ସମ୍ବଲପୁର

ନୂଆଗଁ। ଅଞ୍ଚଳରେ ବିଦ୍ୟୁତ୍‌ ସେବା ବିପର୍ଯ୍ୟସ୍ତ

ନୂଆଗଁ। ଅଞ୍ଚଳରେ ବିଦ୍ୟୁତ୍‌ ସେବା ବିପର୍ଯ୍ୟସ୍ତ
ନୂଆଗାଁ, ୧୦।୭ (ଡି.ଏନ.ଏ): ୬ମାସରୁ ଊର୍ଦ୍ଧ୍ୱ ହେବ ନୂଆଗାଁ ଅଞ୍ଚଳରେ ବିଦ୍ୟୁତ୍‌ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ଏନେଇ ଉପଭୋକ୍ତାଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଅଧିକାଂଶ ଦିନ ସନ୍ଧ୍ୟାରେ ବିଦ୍ୟୁତ୍‌ ସମସ୍ୟା ଦେଖାଦେଉଛି। ପ୍ରତ୍ୟେକ ୧୦ରୁ ୧୫ ମିନିଟରେ ଥରେ ବିଦ୍ୟୁତ୍‌ କାଟ ଯୋଗୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଭିଯୋଗ ପରେ ବିଦ୍ୟୁତ୍‌ ବିଭାଗର କିଛି କର୍ମଚାରୀ ରାତିରେ ବୁଲି ବିଦ୍ୟୁତ୍‌ ତ୍ରୁଟି ଖୋଜାଖୋଜି କରୁଥିବା ବେଳେ ଏହାର ସମ୍ପୂର୍ଣ୍ଣ ସମାଧାନ ହୋଇପାରୁ ନାହିଁ। ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳିପାରୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଉପଭୋକ୍ତାମାନଙ୍କ କହିବା ମୁତାବକ, ବିଭାଗୀୟ ଅଧିକାରୀମାନଙ୍କ ଖାମଖିଆଲି ମନୋଭାବ ଯୋଗୁ ନୂଆଗାଁ ଅଞ୍ଚଳରେ ଠିକ୍‌ ଭାବେ ବିଦ୍ୟୁତ୍‌ ତ୍ରୁଟିର ଯାଞ୍ଚ କରାଯାଉନାହିଁ। ଫଳରେ ପ୍ରତ୍ୟେକ ଦିନ ଏଭଳି ସମସ୍ୟା ଲାଗି ରହୁଛି। ବିଶେଷକରି ନୂଆଗାଁ ବ୍ଲକର ୫ଟି ପଞ୍ଚାୟତ ଯଥା, ସୋରଡା, ବାରିଲେଫ୍ଟା, ଉର୍ମେଇ, ବଡଯୋଜଦା, ଚିତାଫେଡିରେ ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହା ଦୀର୍ଘ ଦିନର ସମସ୍ୟା ହୋଇଥିବା ବେଳେ କିଭଳି ସୂଚାରୁରୂପେ ଏହାର ସମାଧାନ ହୋଇପାରିବ ଏଦିଗରେ ଅଧିକାରୀମାନେ କୌଣସି ଆଖିଦୃଶିଆ ପଦକ୍ଷେପ ନେବା ବଦଳରେ ଉପଭୋକ୍ତାମାନଙ୍କୁ ଭୁଆଁ ବୁଲାଉଛନ୍ତି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ତଳ ତଳିଆ କର୍ମଚାରୀମାନଙ୍କୁ ଜନ ଆକ୍ରୋଶର ଶିକାର ହେବାକୁ ପଡୁଛି। ଲୋକଙ୍କ କହିବା ମୁତାବକ, ନୂଆଗାଁ ବିଦ୍ୟୁତ୍‌ ସବ୍‌ଷ୍ଟେଶନରେ ବର୍ତ୍ତମାନ ୪ଟି ଫିଡର୍‌ ରହିଛି। ନୂଆଗାଁ, ଲୁକୁମବେଡା, ପତ୍ରାପାଲି ଏବଂ ସୋରଡା ଫିଡରରେ ହାରାହାରି ୧୦୦ରୁ ଊର୍ଦ୍ଧ୍ୱ ଗ୍ରାମ ରହିଛି । ଏହି ସମସ୍ତ ଫିଡରଗୁଡିକ ନୂଆଗାଁ ସବଷ୍ଟେଶନ୍‌ରେ ଅଲଗା ଅଲଗା କରାଯାଇଛି । ଗୋଟିଏ ଲେଖାଁଏ ଫିଡର୍‌ରୁ ୨୫ରୁ ଉର୍ଦ୍ଧ୍ୱ ଗ୍ରାମକୁ କଣ୍ଟ୍ରୋଲ କରାଯାଉଛି । ରିହଁ, ପନିଆସାଲ ଏବଂ ଲୁକୁମବେଡା ଗ୍ରାମଠାରୁ ବିଦ୍ୟୁତ୍‌ ସବ୍‌ଷ୍ଟେଶନର ଦୂରତା ୨୫ ରୁ ୩୦ କି.ମି. ହେବ । ତେଣୁ ସାମାନ୍ୟ ବର୍ଷା ହେଲେ କିମ୍ବା ଘଡଘଡି ହେଲେ ଉକ୍ତ ଗ୍ରାମଗୁଡିକରେ ବିଦ୍ୟୁତ୍‌ ସମସ୍ୟା ଲାଗି ରହୁଛି। ସବୁଠାରୁ ଉଦ୍‌ବେଗର ବିଷୟ ହେଲା, ନିକଟରେ ଫ୍ରାଞ୍ଚାଇଜ୍‌ କର୍ମଚାରୀମାନଙ୍କୁ ସବ୍‌ଷ୍ଟେଶନରେ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ଦରମା କୁଆଡେ ମାସକୁ ୬ହଜାର ଟଙ୍କା । ସେମାନେ କେବଳ ସବ୍‌ଷ୍ଟେଶନରେ ରହି କାର୍ଯ୍ୟ କରିବେ। ସମ୍ପୃକ୍ତ କର୍ମଚାରୀଙ୍କ ନିଯୁକ୍ତି ପରେ ବିଦ୍ୟୁତ୍‌ ବିଭାଗ ଅଧୀନରେ କାମ କରୁଥିବା କର୍ମଚାରୀମାନେ କୁୁଆଡେ ଠିକ୍‌ ଭାବେ କାମ କରୁ ନ ଥିବା ଅଭିଯୋଗ ହେଉଛି। ଫଳରେ ଅଞ୍ଚଳର ବିଦ୍ୟୁତ୍‌ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ଏଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ କରାଯିବ ବୋଲି ଉପଭୋକ୍ତା ମହଲରେ ଚେତାବନୀ ଦିଆଯାଇଛି। ଝାରସୁଗୁଡ଼ା ସଦର ବ୍ଲକ୍‌ ବୃନ୍ଦାମାଲ ଏବଂ ଭାଗିପାଲି ଗାଁ ମଝିରେ ସଫେଇ ନାଳ ରହିଛି। ଏହି ନାଳ ଉପରେ ନିର୍ମାଣ ହୋଇଥିବା ବ୍ରିଜ୍‌ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ସୋମବାର କାତିକେଲା ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ବ୍ରିଜର ମୂଳ ଭାଗରେ ହୋଇଥିବା ସିମଣ୍ଟ କଂକ୍ରିଟ୍‌ ଧୋଇ ହୋଇଯାଇଛି। ନାଳରେ ପାଣିର ଗତି ପ୍ରଖର ରହିଥିବାରୁ ବ୍ରିଜର ମୂଳ ଅଂଶ ଦୁର୍ବଳ ହୋଇପଡ଼ିବା ଆଶଙ୍କା କରାଯାଉଛି। ଗତ କିଛିଦିନ ପୂର୍ବରୁ ଲଖନପୁର ବ୍ଲକରେ ଏକ ବ୍ରିଜ୍‌ ଭୁଶୁଡ଼ି ପଡ଼ିବା ଦ୍ୱାରା ଝାରସୁଗୁଡ଼ା ଏବଂ ସୁନ୍ଦରଗଡ ମଧ୍ୟରେ ଆଭ୍ୟନ୍ତରୀଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ସେହିପରି ସଫେଇ ନାଳରେ ନିର୍ମିତ ବ୍ରିଜ୍‌ ଭୁଶୁଡ଼ିଲେ କାତିକେଲା, ଭୁର୍କାମୁଣ୍ଡା, ଭାଗିପାଲି, ମୁଡ଼କାଧୁଡ଼ା, ଦଷକା ଏବଂ କୋଲାବିରା ବ୍ଲକର କେତେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହେବ। ସେଥିପାଇଁ ପ୍ରଶାସନ ଏହି ବ୍ରିଜର ଅନୁଧ୍ୟାନ କରି ନୂତନ ବ୍ରିଜ୍‌ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଗାଁର ଭୀଷ୍ମଦେବ ସାହୁ, ପ୍ରେମସାଗର ଦେହେରିଆ, ସରପଞ୍ଚ ଅନୀତା ସାହୁ, ତୋଷବନ୍ତ ସେଠ୍‌ ଏବଂ ଅନ୍ୟମାନେ ଦାବି କରିଛନ୍ତି।
All Right Reserved By

ସମ୍ବଲପୁର

ଅଟୋ ଓଲଟି ଜଣେ ମୃତ, ୧ ଆହତ

ଲହୁଣୀପଡା, ୨୭।୩ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ କଲେଇପୋଷ ପଞ୍ଚାୟତ ନୂଆପଡା ଗ୍ରାମରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ଦୁର୍ଘଟଣା ଘଟିଛି। ଏକ ଅଟୋ ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ସାଧାରଣ ନିର୍ବାଚନ ପରିଚାଳନା ସମ୍ପର୍କରେ ପର୍ଯ୍ୟବେକ୍ଷକ ଓ ନୋଡାଲ ଅଧିକାରୀଙ୍କ ବୈଠକ 

ସାଧାରଣ ନିର୍ବାଚନ ପରିଚାଳନା ସମ୍ପର୍କରେ ପର୍ଯ୍ୟବେକ୍ଷକ ଓ ନୋଡାଲ ଅଧିକାରୀଙ୍କ ବୈଠକ 

ସୁନ୍ଦରଗଡ଼, ୨୭।୩ (ଡି.ଏନ୍‌.ଏ) -ସ୍ଥାନୀୟ ପ୍ରଗତି ମଣ୍ଡପ ଠାରେ ମଙ୍ଗଳବାର ସନ୍ଧ୍ୟାରେ ସୁନ୍ଦରଗଡ଼ ଲୋକସଭା ଓ ଏହା ଅଧୀନ ୭ଟି ବିଧାନସଭା ଆସନରେ ସାଧାରଣ ନିର୍ବାଚନ -୨୦୧୯ ପରିଚାଳନା ସମ୍ପର୍କରେ ପର୍ଯ୍ୟବେକ୍ଷକ ଓ ନୋଡାଲ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। 

ସରକାରୀ ଯୋଜନା ବାଟ୍‌ବନା:  ଅଜନା ରୋଗ୍‌ରେ ଖଟେ ଶଢୁଛନ୍‌ ବିଶ୍ୱଜିତ

ସରକାରୀ ଯୋଜନା ବାଟ୍‌ବନା: ଅଜନା ରୋଗ୍‌ରେ ଖଟେ ଶଢୁଛନ୍‌ ବିଶ୍ୱଜିତ

ବିନିକା,୨୭ା୩(ଡି.ଏନ୍‌.ଏ):  ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଏସ୍‌.ରାମପୁର ତହସିଲ ଅଧୀନ ବାଙ୍କିପାଲି ଗଁାର କେନାଲପଡ଼ାରେ ରହୁଛନ୍‌ ସ୍ବର୍ଗତ ଦେବାନନ୍ଦ ନାଏକକଁର ପରିବାର।

ଦେବଗଡ ପାଇଁ ଛିଡୁନି ବିଜେଡିର ଅଙ୍କ: ଆଶା ଓ ଆଶଙ୍କାରେ ଆଶାୟୀ

ଦେବଗଡ,୨୭।୩(ସ୍ବ.ପ୍ର.) ଆସନ୍ତା ଏପ୍ରିଲ ୨୩ରେ ସମ୍ବଲପୁର ଲୋକସଭା ଓ ଦେବଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ ଦେବଗଡ ବିଧାନସଭା ମଣ୍ଡଳୀର ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୟନ ଯଥେଷ୍ଟ ଆଗରୁ ସରିଥିବାବେଳେ ଏପର୍ଯ୍ୟନ୍ତ  ବିଜେଡି ପ୍ରାର୍ଥୀ ଘୋଷିତ ହୋଇପାରିନାହିଁ|

ଅଚଲ ହେଇ ପଡ଼ିଛେ ସ୍କୁଲର ନଲ୍‌ଚୁଆଁ:  ପିଇଲା ପାଏନ୍‌ ଲାଗି ଛାତ୍ରୀଛାତ୍ର ଡହକ୍‌ବିକଲ

ଅଚଲ ହେଇ ପଡ଼ିଛେ ସ୍କୁଲର ନଲ୍‌ଚୁଆଁ: ପିଇଲା ପାଏନ୍‌ ଲାଗି ଛାତ୍ରୀଛାତ୍ର ଡହକ୍‌ବିକଲ

ଜାମଟିକ୍ରା, ୨୭।୩ (ଡି.ଏନ.ଏ):   ଖରାଦିନ ଆଏବାର ଆଗ୍‌ରୁ ଥାନୀୟ ପରଶାସନ ଭିନେ ଭିନେ ସମସିଆର ସାମନା କରବାର ଲାଗି ସବୁବେଲେ ସଜାଗ ହେଇ ରହୁଛେ। 

କାର୍‌ ଧକ୍କାରେ ଛାତ୍ରୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

କାର୍‌ ଧକ୍କାରେ ଛାତ୍ରୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ବଙ୍ଗୋମୁଣ୍ଡା,୨୬।୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା-ଭାଲୁମୁଣ୍ଡା ରାସ୍ତାର ଜୋରପଡା ନିକଟସ୍ଥ ମୁଖ୍ୟ ରାସ୍ତାରେ ମଙ୍ଗଳବାର ସକାଳ ୧୦ଟାରେ ଦୁର୍ଘଟଣା  ଘଟିଛି। 

ଶେଷ ଦିନରେ ନାମାଙ୍କନ  ଦାଖଲ କଲେ୨୬ ପ୍ରାର୍ଥୀ: ସାରଦାଙ୍କ ପ୍ରାର୍ଥିତ୍ୱ ନେଇ ବର୍ଷିଲେ ମିନତୀ

ଶେଷ ଦିନରେ ନାମାଙ୍କନ ଦାଖଲ କଲେ୨୬ ପ୍ରାର୍ଥୀ: ସାରଦାଙ୍କ ପ୍ରାର୍ଥିତ୍ୱ ନେଇ ବର୍ଷିଲେ ମିନତୀ

ରାଉରକେଲା ଅଫିସ,୨୬।୩: ଏପ୍ରିଲ ୧୮ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ମଙ୍ଗଳବାର ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ରାଉରକେଲା, ରଘୁନାଥପାଲି ଓ ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳରୁ ୨୬ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। 

ବାଇକକୁ ପିଟିଲା ତେଲ ବୋଝେଇ ଟ୍ୟାଙ୍କର: ୩ ଜଣଙ୍କ ଜୀବନ ଗଲା

ବାଇକକୁ ପିଟିଲା ତେଲ ବୋଝେଇ ଟ୍ୟାଙ୍କର: ୩ ଜଣଙ୍କ ଜୀବନ ଗଲା

ପଦ୍ମପୁର, ୨୬।୩(ଡି.ଏନ.ଏ.): ପାଟଣାଗଡ-ପଦ୍ମପୁର ରାସ୍ତାର ବରଗଡ ଜିଲା ବୁଡେନ ଥାନା ଅନ୍ତର୍ଗତ ବାଦିମାଲ ଡୁଙ୍ଗୁରୀ ନିକଟରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାରେ ଏକ ତେଲ ବୋଝେଇ ଟ୍ୟାଙ୍କର ଧକ୍କାରେ ଯାଇଛି  ୩ ବାଇକ ଆରୋହୀଙ୍କ ଜୀବନ। 

ବାରବନ୍ଧାରେ ପୁଣି ମାଓବାଦୀ ପୋଷ୍ଟର

ବାରବନ୍ଧାରେ ପୁଣି ମାଓବାଦୀ ପୋଷ୍ଟର

ବାରବନ୍ଧା/ସେରଗଡ,୨୬।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ବାରବନ୍ଧା ଗ୍ରାମପଞ୍ଚାୟତ ବେଲଗାଁ ଏବଂ ଡୁଡୁକାରାର ଗଁ।ର ବିଭିନ୍ନ ସ୍ଥାନରେ ମଙ୍ଗଳବାର ମାଓବାଦୀ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି । 

ବଳଦ ଚୋରି ଅଭିଯୋଗରେ ୨ ଗିରଫ: ପିକ୍‌ଅପ୍‌ ଭ୍ୟାନ୍‌ ଜବତ

ବଳଦ ଚୋରି ଅଭିଯୋଗରେ ୨ ଗିରଫ: ପିକ୍‌ଅପ୍‌ ଭ୍ୟାନ୍‌ ଜବତ

ସୋହେଲା,୨୬।୩(ଡି.ଏନ.ଏ.): ବରଗଡ଼ ଜିଲା ସୋହେଲା ଥାନା ପାଣିମୋରା ପଞ୍ଚାୟତ ଅଧୀନ ସାଲେପାଲି ଗ୍ରାମର ଜଣେ ଚାଷୀଙ୍କ ବଳଦ ଚୋରି କରିଥିବା ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ କରିବା ସହ ଏକ ପିକ୍‌ଅପ୍‌ ଭ୍ୟାନ(ନଂ.ଓଡି୧୭କେ/୬୪୫୧) ଜବତ କରିଛି। 

ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁ ଘଟଣା: ଦାନ୍ତକାଟି ନେଇଥିବା ୩ ଗିରଫ

ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁ ଘଟଣା: ଦାନ୍ତକାଟି ନେଇଥିବା ୩ ଗିରଫ

ଲାଞ୍ଜିଗଡ଼,୨୬।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବିଶ୍ୱନାଥପୁର ବନାଞ୍ଚଳ ଅଧୀନ ହାତୀଶାଳ ବିଟ୍‌ ଲୁମା ଜଙ୍ଗଲରେ ବିଦ୍ୟୁତ୍‌ ଆଘାତରେ ଗତ ଶନିବାର ରାତିରେ ଏକ ଅଣ୍ଡିରା ହାତୀର ମୃତ୍ୟୁ ଘଟିବା ଏବଂ ଦୁର୍ବୃତ୍ତମାନେ ହାତୀର ଦୁଇଟି ଦାନ୍ତକୁ କାଟି ନେଇଯାଇଥିବା ଘଟଣାକୁ ବନବିଭାଗ ଗୁରୁତର ସହ ନେଇ ତଦନ୍ତ ଚଳାଇଥିଲା।

୫ ଗାଁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ

୫ ଗାଁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ

ନାକଟିଦେଉଳ,୨୫।୩(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ପଞ୍ଚାୟତର ପାଣିଗ୍ରାହୀପାଲି  ଗ୍ରାମର ଆଡ଼ି ସାହି, ଭୁଲକି, କଞ୍ଚନପୁର, ଗିରିଶ୍ଚନ୍ଦ୍ରପୁର ଓ ଟୁରିବାହାଲରେ ଲୋକେ ଝାଡାବାନ୍ତିର ଆକ୍ରାନ୍ତ ହୋଇଛନ୍ତି। 


Model This Week

ରଶ୍ମି
Why Dharitri