ଜୀବନଚର୍ଯ୍ୟା |

ପିଲାଙ୍କୁ ଶିଖାନ୍ତୁ ସଂସ୍କାର

ପିଲାଙ୍କୁ ଶିଖାନ୍ତୁ ସଂସ୍କାର

ସବୁ ମାତାପିତା ନିଜ ପିଲାର ଭବିଷ୍ୟତକୁ ନେଇ ବେଶ୍‌ ସଚେତନ। ତେବେ ପିଲାମାନଙ୍କୁ ସଂସ୍କାର ସହ କିଛି ଭଲ ଅଭ୍ୟାସ ବି ଶିଖାଇବା ଜରୁରୀ,ଯାହା ତାଙ୍କୁ ଆତ୍ମନିର୍ଭରଶୀଳ କରି ଗଢ଼ି ତୋଳିବାରେ ସାହାଯ୍ୟ କରିବ। ସେ ସମ୍ପର୍କିତ କେତୋଟି ବିଷୟକୁ ଆପଣ ବି ଆପଣାଇପାରନ୍ତି...
ଶିଖାନ୍ତୁ ସମୟାନୁବର୍ତ୍ତିତା:
ପିଲାମାନେ କିପରି ସମୟାନୁବର୍ତ୍ତୀ ହେବେ ସେ ନେଇ ମା’ବାପା ସଚେତନ ରହିବା ଆବଶ୍ୟକ। କାରଣ ଏହା ସେମାନଙ୍କର ଶିକ୍ଷା ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସକାଳୁ ଠିକ୍‌ ସମୟରେ ଉଠିବା, ନିତ୍ୟକର୍ମ ଶେଷ କରି ପାଠ ପଢ଼ିବା, ଠିକ ସମୟରେ ସ୍କୁଲ ଯିବା କଥା ସେମାନେ ହୃଦୟଙ୍ଗମ କରିବା ଆବଶ୍ୟକ। ଯଦି କେତେକ କ୍ଷେତ୍ରରେ ସେମାନଙ୍କଠାରେ ଆଳସ୍ୟତା ଦେଖିବାକୁ ପାଇଲେ ସେଭଳି ଅଭ୍ୟାସ କିପରି ଛାଡିବେ ତାଙ୍କୁ ଥଣ୍ଡା ମିଜାସରେ ବୁଝାନ୍ତୁ।
ନିଜ କାମ ନିଜେ କରିବା:
ପିଲାମାନଙ୍କର ବୁଝିବା ଶକ୍ତି ଆସିଗଲେ ସେମାନେ ନିଜ କାମ ନିଜେ କରିବାକୁ ପସନ୍ଦ କରିଥାଆନ୍ତି। ଏହି ସମୟରେ ସେମାନେ ଠିକ୍‌ ଭାବରେ ତାହାକୁ ତୁଲାଇ ପାରୁଛନ୍ତି କି ନାହିଁ ତାହା ଦେଖିନିଅନ୍ତୁ। କେତେକ ଛୋଟ ପିଲା ନିଜେ ଦାନ୍ତ ଘଷିବା, ଖାଇବାକୁ ଆଗ୍ରହ ପ୍ରକାଶ କରନ୍ତି। ଏ ନେଇ ସେମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ପାଖେ ପାଖେ ରହନ୍ତୁ। ଯଦି ସେମାନେ କୌଣସି କାମ ଭୁଲ କରୁଛନ୍ତି ତେବେ ତାହାକୁ ସୁଧାରି ନିଅନ୍ତୁ।
ଆଚାର ବ୍ୟବହାର:
ପିଲାମାନଙ୍କର ଆଚାର ବ୍ୟବହାର ସେମାନଙ୍କୁ ପ୍ରଶଂସିତ କରାଇଥାଏ। କାହା ସହ କିପରି କଥା ହେବା ଦରକାର ତାହା ସେମାନଙ୍କୁ ଶିଖାନ୍ତୁ। ବେଳେ ବେଳେ କେତେକ ପିଲା ଛୋଟ କଥାକୁ ନେଇ ରାଗି ଯାଇଥାଆନ୍ତି। ସମୟକ୍ରମେ ଏହା ସେମାନଙ୍କର ଅଭ୍ୟାସରେ ପରିଣତ ହୋଇଯାଏ। ହେଲେ ଆରମ୍ଭରୁ ସେମାନେ କିପରି ଏଭଳି ଅଭ୍ୟାସରୁ ଦୂରେଇ ରହିବେ ତାହା ତାଙ୍କୁ ଶିଖାନ୍ତୁ।
ପିଲାଙ୍କୁ ଜଳଖିଆ ପ୍ରସ୍ତୁତ କରିବା ଶିଖାନ୍ତୁ:
କେତେକ ପିଲା ଘର କାମ କରିବାକୁ ଆଗ୍ରହ ପ୍ରକାଶ କରିଥାଆନ୍ତି। ଏଥିରେ ଆପଣ ସେମାନଙ୍କୁ ଉତ୍ସାହିତ କରନ୍ତୁ। କାରଣ ଏହାଦ୍ୱାରା ବଡ ହେଲେ ସେମାନେ ନିଜ ମନକୁ ଆସୁଥିବା କିଛି କଥାକୁ ସୁନ୍ଦର ରୂପ ଦେଇପାରିବେ। ଯେତେବେଳେ ଆପଣ କିଚେନ୍‌ରେ କିଛି କାମ କରୁଛନ୍ତି ସେମାନଙ୍କର ସାହାଯ୍ୟ ନିଅନ୍ତୁ। ହେଲେ ଏହାଦ୍ୱାରା ଯେମିତି ସେମାନଙ୍କର ପାଠପଢ଼ା ବାଧାପ୍ରାପ୍ତ ନ ହୁଏ। ସକାଳ ଜଳଖିଆ ପ୍ରସ୍ତୁତ କରିବା ଶୈଳୀ ସେମାନଙ୍କୁ ଶିଖାନ୍ତୁ।
ପିଲା ନିଜେ ନିଦରୁ ଉଠିବାର ଅଭ୍ୟାସ କରାନ୍ତୁ:
ସାଧାଣରତଃ ଛୋଟ ପିଲା ସକାଳୁ ବିଛଣା ଛାଡିବାକୁ ସହଜରେ ଆଗ୍ରହ ପ୍ରକାଶ କରି ନ ଥାନ୍ତି। ଯେହେତୁ କେତେକଙ୍କୁ ସକାଳୁ ସ୍କୁଲକୁ ଯିବାକୁ ପଡିଥାଏ। ତେଣୁ ସେମାନେ ଭୋରୁ ଉଠି ନିଜର ନିତ୍ୟକର୍ମ ଶେଷ କରି ସ୍କୁଲ ବାହାରି ଯାଆନ୍ତି। ବିଚାରବୋଧ ପିଲା ସକାଳୁ କିପରି ନିଜେ ଉଠି ନିଜର କାମ ଶେଷ କରିବେ ସେ ବିଷୟରେ ସେମାନଙ୍କୁ ଶିଖାନ୍ତୁ। ପୂର୍ବଦିନ ରୁଟିନ୍‌ ଅନୁସାରେ ବହି ଏବଂ କପି ରେଡ଼ି କରି ସ୍କୁଲ ବ୍ୟାଗ୍‌ରେ ରଖିବାକୁ କୁହନ୍ତୁ। ଏହାଦ୍ୱାରା ପିଲାର ଦାୟିତ୍ୱବୋଧ ବଢ଼ିଥାଏ। ଯଦି ପିଲା ଛୋଟ ଏବଂ ତା’ ପାଇଁ ଆପଣଙ୍କୁ ଏସବୁ କରିବାକୁ ପଡେ ତେବେ ସେଥିରେ ବିରକ୍ତ ନ ହୋଇ ସେମାନଙ୍କୁ ବୁଝାନ୍ତୁ।
ନିଜ ବ୍ୟାଗ୍‌ ନିଜେ ସଜାଡ଼ିବା ଶିଖାନ୍ତୁ:
କେତେକ ମା’ମାନେ ସକାଳୁ ବ୍ୟସ୍ତ ହୋଇ ପିଲାର ବ୍ୟାଗ୍‌ ପ୍ୟାକ୍‌ କରିଥାନ୍ତି। ଏହି ସମୟରେ ତରତର ହେବା ଦ୍ୱାରା ଘରେ କେତେକ ବହି କିମ୍ବା କପି ରହିଯାଏ। ବ୍ୟାଗ୍‌ କିପରି ସଜାଡିବାକୁ ପଡେ ତାହା ସେମାନଙ୍କୁ ଶିଖାନ୍ତୁ। ସ୍କୁଲରେ କ୍ଲାସ ଶେଷ ହେବା ପରେ ସବୁ ବହି ଏବଂ କପି ଠିକ ଭାବରେ ବ୍ୟାଗ୍‌ରେ ରଖିବାକୁ କୁହନ୍ତୁ। ପିଲାକୁ ବାହାରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବାକୁ କୁହନ୍ତୁ।
ସଫାସୁତରା:
ପିଲାମାନେ କିପରି ପରିଷ୍କାର ପରିଚ୍ଛନ୍ନ ରହିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ନିଜର ଡ୍ରେସ ଯଦି ସେମାନେ ନିଜେ ସଫା କରୁଛନ୍ତି ତେବେ ତାହା କିପରି ଭଲ ଭାବରେ ସଫା କରିବେ ତାହାର କାଇଦା ଶିଖାନ୍ତୁ। ପିଲଟି ଯଦି ଅପରିଷ୍କାର ପୋଷାକ ପିନ୍ଧତ୍ୁଛି ତାହା ଭଲ ନୁହେଁ ବୋଲି କହନ୍ତୁ। ପିଲା ଯଦି ବଡ ହୋଇଗଲେଣି ତେବେ ସଫାସୁତରା ମହତ୍ତ୍ୱ ସେମାନେ ଜାଣିବା ଦରକାର। ଏ ନେଇ ଛୋଟ ପିଲାଙ୍କ ଦାୟିତ୍ୱ ନିଜେ ନିଅନ୍ତୁ।

ଏମାନେ କ’ଣ କରନ୍ତି

ସୁମିତ୍ରା ପାଢ଼ୀ
-ନୁରୁଗାଁ,ଭାଟପଡ଼ା,ରାଜନଗର,କେନ୍ଦ୍ରାପଡ଼ା
ମୁଁ ମୋ ପିଲାଙ୍କୁ ଟିକେ ବଡ଼ ହେବା ପରେ ସେମାନେ କିପରି ନିଜ କାମ ନିଜେ କରିପାରିବେ ସେ ସମ୍ପର୍କରେ ବୁଝାଏ। ଭବିଷ୍ୟତରେ ସେମାନେ କିପରି ସଫଳ ହେବେ ତାକୁ ଲକ୍ଷ୍ୟ କରି ସେମାନଙ୍କୁ ଧୀରେ ଧୀରେ ସବୁ କାମ କରିବାର ଅଭ୍ୟାସ କରାଇବା।

କନକଲତା ସାହାଣୀ
-କେନାଲ ରୋଡ୍‌,ପଳାଶୁଣୀ,ଭୁବନେଶ୍ୱର
ପିଲାଙ୍କୁ ସବୁ ଜିନିଷ ଶିଖାଇଲେ ସେମାନେ ଶିଖିବେ। ଆପଣ ଯଦି କିଚେନ୍‌ରେ ଅଛନ୍ତି ତେବେ ପିଲାର ସହଯୋଗ ନେଇପାରିବେ। ଯାହାଦ୍ୱାରା ଆପଣଙ୍କୁ କିଛି ସୁବିଧା ସହଯୋଗ ମିଳିଯିବ।

All Right Reserved By

ଜୀବନଚର୍ଯ୍ୟା |

ସିଟି ସ୍କାନ୍‌ରୁ ହୋଇପାରେ ବ୍ରେନ୍‌ ଟ୍ୟୁମର

ସିଟି ସ୍କାନ୍‌ରୁ ହୋଇପାରେ ବ୍ରେନ୍‌ ଟ୍ୟୁମର

ଆଜିକାଲି କେତେକ ରୋଗକୁ ଚିହ୍ନଟ କରିବାକୁ ସିଟି (କମ୍ପ୍ୟୁଟେଡ ଟୋମୋଗ୍ରାଫି) ସ୍କାନ୍‌ କରାଯାଇଛି। ହେଲେ ବେଳେବେଳେ ଏହା ରୋଗୀ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ସତର୍କ କରାଇ ଦେଇଛନ୍ତି ନେଦରଲ୍ୟାଣ୍ଡର ସ୍ବାସ୍ଥ୍ୟବିଜ୍ଞାନୀମାନେ।

ବ୍ରେକଫାଷ୍ଟ ଓ ମେଦବହୁଳତା

ବ୍ରେକଫାଷ୍ଟ ଓ ମେଦବହୁଳତା

ସୁସ୍ଥ ଶରୀର ପାଇଁ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଆମକୁ ଖାଦ୍ୟପେୟ ପ୍ରତି ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ। ସକାଳୁ ଉଠି ଗ୍ଲାସେ ପାଣି ପିଇଲେ ତାହା ସ୍ବାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ।

ଡାଇବେଟିସ୍‌: ମହିଳାଙ୍କ ସଂଖ୍ୟା ଅଧିକ

ଡାଇବେଟିସ୍‌: ମହିଳାଙ୍କ ସଂଖ୍ୟା ଅଧିକ

ଦିନକୁଦିନ ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ନିକଟରେ ଏକ ସର୍ଭେରୁ ଜଣାପଡିଛି ଯେ ପୁରୁଷଙ୍କ ତୁଳନାରେ ମହିଳା ଡାଇବେଟିସ୍‌ରେ ଅଧିକ ଆକ୍ରାନ୍ତ ହୁଅନ୍ତି। ସିଡନୀ ୟୁନିଭର୍ସିଟି ପକ୍ଷରୁ ଦୀର୍ଘ ଦୁଇବର୍ଷ ଧରି ଏ ନେଇ ସର୍ଭେ କରାଯାଇଥିଲା।

ସୁସ୍ଥତାର ଚାବିକାଠି ଯୋଗ

ସୁସ୍ଥତାର ଚାବିକାଠି ଯୋଗ

“ଯୋଗ କରିବା ଦ୍ୱାରା ଶରୀର ଓ ମନର ସର୍ବୋତ୍ତମ ସ୍ବାସ୍ଥ୍ୟରକ୍ଷା ଯେ ସମ୍ଭବ, ଆଧୁନିକ ବୈଜ୍ଞାନିକ ଅନୁଧ୍ୟାନଗୁଡିକରୁ ତାର ପ୍ରମାଣମାନ ମିଳିଲାଣି। ପ୍ରମାଣ ମିଳୁଛି ଯେ ନିୟମିତ ଯୋଗ କରିବା ଫଳରେ ରକ୍ତରେ ଗ୍ଲୁକୋଜ୍‌ର ମାତ୍ରା ହ୍ରାସ ପାଇ ତାହା ଡାଇବେଟିସ୍‌ ନିୟନ୍ତ୍ରଣକୁ ସୁଷମ କରିପାରୁଛି।

ଚୋରି ଅଭ୍ୟାସର ଆଉ ଏକ କାରଣ ...

ଚୋରି ଅଭ୍ୟାସର ଆଉ ଏକ କାରଣ ...

ଚୋରି ଅଭ୍ୟାସ ବା କ୍ଲପ୍‌ଟୋମାନିଆ ଏକପ୍ରକାର ମାନସିକ ରୋଗ। ଏଥିରେ ଆକ୍ରାନ୍ତ ବ୍ୟକ୍ତିକୁ ଚୋରି କରିବାକୁ ଇଚ୍ଛାହୁଏ । ସେ ଏହି ଭାବନାକୁ ନିୟନ୍ତ୍ରଣ କରିପାରେ ନାହିଁ ଓ ଏପରି ଏକ ଜିନିଷ ଚୋରିକରେ, ଯାହା ହୁଏତ ତା ପାଇଁ ଅଦରକାରୀ ହୋଇଥାଏ କିମ୍ବା ଏହାଯୋଗୁ ତା’ର କୌଣସି ଆର୍ଥିକ ଲାଭ ହୁଏନାହିଁ ।

ସ୍ନାୟୁରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି? ଆପଣାନ୍ତୁ ଏହି ଉପାୟ

ସ୍ନାୟୁରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି? ଆପଣାନ୍ତୁ ଏହି ଉପାୟ

ସ୍ନାୟୁରୋଗ ଏବେ ପ୍ରାୟ ଲୋକଙ୍କ ଠାରେ ଦେଖିବାକୁ ମିଳୁଛି। ଏହି ରୋଗ ବେଳେବେଳେ ବେକରୁ ଆରମ୍ଭ ହୋଇ ଗୋଡ଼ ପର୍ଯ୍ୟନ୍ତ ବ୍ୟାପିଯାଇ ବହୁ କଷ୍ଟ ଦେଇଥାଏ। ଯେତେ ଔଷଧ ଖାଇଲେ ମଧ୍ୟ ତାହା ସହଜରେ ଭଲ ହୋଇ ନ ଥାଏ।

ବିବାହିତା ମହିଳାଙ୍କୁ ଅଧିକ ପସନ୍ଦ କରନ୍ତି ଯୁବକ

ବିବାହିତା ମହିଳାଙ୍କୁ ଅଧିକ ପସନ୍ଦ କରନ୍ତି ଯୁବକ

ଯୁବକମାନେ କୌଣସି ଯୁବତୀଙ୍କ ତୁଳନାରେ ବିବାହିତା ମହିଳାଙ୍କୁ ଅଧିକ ପସନ୍ଦ କରନ୍ତି। ନିକଟର ୟୁନିଭରସିର୍ଟି ଅଫ୍‌ କାର୍ଲିଫର୍ନିଆରେ ହୋଇଥିବା ଏକ ଗବେଷଣା ରିପୋର୍ଟ ଏହା ଉଲ୍ଲେଖ କରାଯାଇଛି।

ହଜମ ଶକ୍ତି ବଢାଏ ମୁଗଡାଲି

ହଜମ ଶକ୍ତି ବଢାଏ ମୁଗଡାଲି

ଡାଲିରେ ଭରପୁର ମାତ୍ରାରେ ରହିଛି ପ୍ରୋଟିନ୍‌। ଏହା ବ୍ୟତୀତ ବିଶେଷ କରି ମୁଗ ଡାଲିରେ ଭିଟାମିନ୍‌ ଏ, ବି, ସି ଓ ଇ ରହିଛି ଯାହା ଶରୀରକୁ ସୁସ୍ଥ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ଡିଏନ୍‌ଏ ସଂରଚନାକୁ ବିଶୃଙ୍ଖଳିତ କରେ ଆଲକୋହଲ

ଡିଏନ୍‌ଏ ସଂରଚନାକୁ ବିଶୃଙ୍ଖଳିତ କରେ ଆଲକୋହଲ

ନିୟମିତ ଆଲକୋହଲ ବା ସୁରାସାର ଖାଦ୍ୟରେ ଗ୍ରହଣ କଲେ, ଏହା କୋଷରେ ଥିବା ଡିଏନ୍‌ଏ ସଂରଚନାକୁ ବିଶୃଙ୍ଖଳିତ କରେ। ଏହାଯୋଗୁ କର୍କଟ ରୋଗ ସୃଷ୍ଟି ହୋଇଥାଏ ବୋଲି ଗବେଷକ ସୂଚିତ କରିଛନ୍ତି।

ଅର୍ଶରୁ ମୁକ୍ତି ପାଇବାହୁ ଚାହୁଁଛନ୍ତି? ଆପଣାନ୍ତୁ ଏହି ଉପାୟ

ଅର୍ଶରୁ ମୁକ୍ତି ପାଇବାହୁ ଚାହୁଁଛନ୍ତି? ଆପଣାନ୍ତୁ ଏହି ଉପାୟ

ଲାଜକୁଳି ଲତା ଏକପ୍ରକାର ଗୁଳ୍ମ। ଏହାର ଅନେକ ଔଷଧୀୟ ଗୁଣ ରହିଛି। ଆଦିବାସୀ ବହୁଳ ଅଞ୍ଚଳରେ ଲାଜକୁଳି ଲତା ଉପରେ ଦୀର୍ଘ ୧୫ ବର୍ଷ ଧରି ଉତ୍ତରାଖଣ୍ଡ ଆୟୁର୍ବେଦ ବିଶ୍ୱବିଦ୍ୟାଳୟର କିଛି ଗବେଷକ ଜାଣିପାରିଛନ୍ତି ଯେ, ଏହା ଅର୍ଶରୁ ମୁକ୍ତି ଦେଇଥାଏ।

ଦିନରେ  ପିଅନ୍ତୁ  ୩ ଥର କାକୁଡ଼ି ରସ, ମିଳିବ ବହୁ ଫାଇଦା

ଦିନରେ ପିଅନ୍ତୁ ୩ ଥର କାକୁଡ଼ି ରସ, ମିଳିବ ବହୁ ଫାଇଦା

ଦିନରେ ୩ ଥର କାକୁଡ଼ି ରସ ପିଇଲେ ଅନେକ ଫାଇଦା ମିଳେ। ପ୍ରତିଦିନ ଅଭ୍ୟାସ କରି ଏପରି କଲେ ବିଭିନ୍ନ ରୋଗରୁ ମିଳିଥାଏ ମୁକ୍ତି।

ଏଠି ପ୍ରତି ୩ଜଣରେ ଜଣେ ବଳାତ୍କାରୀ

ଏଠି ପ୍ରତି ୩ଜଣରେ ଜଣେ ବଳାତ୍କାରୀ

ବଳାତ୍କାର ଏକ ଅପରାଧ ବୋଲି ସାରା ବିଶ୍ୱରେ ବିବେଚନା କରାଯାଏ। ହେଲେ ଏମିତି ଏକ ଦେଶ ଅଛି, ଯେଉଁଠି ବଳାତ୍କାର ଏକ ମାମୁଲି ଘଟଣା ହୋଇଯାଇଛି। ଏଠି ପ୍ରତି ୩ ଜଣରେ ଜଣେ ବଳାତ୍କାରୀ। ସାଉଥ୍‌ ଆଫ୍ରିକା ଜୋହାନ୍ସବର୍ଗର ଡିପସ୍ଲୁଟ ନାମକ ଏମିତି ଏକ ସ୍ଥାନ ଅଛି, ଯେଉଁଠି ବଳାତ୍କାର ଏକ ସାଧାରଣ ଘଟଣା।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ