ଜୀବନଚର୍ଯ୍ୟା |

ସ୍ତନକର୍କଟକୁ ବି ଡାକିଆଣେ ମେଦବହୁଳତା

ସ୍ତନକର୍କଟକୁ ବି ଡାକିଆଣେ ମେଦବହୁଳତା
ଏକ ଗବେଷଣାରୁ ଜଣାପଡ଼ିଛି ଯେ ମେଦବହୁଳ ମହିଳାଙ୍କଠାରେ ସ୍ତନକର୍କଟ ଆଶଙ୍କା ଅଧିକ ରହିଥାଏ। ମେଦବହୁଳ ମହିଳାଙ୍କଠାରେ ସ୍ତନକର୍କଟ କାହିଁକି ଦେଖାଯାଇଥାଏ ସେନେଇ ନ୍ୟୁୟର୍କସ୍ଥିତ ଆଲବର୍ଟ ଆଇନଷ୍ଟାଇନ୍‌ କଲେଜ ଅଫ୍‌ ମେଡିସିନ୍‌ ମେଡ଼ିକାଲ୍‌ କଲେଜର କିଛି ଗବେଷକ ଦୀର୍ଘଦିନ ଧରି ଗବେଷଣା କରିଥିଲେ। ଜଣାପଡ଼ିଥିଲା ଶରୀରରେ ହରମୋନ୍‌ସ୍ତରରେ ସମନ୍ବୟ ଦେଖା ନ ଦେଲେ ଏହା ସ୍ତନକର୍କଟ ସୃଷ୍ଟି କରେ। ଶରୀରରେ ମେଦ ବୃଦ୍ଧି ଯୋଗୁଁ ହରମୋନ୍‌ସ୍ତର ପ୍ରଭାବିତ ହୋଇଥାଏ। ଏନେଇ ଗବେଷକ ସ୍ତନକର୍କଟରେ ହୋଇଥିବା ୭ ହଜାର ମହିଳାଙ୍କୁ ଗବେଷଣାରେ ସାମିଲ କରିଥିଲେ। ଜଣାପଡ଼ିଥିଲା ମେଦବହୁଳ ମହିଳାଙ୍କଠାରେ ୩୦ ପ୍ରତିଶତ ପୁନର୍ବାର ଏହି ରୋଗ ହେବାର ଆଶଙ୍କା ଥାଏ। ମେଦବହୁଳତା ଯୋଗୁ ପରିର୍ବତ୍ତନ ହେଉଥିବା ହରମନ୍‌କୁ ନିଷ୍କ୍ରିୟ କରିଦିଆଗଲେ, ସ୍ତନକର୍କଟ ଆଶଙ୍କା କମିଥାଏ ବୋଲି ଗବେଷକ ସୂଚିତ କରିଛନ୍ତି।
All Right Reserved By

ଜୀବନଚର୍ଯ୍ୟା |

ପ୍ଲାଷ୍ଟିକ୍‌ ବୋତଲରୁ ପ୍ରସ୍ତୁତ ଟି-ଶାର୍ଟ

ପ୍ଲାଷ୍ଟିକ୍‌ ବୋତଲରୁ ପ୍ରସ୍ତୁତ ଟି-ଶାର୍ଟ

ବଜାରରେ ଏବେ ପ୍ଲାଷ୍ଟିକ ବୋତଲରୁ ପ୍ରସ୍ତୁତ ଟି-ଶାର୍ଟ ଏକ ନୂଆ ଟେଣ୍ଡ୍‌ ଭାବେ ଉଭା ହୋଇଛି। ଅନେକ ପ୍ରକାରର ଫେବ୍ରିକରୁ ପ୍ରସ୍ତୁତ ଶାର୍ଟ ବଜାରରେ ଉପଲବ୍ଧ ହେଉଛି। 

ଆର୍ଥ୍ରାଇଟିସ୍‌ ସମସ୍ୟାରୁ ମୁକୁଳିବା ପାଇଁ...

ଆର୍ଥ୍ରାଇଟିସ୍‌ ସମସ୍ୟାରୁ ମୁକୁଳିବା ପାଇଁ...

ତୁଳସୀ ପତ୍ର ବା ରସ ନିୟମିତ ସେବନ କରୁଥିବା ବ୍ୟକ୍ତି ଅନ୍ୟମାନଙ୍କ ଅପେକ୍ଷା ଅଧିକ ସୁସ୍ଥ ରୁହନ୍ତି ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ ମତ ଦିଅନ୍ତି। କାରଣ ଏଥିରେ ରହିଛି ଅନେକ ଔଷଧୀୟ ଗୁଣ। ତେବେ ଆର୍ଥ୍ରାଇଟିସ୍‌ ପାଇଁ ଏହା ଖୁବ୍‌ ଉପକାରୀ। 

ଚିନ୍ତା ବଢ଼ାଏ ମେଦବହୁଳତା..

ଚିନ୍ତା ବଢ଼ାଏ ମେଦବହୁଳତା..

କଥାରେ ଅଛି ସ୍ବାସ୍ଥ୍ୟ ହିଁ ସମ୍ପଦ। ମାତ୍ର ଆଜିକାଲିର ଯୁବପିଢ଼ୀ କର୍ମଜଞ୍ଜାଳ ମଧ୍ୟରେ ନିଜର ଉପରେ ଧ୍ୟାନ ଦେବାକୁ ସମୟ ପାଉନାହିଁ। ଫଳରେ ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ  ଶାରିରିକ ଗଠନ ଯେପରିକି ମେଦବହୁଳତା ଏକ ସମସ୍ୟା ପାଲଟିଛି। ତେବେ ଏହା କେବଳ ଯେ ଆପଣଙ୍କ ସୌନ୍ଦର୍ଯ୍ୟକୁ ନଷ୍ଟ କରିଥାଏ ତାହା ନୁହେଁ, ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ମଧ୍ୟ ପକାଇଥାଏ।

ମେଦବହୁଳତାଠାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଅଧାକପ ନାଲି ଚା’

ମେଦବହୁଳତାଠାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଅଧାକପ ନାଲି ଚା’

ପ୍ରତିଦିନ ଦୁଇଥର ନାଲି ଚା’ ପିଇବା ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। 

ଇନ୍‌ଡୋର ପ୍ଲାଣ୍ଟ: ସୌନ୍ଦର୍ଯ୍ୟ, ଉପକାରିତା ପାଇଁ ଡିମାଣ୍ଡ

ଇନ୍‌ଡୋର ପ୍ଲାଣ୍ଟ: ସୌନ୍ଦର୍ଯ୍ୟ, ଉପକାରିତା ପାଇଁ ଡିମାଣ୍ଡ

ନିର୍ମଳ ବାୟୁ ଆମକୁ ନା କେବଳ ପ୍ରଦୂଷଣଜନିତ ରୋଗଠାରୁ ରକ୍ଷା କରୁଛି, ମନ ଓ ଶରୀରକୁ ଫୂର୍ତ୍ତି ରଖିବାରେ ସହାୟକ ମଧ୍ୟ ହେଉଛି। ପ୍ରାୟତଃ ସହରରେ ନିର୍ମଳ ବାୟୁ, ସବୁଜ ପରିବେଶ, ଘର ପାଖରେ ବଗିଚା ଉପଲବ୍ଧ ହେବା କଷ୍ଟକର।

ଚିକେନ୍‌ ଚିପ୍ସ

ଚିକେନ୍‌ ଚିପ୍ସ

ଚଟ୍‌ପଟା ଖାଦ୍ୟ ଖାଇବାକୁ ସାଧାରଣତଃ ଲୋକେ ପସନ୍ଦ କରିଥାନ୍ତି। ଯଦି ତାହା ଚିକେନ୍‌ରେ ପ୍ରସ୍ତୁତ ହୋଇଥାଏ ତେବେ ଖାଇବାର ଇଚ୍ଛା ଆହୁରି ବଢିଯାଏ। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଚଳିତ ଖାଦ୍ୟରୁଚି ସ୍ତମ୍ଭରେ ସ୍ଥାନ ପାଇଛି ଚାଇନିଜ୍‌ ଡିସ୍‌ ‘ଚିକେନ୍‌ ଚିପ୍ସ’। ଏହାର ପ୍ରସ୍ତୁତ ପ୍ରଣାଳୀ ସମ୍ପର୍କରେ କହିଛନ୍ତି ମାଲ୍‌ଓ୍ବା ରେଷ୍ଟୁରାଣ୍ଟର ସେଫ୍‌ ଗୌତମ ଦେବନାଥ।

ଜାଣନ୍ତୁ ପ୍ରଥମ ଷ୍ଟେଜ୍‌ରୁ ଜଣା ପଡୁ ନ ଥିବା କିଛି କ୍ୟାନ୍ସର ଓ ତା’ର ଲକ୍ଷଣ ସମ୍ବନ୍ଧରେ

ଜାଣନ୍ତୁ ପ୍ରଥମ ଷ୍ଟେଜ୍‌ରୁ ଜଣା ପଡୁ ନ ଥିବା କିଛି କ୍ୟାନ୍ସର ଓ ତା’ର ଲକ୍ଷଣ ସମ୍ବନ୍ଧରେ

କ୍ୟାନ୍ସର ଏକ ମାରାତ୍ମକ ରୋଗ। ଦିନକୁ ଦିନ ଏହା ନିଜର ଭୟାବହତା ଦେଖାଇ ଚାଲିଛି। ଏଥିସହ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସାଧାରଣତଃ ୨୦୦ରୁ ଊର୍ଦ୍ଧ ପ୍ରକାରର କ୍ୟାନ୍ସର ରହିଛି। ଏସବୁର ଲକ୍ଷଣ ମଧ୍ୟ ଭିନ୍ନ ଭିନ୍ନ। ଯଦି ଏହା ‘ପ୍ରାରମ୍ଭିକ ପର୍ଯ୍ୟାୟ’ ବା ଫାଷ୍ଟ ଷ୍ଟେଜ୍‌ରୁ ଜଣାପଡ଼ିଥାଏ, ତେବେ ଏହାକୁ ରୋକିବାର ସମ୍ଭାବନା ଅଧିକ ରହିଥାଏ। ମାତ୍ର ଏପରି କିଛି କ୍ୟାନ୍ସର ରହିଛି ଯାହା ପ୍ରଥମରୁ ଜଣା ନ ପଡ଼ି ଶେଷ ପର୍ଯ୍ୟାୟ ବା ଲାଷ୍ଟ ଷ୍ଟେଜ୍‌ରେ ଜଣାପଡ଼ିଥାଏ। 

ରକ୍ତଚାପଠୁ  ଦୂରେଇ ରହିବାକୁ ଚାହୁଁଛନ୍ତି, ଆପଣେଇ ପାରିବେ ଏହି ସହଜ ଉପାୟ

ରକ୍ତଚାପଠୁ ଦୂରେଇ ରହିବାକୁ ଚାହୁଁଛନ୍ତି, ଆପଣେଇ ପାରିବେ ଏହି ସହଜ ଉପାୟ

ବ୍ୟସ୍ତ ବହୁଳ ଜୀବନରେ ଏବେ କେତେକଙ୍କଠାରେ ଦେଖାଯାଉଛି ରକ୍ତଚାପ। ତେବେ ଏହାକୁ ସହଜରେ ଦୂରେଇ ହେବ। ଆୟୁର୍ବେଦରେ ଉଲ୍ଲେଖ ରହିଛି ପ୍ରତିଦିନ ସକାଳେ ଚାମୁଚେ ଦହି ଖାଇଲେ ରକ୍ତଚାପ ସ୍ବାଭାବିକ ହୋଇଥାଏ।

ରାତିରେ ଶୀଘ୍ର ଶୋଇ ଭୋରରୁ ଉଠୁଥିବା ଲୋକଙ୍କୁ ମିଳେ ଅଧିକ ସଫଳତା

ରାତିରେ ଶୀଘ୍ର ଶୋଇ ଭୋରରୁ ଉଠୁଥିବା ଲୋକଙ୍କୁ ମିଳେ ଅଧିକ ସଫଳତା

ଶରୀର ପାଇଁ ବିଶ୍ରାମ ନିହାତି ଆବଶ୍ୟକ। ଅତିବେଶିରେ ରାତିରେ ୬-୭ ଘଣ୍ଟା ବିଶ୍ରାମ ନେବା ଶରୀର ପାଇଁ ଆବଶ୍ୟକ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଏହାସହ ରାତିରେ ଶୀଘ୍ର ଶୋଇ ଭୋରରୁ ଉଠୁଥିବା ବ୍ୟକ୍ତିଙ୍କଠାରେ ଶାରୀରିକ ସମସ୍ୟା ଖୁବ୍‌କମ ଦେଖାଯାଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି।

ଏପରି ପିଅନ୍ତୁନି ପାଣି

ଏପରି ପିଅନ୍ତୁନି ପାଣି

ପାଣି ମଣିଷ ଶରୀର ପାଇଁ ଅତି  ଜରୁରୀ । ଶରୀରରେ ପାଣିର ପରିମାଣ ଠିକ୍‌ ନ ରହିଲେ ସ୍ବାସ୍ଥ୍ୟକ୍ଷେତ୍ରରେ ସୃଷ୍ଟି ହୋଇଥାଏ ନାନା ସମସ୍ୟା।

ଟୟଲେଟକୁ ଫୋନ୍‌ ନେଇ ଯାଉଛନ୍ତି କି......

ଟୟଲେଟକୁ ଫୋନ୍‌ ନେଇ ଯାଉଛନ୍ତି କି......

ଆଜିକାଲି ସମୟରେ ମୋବାଇଲ୍‌ ଫୋନ୍‌ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଏକ ଅବିଚ୍ଛେଦିୟ ଅଙ୍ଗ ପାଲଟିଛି କହିଲେ ଚଳେ। ଫୋନ୍‌ଠାରୁ ଗୋଟେ ମୁହୁର୍ତ୍ତ ଅଲଗା ହେବା କଷ୍ଟକର ବ୍ୟାପାର। ଯେକୌଣସି କାମ କରୁଥାଉ ନା କାହିଁକି, ଫୋନ୍‌କୁ ସାଙ୍ଗରେ ନେଇକରି ଯିବା ଅନେକଙ୍କ ପସନ୍ଦ। ଅନେକ ଲୋକ  ଫୋନ୍‌କୁ ଟୟଲେଟ ବା ଶୌଚାଳୟକୁ ନେଇ ଯାଇଥାନ୍ତି। 

ଖାଇବା ସମୟରେ ପାଣି ପିଇବା ହିତକର

ଖାଇବା ସମୟରେ ପାଣି ପିଇବା ହିତକର

ଅନେକ କୁହନ୍ତି ଖାଇବା ସମୟରେ ପାଣି ପିଇବା ଅନୁଚିତ। ଏହାଦ୍ୱାରା ସ୍ବାସ୍ଥ୍ୟଜନିତ ବିଭିନ୍ନ ସମସ୍ୟା ଉପୁଜିଥାଏ। ମାତ୍ର ଏହା ଭୁଲ। ଖାଇବା ମଝିରେ ମଝିରେ ପାଣି ପିଇବା ଲାଭଦାୟକ। ଏହାଦ୍ୱାରା ଖାଦ୍ୟ ଶିଘ୍ର ହଜମ ହୋଇଥାଏ। ତେଣୁ ଖାଇବା ସମୟରେ ପାଣି ପିଇବା ଦରକାର। ଏହା ଶରୀରକୁ ସତେଜ ମଧ୍ୟ ରଖିଥାଏ।