

ରାଜ୍ୟ |

ରାଜ୍ୟରେ ୫୦ରୁ ଅଧିକ ଓ୍ବେବସାଇଟ୍ ହ୍ୟାକ
ଭୁବନେଶ୍ୱର,୨୨।୨(ବ୍ୟୁରୋ): ରାଜ୍ୟରେ ବଢ଼ୁଛି ସାଇବର କ୍ରାଇମ। ଶନିବାର ରାଜ୍ୟରେ ୫୦ରୁ ଅଧିକ ଓ୍ବେବସାଇଟ୍ ହ୍ୟାକ ହୋଇଥିବା ଜଣାପଡ଼ିଛି।

ସମୁଦୀଘରେ ଚରିତ୍ର ସନ୍ଦେହରେ ଚତୁର୍ଥ ସ୍ତ୍ରୀଙ୍କୁ ହତ୍ୟାକଲେ ବୃଦ୍ଧ
ପାଲଲହଡ଼ା,୨୩।୨(ଡି.ଏନ୍.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ବାରକୋଟିଆ ଗ୍ରାମରେ ଶନିବାର ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ବଳ ବେହେରାଙ୍କ ସ୍ତ୍ରୀ ଭଗବତୀ(୪୫)।

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ନେଇ ପ୍ରସ୍ତୁତି: ଜିଲାପାଳଙ୍କ ଶେରଗଡ଼ ବ୍ଲକ ପରିଦର୍ଶନ
ଶେରଗଡ଼୨୩।୨(ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୮ରେ ଗଞ୍ଜାମ ଜିଲା ଶେରଗଡ ବ୍ଲକ ଗସ୍ତ କରିବେ। ଏ ନେଇ ଶନିବାର ଜିଲାପାଳ ବିଜୟ ଅମୃତ କୂଲାଙ୍ଗେ ବ୍ଲକ ପରିଦର୍ଶନରେ ଯାଇ ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଛନ୍ତି।

ମ୍ୟାଟ୍ରିକ ପ୍ରଶ୍ନପତ୍ର ଲିକ୍ ଘଟଣା: ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି
ବ୍ରହ୍ମପୁର ଅଫିସ,୨୩।୨: ଚଳିତ ମ୍ୟାଟ୍ରିକ ପରୀକ୍ଷା ପ୍ରଥମ ଦିନରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।ଏ ନେଇ ଗଞ୍ଜାମ ଜିଲା ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ ସହ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି।

ଓଢ଼ଣି ଫସିଯାଇଛି କହି ୧ଲକ୍ଷ ଲୁଟିନେଲେ
ପୁରୀ ଅଫିସ,୨୩।୨: କିଛିଦିନର ନୀରବତା ପରେ ସହରରେ ଏକ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଉଠିଛନ୍ତି। ଦୁଇଜଣ ଲୁଟେରା ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦମିଶ୍ର ନଗର ଛକରେ ଜଣେ ବାଇକ ଆରୋହୀଙ୍କଠାରୁ ୧ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିବା ଜଣାପଡିିଛି। ଏ ନେଇ ଥାନାରେ ଲୁଟ୍ର ଶିକାର ଚାରିନଳା ଗ୍ରାମର ସୁକାନ୍ତି ପୃଷ୍ଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି।

ପୁରୀରେ ଆମିକସ୍ କ୍ୟୁରି: ଅଚାନକ ଶ୍ରୀମନ୍ଦିରରେ ପହଞ୍ଚିଲେ, ଏକା ଏକା ବୁଲିଲେ
ପୁରୀ ଅଫିସ, ୨୩।୨: ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ନିଯୁକ୍ତ ନୂତନ ଆମିକସ୍ କ୍ୟୁରି ରଞ୍ଜିତ କୁମାର ଶୁକ୍ରବାର ରାତିରେ ପୁରୀରେ ପହଞ୍ଚତ୍ଛନ୍ତି। ପୁରୀରେ ପହଞ୍ଚତ୍ବା କ୍ଷଣି ତାଙ୍କ ରହଣି ପାଇଁ ଉଦ୍ଦିଷ୍ଟ ହୋଟେଲକୁ ନ ଯାଇ ସିଧା ପହଞ୍ଚତ୍ଥିଲେ ଶ୍ରୀମନ୍ଦିରରେ। ଆମିକସ୍ କ୍ୟୁରିଙ୍କ ଅଚାନକ ଗସ୍ତକୁ ନେଇ ଅସ୍ତବ୍ୟସ୍ତ ହୋଇପଡିଥିଲେ ସମସ୍ତେ।

ଶହୀଦ ଯବାନଙ୍କୁ ମୁସଲମାନ ସମ୍ପ୍ରଦାୟର ଶ୍ରଦ୍ଧାଞ୍ଜଳି
ପୁରୀ ଅଫିସ,୨୩।୨: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଭାରତୀୟ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୁରୀ ମୁସଲମାନ ସମ୍ପ୍ରଦାୟର ଲୋକେ। ଶୁକ୍ରବାର କୁମ୍ଭାରପଡ଼ାସ୍ଥିତ ଜାମା ମସ୍ଜିଦ ପରିସରରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା।

ଶ୍ରୀମନ୍ଦିର ସୁରକ୍ଷା: ଚିଠି ଆସିଲେ ମନେପଡ଼େ; ଚତୁଃପାର୍ଶ୍ୱରୁ ହଟିଲା ଜବରଦଖଲ
ପୁରୀ ଅଫିସ, ୨୩।୨: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ଚିଠି ଆସିଛି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏ ନେଇ ମୁଖ୍ୟ ପ୍ରଶାସକଙ୍କ ନିକଟକୁ ଚିଠି କରିବା ପରେ ଜବରଦଖଲ ଉଚ୍ଛେଦ କଥା ମନେପଡିଛି।

ଚତୁର୍ଥ ଥର ଲାଗି ବଦଳିଲା ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ମାର୍ଚ୍ଚ ୮ରେ ଓଡିଶା ଆସିବେ
ଭୁବନେଶ୍ୱର,୨୩।୨(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଚତୁର୍ଥ ଥର ଲାଗି ପରିବର୍ତ୍ତନ ହୋଇଛି। ପ୍ରଥମେ ରାହୁଲ ଆସନ୍ତା ୨୮ରେ ଓଡିଶା ଆସିବା ନେଇ ଦଳ ପକ୍ଷରୁ କୁହାଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହି ସମୟ ବଦଳି ରାହୁଲଙ୍କ ଅଫିସ୍ ମାର୍ଚ୍ଚ ୨ରେ ଆସିବା ନେଇ ଖବର ଦେଇଥିବା ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ।

ଆନ୍ଦୋଳନକୁ ଓହ୍ଲାଇଲା ଶୀତଳଭଣ୍ଡାର ସଂଘ: ଆଳୁ ଦର ପ୍ରଭାବିତ ହେବା ଆଶଙ୍କା
ଭୁବନେଶ୍ୱର,୨୩।୨(ବ୍ୟୁରୋ)- ଓଡ଼ିଶା ଶୀତଳଭଣ୍ଡାର ସଂଘ ପକ୍ଷରୁ ଶୁକ୍ରବାରଠାରୁ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟରେ ଶୀତଳଭଣ୍ଡାରଗୁଡିକ ଅଚଳ ହେବା ପାଇଁ କେତେକ ପ୍ରସଙ୍ଗକୁ ଦାୟୀ କରାଯାଇଛି। ଏହି ପ୍ରସଙ୍ଗଗୁଡିକ ହେଉଛି- ଅଧିକ ପୁଞ୍ଜିନିବେଶ, ଉଚ୍ଚ ସୁଧ ବୋଝ, ବିଦ୍ୟୁତ୍ ଦେୟ, ଆଳୁ ମିଶନ ଫେଲ୍ ଏବଂ ଲୋଡିଂ ସିଜନରେ ଅଧିକ ଯାତାୟାତ ଖର୍ଚ୍ଚ ଭଳି ପ୍ରମୁଖ ଦିଗ।

ପାରଦ ଉପରମୁହାଁ: ୩୯ ଡିଗ୍ରୀ ଟପିଲା
ଭୁବନେଶ୍ୱର,୨୩।୨(ବ୍ୟୁରୋ)-ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଶୁକ୍ରବାର ଭୁବନେଶ୍ୱର ଓ ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୨ ଡିଗ୍ରୀ ସେଲେସିୟସ ରେକର୍ଡ କରାଯାଇଛି।

୫ ବର୍ଷ ପରେ ଜିପିଇଓ ହେବେ ଏବିଡିଓ
ଭୁବନେଶ୍ୱର,୨୩।୨(ବ୍ୟୁରୋ)- ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ(ଏବିଡିଓ) ପଦବୀକୁ ପଦୋନ୍ନତି ପାଇବା ପାଇଁ ଅଭିଜ୍ଞତାକୁ କୋହଳ କରାଯାଇଛି। ଏଣିକି ଜଣେ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ(ଜିପିଇଓ) ଏବଂ ପ୍ରଗତି ସହାୟକମାନଙ୍କର ୫ ବର୍ଷର ଅଭିଜ୍ଞତା ଥିଲେ ଏବିଡିଓ ଭାବେ ପଦୋନ୍ନତି ପାଇପାରିବେ। ପୂର୍ବରୁ ଏହାକୁ ୧୦ ବର୍ଷ ରଖାଯାଇଥିଲା।