ଫୁରସତ |

ମାଛଙ୍କ ପ୍ରତିକ୍ରିୟା ବୁଝିବା କଷ୍ଟ

ମାଛଙ୍କ ପ୍ରତିକ୍ରିୟା ବୁଝିବା କଷ୍ଟ
ଲଣ୍ଡନ: ମାଛମାନଙ୍କ ହାବଭାବ ଓ ପ୍ରତିକ୍ରିୟାକୁ ବୁଝିବା କଷ୍ଟକର ହୋଇଥାଏ ବୋଲି ଗବେଷକ କହିଛନ୍ତି। ସାଧାରଣତଃ ମାଛ ସେମାନଙ୍କ ଉପରେ ଅନୁଭୂତ ହେଉଥିବା ବିଭିନ୍ନ କ୍ରିୟାର ଅନୁରୂପ ପ୍ରତିକ୍ରିୟା ଜଟିଳ ଭାବେ ଦେଖାଇଥାନ୍ତି। ଅନେକ ସମୟରେ ସମାନ କ୍ରିୟାର ଭିନ୍ନ ଭିନ୍ନ ପ୍ରତିକ୍ରିୟା ସେମାନଙ୍କାରେ ଦେଖିବାକୁ ମଳିଥାଏ। ଦକ୍ଷିଣପଶ୍ଚିମ ଇଂଲଣ୍ଡର ଏକ୍ସଟର ବିଶ୍ୱବିଦ୍ୟାଳୟର ଗବେଷକ ଗୁପି ମାଛ ଉପରେ ପରୀକ୍ଷାକରି ଏହା ଜାଣି ପାରିଛନ୍ତି। ପରିବର୍ତ୍ତିତ ପରିବେଶରେ ଏହି ପ୍ରଜାତିର ମାଛ ଚକିତ କଲାଭଳି ପ୍ରତିକ୍ରିୟା ସୃଷ୍ଟି କରିଥାଏ ବୋଲି ପ୍ରଫେସର ଟମ୍‌ ହାଉସ୍‌ଲେ କହିଛନ୍ତି। କୌଣସି ଅପରିଚିତ ପରିବେଶରେ ସେମାନେ ପ୍ରାୟତଃ ଚାପଗସ୍ତ ହୋଇପଡିଥାନ୍ତି। ସେହିପରି ଖାଦକ ହାବୁଡରେ ପଡିଲେ ସେମାନଙ୍କଠାରେ ଜୀବନ ରକ୍ଷା ପାଇଁ ଉଦ୍ୟମ ଦେଖିବାକୁ ମିଳିଥାଏ। ଫଳରେ ସେମାନଙ୍କ ଶରୀର ଏକ ପ୍ରକାର ରାସାୟନିକ ପଦାର୍ଥ କ୍ଷରିତ ହୋଇଥାଏ। ଏହାର ପ୍ରଭାବରେ ସେମାନଙ୍କଠାରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ। ରାସାୟନିକ ପଦାର୍ଥ ଯୋଗୁ ଚତୁର ପ୍ରବୃତ୍ତି ସୃଷ୍ଟି ହୋଇଥାଏ। ସହଜରେ ସେମାନେ ଖାଦକଠାରୁ ଖସି ଆସିଥାନ୍ତି କିମ୍ବା ଅଜଣା ପରିବେଶରେ ସହଜରେ ବଞ୍ଚି ରହିବାର କଳା ଶିକ୍ଷା କରିଥାନ୍ତି।
All Right Reserved By

ଫୁରସତ |

ଦାମ୍ପତ୍ୟ ଜୀବନରେ ସୁଖ ପାଇଁ ଆପଣେଇ ପାରିବେ ଏହି ଉପାୟ

ଦାମ୍ପତ୍ୟ ଜୀବନରେ ସୁଖ ପାଇଁ ଆପଣେଇ ପାରିବେ ଏହି ଉପାୟ

ଦାମ୍ପତ୍ୟ ଜୀବନରେ ସୁଖ ପାଇଁ ବେଡ୍‌ ରୁମ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏଠାରେ ପଡ଼ିଥିବା ବେଡ୍‌ ଏବଂ ଏଥିରେ  ସ୍ତ୍ରୀ ସ୍ବାମୀ କେଉଁ ଦିଗକୁ ମୁଣ୍ଡ କରି ଶୋଉଛନ୍ତି ତାହା ଦାମ୍ପତ୍ୟ ଜୀବନର ସରସତାକୁ ସୂଚିତ କରିଥାଏ ବୋଲି ବାସ୍ତୁ ଶାସ୍ତ୍ରରେ ରହିଛି ଉଲ୍ଲେଖ। ଉତ୍ତର-ପଶ୍ଚିମ କିମ୍ବା ଉତ୍ତର-ପୂର୍ବ ଦିଗକୁ ମୁଣ୍ଡ କରି ଶୋଇଲେ ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇ ନ ଥାଏ। 

ସ୍ତ୍ରୀଙ୍କ ମୃତ ଦେହ ସହ ୬ ଦିନ ବିତାଇଲେ ସ୍ବାମୀ

ସ୍ତ୍ରୀଙ୍କ ମୃତ ଦେହ ସହ ୬ ଦିନ ବିତାଇଲେ ସ୍ବାମୀ

ଇଂଲଣ୍ଡର ରାଜଧାନୀ ଲଣ୍ଡନରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ମୃତ ଦେହ ସହ ୬ ଦିନ ବିତାଇଛନ୍ତି। ତାଙ୍କ ସ୍ତ୍ରୀ ଓ୍ବେଣ୍ଡେ ଡେଭିସନ୍‌ ୧୦ ବର୍ଷ ଧରି ସର୍ଭିକାଲ କ୍ୟାନସରରେ ପୀଡ଼ିତ ହେବାପରେ ଦେହତ୍ୟାଗ କରିଥିଲେ। 

ମୃତ୍ୟୁ ଘୋଷଣାର ୧୭ ଘଣ୍ଟା ପରେ ମହିଳା ଜୀବିତ

ମୃତ୍ୟୁ ଘୋଷଣାର ୧୭ ଘଣ୍ଟା ପରେ ମହିଳା ଜୀବିତ

ରାୟପୁର, ୨୦।୯: ଛତିଶଗଡ଼ର ଭୀମରାଓ ଆମ୍ବେଡକର ହସ୍ପିଟାଲରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଡାକ୍ତର ଜଣେ ମହିଳାଙ୍କୁ ମୃତ ଘୋଷଣା କରିବାର ୧୭ ଘଣ୍ଟା ପରେ ପୁଣି ଥରେ ମହିଳା ଜୀବିତ ଅବସ୍ଥାରେ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଲଙ୍କାରେ ହରିଶବ୍ଦ! ପାକିସ୍ତାନରେ ଗଣେଶ ପୂଜା ଧୁନ୍‌

ଲଙ୍କାରେ ହରିଶବ୍ଦ! ପାକିସ୍ତାନରେ ଗଣେଶ ପୂଜା ଧୁନ୍‌

କରାଚୀ, ୨୦।୯: ବିଘ୍ନବିନାଶନ ଗଣେଶଙ୍କ ଆରାଧନା କେବଳ ଭାରତରେ ନୁହେଁ, ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ବେଶ୍‌ ଧୁମଧାମରେ ପାଳନ କରାଯାଏ। 

୪୦ ବର୍ଷ ଭିତରେ ୪,୨୪୫ ଆବେଦନ : ମିଳୁନି ନ୍ୟାୟ

୪୦ ବର୍ଷ ଭିତରେ ୪,୨୪୫ ଆବେଦନ : ମିଳୁନି ନ୍ୟାୟ

ଭୋପାଳ, ୨୦।୯: ୪୦ ବର୍ଷ ଅପେକ୍ଷା କଲେ ମଧ୍ୟ ବୃଦ୍ଧଙ୍କୁ ମିଳୁନି ନ୍ୟାୟ। ମଧ୍ୟପ୍ରଦେଶର ଧଓ୍ବାରୀରେ ରହୁଥିବା ବୃଦ୍ଧ ରାମସ୍ବରୂପ ଲଖେରା ନିଜ ଜମି ଆବଣ୍ଟନକୁ ନେଇ ୧୯୭୨ରେ ପ୍ରଥମେ ଆଇନର ଆଶ୍ରୟ ନେଇଥିଲେ। 

ପୁଅର ଅଭିନୟ ଆଖିରେ ଲୁହ ଭରି ଦେଇଥିଲା

ପୁଅର ଅଭିନୟ ଆଖିରେ ଲୁହ ଭରି ଦେଇଥିଲା

ପୁଅର ଅଭିନୟ ମୋ ଆଖିରେ ଲୁହ ଭରି ଦେଇଥିଲା। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ବିଜୟ ମହାନ୍ତିଙ୍କ ସହିତ ମୋ ପୁଅ ଅଂଶୁମାନ ‘ଅନ୍ତର୍ଲିନ’ ନାମକ ଏକ ଚଳଚ୍ଚିତ୍ରରେ ଜଣେ ଅଟିଷ୍ଟିକ ଶିଶୁ ଭୂମିକାରେ ଅଭିନୟ କରିଥିଲେ।

ନାଳରେ ବୁଡ଼ି ଯାଉ ଯାଉ ଅଳ୍ପକେ ବଞ୍ଚତ୍ଥିଲି

ନାଳରେ ବୁଡ଼ି ଯାଉ ଯାଉ ଅଳ୍ପକେ ବଞ୍ଚତ୍ଥିଲି

ଧାରାବାହିକ ‘ତୁଳସୀ’ରେ କ୍ରିଷ୍ଣା ଚରିତ୍ରରେ ପ୍ରଥମ କରି  ପରଦାକୁ ଓହ୍ଲାଇଥିଲେ ଅଭିନେତା ଶୁଭାଶିଷ୍‌ ଶର୍ମା (ଡାକ ନାମ ମଣ୍ଟୁ)। ପରେ ସେ ‘ଅପା’, ‘ଆଇନା’ ଭଳି ଅନେକ ଧାରାବାହିକରେ ନିଜ ଅଭିନୟର ଯାଦୁ ଦେଖାଇବାର ସୁଯୋଗ ପାଇଥିଲେ।

ଶ୍ରୋତାଙ୍କ ସହ ସମ୍ପର୍କ ମୋ ରିଲେଶନ୍‌ଶିପ୍‌ ଗୋଲ୍‌

ଶ୍ରୋତାଙ୍କ ସହ ସମ୍ପର୍କ ମୋ ରିଲେଶନ୍‌ଶିପ୍‌ ଗୋଲ୍‌

୮୦ଟି ଫିଲ୍ମ, ୫୦୦ ଆଲବମ୍‌ ଓ ୧୫ଟି ଟେଲି ସିରିଏଲ୍‌ର ଟାଇଟଲ ଟ୍ରାକ୍‌। କେବଳ ଏତିକି ନୁହେଁ, ୮୦୦ରୁ ଊର୍ଦ୍ଧ୍ୱ ମ୍ୟୁଜିକ୍‌ ଭିଡିଓରେ କଣ୍ଠଦାନ କରିଛନ୍ତି ଅନ୍ତରା ଚକ୍ରବର୍ତ୍ତୀ। 

ଶ୍ରୀସୂକ୍ତ ପାଠ କଲେ ମିଳେ ମହାଲକ୍ଷ୍ମୀଙ୍କ କୃପା

ଶ୍ରୀସୂକ୍ତ ପାଠ କଲେ ମିଳେ ମହାଲକ୍ଷ୍ମୀଙ୍କ କୃପା

ମା’ ଲକ୍ଷ୍ମୀ ହେଉଛନ୍ତି ଧନଦାତ୍ରୀ। ଋଗ୍‌ ବେଦରେ ଉଲ୍ଲେଖ ରହିଛି ଯେ, ମହାଲକ୍ଷ୍ମୀଙ୍କୁ  ଶ୍ରୀସୂକ୍ତ ଓ ଲକ୍ଷ୍ମୀସୂକ୍ତ ପାଠ କଲେ ଦାରିଦ୍ର୍ୟ ଦୂରେଇ ଯାଏ।

ଦିନକୁ ଦିନ ଶିଶୁଙ୍କ ମୁହଁରୁ ଲିଭୁଛି ହସ

ଦିନକୁ ଦିନ ଶିଶୁଙ୍କ ମୁହଁରୁ ଲିଭୁଛି ହସ

ଦିନକୁ ଦିନ ଶିଶୁଙ୍କ ମୁହଁରୁ ହସ ଲିଭି ଲିଭି ଯାଉଛି। ଏଥିପାଇଁ ସେମାନଙ୍କ ଉପରେ କରାଯାଉଥିବା ବିଭିନ୍ନ ଅତ୍ୟାଚାର ଦାୟୀ ବୋଲି ଅଷ୍ଟ୍ରିଆର ଭିଏନା ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି।

ସାଙ୍ଗ ସାଜିଲେ ସଇତାନ

ସାଙ୍ଗ ସାଜିଲେ ସଇତାନ

ହରିୟାଣା, ୧୯।୯: ହରିୟାଣାର ରଓ୍ବୋଡିରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ହେବା ଘଟଣା ମନରୁ ନଲିଭୁଣୁ ପୁଣି ସେଭଳି ଏକ ଘଟଣା ସାମ୍ନାକୁ ଆସିଛି।

ଛୋଟପିଲା ଝାଡୁ ଧରି ଘର ଓଳାଇଲେ ମିଳେ ଏସବୁ ସୂଚନା...

ଛୋଟପିଲା ଝାଡୁ ଧରି ଘର ଓଳାଇଲେ ମିଳେ ଏସବୁ ସୂଚନା...

ବୟସ୍କମାନେ ଝାଡୁଧରି ଘର ଓଳାଇଥାନ୍ତି। ତେବେ ବେଳେବେଳେ ଛୋଟ ଶିଶୁ ହଠାତ୍‌ ଝାଡୁ ଧରି ଘର ଓଳାଇବା ଆରମ୍ଭ କରନ୍ତି। ଏହା ଶୁଭ ସୂଚକ ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଘରକୁ ଅତିଥିଙ୍କ ଆଗମନ ସମ୍ପର୍କରେ ଏହା ଦେଇଥାଏ ସୂଚନା।