Dharitri News
ଫୁରସତ |

ଅଧିକ ପିଆଜଯୁକ୍ତ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ

ଅଧିକ ପିଆଜଯୁକ୍ତ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ସାଧାରଣତଃ କେତେକ ଖାଦ୍ୟରେ ପିଆଜ ପଡିଲେ ତାହାର ସ୍ବାଦ ଦ୍ୱିଗୁଣିତ ହୋଇଯାଇଥାଏ। କିଛି ବ୍ୟକ୍ତି ଖାଇବା ସମୟରେ ମଧ୍ୟ ଖାଦ୍ୟ ସହ ପିଆଜ ଖାଇଥାଆନ୍ତି। କିନ୍ତୁ ଏହାର ପରିମାଣ ଆବଶ୍ୟକଠାରୁ ଅଧିକ ହେଲେ ତାହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏଥିଯୋଗୁ ଦେଖାଯାଉଥିବା ସମସ୍ୟା ମଧ୍ୟରେ ଏସିଡିଟି ଅନ୍ୟତମ। ପିଆଜରେ ଅଧିକ ପରିମାଣରେ ଗ୍ଳୁକୋଜ ଏବଂ ଫ୍ୟାକ୍ଟ୍ରୋଜ ରହିଛି। ତେଣୁ ଆବଶ୍ୟକଠାରୁ ଅଧିକ ପିଆଜ କିମ୍ବା ପିଆଜଯୁକ୍ତ ଖାଦ୍ୟ ଖାଇଲେ ତାହା ଶରୀରରେ ସୁଗାର ପରିମାଣକୁ ବଢ଼ାଇ ଦେଇଥାଏ। ଅପରପକ୍ଷରେ କଞ୍ଚା ପିଆଜ ଅଧିକ ପରିମାଣରେ ଖାଇଲେ ତାହା ପାଚନ କ୍ରିୟାକୁ ପ୍ରଭାବିତ କରିଥାଏ। ପିଆଜରେ ଥିବା ପୋଟାସିୟମ ତତ୍ତ୍ୱ ଶରୀରର କାର୍ଡିଓଲିଭର ସିଷ୍ଟମକୁ ଅସନ୍ତୁଳିତ କରିଦିଏ। ଫଳରେ ଛାତି ପୋଡ଼ିବା ପରି ସମସ୍ୟା ଦେଖାଦେଇଥାଏ। ଯେହେତୁ ପିଆଜରେ ଭିଟାମିନ୍‌ ଏବଂ ମିନେରାଲ ଅଂଶ ରହିଛି, ତେଣୁ ଏହା କେତେକାଂଶରେ ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ। ଏଥିରେ ଥିବା ଫାଇବର ତତ୍ତ୍ୱ ଶରୀରରେ ଫାଇବର ମାତ୍ରାକୁ ବଢ଼ାଇ ଦେଇଥାଏ। ଫଳରେ ଅଧିକ ପିଆଜ କିମ୍ବା ପିଆଜଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ଅନୁଭୂତ ହୁଏ।

ଫୁରସତ |

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

ଓ୍ବାଶିଂଟନ: ସାଧାରଣ ମହିଳାଙ୍କ ଅପେକ୍ଷା କର୍ମଜୀବୀ ମହିଳା ପରିବାର ପ୍ରତି ଅଧିକ ଯତ୍ନଶୀଳା ରହିଥାନ୍ତି ବୋଲି ଗବେଷଣାରୁ ଜଣାପଡିଛି। ସେମାନେ ପରିବାରର ପ୍ରତିଟି ଦାୟିତ୍ୱ ଭଲ ଭାବେ ତୁଲାଉଥିବାବେଳେ ଯେ କୌଣସି ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍‌ କରିବା ପରେ ନିଷ୍ପତ୍ତି ନେଇଥାନ୍ତି।

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଓ୍ବାଶିଂଟନ: ଏବେ ଆଧୁନିକତାର ସ୍ପର୍ଶରେ ଯୌଥ ପରିବାର ସଂଖ୍ୟା ହ୍ରାସ ପାଇବା ସହିତ ଦମ୍ପତିଙ୍କର ସନ୍ତାନ ସଂଖ୍ୟା ଗୋଟିଏରେ ସୀମିତ ରହୁଛି। ଏହାଦ୍ୱାରା ସନ୍ତାନର ଯତ୍ନ ନେବା ସହଜ ହେଉଛି ଓ ତାହାର ଭବିଷ୍ୟତ ମଧ୍ୟ ସୁରକ୍ଷିତ ହୋଇପାରୁଛି।

ମକରର ମହକ

ମକରର ମହକ

ମାଘର ଶୀତରେ ଆସେ ମକର। ଆଉ ମକର ଆସିଲେ, ଚାରିଆଡେ ଖେଳିଯାଏ ଖୁସିର ଲହରି। ଓଡ଼ିଶାରେ ଥିବା ତେଲୁଗୁ ସମ୍ପ୍ରଦାୟ ଏହାକୁ ପୋଙ୍ଗଲ ବା ସେମାନଙ୍କ ନୂଆ ବର୍ଷ ଭାବେ ପାଳନ କରୁଥିବାବେଳେ ଓଡ଼ିଶାର ବିଭିନ୍ନ ଜିଲାରେ ମକରକୁ ନେଇ ପାଳନ ହୋଇଥାଏ ଭିନ୍ନ ଭିନ୍ନ ପରମ୍ପରା। କେଉଁଠି ମକର ଚାଉଳ, ପିଠା ଓ ମିଠାରେ ମକରକୁ ସ୍ବାଗତ କରାଯାଏ ତ କେଉଁଠି କୁକୁଡ଼ା ଲଢେଇ ମକରର ମାହୋଲକୁ ସରଗରମ କରୁଥିବାବେଳେ ଆଉ କେଉଁଠି ଗୁଡ଼ିଉଡ଼ାରେ ସ୍ବାଗତ କରାଯାଏ ମକରକୁ....

ଅଟ୍ରି

ଅଟ୍ରି

ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ଖୋର୍ଦ୍ଧାର ଅଟ୍ରି ଉଷ୍ଣପ୍ରସ୍ରବଣ ପ୍ରସିଦ୍ଧି ଲାଭ କରିଛି। ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟକଙ୍କ ଯା’ଆସ ଲାଗି ରହୁଥିଲେ ହେଁ ମକର ସଂକ୍ରାନ୍ତିରେ ଏଠି ଅଧିକ ଭିଡ଼ ଜମିଥାଏ।

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ଅବସରପ୍ରାପ୍ତ ପ୍ରାଧ୍ୟାପିକା ତଥା ଅନୁବାଦିକା ମିନତି ପଟନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଖୋର୍ଦ୍ଧା ଜିଲା କୁହୁଡିରେ ଆମ ଗାଁ। କୁହୁଡି ଜନତା ହାଇସ୍କୁଲ୍‌ରୁ ୮ମ ପଢିବା ପରେ ରାଉରକେଲାସ୍ଥିତ ଉଦିତ୍‌ନଗର ହାଇସ୍କୁଲ୍‌ରେ ନାଁ ଲେଖାଇଥିଲି। କାରଣ ରାଉରକେଲାରେ ବାପା ଚାକିରି କରୁଥିଲେ। ୧୯୬୫ରେ ସେଠାରୁ ଏକାଦଶ ପାସ୍‌ କରିବା ପରେ ସମ୍ବଲପୁର ମହିଳା ମହାବିଦ୍ୟାଳୟରୁ ପି.ୟୁ ସାରି ପୁରୀ ମହିଳା ମହାବିଦ୍ୟାଳୟରେ ବି.ଏ. ପଢିଥିଲି।

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ

ଲଣ୍ଡନ: ମହାକାଶ ଯାତ୍ରା ପରେ ପୃଥିବୀକୁ ଫେରୁଥିବା ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ ବୋଲି ଚିକିତ୍ସା ବିଜ୍ଞାନୀମାନେ ଜାଣିପାରିଛନ୍ତି। ମହାକାଶର ମାଇକ୍ରୋଗ୍ରାଭିଟିରେ ମସ୍ତିଷ୍କର ଉପର ସ୍ତରରେ ସେରିବ୍ରୋସ୍ପାଇନାଲ୍‌ ଫ୍ଲୁଇଡ୍‌ ପହଞ୍ଚିପାରି ନ ଥାଏ।

ଆଧୁନିକ ସମାଜରେ ହିଂସା ବଢ଼ୁଛି

ଆଧୁନିକ ସମାଜରେ ହିଂସା ବଢ଼ୁଛି

ଓ୍ବାଶିଂଟନ: ଆଧୁନିକ ସମାଜରେ ହିଂସା ବଢ଼ୁଛି ବୋଲି ଗେବଷକ କହିଛନ୍ତି। ସଭ୍ୟ ମାନବ ପ୍ରତିଟି କ୍ଷେତ୍ରରେ ବିଭିନ୍ନ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇଥାଏ। ଏହାର ମୁକାବିଲା ପାଇଁ ଅନେକ ସମୟରେ ହିଂସାକାଣ୍ଡ ଘଟୁଥାଏ।

ନୂଆ ସ୍ବାଦ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି କରିଥାଏ

ନୂଆ ସ୍ବାଦ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି କରିଥାଏ

ମେଲବୋର୍ଣ୍ଣ : ମନୁଷ୍ୟ ମଧ୍ୟରେ ଏକ ନୂତନ ପ୍ରକାର ସ୍ବାଦ ଯୋଗୁ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି ହୋଇଥାଏ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଏହା ହେଉଛି ସପ୍ତମ ପ୍ରକାର ସ୍ବାଦ ଯାହାକି ମନୁଷ୍ୟଠାରେ ରହିଥିବା ଗବେଷକ ଜାଣି ପାରିଛନ୍ତି।

ଆଗ୍ନେୟଗିରୀ ଉଦ୍‌ଗୀରଣ ଯୋଗୁ ଧ୍ୱଂସ ହୋଇଥିଲା ଇଜିପ୍ଟ ସାମ୍ରାଜ୍ୟ

ଆଗ୍ନେୟଗିରୀ ଉଦ୍‌ଗୀରଣ ଯୋଗୁ ଧ୍ୱଂସ ହୋଇଥିଲା ଇଜିପ୍ଟ ସାମ୍ରାଜ୍ୟ

ନ୍ୟୁୟର୍କ: ଆଗ୍ନେୟଗିରୀ ଉଦ୍‌ଗୀରଣ ଯୋଗୁ ପୁରାତନ ଇଜିପ୍ଟ ସାମ୍ରାଜ୍ୟ ଧ୍ୱଂସ ହୋଇଥିବା ଗବେଷକ କହିଛନ୍ତି। ଖ୍ରୀଷ୍ଟପୂର୍ବ ୩୦୫ରୁ ୩୦ ମଧ୍ୟରେ ନୀଳ ନଦୀ ଅବବାହିକାରେ ଥିବା ଏହି ପୁରାତନ ସାମ୍ରାଜ୍ୟର କିଭଳି ଅନ୍ତ ଘଟିଲା ସେ ସମ୍ପର୍କରେ ଗବେଷକ ଜାଣିପାରିଛନ୍ତି

ଯୁବବର୍ଗ ହେଉଛନ୍ତି ମସ୍ତିଷ୍କାଘାତର ଶିକାର

ଯୁବବର୍ଗ ହେଉଛନ୍ତି ମସ୍ତିଷ୍କାଘାତର ଶିକାର

ଓ୍ବାଶିଂଟନ: ଉଚ୍ଚ ରକ୍ତଚାପ କିମ୍ବା ବୟସାଧିକକ୍ଷେତ୍ରରେ ମସ୍ତିଷ୍କକୁ ଆବଶ୍ୟକ ପରିମାଣର ରକ୍ତ ପ୍ରବାହିତ ହୋଇପାରି ନ ଥାଏ। ଫଳରେ ମସ୍ତିଷ୍କାଘାତ ସମସ୍ୟା ଦେଖାଦେଇଥାଏ।

ମାଧ୍ୟାକର୍ଷଣ ତରଙ୍ଗ ଯୋଗୁ ସୁନା ସୃଷ୍ଟି ହୋଇଛି

ମାଧ୍ୟାକର୍ଷଣ ତରଙ୍ଗ ଯୋଗୁ ସୁନା ସୃଷ୍ଟି ହୋଇଛି

ଓ୍ବାଶିଂଟନ: ପୃଥିବୀ ସୃଷ୍ଟି ସମୟରେ ଏକ ଉତ୍ତପ୍ତ ଗ୍ୟାସୀୟ ପିଣ୍ଡଥିଲା। ନିୟୁତ ନିୟୁତ ବର୍ଷ ପରେ ଏହାର ଉପର ଭାଗ ଶୀତଳ ହୋଇ କ୍ରମଶଃ କଠିନ ହୋଇଥିଲା। ଏହାପରେ ପୃଥିବୀରେ ମହାଜାଗତିକ ରଶ୍ମୀ ମଧ୍ୟରେ ପ୍ରଚଣ୍ଡ ଧକ୍କା ହୋଇଥିଲା।

ଚନ୍ଦ୍ରରେ ଥିଲା ବାୟୁମଣ୍ଡଳ

ଚନ୍ଦ୍ରରେ ଥିଲା ବାୟୁମଣ୍ଡଳ

ଓ୍ବାଶିଂଟନ: ନିୟୁତ ନିୟୁତ ବର୍ଷ ତଳେ ଚନ୍ଦ୍ରରେ ବାୟୁମଣ୍ଡଳ ଥିଲା ବୋଲି ମହାକାଶ ବିଜ୍ଞାନୀ କହିଛନ୍ତି। ଏହା ଚନ୍ଦ୍ରରେ ଥିବା ଆଗ୍ନେୟଗିରୀର ଉଦ୍‌ଗୀରଣ ଯୋଗୁ ସୃଷ୍ଟି ହୋଇଥିଲା।