ଉପକୂଳ ଓଡିଶା

ମହାବିଦ୍ୟାଳୟରେ ନିର୍ବାଚନୀ ହିଂସା, ୨ଆହତ

ମହାବିଦ୍ୟାଳୟରେ ନିର୍ବାଚନୀ ହିଂସା, ୨ଆହତ
ରାଜନଗର,୧୨ା୮(ଡି.ଏନ୍‌.ଏ)- କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ଶ୍ରୀଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜନୈତିକ ହିଂସା ଦେଖାଦେଇଛି। ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ(ଏବିଭିପି) ସମର୍ଥତ୍ତ ଛାତ୍ର ଗୋଷ୍ଠୀ ଓ ଛାତ୍ର ବିଜୁ ଜନତା ଦଳ ସମର୍ଥତ୍ତ ଗୋଷ୍ଠୀ ମଧ୍ୟରେ ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ୨ଜଣ ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି। ଆହତ ଛାତ୍ର ଦ୍ୱୟ ଏବିଭିପି ସମର୍ଥତ୍ତ ଗୋଷ୍ଠୀର ବୋଲି ସୂଚନା ମିଳିଛି। ଆହତଙ୍କ ପକ୍ଷରୁ ରାଜନଗର ଥାନାରେ ଏକ ମାମଲା ରୁଜୁ ହୋଇଛି।
All Right Reserved By

ଉପକୂଳ ଓଡିଶା

କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ରାସ୍ତାରୋକୋ

କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ରାସ୍ତାରୋକୋ

କେନ୍ଦ୍ରପଡା ଅଫିସ୍‌, ୨୪।୧: ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ କେନ୍ଦ୍ରାପଡା ଜିଲା ବନ୍ଦ ଡାକରାକୁ ନେଇ ଜିଲାର ବିଭିନ୍ନ ସ୍ଥାନରେ ରାସ୍ତାରୋକୋ ହୋଇଛି। ରି ସହର ମଧ୍ୟରେ ୧୪୪ ଧାରା ଜାରି ହୋଇଥିବାରୁ ଦୋକାନ ବଜାର ଗୁଡିକ ବନ୍ଦ ରହିଛି। 

ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ: ଭଙ୍ଗା ଚାଳଘରେ ଜରିପାଲ ଘୋଡ଼ାଇ ରହୁଛନ୍ତି ପରିବାର

ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ: ଭଙ୍ଗା ଚାଳଘରେ ଜରିପାଲ ଘୋଡ଼ାଇ ରହୁଛନ୍ତି ପରିବାର

ରଣପୁର,୨୪ା୧ (ସ୍ବ.ପ୍ର.)- ସରକାର ବାସହୀନ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଆବାସ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଏବେ ବି ବହୁ ଗରିବ ପରବାର ଅଛନ୍ତି ଯେଉଁମାନଙ୍କ ପାଇଁ ପକ୍କାଘର ସ୍ବପ୍ନ ପାଲଟିଛି। ସେମାନଙ୍କ ପାଇଁ ଜରିପାଲ ଘୋଡା ଭଙ୍ଗା ଚାଳଘର ଭରସା ହୋଇଛି। ଏମିତି ଏକ ନଜିର ନୟାଗଡ଼ ଜିଲା ରଣପୁର ଏନ୍‌ଏସିର ୮ନଂ. ୱାର୍ଡ ଶାମୁକାସାହିରେ ଦେଖିବାକୁ ମିଳିଛି। 

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପୋଲିସର ପଦକ୍ଷେପ:ଶାଶୁଶ୍ୱଶୁରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲା

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପୋଲିସର ପଦକ୍ଷେପ:ଶାଶୁଶ୍ୱଶୁରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲା

ରଣପୁର,୨୪ା୧ (ସ୍ବ.ପ୍ର.)- ନୟାଗଡ଼ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ଅନ୍ତର୍ଗତ ଡିହଗାଁ ଗ୍ରାମରେ ଜଣେ ବ୍ୟକ୍ତି ମାସ ମାସ ଧରି ଘରକୁ ଆସୁ ନ ଥିବାରୁ ଏହାକୁ ବିରୋଧ କରି ତାଙ୍କ ସ୍ତ୍ରୀ ନିଜ ଶାଶୁଶ୍ୱଶୁରଙ୍କୁ ନଜରବନ୍ଦୀ କରି ଘରେ ରଖିଥିଲେ। 

ଘନ କୁହୁଡିରେ ଭାରସାମ୍ୟ ହରାଇ ଓଲଟିଲା ମିନିଟ୍ରକ

ଘନ କୁହୁଡିରେ ଭାରସାମ୍ୟ ହରାଇ ଓଲଟିଲା ମିନିଟ୍ରକ

ଦଶପଲ୍ଲା,୨୪।୧(ଡି.ଏନ.ଏ.)-ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ସୁବଳୟା ନିକଟରେ ଘନ କୁହୁଡିରେ ଭାରସାମ୍ୟ ହରାଇ ଏକ ମିନିଟ୍ରକ ଓଲଟି ପଡିଛି। 

ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ : ୧ ବଳଦ ମୃତ, ୩ ଗୁରୁତର

ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ : ୧ ବଳଦ ମୃତ, ୩ ଗୁରୁତର

ଓଡ଼ଗାଁ, ୨୪।୧(ସ୍ବ.ପ୍ର.)-ଓଡ଼ଗଁା ଖାଡି ତେଲିସାହି ମୁଣ୍ଡରେ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ଗୋଟାଏରେ ଏକ ମୋବାଇଲ ଟାୱାର ନିକଟରେ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ସେଠାରେ ଥିବା ୪ ବଖରା ଗୁହାଳ ପୋଡିଯିବା ସହ ଗୋଟିଏ ବଳଦର ମୃତ୍ୟୁ ହୋଇଥିବା ବେଳେ ୩ ବଳଦ ଗୁରୁତର ହୋଇଛନ୍ତି ା 

ଧାନ କିଣାରେ ଚାଷୀଙ୍କୁ ଉପେକ୍ଷା

ଧାନ କିଣାରେ ଚାଷୀଙ୍କୁ ଉପେକ୍ଷା

ଭାପୁର,୨୪।୧(ଡି.ଏନ୍‌.ଏ.)- ଚାଷୀଙ୍କଠାରୁ ସରକାରୀ ଦରରେ ମିଲରମାନେ ଧାନ କ୍ରୟ କରିବା କଥା। ମାତ୍ର ସେବା ସମବାୟ ସମିତି ମାଧ୍ୟମରେ ହେଉଥିବା ଏହି ଧାନ କ୍ରୟ ସମୟରେ ଚାଷୀଙ୍କୁ ଉପେକ୍ଷା କରାଯାଇ ବେପାରୀ ଓ ଦଲାଲମାନଙ୍କୁ ପ୍ରାଧାନ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି। ଏପରି କି ଚାଷୀଙ୍କଠାରୁ ଏକ କୁଇଣ୍ଟାଲ ଧାନରେ ୫ କେଜି ଲେଖାଏଁ କାଟି ନିଆଯାଉଥିବା ମଧ୍ୟ ଅଭିଯୋଗ ହେଉଛି। 

ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଜନ୍ମ ବାର୍ଷିକୀ

ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଜନ୍ମ ବାର୍ଷିକୀ

କୃଷ୍ଣପ୍ରସାଦ,୨୪ା୧(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦ ନିକଟ ମଲେଶ୍ୱରୀ ଗାଁ ସତ୍‌ସଙ୍ଗ ବିହାରରେ ବୁଧବାର ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୧ ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳନ କରାଯାଇଛି। 

ନେତାଜୀ ଜୟନ୍ତୀ ପାଳନକୁ ବିରୋଧ, ଟାଉନ ହାଇସ୍କୁଲ ପଡ଼ିଆରେ ୧୪୪ ଧାରା ଜାରି

ନେତାଜୀ ଜୟନ୍ତୀ ପାଳନକୁ ବିରୋଧ, ଟାଉନ ହାଇସ୍କୁଲ ପଡ଼ିଆରେ ୧୪୪ ଧାରା ଜାରି

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୧- ଟାଉନ ହାଇସ୍କୁଲ ପଡ଼ିଆଠାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ନେତାଜୀଙ୍କ ଜୟନ୍ତୀ ଉପଲକ୍ଷେ ବୁଧବାର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏହାକୁ ସଂଖ୍ୟାଲଘୁ ସେଲ୍‌ ପକ୍ଷରୁ ବିରୋଧ କରାଯିବାରୁ ଏ ନେଇ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।  ଉଭୟ ପକ୍ଷରୁ ପ୍ରାୟ ୧୦ ହଜାର ଲୋକ ହାଇସ୍କୁଲ ପଡ଼ିଆରେ ଏକାଠି ହୋଇଥିବା ବେଳେ ଖବରପାଇ ଜିଲା ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଛନ୍ତି। ତେବେ ଅପରାହ୍ନ ସାଢ଼େ ୪ଟା ବେଳେ ହାଇସ୍କୁଲ ପଡ଼ିଆରେ ଜିଲା ପୋଲିସ ପକ୍ଷରୁ ୧୪୪ ଧାରା ଲାଗୁ କରିଦିଆଯାଇଛି।

ନେତାଜୀ ଜୟନ୍ତୀରେ ଶିଶୁ ଉତ୍ସବ

ନେତାଜୀ ଜୟନ୍ତୀରେ ଶିଶୁ ଉତ୍ସବ

ମାର୍ଶାଘାଇ, ୨୩।୧ (ଡି.ଏନ୍‌.ଏ.)- ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ପଞ୍ଚାୟତରେ ନେତାଜୀଙ୍କ ଜନ୍ମ ଦିବସ ଉପଲକ୍ଷେ ପଞ୍ଚାୟତସ୍ତରୀୟ ଶିଶୁ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି।

କଚେରୀ ପୋଖରୀ ପୁନରୁଦ୍ଧାର  ପାଇଁ ଜନସ୍ବାର୍ଥ ମାମଲା

କଚେରୀ ପୋଖରୀ ପୁନରୁଦ୍ଧାର ପାଇଁ ଜନସ୍ବାର୍ଥ ମାମଲା

ପଟ୍ଟାମୁଣ୍ଡାଇ, ୨୩।୧ (ସ୍ବ.ପ୍ର)-ଜମିଦାର ଅମଳରୁ ଖୋଳା ଯାଇଥିବା କଚେରୀ ପୋଖରୀ ଏବେ ମ୍ୟୁନିସିପାଲିଟିର ଡମ୍ପିଂ ୟାର୍ଡରେ ପରିଣତ ହୋଇଛି। ସହରର ବର୍ଜ୍ୟବସ୍ତୁ ଦୈନିକ ଏହି ପୋଖରୀରେ ପଡ଼ୁଛି। ଫଳରେ ଅଳିଆ ଆବର୍ଜନାଗୁଡିକ ପଚି ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ଫଳରେ ଜନ ସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ୧ଏକର ୨୫ଡିସିମିଲି ପରିମିତ ଜମିରେ ଜମିଦାର ଅମଳରୁ ଖୋଳା ଯାଇଥିବା ଏହି ପୋଖରୀର ଉଦ୍ଦେଶ୍ୟ ସାଧିତ ହେବାଠାରୁ  ଦୂରେଇ ଯାଇଛି।

ବ୍ରାହ୍ମଣୀ ନଦୀ କୂଳରୁ ବେଆଇନ ବାଲି ମାଟି ଉଠାଣ ଘଟଣା:  ଏନ୍‌ଜିଟି ନିର୍ଦ୍ଦେଶଙ୍କୁ ବେଖାତିର, ମାମଲା ରୁଜୁ

ବ୍ରାହ୍ମଣୀ ନଦୀ କୂଳରୁ ବେଆଇନ ବାଲି ମାଟି ଉଠାଣ ଘଟଣା: ଏନ୍‌ଜିଟି ନିର୍ଦ୍ଦେଶଙ୍କୁ ବେଖାତିର, ମାମଲା ରୁଜୁ

ପଟ୍ଟାମୁଣ୍ଡାଇ, ୨୩।୧ (ସ୍ବ.ପ୍ର)-ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ଅଳଭା ଓ ନିମପୁର-ଶାସନ ଆର୍‌ଆଇ ସର୍କଲ ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳରୁ ବେଆଇନ ବାଲି ଓ ମାଟି ଉଠାଣ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ତାହା ବନ୍ଦ ହୋଇନାହିଁ। ଏ ନେଇ ପଟ୍ଟାମୁଣ୍ଡାଇ ବେଲତଳ ଗ୍ରାମର ସାମାଜିକ କର୍ମୀ ମନୋରଞ୍ଜନ ପ୍ରଧାନ ଓ ସାଥୀମାନେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ର ଆଶ୍ରୟ ନେଇଥିଲେ। ବେଆଇନ ଭାବେ ବ୍ରାହ୍ମଣୀ ନଦୀ କୂଳ ଓ ତତ୍‌ସଂଲଗ୍ନ ସରକାରୀ ଜମିରୁ ବହୁ ମାଟି ବାଲି ଖୋଳା ଯିବା ଦ୍ୱାରା ପରିବେଶ ନଷ୍ଟ ହେବା ସହିତ ନିକଟରେ ଥିବା ଉତିକଣ ବନ୍ୟା ନିରୋଧକ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି। ଏନ୍‌ଜିଟି ଏହି ମାମଲାକୁ ବିଚାର କରି  ଠିକ ରିପୋର୍ଟ ଦାଖଲ କରିବା ପାଇଁ ପଟ୍ଟାମୁଣ୍ଡାଇ ତହସିଲଦାର, କେନ୍ଦ୍ରାପଡ଼ା ଜିଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ବେଆଇନ ବାଲି, ମାଠି ଉଠାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପରକଣାରେ ପୂଷ୍ୟା ଲକ୍ଷ୍ମୀପୂଜା

ପରକଣାରେ ପୂଷ୍ୟା ଲକ୍ଷ୍ମୀପୂଜା

ପାଟକୁରା, ୨୩।୧ (ଡି.ଏନ୍‌.ଏ.)-ଗରଦପୁର ବ୍ଲକ ବେଡାରୀ ପଞ୍ଚାୟତ ପରକଣା ଗ୍ରାମରେ ପାରମ୍ପରିକ ପୂଷ୍ୟା ଲକ୍ଷ୍ମୀପୂଜା ଆରମ୍ଭ ହୋଇଛି। ଗ୍ରାମର ଜାଜ୍ଞେଶ୍ୱରୀ ପୀଠରେ ମା’ ପୂଷ୍ୟା ଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତ୍ତୀ ନିର୍ମାଣ କରାଯାଇ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି। ୭ଦିନ ବ୍ୟାପି ଏହି ପୂଜା ଉତ୍ସବ ଅନୁଷ୍ଟିତ ହେବାକୁ ଥିବା ବେଳେ ଆସନ୍ତା ରବିବାର ପୂର୍ଣ୍ଣାହୂତି କରାଯିବ।