ଅନ୍ତର୍ଜାତୀୟ |

ଫିଲ୍ମ ବଦଳାଇଦେଲା ଚାଇନା-ଭାରତ ସମ୍ପର୍କ

ଫିଲ୍ମ ବଦଳାଇଦେଲା ଚାଇନା-ଭାରତ ସମ୍ପର୍କ
ବେଜିଂ,୧୦।୭: ଭାରତ-ଚାଇନା ସମ୍ପର୍କରେ ଏବେ ନୂଆ ମୋଡ ଆସିଛି। ଶତ୍ରୁତାକୁ ଭୁଲି ଚାଇନା ଏବେ ଭାରତଠାରୁ ଆଣ୍ଟି କ୍ୟାନସର ଡ୍ରଗ୍‌ ବା କର୍କଟ ନିରୋଧୀ ଔଷଧ କିଣିବାକୁ ନିଷ୍ପତ୍ତି ନେଇଛି। ଫଳରେ ଚାଇନାର କ୍ୟାନସର ରୋଗୀ ଆଶ୍ୱସ୍ତି ଅନୁଭବ କରିଛନ୍ତି। କିଛିଦିନ ପୂର୍ବେ ଭାରତରୁ କ୍ୟାନସର ରୋଗ ପାଇଁ ଉଦ୍ଦିଷ୍ଟ ଯେଉଁସବୁ ଔଷଧ ଉପରେ ଚାଇନା ପ୍ରତିବନ୍ଧକ ଲଗାଇଥିଲା ଏବେ ତାହାକୁ ହଟାଇ ଦେଇଛି। ଏହା ସମ୍ଭବ ହୋଇପାରିଛି ଫିଲ୍ମ ‘ଡାଇଙ୍ଗ ଟୁ ସର୍ଭାଇବ୍‌’ର ରିଲିଜ୍‌ ପରେ। ଏହି ଚାଇନିଜ୍‌ ଫିଲ୍ମଟି ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏଥିରେ ଲ୍ୟୁକୋମିଆ(ରକ୍ତ କର୍କଟ) ରୋଗରେ ପୀଡିତ ଜଣେ ରୋଗୀଙ୍କୁ ଭାରତରୁ କ୍ୟାନସର ନିରୋଧୀ ଔଷଧ ବେଆଇନ ଭାବେ ମଗାଇ ଚିକିତ୍ସା କରାଯାଉଛି। ଏହା ଦେଖିବା ପରେ ଚାଇନା ସରକାର ଭାରତରୁ ଆଣ୍ଟି କ୍ୟାନସର ଡ୍ରଗ୍ସ ମଗାଇବା ନେଇ ଲଗାଇଥିବା ପ୍ରତିବନ୍ଧକକୁ ସୋମବାର ହଟାଇ ଦେଇଛନ୍ତି।
All Right Reserved By

ଅନ୍ତର୍ଜାତୀୟ |

ଅନୁପ୍ରବେଶ ମାମଲା: ଆମେରିକାରେ ୨୩ଶହରୁ ଅଧିକ ଭାରତୀୟ ବନ୍ଦୀ

ଅନୁପ୍ରବେଶ ମାମଲା: ଆମେରିକାରେ ୨୩ଶହରୁ ଅଧିକ ଭାରତୀୟ ବନ୍ଦୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୧୧: ଅନୁପ୍ରବେଶ ମାମଲାରେ ଆମେରିକାରେ ୨୩ ଶହ ୮୨ ଜଣ ଭାରତୀୟ ବନ୍ଦୀ ଅଛନ୍ତି। ୮୬ ଜେଲ୍‌ରେ ସେମାନେ କାଟୁଛନ୍ତି ବନ୍ଦୀ ଜୀବନ। 

ସ୍ପାଇଡର ମ୍ୟାନର ଜନକ ଷ୍ଟାନ ଲିଙ୍କ ପରଲୋକ

ସ୍ପାଇଡର ମ୍ୟାନର ଜନକ ଷ୍ଟାନ ଲିଙ୍କ ପରଲୋକ

ଓ୍ବାଶିଂଟନ,୧୩।୧୧: ମାର୍ବଲ କମିକର ଜନକ ଷ୍ଟାନ ଲିଙ୍କ ପରଲୋକ ହୋଇଛି। ୯୫ ବର୍ଷ ବୟସରେ ଆମେରିକାର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଲି। 

ରୋହିଙ୍ଗ୍ୟା ମାମଲା: ୟାଙ୍ଗ୍‌ ସାନ୍‌ ସୁ କିଙ୍କଠାରୁ ସମ୍ମାନ ଫେରାଇ ନେଲା ଆମିନିଷ୍ଟ ଇଣ୍ଟରନ୍ୟାସନାଲ

ରୋହିଙ୍ଗ୍ୟା ମାମଲା: ୟାଙ୍ଗ୍‌ ସାନ୍‌ ସୁ କିଙ୍କଠାରୁ ସମ୍ମାନ ଫେରାଇ ନେଲା ଆମିନିଷ୍ଟ ଇଣ୍ଟରନ୍ୟାସନାଲ

ଓ୍ବାଶିଂଟନ,୧୩।୧୧: ମ୍ୟାନମାରରେ ରୋହିଙ୍ଗ୍ୟାଙ୍କ ଉପରେ ହୋଇଥିବା ସୈନ୍ୟବାହିନୀର ଅତ୍ୟାଚାର ବିରୋଧରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ  ନ କରାଯାଇଥିବାରୁ ଆମିନିଷ୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ୟାଙ୍ଗ୍‌ ସାନ୍‌ ସୁ କିଙ୍କୁ ପ୍ରଦାନ କରାଯାଇଥିବା ସର୍ବୋଚ୍ଚ ସମ୍ମାନ ଫେରାଇ ନିଆଯାଇଛି।

ଶୁକ୍ରକୁ ସ୍ପେସ୍‌କ୍ରାଫ୍ଟ ପଠାଇବ ଇସ୍ରୋ

ଶୁକ୍ରକୁ ସ୍ପେସ୍‌କ୍ରାଫ୍ଟ ପଠାଇବ ଇସ୍ରୋ

ବେଙ୍ଗାଲୁରୁ, ୧୩।୧୧: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ୨୦୨୩ରେ ଶୁକ୍ରକୁ ଏକ ପର୍ଯ୍ୟବେକ୍ଷଣକାରୀ ମହାକାଶଯାନ  ଲଞ୍ଚ୍‌ କରିବ।

ଇସ୍ରାଏଲ୍‌ ଉପରେ ମାଡ଼ ହୋଇଛି ୩ ଶହ ରକେଟ

ଇସ୍ରାଏଲ୍‌ ଉପରେ ମାଡ଼ ହୋଇଛି ୩ ଶହ ରକେଟ

ସିଡ୍ରେଟୋ,୧୩।୧୧: ଗାଜା ଅଞ୍ଚଳରୁ ଇସ୍ରାଏଲ୍‌ ଉପରେ ୩ ଶହ ରକେଟ ମାଡ଼ ହୋଇଛି। ଏନେଇ ଇସ୍ରାଏଲ୍‌ ସୈନ୍ୟ ବିଭାଗ ସୂଚନା ଦେଇଛି। ଏହାଦ୍ୱାରା ୧୧ ଜଣ ଆହତ ହୋଇଛନ୍ତି। 

ଏକାଥରେ ୩ଟି ରୁବିକ୍‌ କ୍ୟୁବ୍ସ ସଜାଡି କଲେ ବିଶ୍ୱ ରେକର୍ଡ

ଏକାଥରେ ୩ଟି ରୁବିକ୍‌ କ୍ୟୁବ୍ସ ସଜାଡି କଲେ ବିଶ୍ୱ ରେକର୍ଡ

ବେଜିଂ,୧୨।୧୧: ଚାଇନା ସ୍କିଆମେନର ୧୩ ବର୍ଷୀୟ ବାଳକ କ୍ୱି ଜିନ୍‌ଉ ଏବେ ନିଜର ଅସମ୍ଭବ ପ୍ରତିଭା ବଳରେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଛନ୍ତି। ସେ ଏକାଥରେ ୩ଟି ରୁବିକ୍‌ କ୍ୟୁବ୍ସକୁ ଖୁବ୍‌ କମ୍‌ ସମୟ ମଧ୍ୟରେ ସଜାଡି ପାରୁଛନ୍ତି। 

 ବାୟୁ ପ୍ରଦୂଷଣ: ୩ ବର୍ଷରେ ନେଇଛି ୨୫ ଲକ୍ଷ ଜୀବନ

ବାୟୁ ପ୍ରଦୂଷଣ: ୩ ବର୍ଷରେ ନେଇଛି ୨୫ ଲକ୍ଷ ଜୀବନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୨।୧୧: ଦେଶରେ ବାୟୁ ପ୍ରଦୂଷଣ ଧୀରେ ଧୀରେ ଉଗ୍ର ରୂପ ନେଉଛି। ୨୦୧୫ଠାରୁ ଇତିମଧ୍ୟରେ ଦେଶର ବିଭିନ୍ନ ଅଞ୍ଚଳରେ ବାୟୁ ପ୍ରଦୂଷଣ ଯୋଗୁ ୨୫ ଲକ୍ଷ ଲୋକଙ୍କର ଜୀବନ ଯାଇଛି। 

ସର୍ଜିକାଲ ଷ୍ଟ୍ରାଇକ୍‌ ଭୟ: ନିୟନ୍ତ୍ରଣ ରେଖାଠାରେ ସ୍ନାଇପର ଏସ୍‌ଏସ୍‌ଜି କମାଣ୍ଡୋ ସଂଖ୍ୟା ବଢ଼ାଇଲା ପାକିସ୍ତାନ

ସର୍ଜିକାଲ ଷ୍ଟ୍ରାଇକ୍‌ ଭୟ: ନିୟନ୍ତ୍ରଣ ରେଖାଠାରେ ସ୍ନାଇପର ଏସ୍‌ଏସ୍‌ଜି କମାଣ୍ଡୋ ସଂଖ୍ୟା ବଢ଼ାଇଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ୍‌,୧୨।୧୧: ଭାରତୀୟ ସେନାଙ୍କୁ ହଇରାଣ କରିବା ପାଇଁ ତଥା ସର୍ଜିକାଲ ଷ୍ଟ୍ରାଇକ୍‌ ଭୟରେ ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ସ୍ନାଇପର  ଏସ୍‌ଏସ୍‌ଜି କମାଣ୍ଡୋଙ୍କ ସଂଖ୍ୟା ବୃଦ୍ଧି କରିଛି।

ବିଦେଶକୁ ଚୋରାଚାଲାଣ ହେଉଛି ଭାରତର ପ୍ରାଚୀନ କଳାକୃତି

ବିଦେଶକୁ ଚୋରାଚାଲାଣ ହେଉଛି ଭାରତର ପ୍ରାଚୀନ କଳାକୃତି

ସିଙ୍ଗାପୁର/ନୂଆଦିଲ୍ଲୀ,୧୨।୧୧: ପ୍ରତିବର୍ଷ ଭାରତର ମନ୍ଦିରଗୁଡିକରୁ ପ୍ରାଚୀନ କଳାକୃତି ଓ ମୂଲ୍ୟବାନ ଧାତୁନିର୍ମିତ ମୂର୍ତ୍ତି ଚୋରା ଚାଲାଣ ହେଉଛି। ସେଗୁଡିକୁ ଜାହାଜରେ ଚାଲାଣ କରାଯାଇ ଅନ୍ତର୍ଜାତୀୟ ବଜାରରେ ବହୁ ମୂଲ୍ୟରେ ବିକ୍ରି କରାଯାଉଥିବା ସିଙ୍ଗାପୁରସ୍ଥିତ  ଜଣେ ମୂଳ ଭାରତୀୟ ଶିପିଂ ଏକ୍‌ଜିକ୍ୟୁଟିଭ୍‌ ଏସ୍‌. ବିଜୟ କୁମାର ସୂଚନା ଦେଇଛନ୍ତି। 

୯୮ ବର୍ଷୀୟ ବୃଦ୍ଧଙ୍କର ସଫଳ ହେଲା ବାଇପାସ୍‌ ସର୍ଜରୀ

୯୮ ବର୍ଷୀୟ ବୃଦ୍ଧଙ୍କର ସଫଳ ହେଲା ବାଇପାସ୍‌ ସର୍ଜରୀ

ନୂଆଦିଲ୍ଲୀ/ବାଗଦାଦ୍‌,୧୧।୧୧: ଭାରତର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଇରାକ୍‌ର ୯୮ ବର୍ଷ ବୟସ୍କ ବୃଦ୍ଧ ମହମ୍ମଦ କାଦିମ୍‌ ସଇଦ୍‌ଙ୍କ କୋରୋନାରୀ ବାଇପାସ୍‌ ହାର୍ଟ ସର୍ଜରୀ ସଫଳ ହୋଇଛି।

ମନକଥା ଲେଖିଲେ ମିଶେଲ

ମନକଥା ଲେଖିଲେ ମିଶେଲ

ଓ୍ବାଶିଂଟନ,୧୧।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପତ୍ନୀ ମିଶେଲ ଓବାମା ଏବେ ତାଙ୍କ ମନକଥା ଖୋଲି କହିବାକୁ ଚେଷ୍ଟା କରଛନ୍ତି। ମିଶେଲ ଲେଖିଥିବା ପୁସ୍ତକ ‘ବିକମିଂ’ରେ ଅନେକ ଅକୁହା କଥାକୁ ସ୍ଥାନ ଦେଇଛନ୍ତି।

ଜୁନ୍‌ ସୁଦ୍ଧା ଭାରତରେ ହୋଇଛି ୬.୯୫ ଲକ୍ଷ ସାଇବର ଆକ୍ରମଣ

ଜୁନ୍‌ ସୁଦ୍ଧା ଭାରତରେ ହୋଇଛି ୬.୯୫ ଲକ୍ଷ ସାଇବର ଆକ୍ରମଣ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୧।୧୧: ଭାରତରେ ଚଳିତ ୨୦୧୮ ବର୍ଷର ଜାନୁୟାରୀଠାରୁ ଜୁନ୍‌ ସୁଦ୍ଧା ୬.୯୫ ଲକ୍ଷ ସାଇବର ଆକ୍ରମଣ ହୋଇଛି। ଏନେଇ ସାଇବର ସିକ୍ୟୁରିଟି ଫାର୍ମ ଏଫ୍‌- ଫାର୍ମ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି।