ଜୟପ୍ରଦା

ନୂଆଦିଲ୍ଲୀ, ୨୨।୯: ବଲିଉଡ୍‌ ଅଭିନେତ୍ରୀ ଜୟପ୍ରଦା ନେପାଳ ପର୍ଯ୍ୟଟନ ବିଭାଗର ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି।

ବଳାତ୍କାର ବୃଦ୍ଧିକୁ ଦେଖି ଅଶ୍ଳୀଳ ବିଷୟବସ୍ତୁକୁ ବନ୍ଦ କରିବାକୁ ଚାହୁଁଛି ନେପାଳ

ବଳାତ୍କାର ବୃଦ୍ଧିକୁ ଦେଖି ଅଶ୍ଳୀଳ ବିଷୟବସ୍ତୁକୁ ବନ୍ଦ କରିବାକୁ ଚାହୁଁଛି ନେପାଳ

କାଠମାଣ୍ଡୁ,୨୨।୯: ଦେଶରେ ଦିନକୁ ଦିନ ବଳାତ୍କାର ମାମଲା ବଢି ଚାଲିଥିବା ବେଳେ ଏହା ଉପରେ ଅଙ୍କୁଶ ଲଗାଇବାକୁ ଚିନ୍ତା କରିଛନ୍ତି ନେପାଳ ସରକାର। ଏଥିପାଇଁ ଅଶ୍ଳୀଳ ବିଷୟବସ୍ତୁ ସମ୍ପର୍କିତ ସମସ୍ତ ପ୍ରଚାର ପ୍ରସାରକୁ ବନ୍ଦ କରିବାକୁ ସରକାର କହିଛନ୍ତି।

ଭାରତ ସବୁଠାରୁ ଅଧିକ ଆତଙ୍କବାଦ ପ୍ରଭାବିତ ଦେଶ

ଭାରତ ସବୁଠାରୁ ଅଧିକ ଆତଙ୍କବାଦ ପ୍ରଭାବିତ ଦେଶ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୯: ଏବେ ସମଗ୍ର ବିଶ୍ୱ  ଆତଙ୍କବାଦ ସମସ୍ୟାକୁ ସାମ୍ନା କରି ଏକ ପ୍ରକାର ଅତିଷ୍ଟ ହୋଇ ପଡିଲେଣି। ତେବେ ନିକଟରେ ଆମେରିକା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ, ୨୦୧୭ରେ ଭାରତ ସମେତ ଏସିଆର ୫ଟି ଦେଶରେ ସବୁଠାରୁ ଅଧିକ ଆତଙ୍କବାଦୀ ଆକ୍ରମଣ ହୋଇଛି। 

ଭାରତ ସହ ପାକିସ୍ତାନର ଆଲୋଚନା ରଦ୍ଦ, ଦୁର୍ଭାଗ୍ୟଜନକ କହିଲେ ଇମ୍ରାନ୍‌

ଭାରତ ସହ ପାକିସ୍ତାନର ଆଲୋଚନା ରଦ୍ଦ, ଦୁର୍ଭାଗ୍ୟଜନକ କହିଲେ ଇମ୍ରାନ୍‌

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୨୨।୯: ନ୍ୟୁୟର୍କରେ ଜାତିସଂଘ ସମ୍ମିଳନୀରେ ଭାରତ-ପାକ୍‌ ବୈଦେଶୀକ ମନ୍ତ୍ରୀସ୍ତରୀୟ ଆଲୋଚନାକୁ ରଦ୍ଦ କରିଛି ଭାରତ। ଏହାପରେ କିନ୍ତୁ ଏକ ପ୍ରକାର ବିଗିଡି ଯାଇଛି ପାକିସ୍ତାନର ମିଜାଜ୍‌। 

ଥମୁନି ଭାରତ-ପାକ୍‌ ବିବାଦ

ଥମୁନି ଭାରତ-ପାକ୍‌ ବିବାଦ

ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଭାରତ-ପାକିସ୍ତାନ ପରସ୍ପରକୁ ୧୨ଥର ଭେଟିଛନ୍ତି। ଏଥିରୁ ଭାରତ ୭ଟି ଓ ପାକିସ୍ତାନ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ଗୋଟିଏ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଛି। ଥରେ ମାତ୍ର ଏସିଆକପ୍‌ ଟି୨୦ ଫର୍ମାଟରେ ଖେଳାଯାଇଥିଲା। ଏଥିରେ ଦୁଇ ଦେଶ ପରସ୍ପରକୁ ଭେଟିଥିବା ବେଳେ ଭାରତ ବିଜୟ ହାସଲ କରିଥିଲା। ଏସିଆ କପ୍‌ ଟାଇଟଲ ହାସଲରେ ଭାରତ ପାକିସ୍ତାନକୁ ବହୁ ପଛରେ ପକାଇଛି। 

ବିଶ୍ୱର ସର୍ବବୃହତ ଘଣ୍ଟି

ବିଶ୍ୱର ସର୍ବବୃହତ ଘଣ୍ଟି

ପୋଲାଣ୍ଡ, ୨୧।୯: ବିଶ୍ୱର ସର୍ବବୃହତ୍‌ ଘଣ୍ଟି ପୋଲାଣ୍ଡରେ ନିର୍ମାଣ କରାଯାଇଛି। ୫୫ ଟନ ଓଜନର ଏହି ଘଣ୍ଟିଟି ଟ୍ରାଇଡେଣ୍ଟ୍‌ ସହରସ୍ଥିତ ଏକ ଧାର୍ମିକ ସ୍ଥଳରେ ଲଗାଯାଇଛି।

ଗଣେଶଙ୍କ ବିବାଦୀୟ ବିଜ୍ଞାପନ ଦେଇ ଭୁଲ୍‌ ମାଗିଲା ରିପବ୍ଲିକାନ୍‌ ପାର୍ଟି

ଗଣେଶଙ୍କ ବିବାଦୀୟ ବିଜ୍ଞାପନ ଦେଇ ଭୁଲ୍‌ ମାଗିଲା ରିପବ୍ଲିକାନ୍‌ ପାର୍ଟି

ଓ୍ବାଶିଂଟନ,୨୧।୯: ଆମେରିକାରେ ମତଦାନ ପାଇଁ ସଂଖ୍ୟାଲଘୁଙ୍କୁ ଆକର୍ଷିତ କରିବାକୁ ଶାସକ ରିପ୍ଲିକାନ୍‌ ପାର୍ଟି ନିକଟରେ ଏକ ଖବରକାଗଜରେ ବିଜ୍ଞାପନ ଦେଇଥିଲା। ଯେଉଁଥିରେ ସେ ଭଗବାନ ଗଣେଣଙ୍କୁ ବିବାଦୀୟ ଢଙ୍ଗରେ ଉପସ୍ଥାପନ କରିଥିଲା।

ପରଲୋକରେ ଭିଏତ୍‌ନାମ୍‌ ରାଷ୍ଟ୍ରପତି ତ୍ରାନ୍‌ ଦାଇ

ପରଲୋକରେ ଭିଏତ୍‌ନାମ୍‌ ରାଷ୍ଟ୍ରପତି ତ୍ରାନ୍‌ ଦାଇ

ହାନୋଇ,୨୧।୯: ଭିଏତ୍‌ନାମ୍‌ ରାଷ୍ଟ୍ରପତି ତ୍ରାନ୍‌ ଦାଇ କ୍ୱାଙ୍ଗ୍‌ଙ୍କର ଶୁକ୍ରବାର ସକାଳ ୧୦ଟା ୫ ମିନିଟରେ ପରଲୋକ ହୋଇଛି। ତାଙ୍କୁ ୬୧ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ।