ଜାତୀୟ |

ଅପରେଶନ ଅଲଆଉଟ୍‌-୨: ଶୋପିଆନ୍‌ରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ

ଅପରେଶନ ଅଲଆଉଟ୍‌-୨: ଶୋପିଆନ୍‌ରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ
ଶ୍ରୀନଗର, ୧୦।୭: ଜମ୍ମୁ-କଶ୍ମୀରକୁ ଆତଙ୍କବାଦ ମୁକ୍ତ କରିବା ଲାଗି ସୁରକ୍ଷାବଳଙ୍କ ପକ୍ଷରୁ ଅପରେଶନ ଅଲଆଉଟ୍‌-୨ ଜାରି ରହିଛି । ଦକ୍ଷିଣ କଶ୍ମୀରର ଶୋପିଆନ୍‌ ଜିଲାରେ ମଙ୍ଗଳବାର ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। କୁନ୍ଦଲାନ୍‌ ଅଞ୍ଚଳରେ ୫-୬ ଆତଙ୍କବାଦୀ ଲୁଚିଥିବା ଖବର ପାଇଁ ୩୪ ଆର୍‌ଆର୍‌ ସିଆର୍‌ପିଏଫ୍‌ ଯବାନ ସମ୍ପୃକ୍ତ ଅଞ୍ଚଳରେ ଘେରାବନ୍ଦୀ କରିଥିଲେ। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ଲାଗି ସତର୍କ ସୂଚନା ଦିଆଯାଇଥିଲା। ତେବେ ସେମାନେ ସୁରକ୍ଷାବଳଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷାବଳଙ୍କ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଏହି ଘଟଣାରେ ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସୁରକ୍ଷାବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି।
All Right Reserved By

ଜାତୀୟ |

ତିନି ଝିଅଙ୍କୁ ହାତୁଡିରେ ପିଟି ହତ୍ୟା କଲା ବାପା

ତିନି ଝିଅଙ୍କୁ ହାତୁଡିରେ ପିଟି ହତ୍ୟା କଲା ବାପା

ଲକ୍ଷ୍ମୌ, ୧୩।୧୧(ପି.ଟି.ଆଇ.)-ଉତ୍ତର ପ୍ରଦେଶର ଲଳିତପୁର ଜିଲାରେ ଅଭାବନୀୟ ଘଟଣା ଘଟିଛି। ବାପା ନିଜର ତିନି ଛୋଟ ଝିଅଙ୍କୁ ହାତୁଡିରେ ପିଟି ହତ୍ୟା କରିଛି। ମିଳିଥିବା ଖବର ଅନୁଯାୟୀ ଦୁଇ ଝିଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ନୀତୀଶଙ୍କ ଘରେ ଉତ୍ସବର ପରିବେଶ, ଲାଲୁଙ୍କ ଘର ଖାଁ ଖାଁ

ନୀତୀଶଙ୍କ ଘରେ ଉତ୍ସବର ପରିବେଶ, ଲାଲୁଙ୍କ ଘର ଖାଁ ଖାଁ

ପାଟନା,୧୩।୧୧: ମଙ୍ଗଳବାର ଛଟ୍‌ ପୂଜା ପାଇଁ ବିହାର ନବବଧୂ ବେଶରେ ସଜେଇ ହୋଇଛି। ଘରେ ଘରେ ଉତ୍ସବର ପରିବେଶ। ହେଲେ ରାଜନୀତିର ଧ୍ରୁବ ନୀତୀଶ ଓ ଲାଲୁଙ୍କ ଘରେ ଦେଖିବାକୁ ମିଳିଛି ଅଲଗା ଅଲଗା ପରିବେଶ। ଗୋଟିଏ ପଟେ ନୀତୀଶଙ୍କ ଘର ସାଜସଜ୍ଜାରେ ଉଠୁଛି ପଡୁଛି। 

୨୧ କିଲୋମିଟର ଚାଲି ଅସୁସ୍ଥ ହୋଇ ପଡିଲେ ତେଜ ପ୍ରତାପ

୨୧ କିଲୋମିଟର ଚାଲି ଅସୁସ୍ଥ ହୋଇ ପଡିଲେ ତେଜ ପ୍ରତାପ

ବୃନ୍ଦାବନ,୧୩।୧୧: ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ବିହାରର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଯାଦବ ହଠାତ୍‌ ଅସୁସ୍ଥ ହୋଇ ପଡିଛନ୍ତି। ପତ୍ନୀ ଐଶ୍ୱର୍ଯ୍ୟାଙ୍କଠାରୁ ଅଲଗା ହେବା ମାମଲାକୁ ନେଇ ଏବେ ବୃନ୍ଦାବନରେ ସମୟ କାଟୁଥିବା ତେଜ ପ୍ରତାପ ସୋମବାର ଗୋବର୍ଦ୍ଧନ ପର୍ବତ ପରିକ୍ରମା କରିଥିଲେ।

ମା’ କୋଳରୁ ୧୨ ଦିନର ଶିଶୁକୁ ଝାମ୍ପି ନେଇ ମାରିଦେଲା ମାଙ୍କଡ଼

ମା’ କୋଳରୁ ୧୨ ଦିନର ଶିଶୁକୁ ଝାମ୍ପି ନେଇ ମାରିଦେଲା ମାଙ୍କଡ଼

ଲକ୍ଷ୍ନୌ,୧୩।୧୧: ଉତ୍ତର ପ୍ରଦେଶର ଆଗ୍ରାରେ ଦିନକୁ ଦିନ ମାଙ୍କଡ଼ଙ୍କ ଉପଦ୍ରବ ବଢିବାରେ ଲାଗିଛି। ଏଠାରେ ରହୁଥିବା ଜଣେ ଅଟୋ ଚାଳକ ଯୋଗେଶଙ୍କ ପତ୍ନୀ ନେହାଙ୍କ କୋଳରୁ ଏକ ୧୨ ଦିନର ଶିଶୁ ପୁତ୍ରକୁ ମାଙ୍କଡ଼ ଝାମ୍ପି ନେବା ଓ ତାକୁ ମାରିଦେବା ଘଟଣାକୁ ନେଇ ସେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। 

ଷ୍ଟାନ ଲିଙ୍କ ବିୟୋଗରେ ଶୋକ ପ୍ରକାଶ କଲା ବଲିଉଡ୍‌

ଷ୍ଟାନ ଲିଙ୍କ ବିୟୋଗରେ ଶୋକ ପ୍ରକାଶ କଲା ବଲିଉଡ୍‌

ମୁମ୍ବାଇ,୧୩।୧୧: ମାର୍ଭେଲ କମିକର ଜନକ ଷ୍ଟାନ ଲିଙ୍କ ୯୫ ବର୍ଷ ବୟସରେ ପରଲୋକ ହୋଇଛି। ଆମେରିକାର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ତନୁଶ୍ରୀଙ୍କଠାରୁ ଟଙ୍କା ନେଇ ମୋତେ କଚାଡିଲେ ରେସ୍‌ଲର: ରାକ୍ଷୀ

ତନୁଶ୍ରୀଙ୍କଠାରୁ ଟଙ୍କା ନେଇ ମୋତେ କଚାଡିଲେ ରେସ୍‌ଲର: ରାକ୍ଷୀ

ମୁମ୍ବାଇ,୧୩।୧୧: ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ଇତିମଧ୍ୟରେ ସେ ତାଙ୍କ ଅସୁସ୍ଥତା ପାଇଁ ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ଦାୟୀ କରିଛନ୍ତି।

ପେଟରୁ ବାହାରିଲା ମହିଳାଙ୍କ ନିତ୍ୟବ୍ୟବହାର୍ଯ୍ୟ ଜିନିଷ

ପେଟରୁ ବାହାରିଲା ମହିଳାଙ୍କ ନିତ୍ୟବ୍ୟବହାର୍ଯ୍ୟ ଜିନିଷ

ଅହମ୍ମଦାବାଦ, ୧୩।୧୧: ଗୁଜରାଟ ଅହମ୍ମଦାବାଦରେ ଥିବା ସରକାରୀ ଡାକ୍ତରଖାନାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି।

ରାଜସ୍ଥାନ ବିଧାନସଭା ନିର୍ବାଚନ: ଚମକାଇଲା ଭାଜପା

ରାଜସ୍ଥାନ ବିଧାନସଭା ନିର୍ବାଚନ: ଚମକାଇଲା ଭାଜପା

ଜୟପୁର,୧୩।୧୧: ବିଧାନସଭା ନିର୍ବାଚନକୁ ନେଇ ଏବେ ଦେଶର ବିଭିନ୍ନ ସ୍ଥାନରେ ରାଜନୀତି ଯୋର ଧରିଛି। ବିଭିନ୍ନ ଦଳ ପକ୍ଷରୁ ଜାରି କରାଯାଉଛି ପ୍ରାର୍ଥୀଙ୍କ ତାଲିକା। ଏବେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଭାଜପା ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଘୋଷଣା କରିଛି। 

ସବରିମାଳା ବିବାଦ: ଶୀଘ୍ର ଶୁଣାଣି ପାଇଁ ମନା କଲେ ସୁପ୍ରିମ୍‌ କୋର୍ଟ

ସବରିମାଳା ବିବାଦ: ଶୀଘ୍ର ଶୁଣାଣି ପାଇଁ ମନା କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ,୧୩।୧୧: କେରଳର ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ଚାଲିଥିବା ବିବାଦ ଉପରେ ଶୀଘ୍ର ଶୁଣାଣି  ପାଇଁ ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। 

ସାମ୍ନାକୁ ଆସିଲା ଭାରତ ପାଇଁ ତିଆରି ହୋଇଥିବା ରାଫାଲ ଜେଟ୍‌ର ପ୍ରଥମ ଫଟୋ

ସାମ୍ନାକୁ ଆସିଲା ଭାରତ ପାଇଁ ତିଆରି ହୋଇଥିବା ରାଫାଲ ଜେଟ୍‌ର ପ୍ରଥମ ଫଟୋ

ନୂଆଦିଲ୍ଲୀ,୧୩।୧୧: ରାଫାଲ ବିମାନକୁ ନେଇ ରାଜନୀତି ସରଗରମ ଥିବା ବେଳେ ଏବେ ସାମ୍ନାକୁ ଆସିଛି ଭାରତ ପାଇଁ ତିଆରି ହୋଇଥିବା ରାଫାଲ ଜେଟ୍‌ର ପ୍ରଥମ ଫଟୋ।

ଆଇଏସ୍‌ଆଇର ଅନୁପ୍ରବେଶ ଯୋଜନା: ନିୟନ୍ତ୍ରଣରେଖାଠାରେ ୩୬ରୁ ଅଧିକ ଡବଲ ଡେକର ବଙ୍କର ନିର୍ମାଣ

ଆଇଏସ୍‌ଆଇର ଅନୁପ୍ରବେଶ ଯୋଜନା: ନିୟନ୍ତ୍ରଣରେଖାଠାରେ ୩୬ରୁ ଅଧିକ ଡବଲ ଡେକର ବଙ୍କର ନିର୍ମାଣ

ନୂଆଦିଲ୍ଲୀ,୧୩।୧୧: ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପ୍ରସ୍ତୁତ କରିଛି ନୂଆ ଯୋଜନା। ଏହି ଯୋଜନା ଅନ୍ତର୍ଗତ ନିୟନ୍ତ୍ରଣ ରେଖାଠାରେ ୩୬ରୁ ଅଧିକ ଡବଲ ଡେକର ବଙ୍କର ନିର୍ମାଣ ଜାରି ରହିଛି।

ମୂଳ ଭାରତୀୟ ତୁଳସୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ମୂଳ ଭାରତୀୟ ତୁଳସୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୧୧: ମୂଳ ଭାରତୀୟ ତୁଳସୀ ଗୋବାର୍ଡ ୨୦୨୦ରେ ହେବାକୁଥିବା ଆମେରିକା ରାଷ୍ଟ୍ରପ୍ରତି ନିର୍ବାଚନ ଲଢ଼ିବା ଯୋଜନା କରୁଛନ୍ତି। ଏନେଇ ତାଙ୍କ ନିକଟ ସମ୍ପର୍କୀୟଙ୍କଠାରୁ ଜଣାପଡ଼ିଛି।