ଫୁରସତ |

ଏକ ପ୍ୟାକେଟ୍‌ ତାଜା ପବନର ଦାମ ୧୫୦ଟଙ୍କା

ଏକ ପ୍ୟାକେଟ୍‌ ତାଜା ପବନର ଦାମ ୧୫୦ଟଙ୍କା

ଚାଇନା: ଖାଦ୍ୟ ଦ୍ରବ୍ୟ ଏବଂ ପାନୀୟ ବିକ୍ରି ହେଉଥିବା ଏକ ସାଧାରଣ କଥା। ମାତ୍ର ତାଜା ପବନ ପ୍ୟାକେଟରେ ବିକ୍ରି ହେବା ନିହାତି ଆଶ୍ଚର୍ଯ୍ୟଜନକ ଘଟଣା। ଅଜବ ଲାଗୁଥିଲେବି ଏହା ସତ୍ୟ। ଚାଇନାରେ ଜିନିଙ୍ଗ ପ୍ରାନ୍ତର ଲୋକେ ଘରେ ବସି ଏହି ପ୍ରକ୍ରିୟାରେ ପାହାଡିଆ ଅଞ୍ଚଳର ତାଜା ଥଣ୍ଡା ପବନର ଆନନ୍ଦ ଉଠାଇ ପାରୁଛନ୍ତି। ଏଠାରେ ପ୍ୟାକେଟରେ ପବନ ବିକ୍ରି ହେଉଥିବା ଘଟଣା ଚର୍ଚ୍ଚାକୁ ଆସିଛି। ପ୍ରତି ପ୍ୟାକେଟର ମୂଲ୍ୟ ୧୫୦ଟଙ୍କା ରହିଛି। ବଢୁଥିବା ପ୍ରଦୂଷଣ ଯୋଗୁ ଶୁଦ୍ଧ ପବନ ମିଳିବା ଏଠାରେ ପ୍ରାୟତଃ ଅସମ୍ଭବ। ସୂଚନାଯୋଗ୍ୟ ଜିନିଙ୍ଗ ଅଞ୍ଚଳର ଦୁଇ ଭଉଣୀ ଏହିପରି ପ୍ରାୟ ୧୦୦ପ୍ୟାକେଟ ବିକ୍ରି କରିସାରିଛନ୍ତି। ସେମାନେ ତିବ୍ବତର ପାହାଡିଆ ଅଞ୍ଚଳରୁ ତାଜା ପବନ ସଂଗ୍ରହ କରିଥାନ୍ତି।

All Right Reserved By

ଫୁରସତ |

ଦୀର୍ଘାୟୁ ହେବାପାଇଁ...

ଦୀର୍ଘାୟୁ ହେବାପାଇଁ...

ମର୍ନିଂଓ୍ବାକ୍‌ରେ ଯାଉଥିବା ଲୋକଙ୍କ ମନରେ ଧାରଣା ଥାଏ ଯେ ଶୀଘ୍ର ଚାଲିଲେ ବା ଦୌଡିଲେ ଶରୀର ବେଶି ଦିନ ସୁସ୍ଥ ରୁହେ। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ୍‌। ଦୀର୍ଘାୟୁ ଲାଗି ସପ୍ତାହକୁ ଏକ ଘଣ୍ଟା ଧୀରେ ଧୀରେ ଦୌଡିବା ଭଲ। ଡେନମାର୍କର କୋପେନହାଗେନ୍‌ସ୍ଥିତ ପ୍ରେଡରିକ୍ସବର୍ଗ ହସ୍ପିଟାଲର ଗବେଷକମାନେ ଏହି ମତ ଦେଇଛନ୍ତି।

ଛୋଟ ପିଲାଙ୍କୁ ଆକୃଷ୍ଟ କରେ ମା’ଙ୍କ ଚରିତ୍ର

ଛୋଟ ପିଲାଙ୍କୁ ଆକୃଷ୍ଟ କରେ ମା’ଙ୍କ ଚରିତ୍ର

ଛୋଟ ପିଲା ସବୁଠାରୁ ବେଶି କଥା ଶିକ୍ଷା କରିଥାଏ ନିଜ ମାଆ ଠାରୁ। ମା’ ହେଉଛି ପିଲାର ପ୍ରଥମ ଗୁରୁ। ମା’ର ଶିକ୍ଷା ପିଲାର ଜୀବନରେ ସବୁଠାରୁ ଅଧିକ ପ୍ରଭାବ ପକାଇଥାଏ। ମା’ ଯେତେ ସ୍ନେହୀ, ସଚ୍ଚୋଟ, ନମ୍ର, ତ୍ୟାଗଶୀଳା ସଦିଚ୍ଛା ସମ୍ପନ୍ନା ମାର୍ଜିତ ରୁଚି ସଂପନ୍ନା ତଥା ବ୍ୟକ୍ତିତ୍ୱର ଅଧିକାରିଣୀ ହୁଏ ପିଲାଟି ମା’ ଠାରୁ ସେ ସବୁ ଶିକ୍ଷା କରିଥାଏ।

ବୁଲା କୁକୁରକୁ ପକାଯାଏ ଫୁଟନ୍ତା ପାଣିରେ

ବୁଲା କୁକୁରକୁ ପକାଯାଏ ଫୁଟନ୍ତା ପାଣିରେ

ଚାଇନାରେ କୁକୁର ମାଂସ ଏକ ଲୋକପ୍ରିୟ ଖାଦ୍ୟ। ତେଣୁ ଏଠାକାର ଜନସାଧାରଣ ବୁଲା କୁକୁରଙ୍କୁ ଧରିଆଣି ଫୁଟନ୍ତା ପାଣିରେ ପକାଇଥାନ୍ତି। ପାଣିରେ ପକାଇ କୁକୁରର ଚମଡ଼ା ବାହାର କରି ମାଂସକୁ ଅତି ଆନନ୍ଦରେ ଖାଦ୍ୟ ଖାଇଥାନ୍ତି। ୟୁଲିନ୍‌ ସହରରେ ଏହାକୁ ଏକ ଉତ୍ସବ ଭାବରେ ମଧ୍ୟ ପାଳନ କରାଯାଇଥାଏ।

ଗରମ ଦିନେ ଘୋଡି ହୁଅନ୍ତି ରେଜେଇ, ଶୀତଦିନେ ବରଫ ଖଣ୍ଡ ଉପରେ କଟେ ସମୟ

ଗରମ ଦିନେ ଘୋଡି ହୁଅନ୍ତି ରେଜେଇ, ଶୀତଦିନେ ବରଫ ଖଣ୍ଡ ଉପରେ କଟେ ସମୟ

ଯଦି ଆପଣଙ୍କୁ ଦ୍ୱିପ୍ରହରର ଢୁ ଢୁ ଖରାରେ ଚାଦର ଢାଙ୍କି ଶୋଇବାକୁ କୁହାଯାଏ, ନଚେତ ମାଘ ମାସ ଜାଡ଼ରେ ବରଫ ଉପରେ ଶୋଇବା ପାଇଁ କୁହାଯାଏ ତେବେ ପ୍ରତିକ୍ରିୟା ସ୍ବରୂପ ଆପଣ ସାମ୍ନା ଲୋକର ମସ୍ତିଷ୍କ ବିକୃତ ବୋଲି ଭାବିବା ସ୍ବାଭାବିକ। ତେବେ ଦିଲ୍ଲୀଠାରୁ ଅନତି ଦୂର ହରିୟାଣାର ମହେନ୍ଦ୍ରଗଡ଼ ଜିଲା ଡେରୋଲି ଗ୍ରାମର ସନ୍ତଲାଲ୍‌ ଏପରି ପିଲାଟିବେଳୁ କରିଆସୁଛନ୍ତି। ସନ୍ତଲାଲ୍‌ଙ୍କୁ ଶୀତଦିନେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ଗରମ ଦିନେ ତାଙ୍କୁ ବରଫ ପଡ଼ିବା ପରି ଲାଗେ। ତେଣୁ ସେ ଗରମ ଦିନମାନଙ୍କରେ ଶୀତବସ୍ତ୍ର ପରିଧାନ କରି ବୁଲୁଥାନ୍ତି।

ସିଙ୍ଗଡାର ଦାମ୍‌ ୩ଶହ ଟଙ୍କା

ସିଙ୍ଗଡାର ଦାମ୍‌ ୩ଶହ ଟଙ୍କା

ନୂଆଦିଲ୍ଲୀ: ସିଙ୍ଗଡା, ଆମ ଦେଶରେ ଜଳଖିଆ ଭାବେ ଏହାର ରହିଛି ବେଶ୍‌ ଚାହିଦା। କିନ୍ତୁ ଏଭଳି ଜାଗା ଅଛି ଯେଉଁଠି ସିଙ୍ଗଡା ୨ଟି ଖାଇବାକୁ ହେଲେ ଦେବାକୁ ପଡିଥାଏ ୩ଶହ ଟଙ୍କା।

୫ଟି ପ୍ରଶ୍ନ: ଲୋକଙ୍କୁ ତୁରନ୍ତ ସେବା ଯୋଗାଇବା ମୋର ପ୍ରାଥମିକତା -ଶୁଭେନ୍ଦୁ କୁମାର ସାହୁ

୫ଟି ପ୍ରଶ୍ନ: ଲୋକଙ୍କୁ ତୁରନ୍ତ ସେବା ଯୋଗାଇବା ମୋର ପ୍ରାଥମିକତା -ଶୁଭେନ୍ଦୁ କୁମାର ସାହୁ

ଭୁବନେଶ୍ୱର ତହସିଲଦାର ଶୁଭେନ୍ଦୁ କୁମାର ସାହୁ ୨୦୦୦ ମସିହାରେ କୋରାପୁଟ ଜିଲା କାଶୀପୁର ତହସିଲରେ ଅତିରିକ୍ତ ତହସିଲଦାର ଭାବରେ ପ୍ରଥମେ ଚାକିରି ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ବେଗୁନିଆ ତହସିଲଦାର, ଟାଙ୍ଗୀ(ଖୋର୍ଦ୍ଧା) ବିଡିଓ ଭାବେ କାର୍ଯ୍ୟ କରିଥିଲେ।

ଭାରତୀୟ ରେଳର ହର୍ନ

ଭାରତୀୟ ରେଳର ହର୍ନ

ଆପଣମାନେ ପ୍ରାୟତଃ ସମସ୍ତେ ରେଳ ବା ଟ୍ରେନ୍‌ ଯାତ୍ରା କରିଥିବେ ନିଶ୍ଚିତ। ନ କରିଥିଲେ ମଧ୍ୟ ଦେଖିଥିବେ ଏବଂ ଏହାର ହର୍ନ ଶୁଣିଥିବେ। ହେଲେ ଆପଣ ଜାଣନ୍ତି କି, ଟ୍ରେନ୍‌ରେ ଅନ୍ୟ ଗାଡି ଭଳି ମନ ଇଚ୍ଛା ହର୍ନ ବଜାଯାଇ ନ ଥାଏ। ଏଥିରେ ସ୍ଥାନ, ପରିସ୍ଥିତି ଏବଂ ସମୟ ଆଦିକୁ ଦେଖି କେତେକ ନିର୍ଦ୍ଦିଷ୍ଟ ପ୍ରକାରର ହର୍ନ ବ୍ୟବହାର କରାଯାଇଥାଏ। ଆସନ୍ତୁ ଜାଣିବା ଭାରତୀୟ ରେଳରେ ବ୍ୟବହାର ହେଉଥିବା ବିଭିନ୍ନ ହର୍ନ ଏବଂ ଏହାର ଅର୍ଥ ସମ୍ପର୍କରେ...

ଯୁବ ପ୍ରତିଭା: ଅଲ୍‌ରାଉଣ୍ଡର ରଚିତା

ଯୁବ ପ୍ରତିଭା: ଅଲ୍‌ରାଉଣ୍ଡର ରଚିତା

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ମନରେ ଅଦମ୍ୟ ଆଗ୍ରହ। ତାହାକୁ ସଫଳ କରିବାକୁ ସେ ସତେ ଯେମିତି ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିସାରିଛନ୍ତି। ବୟସ ତୁଳନାରେ ନିଜର ଦକ୍ଷତା ଦେଖାଇ ଚଢ଼ି ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ। କେବଳ ପାଠ ପଢ଼ା ନୁହେଁ ଆଉ କେତେକ କ୍ଷେତ୍ରରେ ମଧ୍ୟ ତାଙ୍କୁ ମିଳିଛି ପ୍ରଶଂସା ଏବଂ ପରିଚୟ। ଏଭଳି ଅଲ୍‌ରାଉଣ୍ଡର ପ୍ରତିଭା ହେଲେ ରଚିତା ପଣ୍ଡା।

ୟୁଥ୍‌ କ୍ଲବ୍‌ ‘ବୀଣାପାଣି ଯୁବକ ସଂଘ’: ଲକ୍ଷ୍ୟ ପରିବେଶ ସୁରକ୍ଷା

ୟୁଥ୍‌ କ୍ଲବ୍‌ ‘ବୀଣାପାଣି ଯୁବକ ସଂଘ’: ଲକ୍ଷ୍ୟ ପରିବେଶ ସୁରକ୍ଷା

ସମୟ ମିଳିଲେ ମଉଜମସ୍ତି କରିବା ଅପେକ୍ଷା ସମାଜ ସେବାରେ ସେମାନଙ୍କୁ ମିଳେ ବେଶ୍‌ ଆନନ୍ଦ। ଏମିତିକି କାର୍ଯ୍ୟବ୍ୟସ୍ତତା ମଧ୍ୟରେ ବି ସେମାନେ ସମୟ ବାହାର କରି ଏକାଠି ହୋଇ ଲାଗିପଡନ୍ତି ଏହି କାର୍ଯ୍ୟରେ। ଆଉ ଏଭଳି ସମାଜଧର୍ମୀ କାର୍ଯ୍ୟ କରି ଅନ୍ୟମାନଙ୍କ ଲାଗି ଉଦାହରଣ ପାଲଟିଥିବା ଏହି ଯୁବକମାନେ ହେଉଛନ୍ତି କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ମଲିଆକୁଦା ଗ୍ରାମରେ ଥିବା ବୀଣାପାଣି ଯୁବକ ସଂଘର ସଦସ୍ୟମାନେ।

ବର୍ଷାଦିନ ଓ କୋଳିତୋଳା

ବର୍ଷାଦିନ ଓ କୋଳିତୋଳା

ବିଭିନ୍ନ ଋତୁରେ ହେଉଥିବା ସବୁପ୍ରକାର କୋଳିରେ ରହିଥାଏ ଭରପୂର ଔଷଧୀୟ ଗୁଣ । କୋଳି ଦେଖିବାକୁ ଯେତିକି ସୁନ୍ଦର ଓ ସ୍ବାଦିଷ୍ଟ , ଶରୀର ଓ ସ୍ବାସ୍ଥ୍ୟ ପାଇଁ ବି ଖୁବ୍‌ ହିତକର। ଦିନଥିଲା ଯେତେବେଳେ କି ଗାଁ ନିକଟ ବଣବୁଦାରେ ବିଭିନ୍ନ କୋଳି ଗଛ ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ବଣବୁଦା ନିଶ୍ଚିହ୍ନ ହେବା ପରେ ଅନେକ ପ୍ରକାରର କୋଳି ଆଉ ଦେଖିବାକୁ ମିଳୁନାହିଁ।

ପରୀ କଥାର ଘର

ପରୀ କଥାର ଘର

ଓ୍ବାଶିଂଟନର ହିଡେନ୍‌ଭ୍ୟାଲୀ ଜଙ୍ଗଲ। ତା’ ଭିତରେ ଏକ ସୁନ୍ଦର ଘର। ଦେଖିବାକୁ ପରୀ ରାଇଜ କାହାଣୀର ଛୋଟିଆ ସୁନ୍ଦର ଝୁମ୍ପୁଡି ପରି। କହିବାକୁ ଗଲେ ଲୋକପ୍ରିୟ କାହାଣୀ ‘ସ୍ନୋ’ ହ୍ବାଇଟ୍‌’ ରେ କଳ୍ପନା କରାଯାଇଥିବା ଘରପରି ଏହି ଘର। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଉକ୍ତ ଘରର ମୂଲ୍ୟ ହେଉଛି ୫.୩୦ କୋଟି। ଏହାର ବାହ୍ୟ ଯେତିକି ସୁନ୍ଦର ଆଭ୍ୟନ୍ତରୀଣ ସାଜସଜ୍ଜା ତା’ଠୁ ବେଶି ସୁନ୍ଦର ଓ ଆକର୍ଷକ।

ମାନବ ପେଚା

ମାନବ ପେଚା

ପାକିସ୍ତାନ, କରାଚୀର ଜଣେ ୧୪ ବର୍ଷୀୟ ବାଳକ ଏବେ ପରିଚିତ ‘ମାନବ ପେଚା’ ଭାବେ। କାରଣ ଏହି ପିଲାଟି ପେଚା ଭଳି ନିଜ ମୁଣ୍ଡକୁ ହାତ ସାହାଯ୍ୟରେ ୧୮୦ଂ ପର୍ଯ୍ୟନ୍ତ ମୋଡି ବୁଲାଇପାରେ। ଅର୍ଥାତ୍‌ ପିଲାଟି ନିଜ ପଛପଟର ଦୃଶ୍ୟକୁ ବି ବେଶ୍‌ ସହଜରେ ଦେଖିବାକୁ ସକ୍ଷମ। ମହମ୍ମଦ ସମୀର ନାମକ ଏହି ପିଲାଟି ମାତ୍ର ୬/୭ ବର୍ଷର ହୋଇଥିବାବେଳେ ଏକ ହଲିଉଡ୍‌ ହରର୍‌ ମୁଭି ଦେଖୁଥିଲେ, ଯେଉଁଥିରେ ଜଣେ ବ୍ୟକ୍ତି ନିଜ ମୁଣ୍ଡକୁ ପଛକୁ ବୁଲାଇ ନିଜ ପଛପଟକୁ ଦେଖୁଥିଲେ।

Model This Week

ପ୍ରଭାତ