ଫୁରସତ |

ସ୍ମାଇଲି ଫେସ୍‌ର ସ୍ରଷ୍ଟା ହାର୍ଭି ରୋସ୍‌ ବଲ୍‌

ସ୍ମାଇଲି ଫେସ୍‌ର ସ୍ରଷ୍ଟା ହାର୍ଭି ରୋସ୍‌ ବଲ୍‌
ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ହେଉ ଅଥବା ହ୍ବାଟ୍ସଅପ୍‌, ଇନଷ୍ଟା ସବୁଠି ବହୁଳ ଭାବେ ବ୍ୟବହୃତ ହୋଇଥାଏ ସ୍ମାଇଲି ଫେସ ଇମୋଜି। ବ୍ୟବହାରକାରୀମାନେ ହସ, ଖୁସି ପରି ଭାବାବେଗକୁ ଏହି ଛୋଟ ଇମୋଜି ଦ୍ୱାରା ଅତି ସହଜରେ ପ୍ରକାଶ କରିଥାନ୍ତି। ତେବେ କ’ଣ ଆପଣ ଜାଣନ୍ତି ‘ସ୍ମାଇଲି ଫେସ୍‌’ର ସ୍ରଷ୍ଟା କିଏ? ହୁଏତ ଅନେକ ଏ ବିଷୟରେ ଅଜ୍ଞ ଥିବେ। ‘ସ୍ମାଇଲି ଫେସ୍‌’ର ସ୍ରଷ୍ଟା ହେଉଛନ୍ତି ଆମେରିକାର ହାର୍ଭି ରୋସ ବଲ୍‌। ମଙ୍ଗଳବାର ହାର୍ଭି ରୋସଙ୍କର ଜନ୍ମଦିନ। ୧୯୬୩ ମସିହାରେ ହାର୍ଭି ଏକ ବିଜ୍ଞାପନ ଏବଂ ପିଆର୍‌ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ସେତେବେଳେ ଷ୍ଟେଟ ମ୍ୟୁଚୁଆଲ ଲାଇଫ ଇନ୍‌ସୁରାନ୍ସ କମ୍ପାନୀ ଅଫ ଆମେରିକା ତାଙ୍କୁ ଏକ ଅସୁବିଧା ବିଷୟରେ ଅବଗତ କରାଇଥିଲେ। ଅନ୍ୟ ଏକ କମ୍ପାନୀ ସହ ଉକ୍ତ ଇନ୍‌ସୁରାନ୍ସ କମ୍ପାନୀ ଚୁକ୍ତି କରିବାକୁ ନେଇ କିଛି କର୍ମଚାରୀ ଖୁସି ନ ଥିଲେ। ଏପରିସ୍ଥଳେ ସେମାନଙ୍କର ଅଭିମାନକୁ ଦୁରେଇବା ପାଇଁ ହାର୍ଭିଙ୍କୁ କିଛି କରିବାକୁ କୁହାଯାଇଥିଲା। ଶେଷରେ ସେ ଏହାର ସମାଧାନର ବାଟ ବାହାର କରିବାକୁ ଯାଇ ସ୍ମାଇଲି ଫେସ୍‌ର ଉଦ୍ଭାବନ କରିଥିଲେ। ଏଥିପାଇଁ ତାଙ୍କୁ ମାତ୍ର ୩ ହଜାର ଟଙ୍କା ପାରିଶ୍ରମିକ ମିଳିଥିଲା। ପରେ ଏହା ବେଶ୍‌ ଲୋକପ୍ରିୟ ହୋଇଥିଲା। ୨୦୦୧ ମସିହାରେ ହାର୍ଭିଙ୍କ ପରଲୋକ ଘଟିଥିଲା। ମାତ୍ର ‘ସ୍ମାଇଲି ଫେସ୍‌’ ତାଙ୍କୁ ଭିନ୍ନ ଏକ ପରିଚୟ ଦେବା ସହ ଏବେ ବି ଯୁବପୀଢ଼ୀଙ୍କ ମଧ୍ୟରେ ଲୋକପ୍ରିୟ କରି ରଖିଛି।
All Right Reserved By

ଫୁରସତ |

ଏମିତି ଏକ ରେଷ୍ଟୁରାଣ୍ଟ୍‌ରେ ଯେଉଁଠି ଆକାଶରେ ଉଡ଼ି ଖାଇବାର ଆନନ୍ଦ ମିଳେ

ଏମିତି ଏକ ରେଷ୍ଟୁରାଣ୍ଟ୍‌ରେ ଯେଉଁଠି ଆକାଶରେ ଉଡ଼ି ଖାଇବାର ଆନନ୍ଦ ମିଳେ

ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ହୋଟେଲ ଏବଂ ରେଷ୍ଟୁରାଣ୍ଟ୍‌ରେ ଭିନ୍ନ ଭିନ୍ନ ଅଫର ଉପଲବ୍ଧ ହୋଇଥାଏ। ତେବେ ବେଲଜିୟମରେ ଥିବା ଏକ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ଆକାଶରେ ଉଡ଼ି ଖାଦ୍ୟ  ଖାଇବାର ଅନୁଭୁତି ପ୍ରଦାନ କରାଯଇଥାଏ। 

ମୂଲ୍ୟହୀନ ମେସେଜ୍‌ ଦେଲେ ଯେଉଁଠି ଜରିମାନା ଦେବାକୁ ପଡ଼େ ୧୦ ଲକ୍ଷ

ମୂଲ୍ୟହୀନ ମେସେଜ୍‌ ଦେଲେ ଯେଉଁଠି ଜରିମାନା ଦେବାକୁ ପଡ଼େ ୧୦ ଲକ୍ଷ

ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଆଇନ କାନୁନ୍‌ ରହିଛି। ଦେଶର ସମ୍ବିଧାନର ଧାରା ଅନୁଯାୟୀ ସମସ୍ତେ ଆଇନ ଦ୍ୱାରା ପରିଚାଳିତ ହୋଇଥାନ୍ତି। ପାକିସ୍ତାନରେ ରହିଛି କେତେକ ଭିନ୍ନ ଆଇନ କାନୁନ୍‌। ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ।

ବାଦୁଡ଼ିଙ୍କ ପାଇଁ ହସ୍ପିଟାଲ

ବାଦୁଡ଼ିଙ୍କ ପାଇଁ ହସ୍ପିଟାଲ

ଅଷ୍ଟ୍ରେଲିଆରେ ରହିଛି ଏକ ହସ୍ପିଟାଲ। ଏଠାରେ ବାଦୁଡ଼ିଙ୍କର ଚିକିତ୍ସା କରାଯାଏ। ସ୍ଥାନୀୟ ଏଥର୍ଟନ ସହରରେ ଥିବା ଟୋଲ୍‌ଗୋ ଓ୍ବେଷ୍ଟ୍‌ ହସ୍ପିଟାଲରେ ବାଦୁଡ଼ି ବଂଶ ବଞ୍ଚାଇବା ପାଇଁ ଏଭଳି ପ୍ରୟାସ କରାଯାଉଛି।

 ଏଭଳି ଅଫିସ ଯେଉଁଠି ଶାରୀରିକ ସମ୍ପର୍କ ପାଇଁ ମିଳେ ଘଣ୍ଟାଏ ବିରତି...

ଏଭଳି ଅଫିସ ଯେଉଁଠି ଶାରୀରିକ ସମ୍ପର୍କ ପାଇଁ ମିଳେ ଘଣ୍ଟାଏ ବିରତି...

ଅଫିସରେ ଲଞ୍ଚ୍‌ ବ୍ରେକ୍‌ ଅଥବା ଟି ବ୍ରେକ୍‌ ହୋଇଥାଏ। ତେବେ ସ୍ବିଡ଼େନ୍‌ରେ ଏଭଳି ଏକ ଅଫିସ ରହିଛି, ଯେଉଁଠି କର୍ମଚାରୀଙ୍କୁ ଶାରୀରିକ ସମ୍ପର୍କ ପାଇଁ ମିଳିଥାଏ ଘଣ୍ଟେ ବିରତି। 

ମେଘାଳୟ ଯୁଗ

ମେଘାଳୟ ଯୁଗ

”ବିଶ୍ୱ ଦରବାରରେ ନୂତନ ରୂପେ ପରିଚିତ ମେଘାଳୟ ଯୁଗ ୪୨୦୦ ବର୍ଷ ତଳୁ ୧୯୫୦ ବର୍ଷ ଧରି ପରିବ୍ୟାପ୍ତ। ଏହାର ଆରମ୍ଭରେ ବିଶ୍ୱବ୍ୟାପୀ ଭୟଙ୍କର ମରୁଡ଼ି ଦେଖାଦେଇଥିଲା ଏବଂ ଜଳବାୟୁରେ ବଡ଼ଧରଣର ବିଭ୍ରାଟ ଉପୁଜିଥିଲା, ଫଳରେ ବାୟୁମଣ୍ଡଳରେ ଅମ୍ଳଜାନ  ପରିମାଣ ହ୍ରାସ ପାଇ ଅଙ୍ଗାରକାମ୍ଳ ପରିମାଣରେ ମାତ୍ରାଧିକ ବୃଦ୍ଧି ଘଟିଥିଲା ବୋଲି ଭୂବୈଜ୍ଞାନିକମାନେ ବ୍ୟାଖ୍ୟା କରିଛନ୍ତି।“

ସର୍ବବୃହତ୍‌ ସୁପର କମ୍ପ୍ୟୁଟର

ସର୍ବବୃହତ୍‌ ସୁପର କମ୍ପ୍ୟୁଟର

ଲଣ୍ଡନ: ମଣିଷ ମସ୍ତିଷ୍କ ଭଳି କାର୍ଯ୍ୟ କରିବାର କ୍ଷମତା ରଖିଥିବା ବିଶ୍ୱର ସର୍ବବୃହତ୍‌ ସୁପର କମ୍ପ୍ୟୁଟର ପ୍ରଥମ ଥର ପାଇଁ ଖୋଲାଯାଇଛି। ଏହାକୁ ସ୍ପାଇକିଙ୍ଗ୍‌ ନ୍ୟୁରାଲ୍‌ ନେଟ୍‌ଓ୍ବର୍କ ଆର୍କିଟେକ୍‌ଚର ବା ସଂକ୍ଷେପରେ ସ୍ପିନ୍‌ନାକର ମେଶିନ୍‌ କୁହାଯାଉଛି।

ମ୍ୟାଗ୍ନେଟମ୍ୟାନ୍‌ ଅରୁଣ...

ମ୍ୟାଗ୍ନେଟମ୍ୟାନ୍‌ ଅରୁଣ...

ମଧ୍ୟପ୍ରଦେଶର ସାଗର ଜିଲ୍ଲା ଧାନା ଗ୍ରାମରେ ବାସ କରରୁଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ରହିଛି ଚୁମ୍ବକୀୟ ଶକ୍ତି। ତାଙ୍କୁ ସଭିଏଁ ମ୍ୟାଗନେଟ୍‌ମ୍ୟାନ ବୋଲି ଡାକିଥାନ୍ତି। ସେ ହେଉଛନ୍ତି ୫୦ ବର୍ଷୀୟ ଅରୁଣ ରାୟକ୍ୱାର। 

ଇନ୍ଦ୍ର ଦେବତାଙ୍କୁ ସନ୍ତୋଷ ପାଇଁ ଯେଉଁଠି କରାଯାଏ ଗଧ ବାହାଘର

ଇନ୍ଦ୍ର ଦେବତାଙ୍କୁ ସନ୍ତୋଷ ପାଇଁ ଯେଉଁଠି କରାଯାଏ ଗଧ ବାହାଘର

ଭାରତର କେତେକ ଅଞ୍ଚଳରେ ପ୍ରାଚୀନ କାଳରୁ ଇନ୍ଦ୍ରଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରାଣୀଙ୍କ ମଧ୍ୟରେ ବାହାଘର କରାଯାଇଥାଏ।  ଆସାମ ଓ ମହାରାଷ୍ଟ୍ରରେ ବର୍ଷା ନ ହେଲେ ଲୋକେ ବେଙ୍ଗ-ବେଙ୍ଗୁଲୀ ବାହାଘର କରାଇଥାନ୍ତି। 

ଯେଉଁଠି ହସ୍ପିଟାଲରେ କୁକୁର କରନ୍ତି ଚିକିତ୍ସା

ଯେଉଁଠି ହସ୍ପିଟାଲରେ କୁକୁର କରନ୍ତି ଚିକିତ୍ସା

ବ୍ରିଟେନ୍‌ରେ ରହିଛି ଏକ ହସ୍ପିଟାଲ। ଏଠାରେ କୁକୁରମାନେ ଡାକ୍ତରଙ୍କୁ ରୋଗୀଙ୍କ ଚିକିତ୍ସାରେ ସହାୟତା କରନ୍ତି। ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ପ୍ରଥମେ ସ୍ବତନ୍ତ୍ର ତାଲିମପ୍ରାପ୍ତ କୁକୁର ଶୁଙ୍ଘିଥାନ୍ତି। 

କାର୍‌କୁ ବିବାହ କଲେ ଯୁବକ

କାର୍‌କୁ ବିବାହ କଲେ ଯୁବକ

ବିବାହ ନେଇ ଯୁବତୀ ଯୁବକଙ୍କ ମନରେ ଅନେକ ସ୍ବପ୍ନ ରହିଥାଏ। ସୁନ୍ଦର ସାଥୀ ପାଇବା ସଭିଙ୍କର ଥାଏ ଇଛା। ତେବେ ଜର୍ମାନରେ ଜନ୍‌ ନାମକ ଜଣେ ଯୁବକ ନିକ କାରକୁ ବିବାହ କରିଛନ୍ତି।

ଚକୋଲେଟ ଜରିରେ ନିର୍ମିତ ପୋଷାକ

ଚକୋଲେଟ ଜରିରେ ନିର୍ମିତ ପୋଷାକ

ଦିନକୁ ଦିନ ଫ୍ୟାଶନର ପରିଭାଷା ବଦଳିବାରେ ଲାଗିଛି। ନୂଆ ନୂଆ କନ୍‌ସେପ୍ଟ ଏବଂ ଥିମ୍‌କୁ ନେଇ ପୋଷାକ ପ୍ରସ୍ତୁତ କରାଯାଉଛି।

ଦାମୀ ଡଲ୍‌ ହାଉସ୍‌

ଦାମୀ ଡଲ୍‌ ହାଉସ୍‌

ସବୁଠୁ ଦାମୀ ଖେଳଣା ତଥା ଦାମୀ ଡଲ ହାଉସ୍‌ ଭାବେ ‘ଆଷ୍ଟୋଲାଟ୍‌ ଡଲ୍‌ ହାଉସ୍‌ କ୍ୟାସେଲ୍‌’ ପ୍ରସିଦ୍ଧି ହାସଲ କରିଛି। ଏହାର ମୂଲ୍ୟ ହେଉଛି ୮.୫ ମିଲିୟନ ଡଲାର। ଯାହାକି ନ୍ୟୁୟର୍କ ଏବଂ ଲଣ୍ଡନର କୌଣସି ମୁଖ୍ୟ ସ୍ଥାନରେ ଆପାର୍ଟମେଣ୍ଟର ଦାମ ସହ ସମାନ।