ଫୁରସତ |

୪ ଦିନରେ ଗଠନ ହୁଏ ମାନବ ହୃଦୟ

୪ ଦିନରେ ଗଠନ ହୁଏ ମାନବ ହୃଦୟ

ଲଣ୍ଡନ: ଗର୍ଭାଶୟରେ ମାତ୍ର ୪ ଦିନ ମଧ୍ୟରେ ଗଠନ ହୋଇଥାଏ ମାନବ ହୃଦୟ (ହାର୍ଟ)। ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଏହି ଅଧ୍ୟୟନର ନିଷ୍କର୍ଷ ଗର୍ଭ ନଷ୍ଟକୁ ରୋକିବାରେ ନୂଆ ପଥ ଦେଖାଇବ ବୋଲି ଆକଳନ କରାଯାଉଛି।
ନ୍ୟାଚୁରାଲ ଜର୍ନାଲ ସାଇଣ୍ଟିଫିକ୍‌ ରିପୋର୍ଟରେ ପ୍ରକାଶିତ ଏହି ଅଧ୍ୟୟନରେ ଗର୍ଭଧାରଣର ୧୩ରୁ ୨୦ ସପ୍ତାହ ମଧ୍ୟରେ କିପରି ହୃଦୟ ବିକଶିତ ହୁଏ ତାହା ଦର୍ଶାଯାଇଛି। ବ୍ରିଟେନ୍‌ ସ୍ଥିତ ଲଡ୍‌ସ୍‌ ୟୁନିଭରସିଟିର ବିଶେଷଜ୍ଞମାନଙ୍କ ସମେତ ଗବେଷକମାନେ ଏ ସମ୍ପର୍କରେ ଜାଣିବା ସକାଶେ ଏମ.ଆର.ଆଇ .ଟେକ୍ନୋଲୋଜି, ସ୍ବତନ୍ତ୍ର ଭାବେ ଲିଖିତ ଆଲ୍‌ଗୋରିଥିମ୍‌ସ ଏବଂ ୩ଡି କମ୍ପ୍ୟୁଟର ସଫ୍ଟଓ୍ବେରର ସହାୟତା ନେଇଥିଲେ। ଏହି ସଫ୍ଟଓ୍ବେର ବ୍ୟବହାର କରି ସେମାନେ ୨୩ଟି ଭ୍ରୂଣର ହାର୍ଟ ପରୀକ୍ଷା କରିଥିଲେ। ଏହି ଭ୍ରୂଣଗୁଡ଼ିକର ବୟସ ଗର୍ଭାଶୟରେ ୯୫ରୁ ୧୪୩ ଦିନ ମଧ୍ୟରେ ଥିଲା। ସେମାନେ ଏଥିରୁ ଦେଖିଥିଲେ ଯେ, ଗର୍ଭଧାରଣର ୧୨୪ ଦିନ ମଧ୍ୟରୁ ମାତ୍ର ୪ ଦିନରେ ଭ୍ରୂଣର ସର୍ବାଧିକ ପରିବର୍ତ୍ତନ ଘଟିଥାଏ। ଏହି ସ୍ବଳ୍ପ ଦିନ ମଧ୍ୟରେ ହୃଦୟର ମାଂସପେଶୀ ତନ୍ତୁ ଦ୍ରୁତ ସଂଗଠିତ ହୋଇଥାଏ। କାର୍ଡିଆକ୍‌ ଫାଇବର ଗଠିତ ହୋଇ ହୃଦୟର ୪ଟି ଚାମ୍ଭର ସୃଷ୍ଟି କରିଥାଏ। ଗବେଷକମାନେ ଜାଣି ପାରିଛନ୍ତି ଯେ, ଭ୍ରୂଣର ସ୍ବାଭାବିକ ଭାବେ ହୃଦୟ ଗଠନ ନ ହୋଇପାରିବା ହେଉଛି ଗର୍ଭ ନଷ୍ଟର ଅନ୍ୟତମ କାରଣ। ୧୦ଟି ମଧ୍ୟରୁ ଉପରୋକ୍ତ କାରଣରୁ ଗୋଟିଏ ଗର୍ଭ ନଷ୍ଟର କାରଣ ବୋଲି ଗବେଷକମାନେ ଜାଣି ପାରିଛନ୍ତି।

All Right Reserved By

ଫୁରସତ |

ଶୋଇଥିବା ଅବସ୍ଥାରେ ବି ଆଖି ଥାଏ ଜାଗ୍ରତ

ଶୋଇଥିବା ଅବସ୍ଥାରେ ବି ଆଖି ଥାଏ ଜାଗ୍ରତ

ମଣିଷ ଶୋଇଥିବା ସମୟରେ ମଧ୍ୟ ଆଖି ଜାଗ୍ରତ ରହିଥାଏ। ସାରା ଶରୀର ଗଭୀର ନିଦ୍ରାରେ ଚଳତ୍‌ଶକ୍ତି ହୀନ ହୋଇଥିବାବେଳେ ଆଖି ରହିଥାଏ ସଜାଗ। ଏନେଇ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଗବେଷକ ସୂଚିତ କରିଛନ୍ତି। ଦୀର୍ଘଦିନ ଧରି ଗବେଷଣା କରିବା ପରେ ସେମାନେ ଏସମ୍ପର୍କିତ ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି।

ଜୁଇ ଚିତା ସାମ୍ନାରେ ନିଆଯାଏ ସାତଫେରା

ଜୁଇ ଚିତା ସାମ୍ନାରେ ନିଆଯାଏ ସାତଫେରା

ବିହାର ଦରଭଙ୍ଗା ଅଞ୍ଚଳରେ ରହିଛି ଏପରି ଏକ ସ୍ଥାନ ଯେଉଁଠି ଜୁଇ ଚିତା ଜଳୁଥିବା ସମୟରେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପାଇଁ ବାନ୍ଧିହୋଇଥାନ୍ତି ନବବିବାହିତ ଯୋଡ଼ା। ସେଠାକାର ଶ୍ୟାମା ମାଇ ମନ୍ଦିରରେ ଏପରି ଘଟଣା ଦେଖିବାକୁ ମିଳିଥାଏ। ଏହି ମନ୍ଦିର ଶ୍ମଶାନ ମଧ୍ୟରେ ରହିଛି।

ପୁରାତନ ବୃକ୍ଷରାଜିର ନବକଳେବର

ପୁରାତନ ବୃକ୍ଷରାଜିର ନବକଳେବର

କାଲିଫର୍ନିଆ: ବଢୁଥିବା ତାପମାତ୍ରା ଏବଂ ବଦଳୁଥିବା ପାଣିପାଗକୁ ଦୃଷ୍ଟିରେ ରଖି କାଲିଫର୍ନିଆର ୟୋସେମାଇଟ୍‌ ଜାତୀୟ ଉଦ୍ୟାନଠାରେ ଥିବା ହଜାର ହଜାର ବର୍ଷର ପୁରୁଣା ବୃକ୍ଷରାଜିକୁ ପୁନରୁଦ୍ଧାର କରାଯାଇ ନୂଆରୂପ ଦିଆଯାଇଛି। ୪୦ ମିଲିୟନ ଡଲାର ବିନିମୟରେ ଏହି ବୃକ୍ଷଗୁଡିକର ପୁନରୁଦ୍ଧାର କାର୍ଯ୍ୟ କରାଯାଇଥିଲା।

ମନ ପସନ୍ଦର ଜୀବନ ସାଥୀ ପାଇବାରେ ସହାୟତା କରେ ‘ନିଲମ୍‌’

ମନ ପସନ୍ଦର ଜୀବନ ସାଥୀ ପାଇବାରେ ସହାୟତା କରେ ‘ନିଲମ୍‌’

ନିଲମ୍‌ ଏକ ରହସ୍ୟମୟ ରତ୍ନ। ଧାରଣ କରିବାର ଅଳ୍ପ କିଛି ସମୟ ମଧ୍ୟରେ ଏହାର ପ୍ରଭାବ ଅନୁଭବ କରିହୁଏ। ଜୀବନରେ ଦେଖା ଦେଉଥିବା ଦାମ୍ପତ୍ୟ ସମସ୍ୟାର ସଫଳ ନିରାକରଣରେ ନିଲମ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମନ ପସନ୍ଦର ଜୀବନ ସାଥୀ ପାଇବା ଲାଗି ଏହାକୁ ବିଧିପୂର୍ବକ ଧାରଣ କଲେ ମିଳେ ସୁଫଳ।

ଜଳ ବିଶୋଧନ କରେ ସଜନା ମଞ୍ଜି

ଜଳ ବିଶୋଧନ କରେ ସଜନା ମଞ୍ଜି

ପୃଥିବୀରେ ପାନୀୟ ଜଳ ସଙ୍କଟ ବଢ଼ି ଚାଲିଛି। ବିଶୁଦ୍ଧ ପାନୀୟ ଜଳ ପୃଥିବୀର ୨୧୦ କୋଟି ଲୋକଙ୍କୁ ମିଳୁନି ବୋଲି ଜାତିସଂଘ ପକ୍ଷରୁ ସୂଚିତ କରାଯାଇଛି। ତେବେ ଆମେରିକା କାରନେଗି ମେଲେନ ବିଶ୍ୱବିଦ୍ୟାଳୟର ଗବେଷକ ଦୀର୍ଘ ଦିନ ଧରି ଗବେଷଣା କରି ଜାଣିପାରିଛନ୍ତି ଯେ, ସଜନା ମଞ୍ଜିରେ ଥିବା ବିଶୋଧକ ଦ୍ୱାରା ଜଳ ବିଶୋଧନ ସମ୍ଭବ ହୋଇପାରିବ।

ଯେଉଁଠି ଅପରାଧ ନୁହେଁ ମହିଳାଙ୍କୁ ଅପହରଣ

ଯେଉଁଠି ଅପରାଧ ନୁହେଁ ମହିଳାଙ୍କୁ ଅପହରଣ

ଭୂମଧ୍ୟସାଗରୀୟ ଅଞ୍ଚଳରେ ଥିବା ମାଲ୍ଟା ଦେଶରେ ରହିଛି ଏକ ଭିନ୍ନ ପରମ୍ପରା। ସେଠାରେ ମହିଳାଙ୍କୁ ଅପହରଣ କରିବା ଏକ ମାମୁଲି ଘଟଣା। ଅପହରଣକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ଦଣ୍ଡବିଧାନ କରାଯାଇ ନ ଥାଏ। ସେହିପରି ବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କୁ ସେଠାରେ ସମ୍ମାନ ଦୃଷ୍ଟିରେ ଦେଖାଯାଏ।

କୋବ୍ରାଠାରୁ ବି ବିଷଧର

କୋବ୍ରାଠାରୁ ବି ବିଷଧର

ପୃଥିବୀରେ ଥିବା ଜୀବଜନ୍ତୁଙ୍କ ମଧ୍ୟରେ ବ୍ଲାକ କୋବ୍ରାର ବିଷ ସବୁଠାରୁ ମାରାତ୍ମକ ବୋଲି କୁହାଯାଏ। ହେଲେ ତା’ଠାରୁ ଅଧିକ ବିଷାକ୍ତ ହେଉଛି ‘ହଗ୍‌ଓ୍ବିଡ’ ନାମକ ଏକ ଘାସ(ବୈଜ୍ଞାନିକ ନାମ ‘ହେରକିଲମ୍‌ ମେଟାଗୋଜିଏନମ୍‌’)।

ସ୍ତ୍ରୀଙ୍କ ସ୍ମୃତିରେ ନିର୍ମାଣ କଲେ ମନ୍ଦିର, ନିତି ପୂଜା କରନ୍ତି ସ୍ବାମୀ

ସ୍ତ୍ରୀଙ୍କ ସ୍ମୃତିରେ ନିର୍ମାଣ କଲେ ମନ୍ଦିର, ନିତି ପୂଜା କରନ୍ତି ସ୍ବାମୀ

ଶାହଜାହନ ମୁମତାଜଙ୍କ ପାଇଁ ‘ତାଜମହଲ’ ଗଢ଼ିବା ପରି ଭବ୍ୟ କାରୁକାର୍ଯ୍ୟ ନ ହେଲେ ମଧ୍ୟ ସ୍ତ୍ରୀଙ୍କ ପାଇଁ ମନ୍ଦିର ଗଢ଼ିଛନ୍ତି ଜଣେ ବ୍ୟକ୍ତି। ତେଲେଙ୍ଗାନାର ସିଦ୍ଧିପେତ ଜିଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ବିଦ୍ୟୁତ୍‌ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ ଚନ୍ଦ୍ର ଗୌଡ଼ ସ୍ତ୍ରୀ ରାଜମଣିଙ୍କ ସ୍ମୃତିରେ ଏକ ମନ୍ଦିର ନିର୍ମାଣ କରିଛନ୍ତି।

‘ଅନର କିଲିଂ’ ନୁହେଁ ଅପରାଧ

‘ଅନର କିଲିଂ’ ନୁହେଁ ଅପରାଧ

ମିଶର ଓ ସିରିଆରେ ଅନର କିଲିଂ ଅପରାଧ ପରିସର ଭୁକ୍ତ ନୁହେଁ। ଏଠାରେ ପ୍ରତିବର୍ଷ ଅନେକ ଏଭଳି ଘଟଣା ଘଟିଥାଏ।

ପୁରୁଣା ଶାଢ଼ିର ନୂଆ ରୂପ

ପୁରୁଣା ଶାଢ଼ିର ନୂଆ ରୂପ

ଶାଢ଼ି ଯେତେ ଦାମୀ ହେଉନା କାହିଁକି, କେବେ କେବେ ନୂଆ ପରେ ନୂଆ ଶାଢ଼ି କିଣିବା ଭିତରେ ଏହା ପିନ୍ଧା ନ ହୋଇ ଦୀର୍ଘଦିନ ଧରି ଆଲମିରାରେ ରହିଯାଏ ତ କେବେ ରହି ରହି ଅପ୍‌ଡେଟ୍‌ ଫ୍ୟାଶନ୍‌ ଦୁନିଆରେ ଆଉଟ୍‌ଡେଟେଡ୍‌ ହୋଇଯାଏ। ଆଉ ପୁରୁଣା ଶାଢ଼ି ଭାବେ ଏସବୁ ପାଲଟିଯାଏ ଅଦରକାରୀ। ହେଲେ ଅନେକେ ଏହାକୁ ନଷ୍ଟ କରିବା ପରିବର୍ତ୍ତେ ନୂଆ ରୂପ ଦେଇ କରିଥାନ୍ତି ପୁନଃ ବ୍ୟବହାର ଉପଯୋଗୀ...

ରାଜନୀତିରେ ମହିଳାଙ୍କ ପ୍ରତିନିଧିତ୍ୱ ଦୁର୍ନୀତି କମାଏ

ରାଜନୀତିରେ ମହିଳାଙ୍କ ପ୍ରତିନିଧିତ୍ୱ ଦୁର୍ନୀତି କମାଏ

ଓ୍ବାଶିଂଟନ୍‌: ଯେଉଁ ଦେଶର ସଂସଦରେ ଅଧିକ ସଂଖ୍ୟାରେ ମହିଳା ସଭ୍ୟ ଥାଆନ୍ତି ସେ ଦେଶରେ ଦୁର୍ନୀତି ଅପେକ୍ଷାକୃତ କମ୍‌ ହୋଇଥାଏ। ଜଣେ ମୂଳ ଭାରତୀୟଙ୍କ ସମେତ କେତେଜଣ ବୈଜ୍ଞାନିକ ୧୨୫ଟି ଦେଶରୁ ତଥ୍ୟ ସଂଗ୍ରହ କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ଏ ସମ୍ପର୍କିତ ଅଧ୍ୟୟନ ଜର୍ନାଲ୍‌ ଅଫ୍‌ ଇକୋନୋମିକ୍‌ ବିହେଭିୟର ଆଣ୍ଡ ଅର୍ଗାନାଇଜେଶନ୍‌ରେ ପ୍ରକାଶ ପାଇଛି।

ଅନ୍‌ ଲାଇନ୍‌ରେ ପଣ୍ଡିତ ବୁକିଂ

ଅନ୍‌ ଲାଇନ୍‌ରେ ପଣ୍ଡିତ ବୁକିଂ

ବିବାହ ଉତ୍ସବ ହେଉ ଅବା ପୂଜା ପାର୍ବଣ ଏଥିପାଇଁ ଦରକାର ପୂଜା ସାମଗ୍ରୀ ଏବଂ ପଣ୍ଡିତ। ଅନେକ ସମୟରେ ବିଶେଷ କରି ଗଣେଶ ପୂଜା, ସରସ୍ବତୀ ପୂଜା, ବିଶ୍ୱକର୍ମା ପୂଜା ସମୟରେ ପଣ୍ଡିତ ଜଣେ ମିଳିବା କାଠିକର ପାଠ ହୋଇଥାଏ।

Model This Week

ପ୍ରଭାତ