ସମ୍ବଲପୁର

ଅବସରପ୍ରାପ୍ତ ଏସ୍‌ଡିଏମଓଙ୍କ ପରଲୋକ

ରେଢାଖୋଲ, ୧୦।୭ (ସ୍ବ.ପ୍ର.)-ସମ୍ବଲପୁର ଜିଲା ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାର ଅବସରପ୍ରାପ୍ତ ଏସ୍‌ଡିଏମଓ (ସବଡିଭିଜିନାଲ ଡିଷ୍ଟ୍ରିକ୍ଟ ମେଡିକାଲ ଅଫିସର) ଡ. ରବୀନ୍ଦ୍ର ନାଥ ପ୍ରଧାନଙ୍କ ସୋମବାର ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେଲା ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ରେଢାଖୋଲ ଉପଖଣ୍ଡ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଶେଷ ଦର୍ଶନ କରିବା ପାଇଁ ଭୀମ ଭୋଇ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ମହେନ୍ଦ୍ର ବିଶ୍ୱାଳ, ନାକଟିଦେଉଳ ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ରାଉଳ, ମୁଳିଆ ରାଉଳ, ପ୍ରଦୀପ ପ୍ରଧାନ, ପ୍ରତାପ ପ୍ରଧାନ, ସରୋଜ ଦାସ, ବିଶୁ ମହାରଣା ପ୍ରମୁଖ ପହଞ୍ଚି ଥିଲେ। ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଶୋକବାର୍ତ୍ତା ଜଣାଇଛନ୍ତି। ବଡପୁଅ ଶଶାଙ୍କଶେଖର ପ୍ରଧାନ ମୁଖାଗ୍ନି ଦେଇଥିଲେ। ସାନପୁଅ ସମ୍ବିତ ଶେଖର ପ୍ରଧାନ, ଝିଅ ବିଜୟଲକ୍ଷ୍ମୀ ପ୍ରଧାନ, ସ୍ତ୍ରୀ କନକଲତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
All Right Reserved By

ସମ୍ବଲପୁର

ସୁବର୍ଣ୍ଣପୁରରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

ସୁବର୍ଣ୍ଣପୁରରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

 ସୋନପୁର,୧୯।୮(ନି.ପ୍ର.): ମୋମେଣ୍ଟ ଅନ ଲେନ୍‌ସ ସୁବର୍ଣ୍ଣପୁର ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ଫଟୋଗ୍ରାଫରମାନଙ୍କ ଦ୍ୱାରା ପ୍ରତିଯୋଗିତା ଓ ଫଟୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। 

ସିନାପାଲିଠାରେ କୋଶଲ୍‌ ରାଏଜ୍‌ ବ୍ଲକ୍‌ ସମିତି ଗଠିତ

ସିନାପାଲିଠାରେ କୋଶଲ୍‌ ରାଏଜ୍‌ ବ୍ଲକ୍‌ ସମିତି ଗଠିତ

ସିନାପାଲ,୧୯।୮(ଡି.ଏନ.ଏ.): ନୂଆପଡା ଜିଲା ସିନାପାଲି ପ୍ରେସ୍‌କ୍ଲବ୍‌ଠାରେ ଏକ ବୈଠକ ଅନୁଷ୍ଠିତ ହୋଇ କୋଶଳ ରାଏଜ୍‌ ବ୍ଲକ୍‌ ସମିତି ସିନାପାଲି ଗଠନ କରାଯାଇଛି । ନିକାଶ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମିତିର ସଦସ୍ୟଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା । 

ଗଡରାମୁଣ୍ଡା ଗାଁରେ ଆଇନ ସଚେତନତା ଶିବିର

ଗଡରାମୁଣ୍ଡା ଗାଁରେ ଆଇନ ସଚେତନତା ଶିବିର

ଖଡିଆଳ,୧୯।୮(ଡି.ଏନ.ଏ.)
ନୂଆପଡା ଜିଲା ଖଡିଆଳ ବ୍ଲକ ଗଡରାମୁଣ୍ଡା ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ତାଲୁକସ୍ତରୀୟ ଆଇନ ସଚେତନତା ସମିତି ପକ୍ଷରୁ ରବିବାର ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଡେଙ୍ଗୁ ଆଶଙ୍କା: ଧର୍ମଗଡ ଏନଏସିରେ ଟେମିଫସ୍‌ ସ୍ପ୍ରେ କାର୍ଯ୍ୟ ଆରମ୍ଭ

ଡେଙ୍ଗୁ ଆଶଙ୍କା: ଧର୍ମଗଡ ଏନଏସିରେ ଟେମିଫସ୍‌ ସ୍ପ୍ରେ କାର୍ଯ୍ୟ ଆରମ୍ଭ

ଧର୍ମଗଡ,୧୯।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଲଡୁଗାଁଠାରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଡେଙ୍ଗୁ ବତ୍ତମାନ ଲଡୁଗାଁ ସମେତ ଆଖପାଖ ଅଞ୍ଚଳକୁ ବ୍ୟାପୁଥିବା ବେଳେ ଧର୍ମଗଡ ସହରରେ ଏହାର ଆଶଙ୍କା ନେଇ ସ୍ବାସ୍ଥ୍ୟ ବିଭାଗ ଏବଂ ଏନଏସିର ମିଳିତ ସହଯୋଗରେ ରବିବାରଠାରୁ ଡେଙ୍ଗୁ ମଶା କିଭଳି ଭାବରେ ଏନଏସି ରେ ପଶି ପାରିବ ନାହିଁ ସେ ଉପରେ  ତାର ପ୍ରତିକାର ସ୍ବରୂପ ଟେମିଫସ୍‌ ସ୍ପ୍ରେ ମରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଡ଼କାୟତି ମାମଲାରେ ଫେରାର୍‌ ଅଭିଯୁକ୍ତ ଗିରଫ

ଡ଼କାୟତି ମାମଲାରେ ଫେରାର୍‌ ଅଭିଯୁକ୍ତ ଗିରଫ

ରାଉରକେଲା ଅଫିସ, ୧୯।୮-ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅନ୍ତର୍ଗତ ସୋରଡ଼ା ବଜାରରୁ ଶନିବାର ରାତିରେ ପୋଲିସ  ଡ଼କାୟତି ମାମଲାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କ ନାମ କାଜୁ ସିଂ। ତାଙ୍କ ଘର ସୋରଡ଼ା ଅଞ୍ଚଳରେ। ଗତ ୧୫ ଦିନ ତଳେ ଘଟିଥିବା ଏକ ଡ଼କାୟତି ମାମଲାରେ ସେ ସମ୍ପୃକ୍ତ ଥାଇ ଫେରାର୍‌ ହୋଇଯାଇଥିଲେ। ତାଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି। 

ସାହାଯ୍ୟ ପାଇଁ ଆସି ହତାଶ

ସାହାଯ୍ୟ ପାଇଁ ଆସି ହତାଶ

ସମ୍ବଲପୁର,୧୯।୮(ବ୍ୟୁରୋ)
ସମ୍ବଲପୁର ମହାନଗର ନିଗମ ସର୍ଲାକାନିର ବୃଦ୍ଧ ଦମ୍ପତି ଲାଲୁ ସୁନା ସ୍ତ୍ରୀ ରୁପସା । ଉଭୟଙ୍କ ବୟସ ପ୍ରାୟ ୭୦ ରୁ ଅଧିକ । ଆଶାବାଡି ସାହାରା। ଜଣେ ଜଣେକୁ ଧରିଲେ ଚାଲୁଛନ୍ତି। ତାହା ପୁଣି ବଡ କଷ୍ଟରେ ପାଦ ପଡୁଛି। ଏବେ ନା ଛି ରହିବା ପାଇଁ ଘର ନା ଖାଇବା ବ୍ୟବସ୍ଥା । ଘର ସଂସାରକୁ ପ୍ରାୟ ୫୦ ବର୍ଷ ବିତିଲାଣି। 

କୁନି କଣ୍ଠରେ ଗଙ୍ଗାଧର ସଙ୍ଗୀତ

କୁନି କଣ୍ଠରେ ଗଙ୍ଗାଧର ସଙ୍ଗୀତ

ସମ୍ବଲପୁର, ୧୯।୮ (ବ୍ୟୁରୋ)
ଶ୍ରାବଣ ପୂର୍ଣ୍ଣିମା ତିଥିରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହେବ। ଏହାକୁ ଦୃଷ୍ଟିରେ ରଖି ସହରରେ ବିବିଧ କାର୍ଯ୍ୟକ୍ରମ ହେଉଛି । ଏହି କ୍ରମରେ ଶନିବାର ଓଡିଶା ସାଂସ୍କୃତିକ ସମାଜ ଦ୍ୱାରା ଆୟୋଜିତ ଗଙ୍ଗାଧର ସଂଗୀତ ଓ ଦେଶାତ୍ମବୋଧ ଗୀତ ପ୍ରତିଯୋଗିତା ହୋଇଥିଲା । ନବ ବିକଶିତ ଫୁଲ ଗନ୍ଧ, ନବ ସରସ କବିତା 

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁକ୍ତିକାନ୍ତ: ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ପ୍ରତିଶୃତି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁକ୍ତିକାନ୍ତ: ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ପ୍ରତିଶୃତି

ରାଉରକେଲା ଅଫିସ/ଭୁବନେଶ୍ୱର,୧୯।୮(ବ୍ୟୁରୋ)-ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶନିବାର ନବୀନ ନିବାସରେ ଭେଟିଛନ୍ତି। ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଏବଂ ଆଇଜିଏଚ୍‌କୁ ସୁପରସ୍ପେଶିଆଲିଟି ହସ୍ପିଟାଲରେ ପରିଣତ କରିବା କାର୍ଯ୍ୟ ତ୍ୱରାନ୍ବିତ କରିବାକୁ  ସେ ଦାବି କରିଛନ୍ତି। ମୁକ୍ତିକାନ୍ତଙ୍କ ସହ ସୁନ୍ଦରଗଡ଼ ଜିଲା ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। 

ହାତୀ ଉପଦ୍ରବ, ଫସଲ ନଷ୍ଟ

ହାତୀ ଉପଦ୍ରବ, ଫସଲ ନଷ୍ଟ

ଭବାନୀପାଟଣା,୧୯।୮(ଡି.ଏନ୍‌.ଏ.)
ପ୍ରବଳ ବର୍ଷାପରେ ବଣପାହାଡ ଘେରା ଥୁ.ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଏବେ ବଣୁଆହାତୀଙ୍କ ଉପଦ୍ରବରେ ଗ୍ରାମବାସୀ ଅତିଷ୍ଟ ହେବା ସହ ଭୟଭିତ ହୋଇପଡିଛନ୍ତି । ବିଭିନ୍ନ ଅଞ୍ଚଳରେ ବହୁ ଚାଷୀଙ୍କ କଷ୍ଟ ଉପାର୍ଜିତ ଚାଷକୁ ହାତୀ ଦଳି ଚକଟି ନଷ୍ଟ କରି ଦେଇଛି। ଥୁଆମୁଳ ରାମପୁର ବ୍ଲକ୍‌ର ମତାଚୁଆଁରେ ହାତୀ ପଲ ପଶି ଗ୍ରାମର ଶୋଭା 

ପୋଲିସର ଦାଦାଗିରି,ଘରେ ପଶି ମହିଳାଙ୍କୁ ଗାଳିଗୁଲଜ: ହୋମଗାର୍ଡ଼ ଗିରଫ

ପୋଲିସର ଦାଦାଗିରି,ଘରେ ପଶି ମହିଳାଙ୍କୁ ଗାଳିଗୁଲଜ: ହୋମଗାର୍ଡ଼ ଗିରଫ

ଗାଇସିଲେଟ୍‌,୧୯।୮(ଡି.ଏନ.ଏ)
ବରଗଡ଼ ଜିଲା ଗାଇସିଲେଟ ଥାନାରେ କାର୍ଯ୍ୟରତ କନଷ୍ଟେବଳ ପୁରନ୍ଦର ସରାଫ ଏବଂ ହୋମଗାର୍ଡ଼ ଉତ୍ତମ ସୁନା ଅନ୍ୟ ୩ ଯୁବକଙ୍କୁ ସାଙ୍ଗରେ ନେଇ ଶୁକ୍ରବାର ଶରଧାପାଲି ଗ୍ରାମର ରାଜକୁମାର ସାହୁଙ୍କ ଘରେ ପଶି ପରିବାର ଲୋକଙ୍କୁ ଭୟଭୀତ ଓ ଗାଲିଗୁଲଜ କରିଥିବା ଅଭିଯୋଗ ହୋଇଛି । 

ଅଗଷ୍ଟ ୧୫କୁ କଣ୍ଟ ପୁରିଲା:ସୁବର୍ଣ୍ଣପୁର ଓଡିଏଫ୍‌ ହେଲାନି

ଅଗଷ୍ଟ ୧୫କୁ କଣ୍ଟ ପୁରିଲା:ସୁବର୍ଣ୍ଣପୁର ଓଡିଏଫ୍‌ ହେଲାନି

ସୋନପୁର,୧୯।୮(ନି.ପ୍ର.)
ଅଗଷ୍ଟ ୧୫ ସୁଦ୍ଧା ସୁବର୍ଣ୍ଣପୁର ଜିଲା ଓଡିଏଫ ହେବ। ଜିଲା ପ୍ରଶାସନ ଏହି ଲକ୍ଷ୍ୟ ରଖିଥିଲା। ମାତ୍ର ତାହା ପୂରଣ ହୋଇ ପାରିନି। କଣ୍ଟ ପୁରିଥିଲେ ହେଁ ଜିଲା ବାହ୍ୟ ମଳମୁକ୍ତ(ଓଡିଏଫ) ହୋଇ ପାରିଲାନି। କୌଣସି ଗୋଟିଏ ବ୍ଲକ ବି ଓଡିଏଫ୍‌ ହୋଇନି। ପ୍ରାରମ୍ଭରେ ସୋନପୁର ଓ ବୀରମହାରାଜପୁର ବ୍ଲକକୁ ଓଡିଏଫ କରିବା ପରେ ଜୁଲାଇ ୩୧ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଜିଲାକୁ ଓଡିଏଫ ପାଇଁ ପ୍ରଶାସନର ଲକ୍ଷ୍ୟ ଥିଲା। 

ସ୍ତ୍ରୀକୁ ହତ୍ୟା ଘଟଣା, ସ୍ବାମୀକୁ ଆଜୀବନ କାରାଦଣ୍ଡ

ସ୍ତ୍ରୀକୁ ହତ୍ୟା ଘଟଣା, ସ୍ବାମୀକୁ ଆଜୀବନ କାରାଦଣ୍ଡ

ଧର୍ମଗଡ,୧୯।୮(ଡି.ଏନ.ଏ.)
ନିଜ ସ୍ତ୍ରୀକୁ କିରୋସିନି ଢାଳି ଜୀବନରେ ମାରି ଦେଇଥିବା ଘଟଣାର ବିଚାର କରି ଶନିବାର ଅପରାହ୍ନରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡା ଦେଶ ଶୁଣାଇଛନ୍ତି କଳାହାଣ୍ଡି ଜିଲା ଧର୍ମଗଡ ଅତିରିକ୍ତ ଜିଲା ଦୌରା ଜଜ ରାମକୃଷ୍ଣ ଚୌଧୁରୀ । ପ୍ରକାଶ ଯେ, ୨୦୧୫ଫେବୃୟାରୀ ୨୫ରେ କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ଗ୍ରାମର ଡମ୍ବରୁଧର ସୁନାନୀ ନିଜ ସ୍ତ୍ରୀ ସିନ୍ଧୁକାଙ୍କୁ ପୋଡି ମାରିବାକୁ ଉଦ୍ୟମ କରିଥିଲେ।