ଅନ୍ତର୍ଜାତୀୟ |

ଅବଶିଷ୍ଟ ୫ଜଣଙ୍କୁ ଉଦ୍ଧାର ଲାଗି ଅପରେଶନ ଆରମ୍ଭ

ଅବଶିଷ୍ଟ ୫ଜଣଙ୍କୁ ଉଦ୍ଧାର ଲାଗି ଅପରେଶନ ଆରମ୍ଭ
ମାଏ ସାଇ, ୧୦।୭: ଥାଇଲାଣ୍ଡର ଥାମ୍‌ ଲୁଆଙ୍ଗ ଗୁମ୍ଫା ଭିତରେ ଫସି ରହିଥିବା ଆଉ ୪ ଖେଳାଳି ଓ ଜଣେ କୋଚ୍‌ଙ୍କୁ ଉଦ୍ଧାର କରିବା ପାଇଁ ମଙ୍ଗଳବାର ସକାଳୁ ଅପରେଶନ୍‌ ଆରମ୍ଭ କରାଯାଇଛି। ସନ୍ଧ୍ୟା ସୁଦ୍ଧା ଏମାନଙ୍କୁ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଛି। ଏପର୍ଯ୍ୟନ୍ତ ୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୫ ଜଣ ଏବେବି ଗୁମ୍ଫା ମଧ୍ୟରେ ଫସି ରହିଛନ୍ତି। ବର୍ଷା ସାଙ୍ଗକୁ ଗୁମ୍ଫାରେ ଜଳସ୍ତର ବଢୁଥିବାରୁ ଏମାନଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରକାରୀ ଦଳଙ୍କୁ ନାକେଦମ ହେବାକୁ ପଡିଛି। ତେବେ ରବିବାର ଓ ସୋମବାର ଅନୁକୂଳ ପାଗ ଯୋଗୁଁ ବହୁ କଷ୍ଟରେ ଗୁମ୍ଫା ମଧ୍ୟରୁ ୮ ଜଣଙ୍କୁ ବାହାର କରାଯାଇ ପାରିଥିବା ଥାଇଲାଣ୍ଡ ପୋଲିସ ପ୍ରକାଶ କରିଛି।
All Right Reserved By

ଅନ୍ତର୍ଜାତୀୟ |

ଆଇସକ୍ରିମ୍‌ ଖାଇ ଗଲା ଝିଅର ଜୀବନ

ଆଇସକ୍ରିମ୍‌ ଖାଇ ଗଲା ଝିଅର ଜୀବନ

ଲଣ୍ଡନ, ୨୩।୨: ଆଇସକ୍ରିମ ଖାଇ ଜଣେ ୯ ବର୍ଷିୟା ଝିଅର ମୃତ୍ୟୁ ଘଟିଛି। 

ପୁଲଓ୍ବାମା ଆକ୍ରମଣକୁ ନେଇ ଆମେରିକାରେ ବିରୋଧ ପ୍ରଦର୍ଶନ କଲେ ଭାରତୀୟ

ପୁଲଓ୍ବାମା ଆକ୍ରମଣକୁ ନେଇ ଆମେରିକାରେ ବିରୋଧ ପ୍ରଦର୍ଶନ କଲେ ଭାରତୀୟ

ନ୍ୟୁଜର୍ସି,୨୩।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସାରା ବିଶ୍ୱ ଏକ ପ୍ରକାର ନିନ୍ଦା କରିଛନ୍ତି। ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ଦ୍ୱାରା ଏହି ଆକ୍ରମଣ କରାଯାଇଥିବା ଜଣାପଡିବା ପରେ ପ୍ରାୟ ସବୁ ଦେଶ ପାକିସ୍ତାନକୁ ନିନ୍ଦା କରିଥିଲେ। 

ପରିସ୍ଥିତି ଭୟଙ୍କର: ଟ୍ରମ୍ପ

ପରିସ୍ଥିତି ଭୟଙ୍କର: ଟ୍ରମ୍ପ

ଓ୍ବାଶିଂଟନ,୨୩।୨: ପୁଲଓ୍ବାମା ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ଯେଉଁ ପରିସ୍ଥିତି ଉପୁଜିଛି ତାହା ଭୟଙ୍କର ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। 

ମୋଦିଙ୍କୁ ସିଓଲ ଶାନ୍ତି ପୁରସ୍କାର

ମୋଦିଙ୍କୁ ସିଓଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ/ସିଓଲ,୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ କୋରିଆ ଗସ୍ତରେ ଅଛନ୍ତି। ଶୁକ୍ରବାର ସେଠାରେ ତାଙ୍କୁ ‘ସିଓଲ ଶାନ୍ତି ପୁରସ୍କାର’ରେ ସମ୍ମାନିତ କରାଯାଇଛି। 

ନାଟକ କରୁଛି ପାକିସ୍ତାନ

ନାଟକ କରୁଛି ପାକିସ୍ତାନ

ଇସଲାମାବାଦ,୨୨।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ଦ୍ୱାରା କରାଯାଇଥିବା ଆକ୍ରମଣକୁ ସାରା ବିଶ୍ୱ ନିନ୍ଦା କରିଛି। 

ସୌଦି ରାଜକୁମାରଙ୍କୁ ସୁନା ବନ୍ଧୁକ ଉପହାର ଦେଲା ପାକିସ୍ତାନ

ସୌଦି ରାଜକୁମାରଙ୍କୁ ସୁନା ବନ୍ଧୁକ ଉପହାର ଦେଲା ପାକିସ୍ତାନ

ଇସ୍‌ଲାମାବାଦ,୨୨।୨: ସୌଦି ଯୁବରାଜ ମହମ୍ମଦ ବିନ୍‌ ସଲମାନ ୩ଦିନ ତଳେ ପାକିସ୍ତାନ ଗସ୍ତ କରିଥିଲେ। ଏହି ଅବସରରେ ପାକିସ୍ତାନ ତାଙ୍କୁ ଉପହାର ସ୍ବରୂପ ଏକ ସୁନାର ବନ୍ଧୁକ ଦେଇଥିବା ସୂଚନା ମିଳିଛି।

ଗବେଷଣା ପାଇଁ ୬ ଲାବ୍ରାଡରଙ୍କୁ କରାଯିବ ହତ୍ୟା

ଗବେଷଣା ପାଇଁ ୬ ଲାବ୍ରାଡରଙ୍କୁ କରାଯିବ ହତ୍ୟା

ଷ୍ଟକ୍‌ହୋମ୍‌,୨୨।୨: କୁକୁର ମଣିଷର ଅତି ବିଶ୍ୱସ୍ତ। ମାଲିକ ପାଇଁ ଜୀବନ ଦେବାକୁ ପଛାଏ ନାହିଁ କୁକୁର। ଏବେ ଚିକିତ୍ସା ଭିତ୍ତିକ ଏକ ଗବେଷଣା ଅନ୍ତର୍ଗତ ସୁଇଡେନ୍‌ ବିଶ୍ୱବିଦ୍ୟାଳୟରେ ୬ ଲାବ୍ରାଡର ପ୍ରଜାତିର କୁକୁରଙ୍କୁ ହତ୍ୟା କରାଯିବ। 

ପାକିସ୍ତାନ ମନରେ ଭୟ: ନିୟନ୍ତ୍ରଣ ରେଖାରେ ଆରମ୍ଭ କଲା ଯୁଦ୍ଧ ପ୍ରସ୍ତୁତି

ପାକିସ୍ତାନ ମନରେ ଭୟ: ନିୟନ୍ତ୍ରଣ ରେଖାରେ ଆରମ୍ଭ କଲା ଯୁଦ୍ଧ ପ୍ରସ୍ତୁତି

ନୂଆଦିଲ୍ଲୀ/ଇସଲାମାବାଦ୍‌,୨୨।୨: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନ ମନରେ ଭୟ ମଧ୍ୟ ବଢ଼ିବାରେ ଲାଗିଛି।

ଦକ୍ଷିଣ କୋରିଆ ଗସ୍ତରେ ମୋଦି: ପାଇବେ ‘ସିଓଲ ଶାନ୍ତି ପୁରସ୍କାର’

ଦକ୍ଷିଣ କୋରିଆ ଗସ୍ତରେ ମୋଦି: ପାଇବେ ‘ସିଓଲ ଶାନ୍ତି ପୁରସ୍କାର’

ନୂଆଦିଲ୍ଲୀ/ସିଓଲ, ୨୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି। 

ଜେହାଦୀ ଦୁହ୍ଲନ୍‌ଙ୍କୁ କୌଣସି ଦେଶରେ ମିଳୁନିି ଶରଣ

ଜେହାଦୀ ଦୁହ୍ଲନ୍‌ଙ୍କୁ କୌଣସି ଦେଶରେ ମିଳୁନିି ଶରଣ

ଲଣ୍ଡନ,୨୧।୨: ସିରିଆ ଆଇଏସ୍‌ ସଂଗଠନରେ ସାମିଲ୍‌ ହୋଇ ଜଣେ ଆତଙ୍କବାଦୀଙ୍କୁ ବିବାହ କରିଥିବା ଜେହାଦୀ ଦୁହ୍ଲନ୍‌ ଶାମିମା ବେଗମ୍‌ଙ୍କୁ ପୃଥିବୀର କୌଣସି ଦେଶ ଶରଣ ଦେବାକୁ ପ୍ରସ୍ତୁତ ନୁହଁନ୍ତି। 

ସୌଦି ଜେଲ୍‌ରୁ ଘର ବାହୁଡ଼ିବେ ୮୫୦ ଭାରତୀୟ

ସୌଦି ଜେଲ୍‌ରୁ ଘର ବାହୁଡ଼ିବେ ୮୫୦ ଭାରତୀୟ

ନୂଆଦିଲ୍ଲୀ/ରିୟାଦ୍‌, ୨୧।୨: ସୌଦିର ବିଭିନ୍ନ ଜେଲ୍‌ରେ ବନ୍ଦୀ ଭାବେ ଥିବା ୮୫୦ ଭାରତୀୟ ଘର ବାହୁଡ଼ିବେ। ଏନେଇ ସୌଦି ଯୁବରାଜ ମହମ୍ମଦ ବିନ୍‌ ସଲମାନ୍‌ ସବୁଜ ସଙ୍କେତ ଦେଇଛନ୍ତି।

ପୁଲଓ୍ବାମା ଆକ୍ରମଣରେ ଜୈଶ୍‌ର ହାତ ନାହିଁ: ଆଝାର

ପୁଲଓ୍ବାମା ଆକ୍ରମଣରେ ଜୈଶ୍‌ର ହାତ ନାହିଁ: ଆଝାର

ଶ୍ରୀନଗର/ଇସଲାମାବାଦ୍‌,୨୧।୨: ଜମ୍ମ-କଶ୍ମୀର ଆତଙ୍କବାଦୀ ଆକ୍ରମଣରେ ଜୈଶ୍‌-ଇ-ମହମ୍ମଦର କୌଣସି ହାତ ନାହିଁ । ଏନେଇ ଜୈଶ୍‌ ମୁଖ୍ୟ ମାସୁଦ୍‌ ଆଝାର ଗୁରୁବାର ଜାରି କରିଛନ୍ତି ଏକ ଅଡ଼ିଓ ଟେପ୍‌।