
ନ୍ୟୁୟର୍କ: ୧୩।୮: ପ୍ରତ୍ୟହ ମୁଠାଏ ପିସ୍ତାବାଦାମ ସେବନ ଆପଣଙ୍କ ଶରୀରରେ ଭଲ କୋଲେଷ୍ଟେରଲର ସ୍ତର ବୃଦ୍ଧିରେ ସହାୟକ ହେବ। ଏକ ଗବେଷଣାରୁ ଜଣାପଡିଛି ଯେ, ପିସ୍ତାବାଦାମ ଶରୀରରେ କେବଳ ଭଲ କୋଲେଷ୍ଟେରଲ- ହାଇ ଡେନସିଟି ଲିପୋପ୍ରୋଟିନ (ଏଚ୍ଡିଏଲ୍ କୋଲେଷ୍ଟେରଲ) ସ୍ତର ବୃଦ୍ଧି କରି ନ ଥାଏ ଏହା ଖରାପ କଲେଷ୍ଟେରାଲ- ଲୋ ଡେନସିଟି ଲିପୋପ୍ରୋଟିନ (ଏଲ୍ଡିଏଲ୍ କୋଲେଷ୍ଟେରଲ)କୁ ହଟାଇ ଦେଇଥାଏ। ଏହାଛଡ଼ା ଆଲମଣ୍ଡ ଟିସୁରେ ଯଥା ଧମନୀରେ କୋଲେଷ୍ଟେରଲ ଏକାଠି କରିବା ସହ ଶରୀରରୁ ବାହାର କରିଦେଇଥାଏ। ପ୍ରଥମେ ଏଚଡିଏଲ କୋଲେଷ୍ଟେରଲ ପ୍ରବାହିତ ହେବା ସମୟରେ ବହୁତ ଛୋଟ ଆକାର ଥାଏ। ପରେ ଏହା ବୃଦ୍ଧି ପାଇ ଗୋଲାକାର ହେବା ସହ ଯକୃତରେ କୋଲେଷ୍ଟେରଲ ଜମାହେବାକୁ ରୋକିଥାଏ ବୋଲି ପେନସିଲଭାନିଆ ୟୁନିଭରସିଟିର ପ୍ରଫେସର ପେନି କ୍ରିସ୍-ଏଥରଟନ କହିଛନ୍ତି। କେତେ ପରିମାଣର କୋଲେଷ୍ଟେରଲ ଏହା ଜମା କରୁଛି ତଦନୁଯାୟୀ ଏଚ୍ଡିଏଲ୍ କୋଲେଷ୍ଟେରଲ ୫ ଭାଗରେ ବିଭକ୍ତ। ଏହା ସବୁଠାରୁ କ୍ଷୁଦ୍ରତମ ପ୍ରି ବେଟା-୧ରୁ ସର୍ବାଧିକ ପୂର୍ଣ୍ଣାଙ୍ଗ ଏ-୧ପର୍ଯ୍ୟନ୍ତ ହୋଇଥାଏ। ଏକ ବିଶେଷଜ୍ଞ ଟିମ୍ ଦୁଇଟି ବର୍ଗର ଲୋକଙ୍କୁ ନେଇ ଗବେଷଣା କରିଥିଲା। ଗୋଟିଏ ବର୍ଗର ଲେକ ୬ ସପ୍ତାହ ପର୍ଯ୍ୟନ୍ତ ଦୈନକ ମୁଠାଏ ଅର୍ଥାତ ୪୩ ଗ୍ରାମ ଆଲମଣ୍ଡ ଖାଉଥିବା ବେଳେ ଅନ୍ୟ ବର୍ଗର ଲୋକମାନେ ପାଚିଲା କଦଳୀରେ ପ୍ରସ୍ତୁତ କେକ୍ ଖାଇଥିଲେ। ଦୈନିକ ଆଲମଣ୍ଡ ଖାଉଥିବା ବ୍ୟକ୍ତମାନଙ୍କ ଏ-୧ ଏଚଡିଏଲ ୧୯ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଏହା ଏଚ୍ଡିଏଲ୍ର କାର୍ଯ୍ୟକାରିତାକୁ ୬.୪ ପ୍ରତିଶତକୁ ବୃଦ୍ଧି କରିଥାଏ। ଯାହାକି ହୃଦ୍ରୋଗର ଆଶଙ୍କାକୁ କମ୍ କରିଥାଏ। ନ୍ୟୁଟ୍ରିଶନ ଜର୍ନାଲରେ ପ୍ରକାଶିତ ଏକ ଅନୁଧ୍ୟାନରୁ ଜଣାପଡିଛି। ଯଦିଓ ଆଲମଣ୍ଡ ହୃଦରୋଗ ଆଶଙ୍କାକୁ ସମ୍ପୂର୍ଣ୍ଣ ଦୂର କରି ପାରିବ ନାହିଁ ତଥାପି ଏହା ଏକ ଉତ୍ତମ ଜଳଖିଆ ଭାବେ ବ୍ୟବହାର କରାଯାଇପାରିବ। ଏଥିରେ ପ୍ରଚୁର ପରିମାଣର ଫ୍ୟାଟ୍, ଭିଟାମିନ-ଇ ଏବଂ ଫାଇବର ରହିଥାଏ ବୋଲି ଗବେଷଣାରୁ ଜଣାପଡିଛି।