ଜୀବନଚର୍ଯ୍ୟା |

ପ୍ରସାଧନର ନୂଆ ଦିଗ: ଏୟାର ବ୍ରଶ୍‌

ପ୍ରସାଧନର ନୂଆ ଦିଗ: ଏୟାର ବ୍ରଶ୍‌
ଏୟାରବ୍ରଶ ମେକଅପ ଏକ ଯାନ୍ତ୍ରିକ ଉପାୟ, ଯାହା ମାଧ୍ୟମରେ ମେକଅପ ସାମଗ୍ରୀକୁ ତ୍ୱଚା ଉପରେ ସ୍ପ୍ରେ (ସିଞ୍ଚନ) କରାଯାଏ। ଫଳରେ ସ୍ପଞ୍ଜ, ବ୍ରଶ, ଆଙ୍ଗୁଠି କିମ୍ବା ଅନ୍ୟ ଉପାୟ ଅବଲମ୍ବନ କରିବାକୁ ପଡେନାହିଁ। ୧୯୫୯ ମସିହାର କଥା, ଚଳଚ୍ଚିତ୍ର ବେନ ହୁର୍‌ରେ ଅଗଣିତ କଳାକାରଙ୍କୁ ଅଳ୍ପ ସମୟ ଭିତରେ ମେକ୍‌ଅପ୍‌ ଦେବା ପାଇଁ ପ୍ରଥମେ ଏୟାରବ୍ରଶର ବ୍ୟବହାର କରାଯାଇଥିଲା। ପରବର୍ତ୍ତୀ ସମୟରେ ଏଚଡି ଭିିଡିଓ ଏବଂ ଟିଭି ଶୁଟିଂ ପାଇଁ ଏହା ଲୋକପ୍ରିୟ ହୋଇଉଠିଲା। ଗତାନୁଗତିକ ପାଉଡର କିମ୍ବା ତରଳ ପ୍ରସାଧନ ସାମଗ୍ରୀ। ତ୍ୱଚା ରନ୍ଧ୍ର ଏବଂ କୁଞ୍ଚନକୁ ଏଚ୍‌.ଡି. କ୍ୟାମେରା ଆଖିରୁ ଲୁଚାଇ ପାରିଲା ନାହିଁ। ଏୟାରବ୍ରଶ ଦ୍ୱାରା ତରଳ ପ୍ରସାଧନ ସାମଗ୍ରୀର ଲକ୍ଷ ଲକ୍ଷ କଣିକାକୁ ତ୍ୱଚା ଉପରେ ସ୍ପ୍ରେ କରିଦିଆଯାଏ। ଏହା ତ୍ୱଚା କୁଞ୍ଚନ ଓ ରନ୍ଧ୍ରଗୁଡିକୁ ସୁଚାରୁରୂପେ ଢାଙ୍କି ଦେଇଥାଏ। ଫଳତଃ ତ୍ୱଚା ସମଭାବେ ମସୃଣ ଓ ସ୍ବାଭାବିକ ମନେହୁଏ। ଗତାନୁଗତିକ ପ୍ରସାଧନରେ ତ୍ୱଚା ଖୁବ୍‌ ଭାରି ଅନୁଭୂତ ହୁଏ। ଏହି ନୂତନ ପ୍ରଣାଳୀରେ ପ୍ରସାଧନ ଦୀର୍ଘସ୍ଥାୟୀ। ଏୟାରବ୍ରଶ ମେକ୍‌ଅପ ଫାଉଣ୍ଡେଶନ, ଆଇଶ୍ୟାଡୋ, ଭ୍ରୂଲତା ତଥା ଓଷ୍ଠର ପ୍ରସାଧନ ପାଇଁ ଉପଲବ୍ଧ। ଏହି ଟେକନିକ୍‌ ଦ୍ୱାରା ଅତି ସୂକ୍ଷ୍ମ ଆସ୍ତରଣର ମେକଅପ ତ୍ୱଚା ସହିତ ପ୍ରାୟତଃ ମିଶିଯାଇଥାଏ। ଫିଲ୍ମ ତଥା ଟିଭିର ଦୀର୍ଘସ୍ଥାୟୀ ପ୍ରସାଧନ ଏବଂ ବ୍ରାଇଡାଲ ମେକଅପ୍‌ ପାଇଁ ସିଲିକନ ବେସ୍‌ର ପ୍ରସାଧନ ସାମଗ୍ରୀ ବ୍ୟବହାର କରାଯାଏ। ପାଣି କିମ୍ବା ଝାଳର ସଂସ୍ପର୍ଶରେ ଆସି ଏ ପ୍ରସାଧନ ଧୋଇ ହୋଇଯାଏ ନାହିଁ। ଏଥିପାଇଁ ସ୍ବତନ୍ତ୍ର ଭାବେ ଉପଲବ୍ଧ ସିଲିକନ୍‌ ମେକଅପ୍‌ ରିମୁଭର ଦ୍ୱାରା ତ୍ୱଚା ସଫା କରାଯାଏ। ନୂଆ ନୂଆ ଏୟାରବ୍ରଶ ମେକ୍‌ଅପର ଅଭ୍ୟାସ କଲାବେଳେ କାଗଜ ଉପରେ ଅଭ୍ୟାସ କରନ୍ତୁ। ମୁହଁରୁ ଏୟାରବ୍ରଶର ଦୂରତା ୬-୧୨ ଇଞ୍ଚ ବଜାୟ ରଖନ୍ତୁ। ଏୟାରବ୍ରଶକୁ ଗୋଲାକାର କିମ୍ବ ଆଗପଛ କରି ବ୍ୟବହାର କରିବା ବିଧେୟ। ଏହି ପ୍ରକ୍ରିୟାରେ ବିଭିନ୍ନ ପ୍ରକାରର ମେକଅପ ସାମଗ୍ରୀ ବ୍ୟବହୃତ ହୁଏ। ଯଥା ଓ୍ବାଟର ବେସ, ପଲିମର ଓ୍ବାଟର ବେସ, ଆଲକହଲ ବେସ ଏବଂ ସିଲିକନ ବେସ୍‌। ତ୍ୱଚାର ଆବଶ୍ୟକତା ଅନୁଯାୟୀ ପ୍ରସାଧନ ସାମଗ୍ରୀର ପ୍ରକାର ବଛା ଯାଇଥାଏ। -ସ୍ମିତା ସାମଲ ସୌନ୍ଦର୍ଯ୍ୟ ବିୟୁଟି କେୟାର ମୋ:୯୪୩୭୪୨୬୮୨୬
All Right Reserved By

ଜୀବନଚର୍ଯ୍ୟା |

ଏସିଡିଟି ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳୁ ଏଥିରୁ ପିଅନ୍ତୁ ଅଧାଗ୍ଲାସ...

ଏସିଡିଟି ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳୁ ଏଥିରୁ ପିଅନ୍ତୁ ଅଧାଗ୍ଲାସ...

ଥଣ୍ଡା କ୍ଷୀର ପିଇଲେ ଅନେକ ସୁଫଳ ମିଳିଥାଏ। ଏହା ଦ୍ୱାରା ଏସିଡିଟି ସମସ୍ୟା ଦୂର ହୁଏ।

ଘରେ ମନିପ୍ଲାଣ୍ଟ ଲଗାଉଥିଲେ ଜାଣିନିଅନ୍ତୁ ଏହି କଥା...

ଘରେ ମନିପ୍ଲାଣ୍ଟ ଲଗାଉଥିଲେ ଜାଣିନିଅନ୍ତୁ ଏହି କଥା...

ଘରକୁ ସୁନ୍ଦର କରିବା ପାଇଁ ଲୋକେ ନିଜ ଘରେ ବିଭିନ୍ନ ପ୍ରକାରର ସୁନ୍ଦର ଗଛମାନ ଲଗାଇଥାନ୍ତି। ହେଲେ ଆପଣ ଜାଣିଛନ୍ତି କି, ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି ଏକ ଗଛ ଅଛି ଯେଉଁଥିରେ ଘରର ସୁନ୍ଦରତା ବଢ଼ିବା ସହ ଆର୍ଥିକସ୍ଥିତି ମଧ୍ୟ ସ୍ବଚ୍ଛଳ ହେବ।

ଶୋଇବା ଶୈଳୀରୁ ଜାଣନ୍ତୁ ମହିଳାଙ୍କ ସ୍ବଭାବ

ଶୋଇବା ଶୈଳୀରୁ ଜାଣନ୍ତୁ ମହିଳାଙ୍କ ସ୍ବଭାବ

ପ୍ରତ୍ୟେକ ଲୋକଙ୍କ ଶୋଇବା ଶୈଳୀ ଭିନ୍ନ ପ୍ରକାରର। ନିଜ ନିଜ ହିସାବରେ ଶୋଇବାରେ ଆରାମ ମିଳିଥାଏ ବୋଲି ଅନେକଙ୍କ ବିଶ୍ୱାସ ରହିଛି।

ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ଖରାଦିନରେ ତ୍ୱଚାରେ ନାନା ସମସ୍ୟା ଦେଖା ଦେଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଉପାୟ। 

ହୃଦ୍‌ଘାତ ଭଳି ଅନେକ ରୋଗରୁ ରକ୍ଷା କରେ ଶଙ୍ଖ

ହୃଦ୍‌ଘାତ ଭଳି ଅନେକ ରୋଗରୁ ରକ୍ଷା କରେ ଶଙ୍ଖ

ଯଦିଓ ଶଙ୍ଖକୁ ହିନ୍ଦୁ ଧର୍ମ ସହ ଯୋଡ଼ା ଯାଇଛି, କିନ୍ତୁ ଏହାର ବୈଜ୍ଞାନିକ ମହତ୍ତ୍ୱ ଢେର୍‌ ଅଧିକ। ଏହାର ପ୍ରୟୋଗ ଦ୍ୱାରା ଅନେକ ସ୍ବାସ୍ଥ୍ୟବର୍ଦ୍ଧକ ଲାଭ ମିଳିଥାଏ। ଫୁସ୍‌ଫୁସ୍‌ଠାରୁ ନେଇ ଚକ୍ଷୁ ପର୍ଯ୍ୟନ୍ତ ବିଭିନ୍ନ ଶାରୀରିକ ସମସ୍ୟାରୁ ଏହା ରକ୍ଷା କରିଥାଏ। 

ଫୁସ୍‌ଫୁସ୍‌ର କାର୍ଯ୍ୟକୁ ସ୍ବାଭାବିକ କରେ ଏହି ପାଣି...

ଫୁସ୍‌ଫୁସ୍‌ର କାର୍ଯ୍ୟକୁ ସ୍ବାଭାବିକ କରେ ଏହି ପାଣି...

ସକାଳେ ଗୁଡ଼ପାଣି ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଏହାକୁ ପିଇଲେ ଫୁସ୍‌ଫୁସ୍‌ର କାର୍ଯ୍ୟ ସ୍ବାଭାବିକ ହୋଇଥାଏ। ବାୟୁ ପ୍ରଦୂଷଣରେ ଏହା ଶରୀର ପାଇଁ ଏକ ସୁରକ୍ଷା ବଳୟ ସୃଷ୍ଟି କରିଥାଏ। ଏହାଦ୍ୱାରା ପାଚନ କ୍ରିୟା ମଧ୍ୟ ସ୍ବାଭାବିକ ହୋଇଥାଏ।

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ଉପାୟ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ଉପାୟ...

ବ୍ୟାୟାମ ସ୍ବାସ୍ଥ୍ୟ ପକ୍ଷେ ହିତକର। ଛୋଟ ପିଲା ପ୍ରତିଦିନ ବ୍ୟାୟାମ କଲେ ସେମାଦଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ବ୍ୟାୟାମ ସିଧାସଳଖ ପ୍ରଭାବ ମସ୍ତିଷ୍କର ହାଇପୋଥାଲାମସ୍‌ ଉପରେ ପଡ଼ିଥାଏ। 

ଡାଇବେଟିସ୍‌ ଉପଚାର ଏବେ ହାତ ପାଆନ୍ତାରେ...

ଡାଇବେଟିସ୍‌ ଉପଚାର ଏବେ ହାତ ପାଆନ୍ତାରେ...

ପ୍ରତିଦିନ ସକାଳେ ଅଧା କପ୍‌ ବିଟ୍‌   ରସ ପିଇଲେ ଅନେକ ଉପକାର ମିଳିଥାଏ।  ବିଟ୍‌ ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହାର୍ଟ ଆଟାକ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ। 

ଖରାଦିନ ପାଇଁ ଉପକାରୀ ‘ପୁଦିନା’

ଖରାଦିନ ପାଇଁ ଉପକାରୀ ‘ପୁଦିନା’

ନିୟମିତ ରୂପେ ଆମେ ଖାଦ୍ୟରେ ପୁଦିନାର ବ୍ୟବହାର କରିଥାଉ। ଏହା ଖାଦ୍ୟର ସ୍ବାଦକୁ ଆହୁରି ବଢ଼ାଇ ଦେଇଥାଏ। ପୁଦିନାର ବହୁତ ଉପକାରୀ ଗୁଣ ବିଷୟରେ ସମେସ୍ତ ପ୍ରାୟ ଜାଣିଥିବେ। 

 ବ୍ରେକଅପ୍‌ ପରେ କରୁଛନ୍ତି କି ପ୍ୟାଚଅପ୍‌..! ଧ୍ୟାନ ଦିଅନ୍ତୁ ଏସବୁ ଉପରେ..

ବ୍ରେକଅପ୍‌ ପରେ କରୁଛନ୍ତି କି ପ୍ୟାଚଅପ୍‌..! ଧ୍ୟାନ ଦିଅନ୍ତୁ ଏସବୁ ଉପରେ..

ପ୍ରେମ ମଣିଷକୁ ଯେତିକି ଖୁସି ଦେଇଥାଏ, ବିଚ୍ଛେଦ ସେତିକି ଯନ୍ତ୍ରଣା ମଧ୍ୟ ଦେଇଥାଏ। ଆପଣ ଦେଖିଥିବେ ଅନେକ ସମୟରେ ପାର୍ଟନରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଯାଏ। 

ଶରୀରରେ ଆଇରନ୍‌ ମାତ୍ରା ଠିକ୍‌ ରଖିବା ଜରୁରୀ, ଜାଣନ୍ତୁ ଖାଇବେ କ’ଣ..

ଶରୀରରେ ଆଇରନ୍‌ ମାତ୍ରା ଠିକ୍‌ ରଖିବା ଜରୁରୀ, ଜାଣନ୍ତୁ ଖାଇବେ କ’ଣ..

ଆଜିକାଲି ଅଧିକାଂଶ ମହିଳା କର୍ମଜୀବୀ। ସେମାନେ ପରିବାର ସହ କର୍ମକ୍ଷେତ୍ରକୁ ମଧ୍ୟ ପ୍ରାଧ୍ୟାନ୍ୟ ଦେଉଛନ୍ତି। ଏସବୁ ମଧ୍ୟରେ ଅନେକେ ନିଜର ଯତ୍ନ ନେବାକୁ ଭୁଲି ଯାଆନ୍ତି। ମାତ୍ର ମହିଳାମାନଙ୍କ ଶରୀରରେ ଆଇରନ୍‌ର ଠିକ୍‌ ମାତ୍ରା ରହିବା ଜରୁରୀ। 

କିଡ୍‌ନୀ ଷ୍ଟୋନ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌...

କିଡ୍‌ନୀ ଷ୍ଟୋନ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌...

ସକାଳୁ ଲେମ୍ବୁପାଣି ପିଇଲେ ଅନେକ ଉପକାର ମିଳିଥାଏ । ଲେମ୍ବୁପାଣିରେ ପୋଟାସିୟମ୍‌, ଫୋଲେଟ୍‌, ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍‌ ସି ଆଦି ତତ୍ତ୍ୱ ରହିଥାଏ। 


Model This Week

କ୍ରିଷ୍ଣା
Why Dharitri