ଉପକୂଳ ଓଡିଶା

ଦୁର୍ଘଟଣାରେ ଜଳିଗଲା କାର, ୪ଆହତ

ନୂଆଗାଁ,୧୨ା୮(ଡି.ଏନ୍‌.ଏ)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ ପଞ୍ଚୁପାଣ୍ଡବ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହେବା ପରେ ଜଳି ଯାଇଥିବା ବେଳେ କାରରେ ଥିବା ୪ଜଣ ଆହତ ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ଦଶପଲ୍ଲା ପଟୁ ନୟାଗଡ଼ ଅଭିମୁଖେ ଯାଉଥିବା ଏକ କାର (ଓଡି୦୨ଏଏଲ୮୪୮୯) ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା। ପରେ କାରଟି ଜଳିଯାଇଥିଲା। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚତ୍ ନିଆଁ ଲିଭାଇଥିଲେ। କାରରେ ଥିବା ୪ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
All Right Reserved By

ଉପକୂଳ ଓଡିଶା

ଭଗବତୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ

ଭଗବତୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ

ଡେରାବିଶ, ୧୬।୧ (ସ୍ବ.ପ୍ର.)-ପ୍ରତ୍ୟେକ ମଣିଷକୁ ଶିକ୍ଷା ମାର୍ଜିତ ଓ ସଂସ୍କୃତି ସମ୍ପନ୍ନ କରିଥାଏ ବୋଲି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଡେରାବିଶ ବ୍ଲକ ବେଲାରପୁରସ୍ଥିତ ଭଗବତୀ ସରକାରୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ସୁବର୍ଣ୍ଣ ଜୟନ୍ତୀ କମିଟି ଉପସଭାପତି ପ୍ରମୋଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟପାଳ ମୁଖ୍ୟଅତିଥି ଓ କେନ୍ଦ୍ରାପଡ଼ା ଜିଲାପାଳ ଦାସରଥି ଶତପଥୀ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ପ୍ରାରମ୍ଭରେ କମିଟି ସମ୍ପାଦକ ବାନାମ୍ବର ସାହୁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। 

ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଭିଯୁକ୍ତ ଗିରଫ

ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଭିଯୁକ୍ତ ଗିରଫ

ଓଡଗାଁ, ୧୬।୧ (ସ୍ବ.ପ୍ର.)- ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଓଡ଼ଗାଁ ଥାନା ରଙ୍ଗଣୀପାଟଣା ଗ୍ରାମର ଆଲୋକ ସାହୁ (୨୨)ଙ୍କୁ ପୋଲିସ ଗିରଫ କରିଛି। ଆଲୋକ ଖୋର୍ଦ୍ଧା ଓ ଗଞ୍ଜାମ ଜିଲାର ବିଭିନ୍ନ  ଲୁଟ, ବୋମା ମାଡ, ରାହାଜାନୀ, ବାଇକ ଚୋରି ମାମଲାରେ ସମ୍ପୃକ୍ତ ଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି।

ସଂଖ୍ୟଲଘୁ ସେଲ୍‌ର କର୍ମକର୍ତ୍ତା ନିର୍ବାଚନ

ନିଶ୍ଚିନ୍ତକୋଇଲି, ୧୬।୧ (ସ୍ବ.ପ୍ର.)- ମହଙ୍ଗା ର୍ନିବାଚନ ମଣ୍ଡଳୀ ଅଧୀନ ନିଶ୍ଚିନ୍ତକୋଇଲି ବ୍ଲକ  କ୍ଷୀରୋଧ ମଣ୍ଡପରେ ବିଜେଡିର ସଂଖ୍ୟାଲଘୁ କର୍ମଶାଳା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହଙ୍ଗା ବିଧାୟକ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ।

ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ସଂଖ୍ୟାଲଘୁ କର୍ମଶାଳା

ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ସଂଖ୍ୟାଲଘୁ କର୍ମଶାଳା

ନିଶ୍ଚିନ୍ତକୋଇଲି , ୧୬।୧(ସ୍ବ.ପ୍ର.):  ନିର୍ବାଚନ ବର୍ଷରେ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଥିବା ସଂଖ୍ୟାଲଘୁ ସମ୍ପ୍ରଦାୟକର୍ମୀକୁ ଗୁରୁମନ୍ତ୍ର ଦେଇଛନ୍ତି ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା । 

ବିଜ୍ଞାନ ସହ ବିଚାର ଯୁଗରେ ବଞ୍ଚିବା ଶିଖ: ରାଜ୍ୟପାଳ

ବିଜ୍ଞାନ ସହ ବିଚାର ଯୁଗରେ ବଞ୍ଚିବା ଶିଖ: ରାଜ୍ୟପାଳ

କେନ୍ଦ୍ରାପଡ଼ା ଅଫିସ, ୧୬।୧: କେନ୍ଦ୍ରାପଡା ବ୍ଲକ ବଗଡ଼ାସ୍ଥିତ ସିଦ୍ଧ ମରିଚାଣୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ମନୁଷ୍ୟ ସମାଜକୁ ବିଜ୍ଞାନ ସହିତ ବିଚାର ଯୁଗରେ ବଞ୍ଚିବାକୁ ମତ ରଖିଥିଲେ । 

ବରଗଛରେ ପିଟିହେଲା କାର: ୨ ଯୁବକ ମୃତ, ଯୁବତୀ ଗୁରୁତର

ବରଗଛରେ ପିଟିହେଲା କାର: ୨ ଯୁବକ ମୃତ, ଯୁବତୀ ଗୁରୁତର

ଯାଜପୁର ଅଫିସ, ୧୬।୧: ଯାଜପୁର ଜିଲା ପାଣିକୋଇଲି ରଗଡ଼ି ରାସ୍ତାର ରଣସରପୁର ଛକ ନିକଟରେ ବୁଧବାର ଭୋର ସମୟରେ ଏକ ବରଗଛରେ କାର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଚିନିକଳ ଖୋଲିିବା ଦାବିରେ ଶ୍ରମ କାର୍ଯ୍ୟାଳୟ ଆଗରେ ଧାରଣା

ଚିନିକଳ ଖୋଲିିବା ଦାବିରେ ଶ୍ରମ କାର୍ଯ୍ୟାଳୟ ଆଗରେ ଧାରଣା

ନୟାଗଡ଼ ଅଫିସ,୧୬।୧-ନୟାଗଡ଼ ପାଣିପୋଇଲାସ୍ଥିତ ବନ୍ଦ ହୋଇ ପଡ଼ିଥିବା  ଚିନିକଳକୁ ଅତିଶୀଘ୍ର ଚାଲୁ କରିବା ଓ ଅନ୍ୟାନ୍ୟ ଦାବିରେ ମଙ୍ଗଳବାର ଜିଲା ଶ୍ରମ କାର୍ଯ୍ୟାଳୟ ଆଗରେ ମା’ ବନଦୁର୍ଗା ନୟାଗଡ଼ ସୁଗାର କମ୍ପ୍ଲେକ୍ସ  ସଂଘର ସଦସ୍ୟମାନେ ଧାରଣା ଦେଇଥିଲେ।

ଶ୍ୱଶୁର ଟାଙ୍ଗିଆ ମାଡ଼ରେ ବୋହୂର ମୃତ୍ୟୁ

ଶ୍ୱଶୁର ଟାଙ୍ଗିଆ ମାଡ଼ରେ ବୋହୂର ମୃତ୍ୟୁ

ଦଶପଲ୍ଲା,୧୬।୧(ଡି.ଏନ.ଏ.)-ଶ୍ୱଶୁରଙ୍କ ଟାଙ୍ଗିଆ ମାଡ଼ରେ ପ୍ରାଣ ହରାଇଛନ୍ତି ବୋହୂ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅନ୍ତର୍ଗତ ତୁମାଣ୍ଡି ପଞ୍ଚାୟତର ବଡ଼କୁରୁବାରୀ ଗ୍ରାମରେ। ମୃତକ ହେଲେ ଶାନ୍ତିଲତା ଜାନୀ(୩୫)।

ଜିଲାରେ ପ୍ରତିବର୍ଷ କମୁଛି  ଆଖୁଚାଷ

ଜିଲାରେ ପ୍ରତିବର୍ଷ କମୁଛି ଆଖୁଚାଷ

ନୟାଗଡ଼ ଅଫିସ,୧୬ା୧-ନୟାଗଡ଼ ଜିଲାରେ ପ୍ରତିବର୍ଷ ଆଖୁଚାଷ କମିବାରେ ଲାଗିଲାଣି। ୨୦୧୨-୧୩ ଆର୍ଥିକ ବର୍ଷରେ  ୪୫୦୦  ହେକ୍ଟର ଜମିରେ ଆଖୁଚାଷ କରାଯାଉଥିବା ବେଳେ  ବର୍ତ୍ତମାନ ତାହା ୧୬୫୦  ହେକ୍ଟର ଜମିରେ ପହଞ୍ଚତ୍ଛି।  ପୂର୍ବରୁ ହେଉଥିବା ତିନି ଭାଗ ଜମିରୁ ବର୍ତ୍ତମାନ  ମାତ୍ର ୧ ଭାଗରେ ଆଖୁଚାଷ କରାଯାଉଛି।

ଦୋକାନ ଉପରେ ମାଡିଗଲା ପର୍ଯ୍ୟଟକ ବସ୍‌: ୧୦ରୁ ଊର୍ଦ୍ଧ୍ୱ ଆହତ

ଦୋକାନ ଉପରେ ମାଡିଗଲା ପର୍ଯ୍ୟଟକ ବସ୍‌: ୧୦ରୁ ଊର୍ଦ୍ଧ୍ୱ ଆହତ

ଦଶପଲ୍ଲା,୧୬।୧(ଡି.ଏନ.ଏ.)-ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ଟାକେରା ଠାରେ ମଙ୍ଗଳବାର ଦୋକାନ ଉପରକୁ ଏକ ପର୍ଯ୍ୟଟକ ବସ୍‌ ମାଡିଯାଇଥିଲା। ଫଳରେ ଦୋକାନ ଭାଙ୍ଗି ଚୂରମାର୍‌ ହୋଇଯାଇଥିବାବେଳେ ବସ୍‌ରେ ଥିବା ୧୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଆହତ ହୋଇଛନ୍ତି।

ମଣ୍ଡିରେ ପଡିରହିଛି ୧୨ଶହ କୁଇଣ୍ଟାଲ ଧାନ

ମଣ୍ଡିରେ ପଡିରହିଛି ୧୨ଶହ କୁଇଣ୍ଟାଲ ଧାନ

ରଣପୁର,୧୬ା୧ (ସ୍ବ.ପ୍ର.)- ରାଜ୍ୟ ସରକାର ଚାଷୀମାନଙ୍କ କଷ୍ଟ ଉପାର୍ଜିତ ଧାନ କିଣିବା ପାଇଁ ବିଭିନ୍ନ ଅଞ୍ଚଳରେ ଧାନମଣ୍ଡି ଖୋଲୁଛନ୍ତି। ହେଲେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ କେହି ନାହାନ୍ତି। ଫଳରେ ମଣ୍ଡିକୁ ଆଣିଥିବା ଧାନ ବିକ୍ରିକରି ନ ପାରି ଚାଷୀ ନିରାଶ ହେଉଛି 

୨ କେ.ଜି. ଗଞ୍ଜେଇ ଜବତ, ଜଣେ ଗିରଫ

୨ କେ.ଜି. ଗଞ୍ଜେଇ ଜବତ, ଜଣେ ଗିରଫ

ରଣପୁର,୧୬ା୧ (ସ୍ବ.ପ୍ର.)- ରଣପୁର ଅବକାରୀ ବିଭାଗ ମଙ୍ଗଳବାର ବାଉଁଶଗଡ ଗ୍ରାମର ଭାସ୍କର ପ୍ରଧାନଙ୍କ ଘରେ ଚଢାଉ କରି ୨ କେ.ଜି. ଗଞ୍ଜେଇ ଜବତ କରିଛି ା ଏ ନେଇ ବିଭାଗ ପକ୍ଷରୁ ୫୭/୨୦୧୮-୧୯ରେ ଏକ ମାମଲା ରୁଜୁ କରାଯାଇଛି। ଗିରଫ ପରେ ଭାସ୍କରଙ୍କୁ ନୟାଗଡ଼ କୋର୍ଟ ଚାଲାଣ କରାଯାଇଥିଲା।