ରାଜ୍ୟ |

ଛାତ୍ର ଭାତ, ଲୁଣ ଖାଇବା ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ

ଛାତ୍ର ଭାତ, ଲୁଣ ଖାଇବା ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ

ମାଲକାନଗିରି, ୨୯।୭: ଶୋରିଷମାଳ ସେବାଶ୍ରମ ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ଭାତ ଓ ଲୁଣ ଦେବା ଘଟଣା ସ୍କୁଲ ପ୍ରଧାନ ଶିକ୍ଷକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ମାଲକାନଗିରି ଜିଲାପାଳ କେ. ସୁଦର୍ଶନ, ସେବାଶ୍ରମ ପ୍ରଧାନ ଶିକ୍ଷକ ସୁକାନ୍ତ ବେହେରା ଓ ହଷ୍ଟେଲ ରୋଷେୟା ମଞ୍ଜୁ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ରାତ୍ର ଭୋଜନରେ ଭାତ ଓ ଲୁଣ ଦିଆଯାଇଥିଲା। ସ୍ଥାନୀୟ ସରପଞ୍ଚ ଏବଂ ଅଭିଭାବକମାନେ ଘଟଣା ସମ୍ପର୍କରେ ଜାଣିବା ପରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ।

All Right Reserved By

ରାଜ୍ୟ |

ଭଙ୍ଗା ଗୃହ ତଳେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଭଙ୍ଗା ଗୃହ ତଳେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଗଣିଆ,୨୨।୭(ଡି.ଏନ୍‌.ଏ.)- ଶିକ୍ଷା ହିଁ ବିକାଶର ମାପକାଠି। ଶିକ୍ଷା ବିନା ବିକାଶ ଅସମ୍ଭବ। ସଭିଏଁ ପଢିବେ ସଭିଏଁ ବଢିବେ ବୋଲି ନାରା ଦେବା ସହ ସରକାର ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନ, ପୋଷାକ, ବହି ଓ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଦିଗରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି।

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ :  ସଚେତନତା ଅପେକ୍ଷା ରାଜନୀତି ଅଧିକ

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ : ସଚେତନତା ଅପେକ୍ଷା ରାଜନୀତି ଅଧିକ

ଜଗତ୍‌ସିଂହପୁର ଅଫିସ,୨୨।୭: ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଶନିବାର ଅପରାହ୍ନରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ତେବେ କୃଷକଙ୍କ ସଚେତନତା ନିମନ୍ତେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସଚେତନତା ଅପେକ୍ଷା ରାଜନୀତି ଅଧିକ ଦେଖିବାକୁ ମିଳିଛି।

ଟ୍ରାଫିକ୍‌ ନିୟନ୍ତ୍ରଣ କରୁଥିବା ସ୍ବେଚ୍ଛାସେବୀଙ୍କୁ ଅଣଦେଖା: ନିରାପତ୍ତା ସହ ଅନ୍ୟ ସୁବିଧା ଯୋଗାଇ ଦେବାକୁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୨।୭(ବ୍ୟୁରୋ): କଟକ ଭୁବନେଶ୍ୱର ଦ୍ୱୈତ ମହାନଗରୀର ବିଭିନ୍ନ ଛକ ଓ ସମ୍ବେଦନଶୀଳ ସ୍ଥାନରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ଛାତ୍ରୀଛାତ୍ରଙ୍କୁ କମିଶନରେଟ ପୋଲିସ ଅଣଦେଖା କରୁଛି। ଏପରି କି ସେମାନେ ନିଜ ଜୀବନକୁ ବାଜି ଲଗାଇ ଟ୍ରାଫିକ୍‌ ପରିଚାଳନା କରୁଥିଲେ ମଧ୍ୟ ଟ୍ରାଫିକ୍‌ କନଷ୍ଟେବଳଙ୍କ ପରି ଏମାନଙ୍କୁ କିଛି ବି ସୁବିଧା ଯୋଗାଇ ଦିଆଯାଉନାହିଁ।

ଉଦ୍‌ଘାଟିତ ହେଲା ‘ଉତ୍କଳ ରଙ୍ଗମଞ୍ଚ’: କଳା, ସଂସ୍କୃତିର ପ୍ରଚାର ପ୍ରସାରରେ ସହାୟକ ହେବ

ଉଦ୍‌ଘାଟିତ ହେଲା ‘ଉତ୍କଳ ରଙ୍ଗମଞ୍ଚ’: କଳା, ସଂସ୍କୃତିର ପ୍ରଚାର ପ୍ରସାରରେ ସହାୟକ ହେବ

ଭୁବନେଶ୍ୱର,୨୨।୭(ବ୍ୟୁରୋ)- ରାଜଧାନୀରେ ଉଦ୍‌ଘାଟିତ ହୋଇଛି ଆଉଏକ ସରକାରୀ ପ୍ରେକ୍ଷାଳୟ। ଶନିବାର ପ୍ରବଳ ବର୍ଷା ସତ୍ତ୍ୱେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଉଦ୍‌ଘାଟିତ ହୋଇଛି ବହୁ ପ୍ରତୀକ୍ଷିତ ‘ଉତ୍କଳ ରଙ୍ଗମଞ୍ଚ’।

ର଼୍ୟାମ୍ପ୍‌ରେ ପ୍ରକୃତି, ଜିଜ୍ଞାସାଙ୍କ କରିସ୍ମା: ‘ପେଷ୍‌ ଆଫେୟାର୍‌’ର ନୂଆ ଫ୍ୟାଶନ ମାଗାଜିନ୍‌

ର଼୍ୟାମ୍ପ୍‌ରେ ପ୍ରକୃତି, ଜିଜ୍ଞାସାଙ୍କ କରିସ୍ମା: ‘ପେଷ୍‌ ଆଫେୟାର୍‌’ର ନୂଆ ଫ୍ୟାଶନ ମାଗାଜିନ୍‌

ଭୁବନେଶ୍ୱର,୨୨।୭(ବ୍ୟୁରୋ)- ଆଧୁନିକ ସହ ପାରମ୍ପରିକ ଫ୍ୟାଶନର ସମିଶ୍ରଣରେ ପ୍ରସ୍ତୁତ ନୂଆ ଡିଜାଇନ୍‌ର ପୋଷାକ ପିନ୍ଧି ର଼୍ୟାମ୍ପ୍‌ରେ ଚାଲିଥିଲେ ମଡେଲ। ହିନ୍ଦୀ ଧାରାବାହିକ ‘ଥପ୍‌କି ପ୍ୟାର୍‌କି’ର ଅଭିନେତ୍ରୀ ଜିଜ୍ଞାସା ସିଂ ଓ ‘ବିଟ୍ଟି ବିଜ୍‌ନେସ୍‌ଓ୍ବାଲୀ’ର ମୁଖ୍ୟ ନାୟିକା ତଥା ଓଲିଉଡ୍‌ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ବହୁ ନାମୀଦାମୀ ମଡେଲ ର଼୍ୟାମ୍ପ୍‌ରେ ନିଜର କରିସ୍ମା ଦେଖାଇଥିଲେ।

ବୁଡ଼ିଲା ସ୍ମାର୍ଟସିଟି: ଡ୍ରେନ ପାଣିରେ ଭାସିଗଲା ମିନି ଟ୍ରକ

ବୁଡ଼ିଲା ସ୍ମାର୍ଟସିଟି: ଡ୍ରେନ ପାଣିରେ ଭାସିଗଲା ମିନି ଟ୍ରକ

ଭୁବନେଶ୍ୱର,୨୨।୭(ବ୍ୟୁରୋ)- ଲଘୁଚାପ ବର୍ଷାରେ ଅଣନିଃଶ୍ୱାସୀ ହୋଇଛନ୍ତି ସ୍ମାର୍ଟସିଟି ବାସିନ୍ଦା। ଦୀର୍ଘଦିନର ଡ୍ରେନେଜ ସମସ୍ୟା ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଛି। ଶୁକ୍ରବାର ରାତିରୁ ଆରମ୍ଭ ହୋଇଥିବା ବର୍ଷା ଶନିବାର ପର୍ଯ୍ୟନ୍ତ ଲାଗି ରହିବାରୁ ସହର ଜଳମଗ୍ନ ହୋଇପଡ଼ିଥିଲା। ତଳିଆ ଅଞ୍ଚଳବାସୀ ପାଣି ଘେରରେ ରହିଥିଲେ।

‘ଲୟୋଲା ସିନର୍ଜୀ-୨୦୧୮’: ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ ଛାତ୍ରୀଛାତ୍ର

‘ଲୟୋଲା ସିନର୍ଜୀ-୨୦୧୮’: ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୨।୭(ବ୍ୟୁରୋ)- ବୃକ୍ଷଲତା, ଜୀବଜନ୍ତୁ, ନଦୀନାଳ, ମାନବ ସମାଜକୁ ନେଇ ଗଠିତ ଏହି ପରିବେଶ। ଯଦି କେଉଁଥିରେ ବି ସାମାନ୍ୟତମ ଅସୁବିଧା ଦେଖାଦିଏ ବା ଅସନ୍ତୁଳନ ସୃଷ୍ଟି ହୁଏ, ତେବେ ଏଠି ବଞ୍ଚତ୍ବା କଷ୍ଟକର ହୋଇପଡ଼ିବ। ପରିବେଶରେ ସନ୍ତୁଳନ ରକ୍ଷା ଲାଗି ବ୍ୟକ୍ତିଗତ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ।

ଓଡ଼ିଆ ସାହିତ୍ୟକୁ କାଳିନ୍ଦୀଚରଣଙ୍କ ଅବଦାନ ଅବିସ୍ମରଣୀୟ

ଓଡ଼ିଆ ସାହିତ୍ୟକୁ କାଳିନ୍ଦୀଚରଣଙ୍କ ଅବଦାନ ଅବିସ୍ମରଣୀୟ

ଭୁବନେଶ୍ୱର,୨୨।୭(ବ୍ୟୁରୋ)- କେନ୍ଦ୍ର ସାହିତ୍ୟ ଏକାଡେମୀ, ସ୍ନାତକୋତ୍ତର ଓଡ଼ିଆ ବିଭାଗ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ସୁସାହିତି୍ୟକ ‘କାଳିନ୍ଦୀଚରଣ ପାଣିଗ୍ରାହୀ’ ଶୀର୍ଷକ ଆଲୋଚନାଚକ୍ର ଶନିବାର ଅନୁଷ୍ଠିତ ହୋଇଯାଇଛି।

ଟ୍ରେଲର ପଛକୁ ପିଟିଲା କାର୍‌: ୩ ମୃତ

ଭୁବନେଶ୍ୱର, ୨୨।୭(ବ୍ୟୁରୋ)- ସ୍ଥାନୀୟ ସତ୍‌ସଙ୍ଗବିହାର ସମ୍ମୁଖ ଓଭରବ୍ରିଜ୍‌ରେ ଶନିବାର ରାତି ପ୍ରାୟ ୧୨ଟାରେ ଏକ ଦୁର୍ଘଟଣା ଘଟି ୩ଜଣଙ୍କ ମୃତ୍ୟୁ ହୋଇଛି। ନୟାପଲ୍ଲୀପଟୁ ରସୁଲଗଡ଼ ଅଭିମୁଖେ ଦ୍ରୁତଗତିରେ ଆସୁଥିବା ଏକ ସୁଇଫ୍ଟ କାର୍‌ ସାମ୍ନାରେ ଯାଉଥିବା ଗୋଟିଏ ଟ୍ରେଲର ପଛପଟକୁ ଧକ୍କା ଦେଇଥିଲା।

ବିମାନବନ୍ଦର, ରାଜଭବନ ପାଚେରି ଭୁଶୁଡ଼ିଲା

ବିମାନବନ୍ଦର, ରାଜଭବନ ପାଚେରି ଭୁଶୁଡ଼ିଲା

ଭୁବନେଶ୍ୱର,୨୨।୭(ବ୍ୟୁରୋ)- ଶନିବାର ପ୍ରବଳ ବର୍ଷାରେ ରାଜଧାନୀର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିବାବେଳେ ଏଥିରୁ ବାଦ୍‌ ପଡ଼ିନି ବିମାନବନ୍ଦର ଏବଂ ରାଜଭବନ। ବର୍ଷା ଯୋଗୁ ବିମାନବନ୍ଦର ସମେତ ରାଜଭବନର ପାଚେରି ଭୁଶୁଡ଼ି ପଡ଼ିଛି।

 ବିନା ସୁରକ୍ଷାରେ ରାଜରାସ୍ତା ପାର ହେଉଛନ୍ତି ପିଲା

ବିନା ସୁରକ୍ଷାରେ ରାଜରାସ୍ତା ପାର ହେଉଛନ୍ତି ପିଲା

ବିଶୋଇ,୨୨।୭ : ଭଦ୍ରକ ଜିଲା ରାଣୀତାଲର ରାହାଞ୍ଜ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ଟ୍ରକ ଚକା ତଳେ ଚାପି ହୋଇ ୫ ନିରୀହ ଛାତ୍ରଛାତ୍ରୀଙ୍କ ଜୀବନଦୀପ ଲିଭିଗଲା। ଏହି ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା। ଅଭିଭାବକମାନେ ପିଲାଙ୍କ ସୁରକ୍ଷା ପାଇଁ ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି। ହେଲେ ଚେତୁ ନାହାନ୍ତି ସ୍କୁଲ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନିକ ଅଧିକାରୀ। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ବିଶୋଇ ବ୍ଲକ ଅଧୀନରେ ଥିବା ବିଶୋଇ ନୋଡାଲ ଉ:ପ୍ରା ବିଦ୍ୟାଳୟରେ । ପ୍ରତ୍ୟେହ ରାଜରାସ୍ତା ପାର ହୋଇ ଏହି ସ୍କୁଲର ୫ଶହରୁ ଊର୍ଦ୍ଧ୍ୱ ହଷ୍ଟେଲ ଛାତ୍ରୀଛାତ୍ର ସ୍କୁଲ ଯାଉଛନ୍ତି। ଉକ୍ତ ସମୟରେ ରାସ୍ତାରେ ଟ୍ରକ, ବସ୍‌ ଯାଉଥିବା ବେଳେ ପିଲାମାନେ ଅସୁରକ୍ଷିତ ଭାବେ ରାସ୍ତା ପାର ହେଉଛନ୍ତି।

ପାସ୍‌ପୋର୍ଟ ଭେରିଫିକେଶନ ପାଇଁ ହାତଗୁଞ୍ଜା: ଅଭିନେତ୍ରୀଙ୍କୁ ଲାଞ୍ଚ ମାଗି ରାଇଟର ନିଲମ୍ବିତ

ଭୁବନେଶ୍ୱର,୨୨।୭(ବ୍ୟୁରୋ)- ପାସପୋର୍ଟ ଭେରିଫିକେଶନ ପାଇଁ ଥାନାରେ ଦରକାର ପଡ଼ୁଛି ହାତଗୁଞ୍ଜା। ଏହାର ଉଦାହରଣ ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ଥାନାରେ। ଜଣେ ଅଭିନେତ୍ରୀଙ୍କ ପାସ୍‌ପୋର୍ଟ ଭେରିଫିକେଶନ ପାଇଁ ଲାଞ୍ଚ ମାଗିବା ଅଭିଯୋଗରେ ଥାନାର ରାଇଟର ଖୁର୍ସିଦ ଖାଁଙ୍କୁ ନିଲମ୍ବନ କରାଯାଇଛି।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ