ଜଗତସିଂହପୁର,୧୨ା୮(ଡି.ଏନ୍‌.ଏ)- ଜଗତସିଂହପ"> ଦୁର୍ଘଟଣାରେ ଜଣେ ମୃତ ଜଗତସିଂହପୁର,୧୨ା୮(ଡି.ଏନ୍‌.ଏ)- ଜଗତସିଂହପ" /> ଜଗତସିଂହପୁର,୧୨ା୮(ଡି.ଏନ୍‌.ଏ)- ଜଗତସିଂହପ" /> ଜଗତସିଂହପୁର,୧୨ା୮(ଡି.ଏନ୍‌.ଏ)- ଜଗତସିଂହପ" />
Dharitri News
ଉପକୂଳ ଓଡିଶା

ଦୁର୍ଘଟଣାରେ ଜଣେ ମୃତ

ଜଗତସିଂହପୁର,୧୨ା୮(ଡି.ଏନ୍‌.ଏ)- ଜଗତସିଂହପୁର ଜିଲା ଚର୍ଚ୍ଚିକା ବଜାର-ପୁରୋହିତପୁର ରାସ୍ତାରେ ଏକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତବ୍ୟକ୍ତି ଜଣକ ତିର୍ତ୍ତୋଲ ଥାନା ଅନ୍ତର୍ଗତ କଲମପୁର ଗ୍ରାମର ବୃନ୍ଦାବନ ଦାସ। ବୃନ୍ଦାବନ ଓ ତାଙ୍କ ଗ୍ରାମର ତ୍ରିଲୋଚନ ଦାସ ଏକ ସ୍କୁଟି (ଓଡି୨୧୧୪୨୮) ଯୋଗେ ଜଗତସିଂହପୁର ସହରରେ ଥିବା ତାଙ୍କ ହୋଟେଲକୁ ଯାଉଥିଲେ। ଏହି ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ(ଓଡି୨୧୯୮୩୨) ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ବୃନ୍ଦାବନଙ୍କୁ ମୃତ ଘୋଷଣା କରିଥିଲେ। ତ୍ରିଲୋଚନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୋଲିସ ଏ ନେଇ ଏକ ମାମଲା (୨୦୨/୧୭) ରୁଜୁ କରିବା ସହିତ ଉକ୍ତ ପିକ୍‌ଅପ୍‌ ଭ୍ୟାନକୁ ଜବତ କରି ଡ୍ରାଇଭର ନାରାୟଣ ଭୋଇଙ୍କୁ ଅଟକ ରଖିଛି।

ଉପକୂଳ ଓଡିଶା

ଏପଟେ ବନ୍ଦ, ସେପଟେ ବଣଭୋଜି

ଜଗତ୍‌ସିଂହପୁର ଅଫିସ,୨୩।୧: କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାଜପା ଓ କଂଗ୍ରେସ ଶାସକ ବିଜେଡିକୁ ଘେରିଛନ୍ତି। ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଡାକରାରେ ବୁଧବାର ରାଜ୍ୟବ୍ୟାପୀ ବନ୍ଦ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି। ତେଣୁ ବନ୍ଦକୁ ସଫଳ କରିବା ପାଇଁ ମଙ୍ଗଳବାର ଜଗତ୍‌ସିଂହପୁର ଜିଲା କଂଗ୍ରେସ ତରଫରୁ ଜୋରଦାର ପ୍ରସ୍ତୁତି ଚାଲିଛି। ବିଶେଷକରି ଜଗତ୍‌ସିଂହପୁର ସହରରେ ବନ୍ଦ ଯେପରି ଶତପ୍ରତିଶତ ପ୍ରଭାବଶାଳୀ ହେବ ସେନେଇ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀଙ୍କ ନେତୃତ୍ୱରେ ଶତାଧିକ ଯୁବକ ଖସଡା ପ୍ରସ୍ତୁତ କରିଛନ୍ତି। କିନ୍ତୁ ଅନ୍ୟପଟେ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ନିକଟବର୍ତ୍ତୀ ଧଳତଙ୍ଗଗଡ଼ ଜଙ୍ଗଲରେ ବଣଭୋଜି କରାଯିବାର କାର୍ଯ୍ୟକ୍ରମ ରହିଛି। ଗୋଟିଏ ପଟେ କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ଯୋଗୁ କଂଗ୍ରେସ ଦୁଃଖପ୍ରକାଶ କରିବା ସହ ଆନ୍ଦୋଳନକୁ ଓହ୍ଲାଉଛି ବୋଲି କହୁଥିବାବେଳେ ଅନ୍ୟପଟେ ଦଳର ଯୁବ ଓ ଛାତ୍ର ବାହିନୀ ବନ୍ଧୁମିଳନ କରିବା କେତେଦୂର ସମୀଚିନ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯେହେତୁ ପୂର୍ବରୁ ଜଗତ୍‌ସିଂହପୁର ବିଧାୟକ ଓ ପୌରାଧ୍ୟକ୍ଷଙ୍କ ମଧ୍ୟରେ କୌଣସି କାରଣରୁ ବ୍ୟବଧାନ ବଢିଯାଇଛି, ସେ ଦୃଷ୍ଟିରୁ ଜଗତ୍‌ସିଂହପୁର କଂଗ୍ରେସ ରାଜନୀତି ଦୋଛକିରେ ଥିବା ଆଲୋଚନା ହେଉଛି। ତେଣୁ ବଣଭୋଜିରେ ପୌରାଧ୍ୟକ୍ଷ ଯୋଗ ଦେଉଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଛି ।

ବିଶୋଧନାଗାରକୁ ଜମି ଦେଇ ନିଜେ ରାସ୍ତାରେ

ବିଶୋଧନାଗାରକୁ ଜମି ଦେଇ ନିଜେ ରାସ୍ତାରେ

ପାରାଦୀପ,୨୩।୧(ସ୍ବ.ପ୍ର.) ପାରାଦୀପ ଭଳି ଶିଳ୍ପାଞ୍ଚଳରେ ଜମି ଖଣ୍ଡିଏ ଥିଲା। ନିଜେ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ କୌଣସି ପ୍ରକାରେ ୫ ପ୍ରାଣୀ କୁଟୁମ୍ବଙ୍କୁ ଚଳାଇ ନେଉଥିଲେ। ହେଲେ ସରକାର ବିକାଶର ଯେଉଁ ଲମ୍ବା ସ୍ବପ୍ନ ଦେଖାଇଲେ, ତାହାରି ମଧ୍ୟରେ ସବୁ ସୁଖ କେଉଁଆଡେ ନିଶ୍ଚିହ୍ନ ହୋଇଗଲା। ଅନେକ ଆଶା ଓ ପ୍ରତିଶ୍ରୁତିର ପାହାଡ଼ ଉପରେ ଛିଡ଼ା କରାଇ ଶିଳ୍ପ ସଂସ୍ଥା ତାଙ୍କ ଜମି ନେଇଗଲା। ଏବେ ନିଜ ଜମି ଖଣ୍ଡକ ଟେକି ଦେଇ ସେ ପରିବାର ସହ ରାସ୍ତାରେ। ଏହା ହେଉଛି ପାରାଦୀପ ତୈଳ ବିଶୋଧନାଗାର ଦ୍ୱାରା ଜମି ହରାଇଥିବା ପ୍ରଶାନ୍ତ ସାହୁଙ୍କ କଥା। ବର୍ତ୍ତମାନର କେନ୍ଦ୍ର ସରକାର ସବୁବେଳେ ବିକାଶର ସ୍ବପ୍ନ ବାଣ୍ଟି ଚାଲିଛନ୍ତି। ୨୦୧୬ ଫେବୃୟାରୀ ୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଦୀପ ତୈଳ ବିଶୋଧନାଗାର ଲୋକାର୍ପଣ ଅବସରରେ କହିଥିଲେ ଯେ, ଏହି ପ୍ରକଳ୍ପ ହେଉଛି ପୂର୍ବ ଭାରତର ବିକାଶର ପଥ। ୩୩୪୪ ଏକର ଜାଗାରେ ପ୍ରତିଷ୍ଠିତ ୩୫ ହଜାର କୋଟି ଟଙ୍କାର ଏହି ପ୍ରକଳ୍ପ ପାଇଁ ପାରାଦୀପ ହେବ ଶକ୍ତି କ୍ଷେତ୍ର। ଲକ୍ଷାଧିକ ଲୋକଙ୍କୁ ନିଯୁକ୍ତି ମିଳିବ। ଅଞ୍ଚଳର ମାନଚିତ୍ର ବଦଳିଯିବ ଆଦି ଏମିତି ଅନେକ କଥା। ୨୦୧୬ରୁ ଏପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସମାନ କଥାକୁ ଦୋହରାଇ ଚାଲିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ବିକାଶ ହେଲା। ଯେଉଁ ବିକାଶ ହେଲା ତାହା ବିଶୋଧନାଗାର ଦ୍ୱାରା ଜମିହରାଙ୍କର ନୁହେଁ, ବରଂ ପ୍ରଶାନ୍ତଙ୍କ ଭଳି ଅନେକ ଜମିହରାଙ୍କ ଦ୍ୱାରା ବିଶୋଧନାଗାରର। କାରଣ ତୈଳ ବିଶୋଧନାଗାର ପାଇଁ ଜମି ହରାଇଥିବା ୧୭୫୨ ପରିବାର ଓ ୧୪୩ ବିସ୍ଥାପିତଙ୍କୁ ଅଦ୍ୟାବଧି କର୍ମ ସଂସ୍ଥାନ ମିଳିନାହିଁ। ଯେଉଁ କେତେଜଣଙ୍କୁ ବିଭିନ୍ନ ଠିକା ସଂସ୍ଥା ଅଧୀନରେ କାମ ମିଳିଥିଲା, ସେମାନଙ୍କୁ ବିଭିନ୍ନ କାରଣ ଦର୍ଶାଇ କାମରୁ ବାହାର କରାଯାଉଛି।

ପାଉଣା ପାଇଁ ୧୮ଘଣ୍ଟା ବନ୍ଧା ପଡ଼ିଲା ମୃତଦେହ

ପାଉଣା ପାଇଁ ୧୮ଘଣ୍ଟା ବନ୍ଧା ପଡ଼ିଲା ମୃତଦେହ

କଳିଙ୍ଗନଗର,୨୪।୧(ଡି.ଏନ୍‌.ଏ.)- ଟାଟା ମେଡିକାରେ ୧ ଡିସେମ୍ବର ୨୦୧୭ରୁ ୩୧ଜାନୁଆରୀ ୨୦୧୮ ପର୍ଯ୍ୟନ୍ତ ମାଗଣାରେ ୨ମାସ ଧରି ସମସ୍ତ ପ୍ରକାରର ଅସ୍ତ୍ରୋପଚାର କରାଯିବ। ଏନେଇ ଗତ ନଭେମ୍ବର ମାସର ଶେଷ ସପ୍ତାହରେ ଯାଜପୁର ଜିଲାର ସହରଠାରୁ ଗାଁ ଗହଳି ସବୁ ଯାଗାରେ ପୋଷ୍ଟର ଛାଇଗଲା। ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ବ୍ୟବସାୟ ନାମରେ ଟାଟା ମେଡିକା କିଭଳି ଲୁଟୁଛି ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଙ୍ଗଳବାର ହସ୍ପିଟାଲ ପରିସରରେ। ଅସ୍ତ୍ରୋପଚାର ପରେ ମୃତ୍ୟୁବରଣ କରିଥିବା ଜଣେ ଗରିବ ଦିନ ମଜୁରିଆଙ୍କ ଶବକୁ ଚିକିତ୍ସା ଖର୍ଚ୍ଚ ବାବଦରେ ୧ଲକ୍ଷ ୩୮ହଜାର ୮ଶହ ଟଙ୍କା ଦାବି କରି ୧୮ଘଣ୍ଟା ବନ୍ଧା ରଖିଲେ ମେଡିକା କର୍ତ୍ତୃପକ୍ଷ। ଏହା ଗଣମାଧ୍ୟମ ପ୍ରତିନିଧି ଜାଣି ହସ୍ତକ୍ଷେପ କରିବା ପରେ ମାଗଣାରେ ଅସ୍ତ୍ରୋପଚାର ନାମରେ ଡାକ୍ତରଖାନା ଖୋଲି ଲାଭଖୋର ବ୍ୟବସାୟର ଗୁମର ଫିଟିଛି। ଚିକିତ୍ସା ଖର୍ଚ୍ଚ ପଇଠ ଦାବି କରି ମୃତଦେହ ଅଟକ ରଖାଯାଇଥିବା ଖବର ପାଇ କଳିଙ୍ଗନଗରର ଧରିତ୍ରୀ ପ୍ରତିନିଧି ଡୁବୁରୀସ୍ଥିତ ମେଡିକା ହସପିଟାଲରେ ପହଞ୍ଚତ୍ ଘଟଣା ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ। ଏନେଇ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

ଡକାୟତଙ୍କ ଆକ୍ରମଣରେ ପରିବାରର ୩ ସଦସ୍ୟ ଗୁରୁତର

ଡକାୟତଙ୍କ ଆକ୍ରମଣରେ ପରିବାରର ୩ ସଦସ୍ୟ ଗୁରୁତର

ବିଞ୍ଝାରପୁର,୨୪।୧(ଡି.ଏନ୍‌.ଏ) ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଘଣ୍ଟିଆଳି ପଞ୍ଚାୟତ ବଣିଆପାଳ ଗ୍ରାମରେ ଡକାୟତଙ୍କ ଆକ୍ରମଣରେ ତାପସ ରଞ୍ଜନ ପ୍ରଧାନଙ୍କ ପରିବାରର ୩ଜଣ ସଦସ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଣ୍ଟିଆଳି ଅନତୀ ଦୂରରେ କଡ଼ା ପୋଲିସ ସୁରକ୍ଷା ମଧ୍ୟରେ ବରୁଣେଶ୍ୱର ମେଳା ଚାଲିଥିବାବେଳେ ୫ଜଣ ଡକାୟତ ଡକାୟତି ଉଦ୍ଦେଶ୍ୟରେ ତାପସ ରଞନ ପ୍ରଧାନଙ୍କ ଛାତ ସିଡିଘର କବାଟ ଭାଙ୍ଗି ଘରେ ପଶିଥିଲେ। ଡକାୟତମାନେ ସିଡିଘର ଭାଙ୍ଗୁଥିବାବେଳେ ପ୍ରଧାନଙ୍କ ପରିବାର ପାଟି କରିବାରୁ ଡକାୟତମାନେ ତାପସ ପ୍ରଧାନ (୪୫) ତାଙ୍କ ସ୍ତ୍ରୀ ନମିତା ପ୍ରଧାନ ଓ ତାଙ୍କ ମା’ କଳ୍ପନା ପ୍ରଧାନ (୬୨)ଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଲୁଟପାଟ କରିଥିଲେ। ପ୍ରଧାନଙ୍କ ପରିବାର ଡକାୟତଙ୍କ ଆକ୍ରମଣରେ ଆହତ ହୋଇ ଚିକତ୍ସାର କଜନ ଆସିବାରୁ ଡକାୟତମାନେ ପଳାଇ ଯାଇଥିଲେ।

ରବୀନ୍ଦ୍ର ହତ୍ୟା ଘଟଣାର ଖୋଲୁଛି ଗୁମର

ବିରଜାକ୍ଷେତ୍ର, ୨୪।୧(ଡି.ଏନ୍‌.ଏ) ସରସ୍ବତୀ ପୂଜା ପ୍ରାତଃରୁ ଯାଜପୁର ବ୍ଲକ୍‌ ସିମିଳିଆ ପଞ୍ଚାୟତ ମଇଦପୁର ଛକ ତଥା ଯାଜପୁର-ବରୁଆଁ ରାସ୍ତାର ମଇଦପୁର ଛକର ଡାହାଣପଟେ ପରିତ୍ୟକ୍ତ ଅଳିଆ ଗଦାରେ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମରି ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିଲା। ଅର୍ଦ୍ଧଦଗ୍ଧ ମୃତଦେହର ଅନତି ଦୂରରେ ପଡ଼ିଥିବା ପ୍ୟାଣ୍ଟ, କପଡ଼ା ଓ ଚପଲକୁ ଦେଖିବା ପରେ ମୃତଦେହ ବିଚିତ୍ରପୁର ପଞ୍ଚାୟତ ଅବଦଲପୁର ଗ୍ରାମର ରବୀନ୍ଦ୍ର ନାୟକଙ୍କ ବୋଲି ସ୍ଥାନୀୟ ଲୋକେ ଚିହ୍ନଟ କରିଥିଲେ। ଘଟଣାସ୍ଥଳରେ ରକ୍ତ ପଡ଼ିଥିବା ଦେଖି ପରିବାର ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ। ହତ୍ୟା ପରେ ପୋଡ଼ି ଦିଆଯାଇଛି ବୋଲି ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବାବେଳେ ସିମିଳିଆ ଗ୍ରାମର ଅଟୋ ଡ୍ରାଇଭର ଦୀପକ କୁମାର ପତିଙ୍କ ଅଟୋରେ ରବିବାର ରାତ୍ର ୧୧ଟାରେ ରବୀନ୍ଦ୍ର ବୁଲୁଥିବା ଅବଦଲପୁର ଓ ସାନତ୍ରିଲୋଚନପୁର ଗ୍ରାମର କେତେକ ଲୋକ ଦେଖିଥିବା ପୋଲିସକୁ ଜଣାଇଥିଲେ। ଏହା ଶୁଣିବା ପରେ ପୋଲିସ ଅଟୋ ଡ୍ରାଇଭର ଦୀପକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିଲା।

ମିଳୁନାହିଁ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ୨୫ପ୍ରତିଶତ ସ୍ଥାନ ସଂରକ୍ଷଣ

ଯାଜପୁର ଅଫିସ,୨୪।୧ ଶିକ୍ଷା ଅଧିକାର ଆଇନରେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଏବଂ ଅନଗ୍ରସର ପିଲାଙ୍କ ପାଇଁ ପ୍ରାଇଭେଟ ସ୍କୁଲଗୁଡ଼ିକରେ ୨୫ ପ୍ରତିଶତ ସିଟ ସଂରକ୍ଷଣ ରଖିବା ବାଧ୍ୟତାମୂଳକ ବୋଲି ୨୦୧୨ ଏପ୍ରିଲ ୧୨ରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । କିନ୍ତୁ ଯାଜପୁର ଜିଲାରେ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ପିଲାମାନେ ଏହି ନିୟମ ଅନୁସାରେ କୌଣସି ବେସରକାରୀ ସ୍କୁଲରେ ନାମ ଲେଖାଇବାକୁ ସୁଯୋଗ ପାଉ ନାହାନ୍ତି। ଫଳରେ ଶିକ୍ଷା ଅଧିକାର ଆଇନ ଏହି ଜିଲାରେ ଏକ ପ୍ରକାର ପ୍ରହସନ ପାଲଟିଛି ବୋଲି ମତପ୍ରକାଶ ପାଇଛି। କେବଳ ବ୍ୟବସାୟକୁ ମାଧ୍ୟମ କରୁଥିବାରୁ ବେସରକାରୀ ସ୍କୁଲ କର୍ତ୍ତୃପକ୍ଷ ଶିକ୍ଷା ଅଧିକାର ଆଇନକୁ ଉଲଂଘନ କରିବାରେ ଲାଗିଛନ୍ତି। ଶିକ୍ଷା ବିଭାଗ ପାଖରେ ମଧ୍ୟ ଏନେଇ କୌଣସି ତଥ୍ୟ ନାହିଁ । ଫଳରେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥିବା ମେଧାବୀ ଛାତ୍ରୀଛାତ୍ର ଗୁଣାମତ୍କ ଶିକ୍ଷା ପାଇବାରୁ ବଞ୍ଚିତ ରହୁଛନ୍ତି।

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ଯାଜପୁରରୋଡ,୨୩।୧(ନି.ପ୍ର.)- ଯାଜପୁର ସଦରଥାନା ଅନ୍ତର୍ଗତ ମୋଲପଡା ପଞ୍ଚାୟତର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ସୋମବାର ଯାଜପୁର ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ସଦରଥାନା ପୋଲିସ ମଙ୍ଗଳବାର ଅଭିଯୁକ୍ତଙ୍କୁ ଗିରଫ କରିଛି।

ବେଆଇନ ମଦ ବିକ୍ରିକୁ ବିରୋଧ କରି ତାତିଲେ ମହିଳା

ବେଆଇନ ମଦ ବିକ୍ରିକୁ ବିରୋଧ କରି ତାତିଲେ ମହିଳା

ମହାକାଳପଡା,୨୩।୧(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକର ଖରିନାସୀ ପଞ୍ଚାୟତର ଖରିନାସୀ ଗ୍ରାମରେ ବେଆଇନ ମଦ ବିକ୍ରିକୁ ବିରୋଧ କରି ମଙ୍ଗଳବାର ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଏଥିନିମନ୍ତେ ଉକ୍ତ ଗ୍ରାମରେ ଥିବା ନାଗମାତା ଆଞ୍ଚଳିକ ମହିଳା ମଞ୍ଚ ପକ୍ଷରୁ ୨୧ଟି ମହିଳା ସ୍ବୟଂସହାୟକ ଗୋଷ୍ଠୀର ୧୦୦ରୁ ଊର୍ଦ୍ଧ୍ୱ ମହିଳା ଏକତ୍ରୀତ ହୋଇଥିଲେ। ମହିଳାମାନେ ଗ୍ରାମରେ ଥିବା ୫ଟି ବେଆଇନ ମଦ ବେପାରୀଙ୍କ ଘର ସହ ୨ଟି ଜୁଆଡିଙ୍କ ଘରକୁ ଯାଇ ମଦ, ଗଞ୍ଜେଇ ବେଆଇନ୍‌ ବିକ୍ରି ଓ , ଜୁଆ ଖେଳକୁ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି।

ପୋଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧି ସୁରେଶ ଆହତ

ପୋଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧି ସୁରେଶ ଆହତ

ନୟାଗଡ ଅଫିସ,୨୩।୧: ନୟାଗଡ ଜିଲା ବାରମାସୀ ଦଣ୍ଡା ନିକଟରେ ସୋମବାର ବିଳମ୍ବିତ ରାତିରେ ପୋଲିସ ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧୀ ଆହତ ହୋଇଛନ୍ତି। ସେ ହେଉଛନ୍ତି ଦଶପଲ୍ଲା ଥାନା ପୋଇବାଡି ଗ୍ରାମର ସୁରେଶ ରାଉତ। ପୋଲିସ ତାଙ୍କଠାରୁ ଗୋଟିଏ ମାଉଜର ଓ ବାଇକ୍‌ ଜବତ କରିଛି।

ଅଗ୍ନିକାଣ୍ଡରେ ୨ ବଖରା ଜଳିଗଲା

ଅଗ୍ନିକାଣ୍ଡରେ ୨ ବଖରା ଜଳିଗଲା

ଗଣିଆ,୨୨।୧(ଡି.ଏନ.ଏ.)- ଗଣିଆ ତହସିଲ ଅନ୍ତର୍ଗତ ଛାମୁଣ୍ଡିଆ ରାଜସ୍ବ ସର୍କଲର ଈଶ୍ୱରପୁର ଗ୍ରାମରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୨ ପରିବାରର ୨ ବଖରା ଜଳିଯାଇଛି। ଏଥିରେ ଗ୍ରାମର ଶରତ ଦଳେଇ, ନିରତ ଦଳେଇଙ୍କ ୧ ବଖରା ଲେଖାଏ ପୋଡିଯାଇଛି।