ଫୁରସତ |

ଖାଇବା ବେଳେ ପାଣି ପିଇଲେ ହୁଏ ମଧୁମେହ

ଖାଇବା ବେଳେ ପାଣି ପିଇଲେ ହୁଏ ମଧୁମେହ
ନୂଆଦିଲ୍ଲୀ, ୧୩।୮ :ଖାଦ୍ୟ ଖାଇବାବେଳେ ପାଣି ପିଇବା ମନା। କାରଣ ଏହା ହଜମ ପ୍ରକ୍ରିୟାକୁ ଗୁରୁତର ପ୍ରଭାବିତ କରେ। ଆମ ଜାଣିବା ରଖିବା ଉଚିତ ଯେ, ଖାଦ୍ୟ ଖାଇବା ଆରମ୍ଭ ହେବାମାତ୍ରେ ହଜମକାରୀ ପାଚକ ରସ ସ୍ବତଃ ଉତ୍ପନ୍ନ ହୋଇଥାଏ। ଯାହା ଖାଦ୍ୟ ସହ ମିଶି ତାହାକୁ ହଜମ କରାଇଥାଏ। ଯଦି ଖାଇବା ବେଳେ ଆମେ ପାଣି ପିଇବା ତାହାହେଲେ ପାଚକ ରସ ପତଳା ହୋଇଯାଏ। ଫଳରେ ହଜମ ପ୍ରକ୍ରିୟା ଧିମା ହୋଇଯାଏ ଏବଂ ଦୀର୍ଘସମୟ ଧରି ଖାଦ୍ୟ ପାଚନ ହୋଇ ପାରେନାହିଁ। ଏଥିରୁ ବଦହଜମି, ଗ୍ୟାସ୍‌, ଛାତି ଜଳାପୋଡ଼ା ଭଳି ସମସ୍ୟା ସୃଷ୍ଟି ହୁଏ। ଏଭଳି ଦୀର୍ଘଦିନ ଲାଗି ରହିଲେ ମାରାତ୍ମକ ରୋଗ ସୃଷ୍ଟି ହୁଏ। ଆମ ଶରୀର ଖାଦ୍ୟକୁ ଭଲ ଭାବେ ହଜମ କରିବାରେ ସକ୍ଷମ ନ ହେଲେ ଖାଦ୍ୟରୁ ଗ୍ଲୁକୋଜ ସୃଷ୍ଟି ହୋଇ ଯକୃତରେ ଜମା ବାନ୍ଧେ। ପରବର୍ତ୍ତୀ ସମୟରେ ଶରୀରର ଇନ୍‌ସୁଲିନ ସ୍ତର ପ୍ରଭାବିତ ହେବା ସହ ରକ୍ତ ଶର୍କରା ସ୍ତର ବୃଦ୍ଧି ପାଇଥାଏ, ଯାହା ମଧୁମେହ ରୋଗର କାରଣ ହୋଇଥାଏ।  ଖାଦ୍ୟ ଖାଇବା ବେଳେ ପାଣି ପିଇବାକୁ ଇଚ୍ଛା କରିବା ପଛରେ କେତେକ କାରଣ ରହିଛି। ପୁଷ୍ଟିବିଜ୍ଞାନୀ ସୋନାଲି ସଭେରଓ୍ବାଲ କୁହନ୍ତି, ଖାଦ୍ୟରେ ଅଧିକ ପରିମାଣର ଲୁଣ ରହିଲେ ଆମକୁ ଶୋଷିଲା କରିଦିଏ। ଫଳରେ ଆମେ ଖାଇବାବେଳେ ପାଣି ପିଇବାକୁ ଇଚ୍ଛା କରୁ। ସେହିପରି ଅନେକ ସମୟରେ ଆମେ ଶୀଘ୍ର ଖାଇଥାଉ। ଏଣୁ ଗଳାରୁ ଖାଦ୍ୟ ହଟାଇବା ପାଇଁ ବାରମ୍ବାର ପାଣି ପିଇଥାଉ। ଏହିସବୁକୁ ନିୟନ୍ତ୍ରଣ କରିପାରିଲେ ଖାଇବାବେଳେ ପାଣି ପିଇବାକୁ ପଡ଼ିବ ନାହିଁ। ଏହାଛଡ଼ା ଖାଦ୍ୟକୁ ଭଲ ଭାବେ ଏବଂ ଧୀରେ ଧୀରେ ଚୋବାଇ ଖାଇବା ଉଚିତ। ଏହାଦ୍ୱାରା ପାଚକ ରସ ଭଲ ଭାବେ ଖାଦ୍ୟ ସହ ମିଶି ପେଟକୁ ଯାଇଥାଏ ଏବଂ ହଜମ କାର୍ଯ୍ୟକୁ ସହଜ କରିଥାଏ। 
All Right Reserved By

ଫୁରସତ |

ନଭେମ୍ବର ୨୩ରେ ସାଥୀ ତୁ ଫେରିଆ

ନଭେମ୍ବର ୨୩ରେ ସାଥୀ ତୁ ଫେରିଆ

ମନ ପସନ୍ଦର ସାଥୀଟିଏ ମିଳିଗଲେ ତା’ ସହ ସୁଖଦୁଃଖ ଶେୟାର କରିହୁଏ। ବେଳେବେଳେ ଠିକ୍‌ ବାଟରେ ଯିବାକୁ ସାଥୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ତେଣୁ ଜୀବନରେ ଭଲ ସାଥୀଟିଏ ନିହାତି ଲୋଡା। 

ପକେଟରେ ରଖନ୍ତୁ ମୟୂର ପର...

ପକେଟରେ ରଖନ୍ତୁ ମୟୂର ପର...

ପକେଟରେ ମୟୂର ପର ରଖିଲେ ଅନେକ ବାଧାବିଘ୍ନ କଟିଯାଇଥାଏ। ଏନେଇ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ମୟୂର ପର ବୁଧ ମହାଗ୍ରହଙ୍କୁ ପ୍ରତିନିଧିତ୍ୱ କରେ। 

ନବରାତ୍ରୀରେ କାହିଁକି ପିଆଜ-ରସୁଣ ମନା...

ନବରାତ୍ରୀରେ କାହିଁକି ପିଆଜ-ରସୁଣ ମନା...

ନବରାତ୍ରୀରେ ଦଶମହାବିଦ୍ୟାଙ୍କ ଉପାସନା କରାଯାଏ। ତେଣୁ ଏହି ସମୟରେ ସାଧକ ପ୍ରାୟତଃ ତାମସିକ ଭୋଜନଠାରୁ ଦୂରେଇ ରୁହନ୍ତି। ପିଆଜ ରସୁଣ ତାମସିକ ଖାଦ୍ୟ। 

ମନପସନ୍ଦ କନ୍ୟା ପାଇଁ ପରୀକ୍ଷା ଦେଲେ ୨୫୦ ଯୁବକ

ମନପସନ୍ଦ କନ୍ୟା ପାଇଁ ପରୀକ୍ଷା ଦେଲେ ୨୫୦ ଯୁବକ

ସାଧାରଣତଃ ଚାକିରି ଖଣ୍ଡେ ପାଇଁ ବାରମ୍ବାର ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କିନ୍ତୁ ବିବାହ ପୂର୍ବରୁ ମନପସନ୍ଦର କନ୍ୟା ପାଇବା ପାଇଁ କେବେ ବର ପରୀକ୍ଷା ଦେବା କଥା ଶୁଣିଛନ୍ତି କି?

୪ ବୃହତ୍‌ ଗ୍ରହ ଆବିଷ୍କାର

୪ ବୃହତ୍‌ ଗ୍ରହ ଆବିଷ୍କାର

ଲଣ୍ଡନ: ବୈଜ୍ଞାନିକମାନେ ଏକ ନୂଆ ନକ୍ଷତ୍ରମଣ୍ଡଳରେ ୪ଟି ବୃହତ୍‌ ଗ୍ରହ ଆବିଷ୍କାର କରିଛନ୍ତି। ଏଗୁଡିକର ଆକୃତି ବୃହସ୍ପତି ଓ ଶନିଗ୍ରହ ସହିତ ସମାନ। ଉକ୍ତ ନକ୍ଷତ୍ର ‘ସିଆଇ ଟାଉ’ ୫୦୦ ଆଲୋକବର୍ଷ ଦୂରତାରେ ଅବସ୍ଥିତ। ଏହା ଗାଲାକ୍ସିର ‘ନର୍ସରି’ ରିଜିୟନ୍‌ ମଧ୍ୟରେ ରହିଥିବା କେମ୍ବ୍ରିଜ ୟୁନିଭର୍ସିଟିର ଗବେଷକମାନେ ପ୍ରକାଶ କରିଛନ୍ତି। 

ଭାରତରେ ଅସ୍ତ୍ରୋପଚାର ଦ୍ୱାରା ଜନ୍ମିତ ଶିଶୁଙ୍କ ସଂଖ୍ୟା ୨ଗୁଣ ବୃଦ୍ଧି

ଭାରତରେ ଅସ୍ତ୍ରୋପଚାର ଦ୍ୱାରା ଜନ୍ମିତ ଶିଶୁଙ୍କ ସଂଖ୍ୟା ୨ଗୁଣ ବୃଦ୍ଧି

 ଲଣ୍ଡନ: ଭାରତରେ (ସିଜେରିଆନ୍‌ ସେକ୍ସନ୍‌) ପ୍ରସୂତିକାଳୀନ ଅସ୍ତ୍ରୋପଚାର ଦ୍ୱାରା ଜନ୍ମିତ ଶିଶୁଙ୍କ ସଂଖ୍ୟା ଦୁଇଗୁଣ ହୋଇଛି। ୨୦୦୫-୦୬ରେ ଏହି ପଦ୍ଧତିରେ ଜନ୍ମିତ ଶିଶୁଙ୍କ ସଂଖ୍ୟା ୯% ଥିବାବେଳେ ୨୦୧୫-୧୬ରେ ଏହା ୧୮.୫%କୁ ବୃଦ୍ଧି ପାଇଛି। ଲାନ୍‌ସେଟ୍‌ ଜର୍ନାଲ୍‌ରେ ପ୍ରକାଶିତ ତଥ୍ୟରୁ ଏହି ସୂଚନା ମିଳିଛି। ବିଶ୍ୱରେ ୨୦୦୦ରୁ ୨୦୧୫ ମଧ୍ୟରେ ସି-ସେକ୍ସନ୍‌ ଦ୍ୱାରା ଜନ୍ମିତ ଶିଶୁଙ୍କ ସଂଖ୍ୟା ୨ଗୁଣ ହୋଇଥିବା ଏଥିରେ କୁହାଯାଇଛି।

କୁକୁରଙ୍କ ପାଇଁ ହୁଇଲ୍‌ ଚେୟାର

କୁକୁରଙ୍କ ପାଇଁ ହୁଇଲ୍‌ ଚେୟାର

ଭଦୋଦରା: ଏମ୍‌ଏସ୍‌ ୟୁନିଭର୍ସିଟି ଇଞ୍ଜିନିୟରିଂ ଛାତ୍ରଙ୍କ ଉଦ୍‌ଭାବନ ସଡକ ଦୁର୍ଘଟଣାରେ  ଗୋଡ ହରାଇଥିବା କୁକୁରଙ୍କ ପାଇଁ ସାହାରା ହେବ। ଏହାଦ୍ୱାରା କୁକୁର ପାଳକ ତଥା ପ୍ରାଣୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇପାରିଛି।

ଏମିତି ରେଷ୍ଟୁରାଣ୍ଟ ଯେଉଁଠି ମିଳେ ଚିକିତ୍ସାଳୟର  ଅନୁଭୁତି

ଏମିତି ରେଷ୍ଟୁରାଣ୍ଟ ଯେଉଁଠି ମିଳେ ଚିକିତ୍ସାଳୟର ଅନୁଭୁତି

ଆମେରିକା ଏରିଜୋନାରେ ରହିଛି ଏକ ରେଷ୍ଟୁରାଣ୍ଟ। ଏଠାକାର ପରିବେଶ ସମ୍ପୂର୍ଣ୍ଣ ଭାବେ ଚିକିତ୍ସାଳୟ ଭଳି। ରେଷ୍ଟୁରାଣ୍ଟର ନା ହାର୍ଟଆଟାକ।

ଦାମ୍ପତ୍ୟ ଜୀବନରେ ବୟସ ତାରତମ୍ୟ  ଆଣେ ବିଚ୍ଛେଦ

ଦାମ୍ପତ୍ୟ ଜୀବନରେ ବୟସ ତାରତମ୍ୟ ଆଣେ ବିଚ୍ଛେଦ

ଏଜ୍‌ଗ୍ୟାପ୍‌ ବା ବୟସ ତାରତମ୍ୟ ଦାମ୍ପତ୍ୟ ଜୀବନରେ ବିଚ୍ଛେଦ ଆଣିଥାଏ। ଏହା ଅଧିକ ରହିଲେ ବିଚ୍ଛେଦ ଆଶଙ୍କା ବଢ଼ିଥାଏ। ନିକଟରେ ଆଟଲାଣ୍ଟିକ୍‌  ଇମୋରୀ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ଉଲେଖ କରାଯାଇଛି।

ଭୂତ ସହ ସମ୍ପର୍କ ରଖି ମା’ ହେବେ ମହିଳା

ଭୂତ ସହ ସମ୍ପର୍କ ରଖି ମା’ ହେବେ ମହିଳା

ଇଂଲଣ୍ଡର ନଟିଙ୍ଗହାମରେ ରହୁଥିବା ଜଣେ ୩୦ ବର୍ଷୀୟା ମହିଳାଙ୍କ କାହାଣୀ ଶୁଣିଲେ ଯେ କେହି ଚକିତ ହୋଇଯିବେ। କାରଣ ଏମେଷ୍ଟି ରେଲମ ନାମକ ଏହି ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହେବା ପରେ ଭୂତଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା କହିଛନ୍ତି।

 ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରି ଯୁବକ ଗିରଫ

ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରି ଯୁବକ ଗିରଫ

ଚାଇନାର ସାଂଘାଇରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରି ଜଣେ ଯୁବକ ଗିରଫ ହୋଇଛନ୍ତି। ଗିରଫ ପରେ ନିଜ ଭୁଲ ମଧ୍ୟ ସ୍ବୀକାର କରିଛନ୍ତି ଯୁବକ।

ଯେଉଁଠି ଆଳତି ହେଲେ ମନ୍ଦିରକୁ ଆସନ୍ତି ଭାଲୁ

ଯେଉଁଠି ଆଳତି ହେଲେ ମନ୍ଦିରକୁ ଆସନ୍ତି ଭାଲୁ

ଛତିଶଗଡର ମହାସମୁନ୍ଦ୍‌ ଜିଲାରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ଆଳତି ଦେଖିବା ପାଇଁ ଭାଲୁମାନେ ଆସିଥାନ୍ତି। ଘୁଞ୍ଚାପାଲି ଗ୍ରାମରେ ରହିଛି ଚଣ୍ଡି ଦେବୀଙ୍କ ମନ୍ଦିର।