ପଟ୍ଟାମୁଣ୍ଡାଇ,୧୨ା୮(ସ୍ବ.ପ୍ର.)- କେନ୍ଦ୍ରା"> ଜଳାନ୍ତକ ଭୟରେ ୪୭ଜଣ ନେଲେ ଇଞ୍ଜେକସନ ପଟ୍ଟାମୁଣ୍ଡାଇ,୧୨ା୮(ସ୍ବ.ପ୍ର.)- କେନ୍ଦ୍ରା" /> ପଟ୍ଟାମୁଣ୍ଡାଇ,୧୨ା୮(ସ୍ବ.ପ୍ର.)- କେନ୍ଦ୍ରା" /> ପଟ୍ଟାମୁଣ୍ଡାଇ,୧୨ା୮(ସ୍ବ.ପ୍ର.)- କେନ୍ଦ୍ରା" />
ଉପକୂଳ ଓଡିଶା

ଜଳାନ୍ତକ ଭୟରେ ୪୭ଜଣ ନେଲେ ଇଞ୍ଜେକସନ

ପଟ୍ଟାମୁଣ୍ଡାଇ,୧୨ା୮(ସ୍ବ.ପ୍ର.)- କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଣ୍ଟା ପଞ୍ଚାୟତ ଖଡ଼ଇଣ୍ଟା ଗ୍ରାମରେ ଯୁଧିଷ୍ଠିର ମଲ୍ଲିକଙ୍କ ଗାଈକୁ ୨ମାସ ତଳେ କୁକୁର କାମୁଡ଼ି ଦେଇଥିଲା। ଉକ୍ତ ଗାଈଟିର ମୃତ୍ୟୁ ଶୁକ୍ରବାର ହୋଇଯାଇଛି।  ଏହି ଘଟଣା ଜଣାପଡ଼ିବା ପରେ ଉକ୍ତ ଗାଈ କ୍ଷୀର ବ୍ୟବହାର କରୁଥିବା ବହୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଫଳରେ ଜଳାନ୍ତକ ହେବା ଭୟରେ ୪୭ ଜଣ ବ୍ୟକ୍ତି କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ଯାଇ ପ୍ରତିଷେଧକ ଇଞ୍ଜେକସନ ନେଇଛନ୍ତି।

All Right Reserved By

Model This Week

Model This Week

ଉପକୂଳ ଓଡିଶା

କୃଷକ କ୍ଷେତ୍ର ଦିବସ

କୃଷକ କ୍ଷେତ୍ର ଦିବସ

ପାଟକୁରା, ୨୬।୪ (ଡି.ଏନ୍‌.ଏ.)- ଗରଦପୁର ବ୍ଲକ ବେଡାରୀସ୍ଥିତ ଅବଧୂତ ଆଶ୍ରମ ପରିସରରେ କୃଷକ କ୍ଷେତ୍ର ଦିବସ ପାଳିତ ହୋଇଯାଇଛି। ଏଠାରେ ପଞ୍ଚାୟତର କୃଷକମାନଙ୍କୁ କୃଷି ବିଭାଗ ତରଫରୁ ମୁଗ ବିହନ ମାଗଣା ଯୋଗାଇ ଦିଆଯାଇଛି।

ଟ୍ରାନ୍ସଫରମର ଚୋରି ବେଳେ ବିଦ୍ୟୁତ୍‌ ସସ୍ପର୍ଶରେ ଆସି ଯୁବକ ମୃତ

ଟ୍ରାନ୍ସଫରମର ଚୋରି ବେଳେ ବିଦ୍ୟୁତ୍‌ ସସ୍ପର୍ଶରେ ଆସି ଯୁବକ ମୃତ

ରାଜକନିକା, ୨୬।୪ (ଡି.ଏନ୍‌.ଏ.)- ରାଜକନିକା ବ୍ଲକ ଭାରିଗଦା ଗ୍ରାମ ନିକଟସ୍ଥ ଏକ ଟ୍ରାନ୍ସଫରମର ଉପରେ ଚଡ଼ି ମୋଟର ଚୋରି କରିବା ସମୟରେ ବିଦ୍ୟୁତ୍‌ ସସ୍ପର୍ଶରେ ଆସି ଗୁରୁବାର ପୂର୍ବାହ୍ନରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ଅଗ୍ନିକାଣ୍ଡ: ୮ ବଖରା ଜଳିଗଲା

ଅଗ୍ନିକାଣ୍ଡ: ୮ ବଖରା ଜଳିଗଲା

ଜଗତ୍‌ସିଂହପୁର ଅଫିସ,୨୬।୪: ଜଗତ୍‌ସିଂହପୁର ଜିଲା ନୂଆଗାଁ ଥାନା ଅନ୍ତର୍ଗତ ଗୋଠଡ଼ା ଇଛାପୁର ଗ୍ରାମରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲଲାଟ ବିଶ୍ୱାଳ, ବିନୟ ବିଶ୍ୱାଳ ଏବଂ ଶତ୍ରୁଘ୍ନ ବିଶ୍ୱାଳଙ୍କ ୮ ବଖରା ଘର ଜଳିଯାଇଛି।

ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ

ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୨୬।୪: ଜଗତ୍‌ସିଂହପୁର ଜିଲା କଣ୍ଟାବଲ୍ଲଭପୁରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୫ ବର୍ଷୀୟା ନାବାଳିକାଙ୍କୁ ଉକ୍ତ ଗ୍ରାମର ୨ଜଣ ନାବାଳକ ଗଣବଳାତ୍କାର କରିଥିବା ଜଗତ୍‌ସିଂହପୁର ଥାନାରେ ଅଭିଯୋଗ ହୋଇଛି।

ସଡ଼କ ସୁରକ୍ଷା ପାଇଁ ଗଣଦୌଡ଼

ସଡ଼କ ସୁରକ୍ଷା ପାଇଁ ଗଣଦୌଡ଼

କେନ୍ଦ୍ରାପଡ଼ା ଅଫିସ,୨୬।୪: ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ କେନ୍ଦ୍ରାପଡ଼ା ସହରର ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରୁ ତିନିମୁହାଣି ରାମମନ୍ଦିର ପର୍ଯ୍ୟନ୍ତ ଗୁରୁବାର ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି।

ସଡ଼କ ଦୁର୍ଘଟଣାରେ ଯାଜପୁର ବିଜେଡି ଜିଲା ପରିଷଦ ସଦସ୍ୟ ମୃତ

ସଡ଼କ ଦୁର୍ଘଟଣାରେ ଯାଜପୁର ବିଜେଡି ଜିଲା ପରିଷଦ ସଦସ୍ୟ ମୃତ

ଯାଜପୁର ରୋଡ,୨୬।୪: ଯାଜପୁର ରୋଡ ଚୋରଦା କଣ୍ଟଗଡିଆ ଛକ ନିକଟରେ ବୁଧବାର ବିଳମ୍ବିତ ରାତିରେ ସଡକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଯାଜପୁରର ବିଜେଡି ଜିଲା ପରିଷଦ ସଦସ୍ୟ ଭାଗବତ ପ୍ରସାଦ ମିଶ୍ର। ଭାଗବତ ଜିଲାର ୩୦ନଂ ଜୋନର ଜିଲା ପରିଷଦ ସଦସ୍ୟ ଥିଲେ।

ଅଗ୍ନିକାଣ୍ଡରେ ୪ ପରିବାରର ୬ ବଖରା ଧ୍ୱଂସ

ଅଗ୍ନିକାଣ୍ଡରେ ୪ ପରିବାରର ୬ ବଖରା ଧ୍ୱଂସ

ନୟାଗଡ ଅଫିସ, ୨୬।୪: ନୟାଗଡ ଏନ୍‌ଏସି ପୁରୁଣା ସହରଠାରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ୬ ବଖରା ଘର ଧ୍ୱଂସ ହୋଇଯାଇଛି। ବିପନ୍ନ କିଷାନ ଓ ଅଶୋକଙ୍କ ଦୁଇ ବଖରା ଲେଖାଏ ପୋଡି ଯାଇଥିବା ବେଳେ ଲକ୍ଷ୍ମୀ ନାରାୟଣ ଓ ଚୈତନ୍ୟଙ୍କ ଗୋଟିଏ ଲେଖାଏ ଘର ପୋଡି ଯାଇଛି।

ସାମନ୍ତରାପୁର-ରାଉତରାପୁର ପୋଲ ନିର୍ମାଣ ନେଇ ଅନିଶ୍ଚିତତା

ସାମନ୍ତରାପୁର-ରାଉତରାପୁର ପୋଲ ନିର୍ମାଣ ନେଇ ଅନିଶ୍ଚିତତା

ରସୁଲପୁର,୨୬।୪(ଡି.ଏନ୍‌.ଏ.) ରସୁଲପୁର ବ୍ଲକ ଅଧିନସ୍ଥ ବ୍ରାହ୍ମଣୀ ନଦୀ ଉପରେ ସାମନ୍ତରାପୁର-ରାଉତରାପୁର ପଞ୍ଚାୟତକୁ ପୋଲ ସଂଯୋଗ ହେବା ନେଇ ଅନିଶ୍ଚିତତା ଜାରି ରହିଛି। କେବେ ଏହି ପୋଲି ନିର୍ମାଣ ହେବ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଗଡ଼ଜିତ ପ୍ରାଥମିକ ବିଦ୍ୟାଳୟରେ ଅନିୟମିତତା

ଗଡ଼ଜିତ ପ୍ରାଥମିକ ବିଦ୍ୟାଳୟରେ ଅନିୟମିତତା

ବାଲିଚନ୍ଦ୍ରପୁର,୨୬।୪(ସ୍ବ.ପ୍ର.) ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଅଚ୍ୟୁତ ବସନ୍ତ ଗ୍ରାମପଞ୍ଚାୟତରେ ଥିବା ଗଡ଼ଜିତ ପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ଅନିୟମିତତା ଓ ଅର୍ଥ ହଡ଼ପ ଅଭିଯୋଗ ହୋଇଛି। ଏନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଦ୍ୟାଳୟ ସମ୍ମୁଖରେ

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ: ୮୦ବର୍ଷ ବୟସରେ ନଡିଆ ଗଛରେ ଚଢି ଆଣୁଛନ୍ତି ପାରିଶ୍ରମିକ

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ: ୮୦ବର୍ଷ ବୟସରେ ନଡିଆ ଗଛରେ ଚଢି ଆଣୁଛନ୍ତି ପାରିଶ୍ରମିକ

ନିରାକାରପୁର,୨୫ା୪(ଡି.ଏନ.ଏ.)-ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଦାରିଦ୍ର୍ୟ ଆଉ ବୟସ। ୮୦ବର୍ଷ ବୟସରେ ଉଚ୍ଚା ଉଚ୍ଚା ନଡିଆ, ତାଳ ଗଛରେ ଚଢି ତାଳ,ନଡିଆ ତୋଳି ଯାହା ପାରିଶ୍ରମିକ ପାଆନ୍ତି ସେଥିରେ ତାଙ୍କର ପାଞ୍ଚ ପ୍ରାଣୀ କୁଟୁମ୍ଭ ଚଳାନ୍ତି। ଏପରି ଦୃଢମନୋବଳ ରଖିଥିବା ବ୍ୟକ୍ତି ହେଲେ ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଡ଼ିଆ ପଞ୍ଚାୟତ ଡ଼ିଆ ଗ୍ରାମର ବୈରାଗୀ ସାହୁ।

ସିଲାବସ୍‌ ବାହାରୁ ପ୍ରଶ୍ନ ପଡିବା ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

ସିଲାବସ୍‌ ବାହାରୁ ପ୍ରଶ୍ନ ପଡିବା ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

ନୟାଗଡ ଅଫିସ,୨୫ା୪- ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟରେ ବୁଧବାର ଯୁକ୍ତ ୩ ଅର୍ଥନୀତି ଅନର୍ସ ପରୀକ୍ଷା ଥିଲା। ଏଥିରେ ସିଲାବସ୍‌ ବାହାରୁ ପ୍ରଶ୍ନ ପଡିଥିବାରୁ ଏହାର ପ୍ରତିବାଦରେ ଛାତ୍ରୀଛାତ୍ର କଲେଜ ଆଗରେ ଧାରଣା ଦେଇଥିଲେ।

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

କେନ୍ଦ୍ରାପଡ଼ା ଅଫିସ, ୨୫।୪- ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ ଉପଲକ୍ଷେ ଏକ ସଚେତନତା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲା ମୁଖ୍ର ଚିକିତ୍ସାଧିକାରୀ ଡା. ବୈଷ୍ଣବ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନଚଷ୍ଠିତ ଏହି ସଭାରେ ଜିଲାରେ ମ୍ୟାଲେରିଆ ରୋଗର ପ୍ରଭାବ, କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା ହୋଇଥିଲା।