ସମ୍ବଲପୁର

ପରିସଖ୍ୟାନ ଅଧିକାରୀଙ୍କୁ ଘେରିଲେ ଚାଷୀ

ପରିସଖ୍ୟାନ ଅଧିକାରୀଙ୍କୁ ଘେରିଲେ ଚାଷୀ
ସମ୍ବଲପୁର,୧୦।୭(ବ୍ୟୁରୋ)-ରାଜ୍ୟ ସରକାରଙ୍କୁ ପରିସଂଖ୍ୟାନ ବିଭାଗ ଫସଲ ନଷ୍ଟ ନେଇ ଭୁଲ୍‌ ରିପୋର୍ଟ ପ୍ରଦାନ କରିଛି । ତେଣୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇବାରୁ ବାଦ ପଡିଛନ୍ତି ଜିଲାର ଅନେକ ପଞ୍ଚାୟତର ଚାଷୀ। ପରିସଂଖ୍ୟାନ ବିଭାଗ କର୍ମଚାରୀମାନେ ନଷ୍ଟ ହୋଇଥବା ଫସଲ ନ ଦେଖି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଚକଡା ପୋକ ଓ ବିଭିନ୍ନ ରୋଗରେ ଫସଲ ଉଜୁଡି ଯାଇଥିଲା। ଏହାର ତଦନ୍ତ କରି କ୍ଷତିପୂରଣ ରାଶି ଚାଷୀଙ୍କୁ ମଳିଛି। ହେଲେ ଏବେ ସେହି ଉଜୁଡିଯାଇଥିବା ଫସଲର ବୀମା ପାଇବା ତାଲିକାରେ ନାମ ନାହିଁ। ଏଣୁ ବିଭାଗୀୟ ଅଧିକାରୀଙ୍କ ତ୍ରୁଟିପୂର୍ଣ୍ଣ ରିପୋର୍ଟ ଯୋଗୁ ଚାଷୀମାନେ କ୍ଷତି ସହିବାକୁ ପଡୁଛି। ଏଭଳି ଅଭିଯୋଗ କରି ସୋମବାର ଜିଲା ପରିସଂଖ୍ୟାନ କାଯର୍‌ୟାଳୟ ଘେରାଉ କରିଛନ୍ତି ଚାଷୀ। ମାନେଶ୍ୱର ବ୍ଲ୍ଳକ ବତେମୁରା, ସାହସପୁର, ବଦୁଆପାଲି, ବରଗଁ। ପଞ୍ଚାୟତର ଶତାଧିକ ଚାଷୀଙ୍କ ବିଭନ୍ନ ପ୍ରଶ୍ନରେ ପରିସଂଖ୍ୟାନ ଅଧିକାରୀ ଘାଇଲା ହୋଇଯାଇଥିଲେ। ନିକଜୁ ଅସହାୟ ବ୍ୟକ୍ତ କରି କୌଣସି ପ୍ରକାର ସାହଯ୍ୟ କରିପାରିବେ ନାହିଁ ବୋଲି ହାତ ଟେକି ଦେଇଥିଲେ। ହେଲେ ଚାଷୀମାନେ ୭ ଦିନ ସମୟ ଦେଇଛନ୍ତି। ଯଦି ସମାଧାନ ନ ହେବ ଆନ୍ଦୋଳନ କଲେ ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ଦେଇଛନ୍ତି। ପରେ ରେଢାଖୋଲ ବିଧାୟକ ରୋହିତ ପୂଜାରୀ ପହଞ୍ଚି ଥିଲେ। ଚାଷୀଙ୍କ ସହ ସେ ମଧ୍ୟ ଅଧିକାରୀଙ୍କ ଉପରେ ବର୍ଷିଥିଲେ। ଶୀଘ୍ର ଚାଷୀଙ୍କ ବୀମା ସମସ୍ୟାର ସମାଧାନ କରାଯାଉ ବୋଲି କହିଥିଲେ। ଏହା ସହ ରେଢାଖୋଲ ବ୍ଲକ, ଯୁଯୁମରା ବ୍ଲକ, ନାକଟିଦେଉଳ ବ୍ଲକରେ ମଧ୍ୟ ସମାନ ଭାବେ ଚାଷୀଙ୍କ ସମସ୍ୟା ରହିଛି। ତେଣୁ ସେହି ଚାଷୀଙ୍କୁ ମଧ୍ୟ ବୀମା ପ୍ରଦାନ କରାଯାଉ ବୋଲି ବିଧାୟକ କହିଥିଲେ । ଚାଷୀ ସୁଶାନ୍ତ ପାଣିଗ୍ରାହୀ, ଜିଲାପରିଷଦ ଅଧ୍ୟକ୍ଷ ସତ୍ୟନାରାୟଣ ମେଣ୍ଡୋଲି, ପୂର୍ବତନ ଜିଲା ପରିଷଦ ସଭ୍ୟ ରମେଶ ପ୍ରଧାନ, ବିଜେଡି ବ୍ଲକ ସଭାପତି ଗୋପିରଞ୍ଜନ ବେହେରା, ପ୍ରଦୀପ ପାତ୍ର, ଉମା ତ୍ରିପାଠି, ଯୋଗେଶ ବିଶ୍ୱାଳ ପ୍ରମୁଖ ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ, ଜିଲା କୃଷକ ସଂଗଠନ ବାରମ୍ବାର ଘେରାଉ ଓ ବିକ୍ଷୋଭ କଲା ପରେ ଜିଲାପାଳ ସମର୍ଥ ବର୍ମା ବୀମା କମ୍ପାନୀ ସହ ଆଲୋଚନା କରିଥିଲେ। ଏଥିରେ ବୀମା କମ୍ପାନୀର ତ୍ରୁଟିଥିବା ଜାଣିବାକୁ ପାଇଥିଲେ। ୭ ତାରିଖ ଭିତରେ ବୀମା ରାଶି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଚାଷୀଙ୍କ ଚୂଡାନ୍ତ ତାଲିକା ଦେବାକୁ ବୀମା କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ। ବୀମା କମ୍ପାନୀ ଶନିବାର ରିପୋର୍ଟ ଦାଖଲ କରିଛି। ହେଲେ ଜିଲାର ୯୨ଟି ପଞ୍ଚାୟତକୁ ବୀମା ପ୍ରଦାନ କରିବାରେ ସାମିଲ କରିଛି। ବାକି ୩୦ଟି ପଞ୍ଚାୟକୁ ଏଥିରୁ ବାଦ ଦିଆଯାଇଛି। ତେଣୁ ଏବେ ଚାଷୀଙ୍କ ଭିତରେ ପୁଣି ଅସନ୍ତୋଷ ଦେଖା ଦେଇଛି।
All Right Reserved By

ସମ୍ବଲପୁର

ସୁବର୍ଣ୍ଣପୁରରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

ସୁବର୍ଣ୍ଣପୁରରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

 ସୋନପୁର,୧୯।୮(ନି.ପ୍ର.): ମୋମେଣ୍ଟ ଅନ ଲେନ୍‌ସ ସୁବର୍ଣ୍ଣପୁର ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ଫଟୋଗ୍ରାଫରମାନଙ୍କ ଦ୍ୱାରା ପ୍ରତିଯୋଗିତା ଓ ଫଟୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। 

ସିନାପାଲିଠାରେ କୋଶଲ୍‌ ରାଏଜ୍‌ ବ୍ଲକ୍‌ ସମିତି ଗଠିତ

ସିନାପାଲିଠାରେ କୋଶଲ୍‌ ରାଏଜ୍‌ ବ୍ଲକ୍‌ ସମିତି ଗଠିତ

ସିନାପାଲ,୧୯।୮(ଡି.ଏନ.ଏ.): ନୂଆପଡା ଜିଲା ସିନାପାଲି ପ୍ରେସ୍‌କ୍ଲବ୍‌ଠାରେ ଏକ ବୈଠକ ଅନୁଷ୍ଠିତ ହୋଇ କୋଶଳ ରାଏଜ୍‌ ବ୍ଲକ୍‌ ସମିତି ସିନାପାଲି ଗଠନ କରାଯାଇଛି । ନିକାଶ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମିତିର ସଦସ୍ୟଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା । 

ଗଡରାମୁଣ୍ଡା ଗାଁରେ ଆଇନ ସଚେତନତା ଶିବିର

ଗଡରାମୁଣ୍ଡା ଗାଁରେ ଆଇନ ସଚେତନତା ଶିବିର

ଖଡିଆଳ,୧୯।୮(ଡି.ଏନ.ଏ.)
ନୂଆପଡା ଜିଲା ଖଡିଆଳ ବ୍ଲକ ଗଡରାମୁଣ୍ଡା ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ତାଲୁକସ୍ତରୀୟ ଆଇନ ସଚେତନତା ସମିତି ପକ୍ଷରୁ ରବିବାର ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଡେଙ୍ଗୁ ଆଶଙ୍କା: ଧର୍ମଗଡ ଏନଏସିରେ ଟେମିଫସ୍‌ ସ୍ପ୍ରେ କାର୍ଯ୍ୟ ଆରମ୍ଭ

ଡେଙ୍ଗୁ ଆଶଙ୍କା: ଧର୍ମଗଡ ଏନଏସିରେ ଟେମିଫସ୍‌ ସ୍ପ୍ରେ କାର୍ଯ୍ୟ ଆରମ୍ଭ

ଧର୍ମଗଡ,୧୯।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଲଡୁଗାଁଠାରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଡେଙ୍ଗୁ ବତ୍ତମାନ ଲଡୁଗାଁ ସମେତ ଆଖପାଖ ଅଞ୍ଚଳକୁ ବ୍ୟାପୁଥିବା ବେଳେ ଧର୍ମଗଡ ସହରରେ ଏହାର ଆଶଙ୍କା ନେଇ ସ୍ବାସ୍ଥ୍ୟ ବିଭାଗ ଏବଂ ଏନଏସିର ମିଳିତ ସହଯୋଗରେ ରବିବାରଠାରୁ ଡେଙ୍ଗୁ ମଶା କିଭଳି ଭାବରେ ଏନଏସି ରେ ପଶି ପାରିବ ନାହିଁ ସେ ଉପରେ  ତାର ପ୍ରତିକାର ସ୍ବରୂପ ଟେମିଫସ୍‌ ସ୍ପ୍ରେ ମରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଡ଼କାୟତି ମାମଲାରେ ଫେରାର୍‌ ଅଭିଯୁକ୍ତ ଗିରଫ

ଡ଼କାୟତି ମାମଲାରେ ଫେରାର୍‌ ଅଭିଯୁକ୍ତ ଗିରଫ

ରାଉରକେଲା ଅଫିସ, ୧୯।୮-ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅନ୍ତର୍ଗତ ସୋରଡ଼ା ବଜାରରୁ ଶନିବାର ରାତିରେ ପୋଲିସ  ଡ଼କାୟତି ମାମଲାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କ ନାମ କାଜୁ ସିଂ। ତାଙ୍କ ଘର ସୋରଡ଼ା ଅଞ୍ଚଳରେ। ଗତ ୧୫ ଦିନ ତଳେ ଘଟିଥିବା ଏକ ଡ଼କାୟତି ମାମଲାରେ ସେ ସମ୍ପୃକ୍ତ ଥାଇ ଫେରାର୍‌ ହୋଇଯାଇଥିଲେ। ତାଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି। 

ସାହାଯ୍ୟ ପାଇଁ ଆସି ହତାଶ

ସାହାଯ୍ୟ ପାଇଁ ଆସି ହତାଶ

ସମ୍ବଲପୁର,୧୯।୮(ବ୍ୟୁରୋ)
ସମ୍ବଲପୁର ମହାନଗର ନିଗମ ସର୍ଲାକାନିର ବୃଦ୍ଧ ଦମ୍ପତି ଲାଲୁ ସୁନା ସ୍ତ୍ରୀ ରୁପସା । ଉଭୟଙ୍କ ବୟସ ପ୍ରାୟ ୭୦ ରୁ ଅଧିକ । ଆଶାବାଡି ସାହାରା। ଜଣେ ଜଣେକୁ ଧରିଲେ ଚାଲୁଛନ୍ତି। ତାହା ପୁଣି ବଡ କଷ୍ଟରେ ପାଦ ପଡୁଛି। ଏବେ ନା ଛି ରହିବା ପାଇଁ ଘର ନା ଖାଇବା ବ୍ୟବସ୍ଥା । ଘର ସଂସାରକୁ ପ୍ରାୟ ୫୦ ବର୍ଷ ବିତିଲାଣି। 

କୁନି କଣ୍ଠରେ ଗଙ୍ଗାଧର ସଙ୍ଗୀତ

କୁନି କଣ୍ଠରେ ଗଙ୍ଗାଧର ସଙ୍ଗୀତ

ସମ୍ବଲପୁର, ୧୯।୮ (ବ୍ୟୁରୋ)
ଶ୍ରାବଣ ପୂର୍ଣ୍ଣିମା ତିଥିରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହେବ। ଏହାକୁ ଦୃଷ୍ଟିରେ ରଖି ସହରରେ ବିବିଧ କାର୍ଯ୍ୟକ୍ରମ ହେଉଛି । ଏହି କ୍ରମରେ ଶନିବାର ଓଡିଶା ସାଂସ୍କୃତିକ ସମାଜ ଦ୍ୱାରା ଆୟୋଜିତ ଗଙ୍ଗାଧର ସଂଗୀତ ଓ ଦେଶାତ୍ମବୋଧ ଗୀତ ପ୍ରତିଯୋଗିତା ହୋଇଥିଲା । ନବ ବିକଶିତ ଫୁଲ ଗନ୍ଧ, ନବ ସରସ କବିତା 

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁକ୍ତିକାନ୍ତ: ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ପ୍ରତିଶୃତି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁକ୍ତିକାନ୍ତ: ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ପ୍ରତିଶୃତି

ରାଉରକେଲା ଅଫିସ/ଭୁବନେଶ୍ୱର,୧୯।୮(ବ୍ୟୁରୋ)-ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶନିବାର ନବୀନ ନିବାସରେ ଭେଟିଛନ୍ତି। ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଏବଂ ଆଇଜିଏଚ୍‌କୁ ସୁପରସ୍ପେଶିଆଲିଟି ହସ୍ପିଟାଲରେ ପରିଣତ କରିବା କାର୍ଯ୍ୟ ତ୍ୱରାନ୍ବିତ କରିବାକୁ  ସେ ଦାବି କରିଛନ୍ତି। ମୁକ୍ତିକାନ୍ତଙ୍କ ସହ ସୁନ୍ଦରଗଡ଼ ଜିଲା ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। 

ହାତୀ ଉପଦ୍ରବ, ଫସଲ ନଷ୍ଟ

ହାତୀ ଉପଦ୍ରବ, ଫସଲ ନଷ୍ଟ

ଭବାନୀପାଟଣା,୧୯।୮(ଡି.ଏନ୍‌.ଏ.)
ପ୍ରବଳ ବର୍ଷାପରେ ବଣପାହାଡ ଘେରା ଥୁ.ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଏବେ ବଣୁଆହାତୀଙ୍କ ଉପଦ୍ରବରେ ଗ୍ରାମବାସୀ ଅତିଷ୍ଟ ହେବା ସହ ଭୟଭିତ ହୋଇପଡିଛନ୍ତି । ବିଭିନ୍ନ ଅଞ୍ଚଳରେ ବହୁ ଚାଷୀଙ୍କ କଷ୍ଟ ଉପାର୍ଜିତ ଚାଷକୁ ହାତୀ ଦଳି ଚକଟି ନଷ୍ଟ କରି ଦେଇଛି। ଥୁଆମୁଳ ରାମପୁର ବ୍ଲକ୍‌ର ମତାଚୁଆଁରେ ହାତୀ ପଲ ପଶି ଗ୍ରାମର ଶୋଭା 

ପୋଲିସର ଦାଦାଗିରି,ଘରେ ପଶି ମହିଳାଙ୍କୁ ଗାଳିଗୁଲଜ: ହୋମଗାର୍ଡ଼ ଗିରଫ

ପୋଲିସର ଦାଦାଗିରି,ଘରେ ପଶି ମହିଳାଙ୍କୁ ଗାଳିଗୁଲଜ: ହୋମଗାର୍ଡ଼ ଗିରଫ

ଗାଇସିଲେଟ୍‌,୧୯।୮(ଡି.ଏନ.ଏ)
ବରଗଡ଼ ଜିଲା ଗାଇସିଲେଟ ଥାନାରେ କାର୍ଯ୍ୟରତ କନଷ୍ଟେବଳ ପୁରନ୍ଦର ସରାଫ ଏବଂ ହୋମଗାର୍ଡ଼ ଉତ୍ତମ ସୁନା ଅନ୍ୟ ୩ ଯୁବକଙ୍କୁ ସାଙ୍ଗରେ ନେଇ ଶୁକ୍ରବାର ଶରଧାପାଲି ଗ୍ରାମର ରାଜକୁମାର ସାହୁଙ୍କ ଘରେ ପଶି ପରିବାର ଲୋକଙ୍କୁ ଭୟଭୀତ ଓ ଗାଲିଗୁଲଜ କରିଥିବା ଅଭିଯୋଗ ହୋଇଛି । 

ଅଗଷ୍ଟ ୧୫କୁ କଣ୍ଟ ପୁରିଲା:ସୁବର୍ଣ୍ଣପୁର ଓଡିଏଫ୍‌ ହେଲାନି

ଅଗଷ୍ଟ ୧୫କୁ କଣ୍ଟ ପୁରିଲା:ସୁବର୍ଣ୍ଣପୁର ଓଡିଏଫ୍‌ ହେଲାନି

ସୋନପୁର,୧୯।୮(ନି.ପ୍ର.)
ଅଗଷ୍ଟ ୧୫ ସୁଦ୍ଧା ସୁବର୍ଣ୍ଣପୁର ଜିଲା ଓଡିଏଫ ହେବ। ଜିଲା ପ୍ରଶାସନ ଏହି ଲକ୍ଷ୍ୟ ରଖିଥିଲା। ମାତ୍ର ତାହା ପୂରଣ ହୋଇ ପାରିନି। କଣ୍ଟ ପୁରିଥିଲେ ହେଁ ଜିଲା ବାହ୍ୟ ମଳମୁକ୍ତ(ଓଡିଏଫ) ହୋଇ ପାରିଲାନି। କୌଣସି ଗୋଟିଏ ବ୍ଲକ ବି ଓଡିଏଫ୍‌ ହୋଇନି। ପ୍ରାରମ୍ଭରେ ସୋନପୁର ଓ ବୀରମହାରାଜପୁର ବ୍ଲକକୁ ଓଡିଏଫ କରିବା ପରେ ଜୁଲାଇ ୩୧ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଜିଲାକୁ ଓଡିଏଫ ପାଇଁ ପ୍ରଶାସନର ଲକ୍ଷ୍ୟ ଥିଲା। 

ସ୍ତ୍ରୀକୁ ହତ୍ୟା ଘଟଣା, ସ୍ବାମୀକୁ ଆଜୀବନ କାରାଦଣ୍ଡ

ସ୍ତ୍ରୀକୁ ହତ୍ୟା ଘଟଣା, ସ୍ବାମୀକୁ ଆଜୀବନ କାରାଦଣ୍ଡ

ଧର୍ମଗଡ,୧୯।୮(ଡି.ଏନ.ଏ.)
ନିଜ ସ୍ତ୍ରୀକୁ କିରୋସିନି ଢାଳି ଜୀବନରେ ମାରି ଦେଇଥିବା ଘଟଣାର ବିଚାର କରି ଶନିବାର ଅପରାହ୍ନରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡା ଦେଶ ଶୁଣାଇଛନ୍ତି କଳାହାଣ୍ଡି ଜିଲା ଧର୍ମଗଡ ଅତିରିକ୍ତ ଜିଲା ଦୌରା ଜଜ ରାମକୃଷ୍ଣ ଚୌଧୁରୀ । ପ୍ରକାଶ ଯେ, ୨୦୧୫ଫେବୃୟାରୀ ୨୫ରେ କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ଗ୍ରାମର ଡମ୍ବରୁଧର ସୁନାନୀ ନିଜ ସ୍ତ୍ରୀ ସିନ୍ଧୁକାଙ୍କୁ ପୋଡି ମାରିବାକୁ ଉଦ୍ୟମ କରିଥିଲେ।