Dharitri News
ଫୁରସତ |

ଟେଡି ସଂଗ୍ରହ କରି ବିଶ୍ୱ ରେକର୍ଡ

ଟେଡି ସଂଗ୍ରହ କରି ବିଶ୍ୱ ରେକର୍ଡ ଓ୍ବାଶିଂଟନ୍‌: ସର୍ବାଧିକ ଟେଡି ବିଅର୍‌ ସଂଗ୍ରହ କରିବାରେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି ଆମେରିକାର ଜଣେ ମହିଳା। ଦେଶର ସାଉଥ୍‌ ଡାକୋଟାର ଜ୍ୟାକି ମିଲେ ନାମ୍ନୀ ୬୮ ବର୍ଷୀୟା ଏହି ମହିଳା ଜଣକ ୮,୦୨୬ଟି ଟେଡି ବିଅର ସଂଗ୍ରହ କରି ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ୨୦୦୦ ମସିହାରୁ ଜ୍ୟାକି ଟେଡି ସଂଗ୍ରହ କରିବା ଆରମ୍ଭ କରିଛନ୍ତି। ୨୦୦୦ରେ ଛୁଟି କଟାଇବାକୁ ବାହାରକୁ ଯାଇଥିବାବେଳେ ପ୍ରଥମେ ସେ ଏକ ଟେଡି କିଣିଥିଲେ। ଏହାପରେ ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଯାଇଥିଲା। ଇତିମଧ୍ୟରେ ସେ ୮ ହଜାରରୁ ଊର୍ଦ୍ଧ୍ୱ ଟେଡି ସଂଗ୍ରହ କରି ସାରିଛନ୍ତି। ଏ ସମ୍ପର୍କରେ ଗ୍ରାଣ୍ଡମା ଜ୍ୟାକି କହିଛନ୍ତି ଯେ, ପିଲାବେଳେ ସେ ଟେଡିରେ ଖେଳିବାର ସୁଯୋଗ କେବେ ପାଇପାରି ନ ଥିଲେ। ଏପରି କି ଟେଡି କ’ଣ ସେ ଜାଣି ନ ଥିଲେ। ୮ ବର୍ଷ ବୟସରେ ମିନେସୋଟା ଷ୍ଟେଟ୍‌ରେ ଚାଲିଥିବା ଉତ୍ସବରେ ସେ ପ୍ରଥମ କରି ଟେଡି ଦେଖିବାକୁ ପାଇଥିଲେ। ବିଭିନ୍ନ ସମୟରେ ସେ ଟେଡି କିଣିବା ଲାଗି ଦୋକାନକୁ ଯାଉଥିଲେ। କିନ୍ତୁ ୨୦୦ ମସିହାରେ ପ୍ରଥମେ ଏହାର ସଂଗ୍ରହ ଆରମ୍ଭ କରିଥିଲେ। ୩୦୦୦ ସଂଗ୍ରହ ହେବା ପରେ ଗିନିଜ୍‌ ରେକର୍ଡ ଲାଗି ଆବେଦନ କରିବାକୁ ତାଙ୍କର ବନ୍ଧୁମାନେ ମିଲେଙ୍କୁ କହିଥିଲେ। କିନ୍ତୁ ୮୦୦୦ ଅତିକ୍ରମ କରିବା ପରେ ସେ ଏହି ରେକର୍ଡ ମାନ୍ୟତା ଲାଭ କରିଛନ୍ତି। ମିଲେଙ୍କ ଟେଡି ମଧ୍ୟରେ ସବୁଠାରୁ ବଡ଼ ୮ ଫୁଟ୍‌ ଉଚ୍ଚର ହୋଇଥିବାବେଳେ ୩/୪ ଇଞ୍ଚ୍‌ର ଛୋଟ ଟେଡି ରହିଛି। ମିଲେଙ୍କ ପାଖରେ ଆମେରିକାର ସମସ୍ତ ରାଜ୍ୟ ଏବଂ ଦେଶର ୨୯ଟି ଅନ୍ୟ ଦେଶର ଟେଡି ରହିଛି। ସାଉଥ୍‌ ଡାକୋଟାରେ ତାଙ୍କର ଏହି ସମସ୍ତ ଟେଡିକୁ ସଂଗ୍ରହ କରି ରଖାଯାଇଛି। ଟେଡି ବିଅର ଟାଉନ୍‌ ଭାବେ ଏହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ଫୁରସତ |

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’

ଲକ୍ଷ୍ନୌ: ଛୋଟବେଳେ ପାଠପଢ଼ା ଆରମ୍ଭ କରିବା ବେଳେ ସମସ୍ତେ ପଣିକିଆ ବା ଇଂରାଜୀରେ‘ମଲଟିପ୍ଲିକେସନ ଟେବୁଲ’ ପଢ଼ିଥିବେ ତ ନିଶ୍ଚୟ। କେହି କେହି ଏହାର ୨୫ଟି ଖନ୍ଦା ମନେରଖିଥାନ୍ତି ତ କେହି ଏହାର କେବଳ ୧୦ ଖନ୍ଦା। ବାକି ଗୁଣନ କରି ମାଲୁମ କରାଯାଇପାରେ। ତେବେ ଥରେ ଭାବି ଦେଖନ୍ତୁ ତ ୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମନେରଖିବା କଥାକୁ। ଅସମ୍ଭବ ତ ନିଶ୍ଚୟ ଲାଗିବ। ହେଲେ ଜଣେ ଶିଶୁ ଏପରି କରି ଦେଖାଇଛନ୍ତି। ସେ ହେଉଛନ୍ତି ଉତ୍ତରପ୍ରଦେଶ ଶାହାରନ୍‌ପୁରରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ର ‘ଚିରାଗ’।

ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ

ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ

ଓ୍ବାଶିଂଟନ: ଛୋଟ ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ ବୋଲି ଗବେଷକ ସୂଚିତ କରିଛନ୍ତି। ସେମାନଙ୍କ ମସ୍ତିଷ୍କରେ ସ୍ବତଃ ଏହି ଧାରଣା ସୃଷ୍ଟି ହୋଇଥାଏ। ଗବେଷକ ଦୀର୍ଘଦିନ ଧରି କିଭଳି ଶିଶୁମାନେ ଚିନ୍ତା କରିଥାନ୍ତି ସେ ନେଇ ଅଧ୍ୟୟନ କରୁଥିଲେ।

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

ଓ୍ବାଶିଂଟନ: ସାଧାରଣ ମହିଳାଙ୍କ ଅପେକ୍ଷା କର୍ମଜୀବୀ ମହିଳା ପରିବାର ପ୍ରତି ଅଧିକ ଯତ୍ନଶୀଳା ରହିଥାନ୍ତି ବୋଲି ଗବେଷଣାରୁ ଜଣାପଡିଛି। ସେମାନେ ପରିବାରର ପ୍ରତିଟି ଦାୟିତ୍ୱ ଭଲ ଭାବେ ତୁଲାଉଥିବାବେଳେ ଯେ କୌଣସି ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍‌ କରିବା ପରେ ନିଷ୍ପତ୍ତି ନେଇଥାନ୍ତି।

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଓ୍ବାଶିଂଟନ: ଏବେ ଆଧୁନିକତାର ସ୍ପର୍ଶରେ ଯୌଥ ପରିବାର ସଂଖ୍ୟା ହ୍ରାସ ପାଇବା ସହିତ ଦମ୍ପତିଙ୍କର ସନ୍ତାନ ସଂଖ୍ୟା ଗୋଟିଏରେ ସୀମିତ ରହୁଛି। ଏହାଦ୍ୱାରା ସନ୍ତାନର ଯତ୍ନ ନେବା ସହଜ ହେଉଛି ଓ ତାହାର ଭବିଷ୍ୟତ ମଧ୍ୟ ସୁରକ୍ଷିତ ହୋଇପାରୁଛି।

ମକରର ମହକ

ମକରର ମହକ

ମାଘର ଶୀତରେ ଆସେ ମକର। ଆଉ ମକର ଆସିଲେ, ଚାରିଆଡେ ଖେଳିଯାଏ ଖୁସିର ଲହରି। ଓଡ଼ିଶାରେ ଥିବା ତେଲୁଗୁ ସମ୍ପ୍ରଦାୟ ଏହାକୁ ପୋଙ୍ଗଲ ବା ସେମାନଙ୍କ ନୂଆ ବର୍ଷ ଭାବେ ପାଳନ କରୁଥିବାବେଳେ ଓଡ଼ିଶାର ବିଭିନ୍ନ ଜିଲାରେ ମକରକୁ ନେଇ ପାଳନ ହୋଇଥାଏ ଭିନ୍ନ ଭିନ୍ନ ପରମ୍ପରା। କେଉଁଠି ମକର ଚାଉଳ, ପିଠା ଓ ମିଠାରେ ମକରକୁ ସ୍ବାଗତ କରାଯାଏ ତ କେଉଁଠି କୁକୁଡ଼ା ଲଢେଇ ମକରର ମାହୋଲକୁ ସରଗରମ କରୁଥିବାବେଳେ ଆଉ କେଉଁଠି ଗୁଡ଼ିଉଡ଼ାରେ ସ୍ବାଗତ କରାଯାଏ ମକରକୁ....

ଅଟ୍ରି

ଅଟ୍ରି

ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ଖୋର୍ଦ୍ଧାର ଅଟ୍ରି ଉଷ୍ଣପ୍ରସ୍ରବଣ ପ୍ରସିଦ୍ଧି ଲାଭ କରିଛି। ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟକଙ୍କ ଯା’ଆସ ଲାଗି ରହୁଥିଲେ ହେଁ ମକର ସଂକ୍ରାନ୍ତିରେ ଏଠି ଅଧିକ ଭିଡ଼ ଜମିଥାଏ।

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ଅବସରପ୍ରାପ୍ତ ପ୍ରାଧ୍ୟାପିକା ତଥା ଅନୁବାଦିକା ମିନତି ପଟନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଖୋର୍ଦ୍ଧା ଜିଲା କୁହୁଡିରେ ଆମ ଗାଁ। କୁହୁଡି ଜନତା ହାଇସ୍କୁଲ୍‌ରୁ ୮ମ ପଢିବା ପରେ ରାଉରକେଲାସ୍ଥିତ ଉଦିତ୍‌ନଗର ହାଇସ୍କୁଲ୍‌ରେ ନାଁ ଲେଖାଇଥିଲି। କାରଣ ରାଉରକେଲାରେ ବାପା ଚାକିରି କରୁଥିଲେ। ୧୯୬୫ରେ ସେଠାରୁ ଏକାଦଶ ପାସ୍‌ କରିବା ପରେ ସମ୍ବଲପୁର ମହିଳା ମହାବିଦ୍ୟାଳୟରୁ ପି.ୟୁ ସାରି ପୁରୀ ମହିଳା ମହାବିଦ୍ୟାଳୟରେ ବି.ଏ. ପଢିଥିଲି।

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ

ଲଣ୍ଡନ: ମହାକାଶ ଯାତ୍ରା ପରେ ପୃଥିବୀକୁ ଫେରୁଥିବା ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ ବୋଲି ଚିକିତ୍ସା ବିଜ୍ଞାନୀମାନେ ଜାଣିପାରିଛନ୍ତି। ମହାକାଶର ମାଇକ୍ରୋଗ୍ରାଭିଟିରେ ମସ୍ତିଷ୍କର ଉପର ସ୍ତରରେ ସେରିବ୍ରୋସ୍ପାଇନାଲ୍‌ ଫ୍ଲୁଇଡ୍‌ ପହଞ୍ଚିପାରି ନ ଥାଏ।

ଆଧୁନିକ ସମାଜରେ ହିଂସା ବଢ଼ୁଛି

ଆଧୁନିକ ସମାଜରେ ହିଂସା ବଢ଼ୁଛି

ଓ୍ବାଶିଂଟନ: ଆଧୁନିକ ସମାଜରେ ହିଂସା ବଢ଼ୁଛି ବୋଲି ଗେବଷକ କହିଛନ୍ତି। ସଭ୍ୟ ମାନବ ପ୍ରତିଟି କ୍ଷେତ୍ରରେ ବିଭିନ୍ନ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇଥାଏ। ଏହାର ମୁକାବିଲା ପାଇଁ ଅନେକ ସମୟରେ ହିଂସାକାଣ୍ଡ ଘଟୁଥାଏ।

ନୂଆ ସ୍ବାଦ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି କରିଥାଏ

ନୂଆ ସ୍ବାଦ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି କରିଥାଏ

ମେଲବୋର୍ଣ୍ଣ : ମନୁଷ୍ୟ ମଧ୍ୟରେ ଏକ ନୂତନ ପ୍ରକାର ସ୍ବାଦ ଯୋଗୁ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି ହୋଇଥାଏ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଏହା ହେଉଛି ସପ୍ତମ ପ୍ରକାର ସ୍ବାଦ ଯାହାକି ମନୁଷ୍ୟଠାରେ ରହିଥିବା ଗବେଷକ ଜାଣି ପାରିଛନ୍ତି।

ଆଗ୍ନେୟଗିରୀ ଉଦ୍‌ଗୀରଣ ଯୋଗୁ ଧ୍ୱଂସ ହୋଇଥିଲା ଇଜିପ୍ଟ ସାମ୍ରାଜ୍ୟ

ଆଗ୍ନେୟଗିରୀ ଉଦ୍‌ଗୀରଣ ଯୋଗୁ ଧ୍ୱଂସ ହୋଇଥିଲା ଇଜିପ୍ଟ ସାମ୍ରାଜ୍ୟ

ନ୍ୟୁୟର୍କ: ଆଗ୍ନେୟଗିରୀ ଉଦ୍‌ଗୀରଣ ଯୋଗୁ ପୁରାତନ ଇଜିପ୍ଟ ସାମ୍ରାଜ୍ୟ ଧ୍ୱଂସ ହୋଇଥିବା ଗବେଷକ କହିଛନ୍ତି। ଖ୍ରୀଷ୍ଟପୂର୍ବ ୩୦୫ରୁ ୩୦ ମଧ୍ୟରେ ନୀଳ ନଦୀ ଅବବାହିକାରେ ଥିବା ଏହି ପୁରାତନ ସାମ୍ରାଜ୍ୟର କିଭଳି ଅନ୍ତ ଘଟିଲା ସେ ସମ୍ପର୍କରେ ଗବେଷକ ଜାଣିପାରିଛନ୍ତି

ଯୁବବର୍ଗ ହେଉଛନ୍ତି ମସ୍ତିଷ୍କାଘାତର ଶିକାର

ଯୁବବର୍ଗ ହେଉଛନ୍ତି ମସ୍ତିଷ୍କାଘାତର ଶିକାର

ଓ୍ବାଶିଂଟନ: ଉଚ୍ଚ ରକ୍ତଚାପ କିମ୍ବା ବୟସାଧିକକ୍ଷେତ୍ରରେ ମସ୍ତିଷ୍କକୁ ଆବଶ୍ୟକ ପରିମାଣର ରକ୍ତ ପ୍ରବାହିତ ହୋଇପାରି ନ ଥାଏ। ଫଳରେ ମସ୍ତିଷ୍କାଘାତ ସମସ୍ୟା ଦେଖାଦେଇଥାଏ।