ରାଜ୍ୟ |

୨୦୨୦ରେ ହେବ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

୨୦୨୦ରେ ହେବ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ
ପୁରୀ ଅଫିସ, ୧୦।୭: କାର୍ତ୍ତିକ ମାସରେ ପଞ୍ଚୁକ ୬ଦିନ ପଡିଲେ ସେଥିମଧ୍ୟରୁ ମଳ ଦିନରେ ମହାପ୍ରଭୁଙ୍କ ରତ୍ନ ସିଂହାସନରେ ନାଗାର୍ଜୁନ ବେଶ ହୋଇଥାଏ। ଦୀର୍ଘ ୨୫ ବର୍ଷ ପରେ ହେବାକୁ ଯାଉଛି ମହାପ୍ରଭୁଙ୍କ ଏହି ମହାର୍ଘ ବେଶ। ୨୦୨୦ ମସିହାରେ କାର୍ତ୍ତିକ ପଞ୍ଚୁକ ୬ଦିନ ପଡୁଛି। ୨୭ା୧୧ା ୨୦୨୦ ଶୁକ୍ରବାର କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ମଳ ପଡୁଛି। ତେଣୁ ଏହି ଦିନ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବାର ବିଧି ରହିଛି ବୋଲି କହିଛନ୍ତି ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ଗଣକ ଜ୍ୟୋତିର୍ବିଦ୍‌ ବାଚସ୍ପତି ବୈକୁଣ୍ଠ ନାଥ ନାୟକ। ଅନ୍ୟପକ୍ଷରେ ନାଗାର୍ଜୁନ ବେଶ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ଗଣକ ନାୟକ କହିଛନ୍ତି ଯେ, ଯେଉଁ ବର୍ଷ କାର୍ତ୍ତିକ ମାସର ପଞ୍ଚୁକ ପାଞ୍ଚ ଦିନ ପରିବର୍ତ୍ତେ ଛଅ ଦିନ ହୁଏ ଏବଂ ଦ୍ୱାଦଶୀ, ତ୍ରୟୋଦଶୀ ଏବଂ ଚତୁର୍ଦ୍ଦଶୀ ତିଥି ମଧ୍ୟରୁ କୌଣସି ଗୋଟିଏ ମଳ ତିଥି ହେଲେ ସେହି ବର୍ଷ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। କିନ୍ତୁ ଏକାଦଶୀ ଏବଂ ପୂର୍ଣ୍ଣିମାର ମଳ ତିଥିରେ ଏହି ବେଶ ହେବ ନାହିଁ। ୨୦୨୦-୨୧ ପଞ୍ଜିକାରେ ଆଶ୍ୱିନ ମାସ ମଳ ମାସ ହେବ ବୋଲି ସେ କହିଛନ୍ତି। ଭାଗ୍ୟଜ୍ୟୋତି ପରମେଶ୍ୱରୀ ପଞ୍ଜିକା ଏବଂ ଭାଗ୍ୟଜ୍ୟୋତି ଶ୍ରୀକ୍ଷେତ୍ର ପଞ୍ଜିକାର ମୁଖ୍ୟ ଗଣକ ମେଡେନ୍‌ କୁମାର ବିଶି କହିଛନ୍ତି ୨୦୨୦ ମସିହାରେ ନଭେମ୍ବର ୨୫ ତାରିଖ ଠାରୁ ୩୦ତାରିଖ ପର୍ଯ୍ୟନ୍ତ ୬ଦିନ ପଞ୍ଚୁକ ପଡୁଛି। ନଭେମ୍ବର ୨୫ ବୁଧବାର ଏକାଦଶୀ। ନଭେମ୍ବର ୩୦ ସୋମବାର କାର୍ତ୍ତିକ ପୂର୍ଣ୍ଣିମା। ନଭେମ୍ବର ୨୭ ଶୁକ୍ରବାର କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ(ମଳ) ପଡୁଛି। ମଳ ପଡୁଥିବା ଦିନରେ ନାଗାର୍ଜୁନ ବେଶ ହେବାର ବିଧି ରହିଛି ବୋଲି ସେ କହିଛନ୍ତି। ଦୁଇ ପାଞ୍ଜିର ଗଣକ ଏହି ମତ ରଖିବା ପରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗଣକଙ୍କ ଗଣନା ଅନୁଯାୟୀ ଦୀର୍ଘ ୨୫ବର୍ଷ ପରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହେବ। ସୂଚନାଯୋଗ୍ୟ, ୨୬।୧୧।୧୯୬୬ ମଳ ତ୍ରୟୋଦଶୀରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା। ଏହାପରେ ୨୬।୧୧।୧୯୯୩ରେ ତ୍ରିୟୋଦଶୀ ମଳ ତିଥିରେ ଏହି ବେଶ ହୋଇଥିଲା। ତା’ ପରବର୍ତ୍ତୀ ବର୍ଷ ୧୬।୧୧। ୧୯୯୪ରେ ମଧ୍ୟ କାର୍ତ୍ତିକ ଶୁକ୍ଳପକ୍ଷ ତ୍ରୟୋଦଶୀରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା। ୧୯୯୩ ମସିହା ନାଗାର୍ଜୁନ ବେଶ ସମୟରେ ଶ୍ରୀମନ୍ଦିର ପରିସରରେ ଦଳାଚକଟା ହୋଇ ୬ଜଣଙ୍କ ମୃତ୍ୟୁ ଘଟିଥିଲା। ସରକାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କନା ଜରି ବେତରେ ନିର୍ମିତ ଏହି ବେଶରେ ଜଗନ୍ନାଥଙ୍କୁ ଏକ ଯୋଦ୍ଧାରୂପରେ ସଜେଇ ଦିଆଯାଇଥାଏ। ପୁରୀର ସାହିଯାତର ନାଗା ସହିତ ଏହି ବେଶର ସମ୍ପର୍କ ରହିଥିବା ଭଳି ଜଣାଯାଏ। ଏହି ବେଶରେ ମହାପ୍ରଭୁଙ୍କ ଅଣ୍ଟାରେ ଏକ ନାଗାତାଟି ଭିଡାଯାଏ। ଧନୁ, ତୀରପୂର୍ଣ୍ଣ ତୁଣୀର, କଟୁରି, ଛୁରି, ବାଘନଖ, ଢାଲ ଏବଂ ମୁଣ୍ଡରେ ହାଣ୍ଡିଆ ଲଗାଯାଏ। ଢାଲ, ଛୁରି ଓ କଟୁରି ଶୋଲରେ ନିର୍ମିତ ହୋଇଥାଏ। ଠାକୁର ଶ୍ରୀହସ୍ତରେ ଧନୁତୀର ଧାରଣ କରନ୍ତି। ମହାପ୍ରଭୁ ଓ ବଡ଼ଠାକୁର ଏହି ବେଶ ପାଇଁ ଶ୍ରୀହସ୍ତ ଓ ଶ୍ରୀପୟର ଲାଗି ହୁଅନ୍ତି। ଉଭୟ ହସ୍ତରେ ଦୁଇଟି ଓଳମାଳ ଧାରଣ କରନ୍ତି। ମହାପ୍ରଭୁ ଶଙ୍ଖ, ଚକ୍ର, ବଡ଼ଠାକୁର ହଳମୂଷଳ ଧାରଣ କରନ୍ତି। ଏହାସହିତ ଅନ୍ୟାନ୍ୟ ସୁବର୍ଣ୍ଣ ଅଳଙ୍କାର ଠାକୁର ଧାରଣ କରନ୍ତି।
All Right Reserved By

ରାଜ୍ୟ |

ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ: ବଢୁଛି ଦୁର୍ଘଟଣା

ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ: ବଢୁଛି ଦୁର୍ଘଟଣା

ଖୋର୍ଦ୍ଧା ଅଫିସ,୧୭।୨: ଖୋର୍ଦ୍ଧା ଷ୍ଟେଟବ୍ୟାଙ୍କ ଛକରୁ ଚଣ୍ଡିଚୂଆ ରାସ୍ତାକୁ ସଂଯୋଗ ରାସ୍ତା ଗତ କିଛି ଦିନ ତଳେ ପୁନରୁଦ୍ଧାର ହୋଇଛି। 

୧୦ଫୁଟ ଗଭୀର କୂଅରେ ଫଶିଗଲା ଗାଈ

୧୦ଫୁଟ ଗଭୀର କୂଅରେ ଫଶିଗଲା ଗାଈ

ବ୍ରହ୍ମପୁର ଅଫିସ,୧୭ା୨-୧୦ ଫୁଟ ଗଭୀର କୂଅରେ ଫଶିଯାଇଥିବା ଏକ ଗାଈକୁ  ବ୍ରହ୍ମପୁର ଅଗ୍ନିଶମବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି।

ଭଦ୍ରକାଳୀଙ୍କୁ ଦର୍ଶନ କଲେ ଗୃହମନ୍ତ୍ରୀ

ଭଦ୍ରକାଳୀଙ୍କୁ ଦର୍ଶନ କଲେ ଗୃହମନ୍ତ୍ରୀ

ଆରଡି, ୧୭।୨, (ଡି.ଏନ.ଏ.):କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂ ରବିବାର ମଧ୍ୟାହ୍ଣରେ ଭଦ୍ରକରେ ପହଞ୍ଚିି ମା’ ଭଦ୍ରକାଳୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ୧୫ମିନିଟ ମଧ୍ୟରେ ପ୍ରତ୍ୟାବର୍ତ୍ତନ କରିଥିଲେ। 

ଇରମ ଶହୀଦ ପୀଠରେ ମାଲ୍ୟାର୍ପଣ କଲେ ଗୃହମନ୍ତ୍ରୀ

ଇରମ ଶହୀଦ ପୀଠରେ ମାଲ୍ୟାର୍ପଣ କଲେ ଗୃହମନ୍ତ୍ରୀ

ବାସୁଦେବପୁର, ୧୭।୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁରର ରକ୍ତତୀର୍ଥ ଇରମଠାରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚି ଶହୀଦ ସମାଧି ପୀଠରେ ମାଲ୍ୟାର୍ପଣ କରିଛନ୍ତି।

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

କଣ୍ଟାମାଳ,୧୭।୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାରେ ରବିବାର ଅପରାହ୍ନ ୧୨ଟାରେ ଏକ ଟ୍ରକ ୩ଟି ସ୍ଥାନରେ ଦୁର୍ଘଟଣା ଘଟାଇ ଭାରସାମ୍ୟ ହରାଇ ଓଲଟି ପଡିଛି । 

ଶହୀଦ ଯବାନଙ୍କ ସ୍ମୃତିରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

ଶହୀଦ ଯବାନଙ୍କ ସ୍ମୃତିରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

ଗଞ୍ଜାମ, ୧୭।୨(ଡି.ଏନ.ଏ): ଶହୀଦ୍‌ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଞ୍ଜାମ ସହର ବିଭିନ୍ନ ସଂଗଠନ, ପ୍ରେସ୍‌ କ୍ଲବ, ବ୍ୟବସାୟୀ ସଂଘ ପକ୍ଷରୁ ଶନିବାର ସନ୍ଧ୍ୟାରେ ନୀରବ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। 

ଶ୍ରୀମନ୍ଦିରରେ ଶୃଙ୍ଖଳା ପାଇଁ ବୈଠକ

ଶ୍ରୀମନ୍ଦିରରେ ଶୃଙ୍ଖଳା ପାଇଁ ବୈଠକ

ପୁରୀ ଅଫିସ୍‌, ୨୭।୨: ଶ୍ରୀମନ୍ଦିରରେ ସୃଷ୍ଟି ହେଉଥିବା ଅବ୍ୟବସ୍ଥା ଏବଂ ବିଶୃଙ୍ଖଳାର ସମାଧାନ ପାଇଁ ଗୋବର୍ଦ୍ଧନ ମଠରେ ରବିବାର ଆରମ୍ଭ ହୋଇଛି ଶୃଙ୍ଖଳା ବୈଠକ।

ମା’ ଭଦ୍ରକାଳୀଙ୍କ ସୁନାବେଶ ଦର୍ଶନ କରିବେ ୩ କେନ୍ଦ୍ରମନ୍ତ୍ରୀ

ମା’ ଭଦ୍ରକାଳୀଙ୍କ ସୁନାବେଶ ଦର୍ଶନ କରିବେ ୩ କେନ୍ଦ୍ରମନ୍ତ୍ରୀ

ଭଦ୍ରକ ଅଫିସ, ୧୭।୨: ତିନି କେନ୍ଦ୍ରମନ୍ତ୍ରୀଙ୍କ ଭଦ୍ରକ ଗସ୍ତ କାର୍ଯ୍ୟକ୍ରମ ରହିଛିl ଏଥିପାଇଁ ଭାଜପା ଶିବିର ଚଳଚଞ୍ଚଳ ହୋଇଉଠିଛି।

ଭବାନୀପାଟଣା ସ୍ବୟଂଶାସିତ କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭବାନୀପାଟଣା ସ୍ବୟଂଶାସିତ କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭବାନୀପାଟଣା, ୧୭ା୨ (ଡି.ଏନ୍‌.ଏ.): ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲା ଗସ୍ତରେ ଆସି ୯୦୬.୮୪ କୋଟି ଟଙ୍କାର ୨୨ଟି ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ଏଥିସହିତ ୪୭୬.୮୬ କୋଟି ଟଙ୍କାର ୧୮ଟି ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି।

ସମଗ୍ର ରାଜ୍ୟରେ ନିଷେଧ ହେବ ପଲିଥିନ:ତୁରନ୍ତ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ସମଗ୍ର ରାଜ୍ୟରେ ନିଷେଧ ହେବ ପଲିଥିନ:ତୁରନ୍ତ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୨(ବ୍ୟୁରୋ):ପଲିଥିନ ଓ ପ୍ଲାଷ୍ଟିକ ତିଆରି ସାମଗ୍ରୀ ପରିବେଶ ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଉଛି। ଏହାର ଭୟାବହତା ବେଳକୁ ବେଳ ଅସମ୍ଭାଳ ହେବାରେ ଲାଗଛି। 

ଶହୀଦଙ୍କ ପରିବାରକୁ ଦିନକର ଦରମା ଦେବ ଆଇପିଏସ୍‌ ଅଫିସର ସଂଘ

ଶହୀଦଙ୍କ ପରିବାରକୁ ଦିନକର ଦରମା ଦେବ ଆଇପିଏସ୍‌ ଅଫିସର ସଂଘ

କଟକ ଅଫିସ, ୧୭।୨:ପୁୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆର୍‌ପିଏଫ୍‌ ଯବାନମାନଙ୍କ ପରିବାରକୁ ସହଯୋଗର ହାତ ବଢାଇଛି ଓଡ଼ିଶା ଆଇପିଏସ୍‌ ଅଫିସର ସଂଘ। 

ଓଡ଼ିଶା ମାଟିରେ ଦୁଇ ଶହୀଦଙ୍କୁ ସମ୍ମାନ

ଓଡ଼ିଶା ମାଟିରେ ଦୁଇ ଶହୀଦଙ୍କୁ ସମ୍ମାନ

ଭୁବନେଶ୍ୱର,୧୭।୨ (ବ୍ୟୁରୋ): ଜମ୍ମୁ ଓ କଶ୍ମୀରର ପୁଲ୍‌ଓ୍ବାମାଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଜଗତସିଂହପୁର ଜିଲା ନାଉଗଁାର ପ୍ରସନ୍ନ କୁମାର ସାହୁ (୪୬) ଓ କଟକ ଜିଲା ନିଆଳି ବ୍ଲକ ରତନପୁର ପଞ୍ଚାୟତ ଗଜାବର ଗଁାର ମନୋଜ ବେହେରା(୩୬)ଙ୍କୁ ଶେଷ ସମ୍ମାନ ଜଣାଇଛି ଓଡ଼ିଶା ମାଟି। ଶନିବାର ଅପରାହ୍ନ ପ୍ରାୟ ୩ଟାରେ ସେମାନଙ୍କ ପାର୍ଥିବ ଶରୀର ଦିଲ୍ଲୀରୁ ସ୍ବତନ୍ତ୍ର ବିମାନ ଯୋଗେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚତ୍ଥିଲା।