ଫୁରସତ |

ଓବାମାଙ୍କ ନାମରେ ବୁଢ଼ିଆଣୀ

ଓବାମାଙ୍କ ନାମରେ ବୁଢ଼ିଆଣୀ
ବୈଜ୍ଞାନିକମାନେ ୧୫ ନୂଆ ପ୍ରଜାତିର ସ୍ପାଇଡର (ବୁଢ଼ିଆଣୀ) ଆବିଷ୍କାର କରିଛନ୍ତି। ସେଗୁଡିକର ମୁହଁ ଦେଖିବାକୁ ହସହସ। ଡ୍ୟାଭିଡ ଆଟେନ୍‌ବରୋ, ବାରାକ୍‌ ଓବାମା, ମିଶେଲ ଓବାମା, ଲିଓନାର୍ଡୋ ଡି କାପ୍ରିଓ ଏବଂ ବେର୍ନି ସ୍ୟାଣ୍ଡର୍ସଙ୍କ ସମେତ କେତେଜଣ ପ୍ରସିଦ୍ଧ ବ୍ୟକ୍ତିବିଶେଷଙ୍କ ନାମାନୁସାରେ ଏହି ସ୍ପାଇଡରଗୁଡିକର ନାମକରଣ କରାଯାଇଛି। ଜୁଲୋଜିକାଲ୍‌ ଜର୍ନାଲ୍‌ ଅଫ୍‌ ଲିନିନ୍‌ ସୋସାଇଟିରେ ଏ ସମ୍ପର୍କିତ ଏକ ଅଧ୍ୟୟନ ପ୍ରକାଶ ପାଇଛି। ଗବେଷକମାନେ ଏହି ଅଧ୍ୟୟନରେ ନୂଆ ପ୍ରଜାତିର ସ୍ପାଇଡରଙ୍କ ବିଷୟରେ ବିସ୍ତୃତ ବର୍ଣ୍ଣନା କରିଛନ୍ତି। ଏ ସମ୍ପର୍କରେ ଆମେରିକାର ଭର୍ମଣ୍ଟ ୟୁନିଭର୍ସିଟି ପ୍ରଫେସର ଇନ୍‌ଜି ଆଗ୍‌ନରଶନ୍‌ କହନ୍ତି, ଉଭୟ ମାନବିକ ଅଧିକାର ସପକ୍ଷରେ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଯେଉଁ ବ୍ୟକ୍ତିମାନେ ସମାଜକୁ ସଚେତନ କରାଇଛନ୍ତି ସେମାନଙ୍କୁ ସମ୍ମାନ ପ୍ରଦାନ ସ୍ବରୂପ ସେମାନଙ୍କ ନାମରେ ସ୍ପାଇଡରଙ୍କ ନାମକରଣ କରାଯାଇଛି। ଏହି ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଅଛନ୍ତି ବହୁ ରାଜନେତା ଏବଂ କଳାକାର। ଉତ୍ତର ଆମେରିକାର ଉତ୍ତରଭାଗ ଏବଂ ବ୍ରାଜିଲ୍‌ର ଉତ୍ତରଭାଗରେ ଗୋଟିଏ ପ୍ରଜାତିର ସ୍ପାଇଡର ବହୁଳ ସଂଖ୍ୟାରେ ଥିବା ବିଶ୍ୱାସ କରାଯାଉଛି। ଏହି ସ୍ପାଇଡରଙ୍କ ତଳିପେଟରେ ଦେଖାଯାଉଥିବା ହସହସ ମୁହଁ ପାଇଁ ଏଗୁଡିକୁ ସ୍ମାଇଲ୍ଡ ଫେସ୍‌ଡ ସ୍ପାଇଡର ବୋଲି କୁହାଯାଉଛି। ଏଗୁଡିକର ରଙ୍ଗ ହଳଦିଆ। ଗବେଷକମାନେ ଜାମାଇକା, କ୍ୟୁବା, ଦି ଡୋମିନିକାନ୍‌ ରିପବ୍ଲିକ୍‌, ପୁର୍ଟୋ ରିକୋ, ଫ୍ଲୋରିଡା, ସାଉଥ୍‌ କାରୋଲିନା, କୋଷ୍ଟାରିକା, ମେକ୍ସିକୋ ଏବଂ କଲମ୍ବିଆରୁ ସଂଗୃହୀତ ସ୍ପାଇଡରଗୁଡିକୁ ପରୀକ୍ଷା ନିରୀକ୍ଷା କରିଛନ୍ତି। କିନ୍ତୁ ଗୋଟିଏ ପ୍ରଜାତିର ସ୍ପାଇଡର ବିଭିନ୍ନ ଅଞ୍ଚଳରେ ଦୃଶ୍ୟମାନ ହୁଏ। ଏକ ଗବେଷକ ଟିମ୍‌ ୧୫ ପ୍ରଜାତିର ସ୍ପାଇଡରଙ୍କୁ ଚିହ୍ନଟ କରିଛନ୍ତି।
All Right Reserved By

ଫୁରସତ |

ଲକ୍ଷ୍ମୀଙ୍କ  କୃପା ପାଇବା ପାଇଁ ମନିପର୍ସରେ ରଖନ୍ତୁ ଏସବୁ...

ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ମନିପର୍ସରେ ରଖନ୍ତୁ ଏସବୁ...

ଦିନରାତି ପରିଶ୍ରମ କରି ମଧ୍ୟ  ଅର୍ଥାଭାବ ଲାଗି ରହୁଥିଲେ, ଏହି ସମସ୍ୟାର ସମାଧାନ ପାଇଁ ଜ୍ୟୋତିଷ ଶାସ୍ତ୍ରରେ କେତେକ ସହଜ ଉପାୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି। 

ଟାଟୁ କଲେ ମାଗଣାରେ ମିଳେ ପିଜା...

ଟାଟୁ କଲେ ମାଗଣାରେ ମିଳେ ପିଜା...

କେତେକ କମ୍ପାନୀ ନିଜ ବ୍ୟବସାୟ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ଆକର୍ଷଣୀୟ ଯୋଜନାର ପ୍ରଚଳନ କରିଥାନ୍ତି। ଇଂଲଣ୍ଡର ଏକ ପିଜା କମ୍ପାନୀ କାରବାର ବୃଦ୍ଧି ଲାଗି ଏକ ସ୍ବତନ୍ତ୍ର ଅଫର ପ୍ରତିବର୍ଷ ଲାଗୁ କରିଥାଏ। 

ମାଟିର ନଭଶ୍ଚୁମ୍ବୀ ଅଟ୍ଟାଳିକା

ମାଟିର ନଭଶ୍ଚୁମ୍ବୀ ଅଟ୍ଟାଳିକା

ମଧ୍ୟପ୍ରାଚ୍ୟର ୟେମେନରେ ଥିବା ଶିବମ୍‌ ସହରକୁ  ମରୁଭୂମିର ପ୍ରାସାଦ ସହର କୁହାଯାଏ। ଏଠାରେ ରହିଛି ଏକାଧିକ ନଭଶ୍ଚୁମ୍ବୀ ଅଟ୍ଟାଳିକା। ଏସବୁ ମାଟିରେ ନିର୍ମିତ। 

ଯେଉଁ ଅଫିସ୍‌ରେ ଶୋଇବାକୁ ମିଳେ ଅନୁମତି

ଯେଉଁ ଅଫିସ୍‌ରେ ଶୋଇବାକୁ ମିଳେ ଅନୁମତି

ଜାପାନରେ କୌଣସି ଅଫିସରେ କାମ କରିବା ସମୟରେ ଯଦି ନିଦ ଆସିଥାଏ ତେବେ ସେହିଠାରେ ହିଁ କର୍ମଚାରୀ ନିଜର ନିଦ ପୂରା କରିପାରିବେ।

ଫିଶ୍‌ ସ୍ପା ହାତ ପାଦକୁ କରେ ସୁନ୍ଦର

ଫିଶ୍‌ ସ୍ପା ହାତ ପାଦକୁ କରେ ସୁନ୍ଦର

ହାତ ଓ ପାଦକୁ ସୁନ୍ଦର କରାଇବା ପାଇଁ ଫିଶ ସ୍ପା ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଫିଶ ସ୍ପା ଦ୍ୱାରା ହାତ ପାଦକୁ ମିଳିଥାଏ ଆରାମ। ଫିଶ୍‌ ସ୍ପାରେ ଏକ ପ୍ରକାର ସ୍ବତନ୍ତ୍ର ଧରଣର ମାଛଙ୍କ ଦ୍ୱାରା ଚିକିତ୍ସା କରାଯାଇଥାଏ। 

ଅଫିସ ସାଜୁଛି ବିବାହ ବିଚ୍ଛେଦର କାରଣ

ଅଫିସ ସାଜୁଛି ବିବାହ ବିଚ୍ଛେଦର କାରଣ

ବିବାହିତ ଦମ୍ପତିମାନଙ୍କ ମଧ୍ୟରେ ଅନେକ ଛୋଟ ବଡ଼ କାରଣକୁ ନେଇ ମନୋମାଳିନ୍ୟ ହୋଇଥାଏ। ଏଥିପାଇଁ କେତେକ ସମୟରେ ବିବାହ ବିଚ୍ଛେଦ ହୋଇଥାଏ। ତେବେ ଏହି ବିବାହ ବିଚ୍ଛେଦର କେତେକ କାରଣ ମଧ୍ୟରୁ ଅଫିସ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି ଜଣାପଡ଼ିଛି। ନିକଟରେ ୧୯୮୧ରୁ ୨୦୦୨ ମଧ୍ୟରେ ବିବାହ କରିଥିବା ଦମ୍ପତି ମାନଙ୍କୁ ନେଇ କରାଯାଇଥିବା ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। 

ଦାମୀ ଚକୋଲେଟ୍‌

ଦାମୀ ଚକୋଲେଟ୍‌

ଛୋଟରୁ ବଡ ସଭିଙ୍କର ପ୍ରିୟ ଚକୋଲେଟ୍‌। ଦୋକାନରେ ଦେଖିଦେବା ମାତ୍ରେ ପିଲାଟିଏ ଜିଦ୍ଦି କରେ ତାକୁ ନେବା ପାଇଁ। ହେଲେ କିଛି ଚକୋଲେଟ୍‌ ଅଛି ଯଦି ତା’ ପାଇଁ ପିଲାଟିଏ ଜିଦ୍ଦି କରେ ତେବେ ତାକୁ କିଣିବା ଅସମ୍ଭବ ମନେ ହେବ। କାରଣ ସେସବୁ ହେଉଛି ପୃଥିବୀର ସବୁଠୁ ଦାମୀ ଚକୋଲେଟ୍‌...

ଶ୍ରୁତିରୁ ପ୍ରାମାଣିକ

ଶ୍ରୁତିରୁ ପ୍ରାମାଣିକ

ବେଦକୁ ପବିତ୍ର ବୋଲି କୁହାଯାଇଥାଏ। ଏହାର ଆଉ ଏକ ନାମ ଶ୍ରୁତି। କାରଣ, ଏହାକୁ ଶୁଣିଶୁଣି ମନେ ରଖାଯାଇଥାଏ। 

ରାଶି ଅନୁଯାୟୀ ବୃତ୍ତି

ରାଶି ଅନୁଯାୟୀ ବୃତ୍ତି

ମେଷ: ଏହି ରାଶିର ବ୍ୟକ୍ତିମାନେ ସାଧାରଣତଃ ସାହସୀ ଏବଂ ବୀର ସ୍ବଭାବର ହୋଇଥାନ୍ତି। 

କୁକୁରଙ୍କ ପାଇଁ ହୁଇଲ୍‌ ଚେୟାର

କୁକୁରଙ୍କ ପାଇଁ ହୁଇଲ୍‌ ଚେୟାର

ବଡୋଦରା: ଏମ୍‌ଏସ୍‌ ୟୁନିଭର୍ସିଟି ଇଞ୍ଜିନିୟରିଂ ଛାତ୍ରଙ୍କ ଉଦ୍‌ଭାବନ ସଡକ ଦୁର୍ଘଟଣାରେ  ଗୋଡ ହରାଇଥିବା କୁକୁରଙ୍କ ପାଇଁ ସାହାରା ହେବ। ମେକାନିକାଲ୍‌ ଇଞ୍ଜିନିୟରିଂ ଷ୍ଟ୍ରିମ୍‌ ଶେଷବର୍ଷର ଦୁଇ ଛାତ୍ର କୁକୁରଙ୍କ ନିମନ୍ତେ ସ୍ବଳ୍ପ ମୂଲ୍ୟର ଆଡଜଷ୍ଟେବଲ୍‌ ହୁଇଲଚେୟାର ଡିଜାଇନ୍‌ ପ୍ରସ୍ତୁତ କରିଛନ୍ତି। 

ଆକାଶେ ହସିବ ଦ୍ୱିତୀୟ ଜହ୍ନ

ଆକାଶେ ହସିବ ଦ୍ୱିତୀୟ ଜହ୍ନ

ବେଜିଂ: ଖୁବ୍‌ଶୀଘ୍ର ଆକାଶରେ ଆଉ ଏକ ଜହ୍ନ ଝଲସିବାକୁ ଯାଉଛି। ଏହାକୁ ମଧ୍ୟ ଦ୍ୱିତୀୟ ଜହ୍ନ କୁହାଯାଇପାରେ। ଚନ୍ଦ୍ରର ଆଲୋକ ଖୁବ୍‌ ମନମତାଣିଆ ଆଉ ଆକର୍ଷଣୀୟ ହୋଇଥିବା ବେଳେ ସୂର୍ଯ୍ୟାଲୋକର ୪ଲକ୍ଷ ଭାଗରୁ ୧ଭାଗ ହିଁ ଆମେ ପାଇଥାଉ। ଚନ୍ଦ୍ର ବାସ୍ତବରେ ରାତ୍ରିର ଅନ୍ଧାର ସମ୍ପୂର୍ଣ୍ଣ ଭାବରେ ଦୂରୀଭୂତ କରିବାକୁ ସମର୍ଥ ନୁହେଁ। ଏହାକୁ ଦୃଷ୍ଟିରେ ରଖି ଚାଇନାର ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଏକ କୃତ୍ରିମ ଜହ୍ନ ଆକାଶକୁ ଛାଡ଼ିବାକୁ ଯାଉଛନ୍ତି।