ଫୁରସତ |

‘ଯାଦୁ କଣିକା’ ସୃଷ୍ଟି କରିବ ଶକ୍ତିଶାଳୀ ସୁପର କମ୍ପ୍ୟୁଟର

‘ଯାଦୁ କଣିକା’ ସୃଷ୍ଟି କରିବ ଶକ୍ତିଶାଳୀ ସୁପର କମ୍ପ୍ୟୁଟର

ବୈଜ୍ଞାନିକମାନେ ଏକ ପ୍ରକାର ଶକ୍ତିଶାଳୀ ‘ଯାଦୁ କଣିକା’ ପ୍ରସ୍ତୁତ କରିଛନ୍ତି। ଏହାକୁ ପୋଲାରିଟୋନ୍‌ ଭାବେ ନାମିତ କରାଯାଇଛି। ଆଲୋକ ଶକ୍ତିରେ ଭରପୂର ଏହି କଣିକା ବିଭିନ୍ନ ଜଟିଳ ସମସ୍ୟା ସମାଧାନ କରିବା ସହିତ ସୁପର କମ୍ପ୍ୟୁଟର ସୃଷ୍ଟି କରିବାକୁ ସକ୍ଷମ ହେବ। ବ୍ରିଟେନ୍‌ର କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର ଗବେଷକ ଏ ନେଇ ଅଧିକ ଗବେଷଣା ଜାରି ରଖିଛନ୍ତି। ଏଥିରେ ଆଲୋକ ଶକ୍ତି ଓ ବସ୍ତୁତ୍ୱର ମିଶ୍ରଣ ରହିଛି। କମ୍ପ୍ୟୁଟରରେ ବିଭିନ୍ନ ଜଟିଳ ଅସମାହିତ ପ୍ରଶ୍ନର ସମାଧାନ ଏହା ସହଜରେ କରିପାରିବ। ଜୀବବିଜ୍ଞାନ, ଆର୍ଥିକକ୍ଷେତ୍ର, ପର୍ଯ୍ୟଟନ, ଗବେଷଣା, ମହାକାଶ ଗବେଷଣା ଆଦି କ୍ଷେତ୍ରର ଅନେକ ସମସ୍ୟାର ସମାଧାନ ସକାଶେ ଏହି କଣିକା ସହାୟତା ପ୍ରଦାନ କରିବ ବୋଲି ପ୍ରଫେସର ନାଟାଲିଆ ବେର୍ଲଅଫ୍‌ କହିଛନ୍ତି। ସୁପର କମ୍ପ୍ୟୁଟର ନିର୍ମାଣରେ ଗାଲିୟମ୍‌, ଆର୍ସେନିକ୍‌, ଇଣ୍ଡିୟମ୍‌ ଓ ଆଲୁମିନିୟମ୍‌ ଆଦି ଧାତୁର ବ୍ୟବହାର କରାଯାଇଥାଏ। ପୋଲାରିଟନ୍‌ର ଓଜନ ଏସବୁ ଧାତୁ ତୁଳନାରେ ୧୦ ହଜାର ଗୁଣା କମ ରହିଛି ବୋଲି ଗବେଷକ କହିଛନ୍ତିି। ଏହାର ଆଲୋକ ଶକ୍ତିକୁ ଫଟୋଲୁମିସେନ୍ସ ପରିମାପକ ଦ୍ୱାରା ମାପ କରାଯାଇଥାଏ। ଏହା ସୁପର କମ୍ୟୁଟରର ସାଧାରଣ କମ୍ପ୍ୟୁଟେଶନ୍‌ ଶକ୍ତିକୁ ବୃଦ୍ଧି କରିଥାଏ। ଏହାକୁ ମାଇକ୍ରୋସ୍କୋପିକ୍‌ କ୍ୱାଣ୍ଟମ୍‌ ସିମୁଲେଟର ଭାବେ ମଧ୍ୟ ବ୍ୟବହାର କରାଯାଇ ପାରିବ ବୋଲି ଗବେଷକ କହିଛନ୍ତି।

All Right Reserved By

ଫୁରସତ |

ବୁଝନ୍ତୁ ସଫଳତାର ପ୍ରକୃତ ଅର୍ଥ...

ବୁଝନ୍ତୁ ସଫଳତାର ପ୍ରକୃତ ଅର୍ଥ...

ସଫଳତାର ପ୍ରକୃତ ଅର୍ଥ ନୁହେଁ ଆବଶ୍ୟକତାଠାରୁ ଅର୍ଥ ଜମା କରିବା କିମ୍ବା ବଡ ବଡ ବଙ୍ଗଳା ଓ ଗାଡ଼ି କିଣିବା । ସଫଳତାର ଅର୍ଥ ହେଉଛି ପ୍ରତିଦିନ ନିଜ ଲାଗି ଜଣେ ଯେଉଁ ଲକ୍ଷ୍ୟ ସ୍ଥିର କରିଛନ୍ତି ତାହା ହାସଲ ପାଇଁ ପ୍ରୟାସ ଜାରି ରଖିବା ।

ସ୍ମରଣ ଶକ୍ତିକୁ ପ୍ରଭାବିତ କରେ ପାଠପଢ଼ା ଚାପ

ସ୍ମରଣ ଶକ୍ତିକୁ ପ୍ରଭାବିତ କରେ ପାଠପଢ଼ା ଚାପ

ପିଲାଙ୍କ ସ୍ମରଣ ଶକ୍ତି ହ୍ରାସ ପଛରେ ଅଭିଭାବକ ହିଁ ଦାୟୀ ଥାଆନ୍ତି। ପିଲାଟି ଉପରେ ଷ୍ଟଡିପେସର୍‌ ବା ପାଠପଢ଼ା ଚାପ ବଢ଼ାଇବାରେ ସେମାନଙ୍କର ଥାଏ ମୁଖ୍ୟ ଭୂମିକା।

କୁପ୍ରଭାବ ଜାଣି ପ୍ଲାଷ୍ଟିକ୍‌ ବ୍ୟବହାର କରନ୍ତି ଲୋକେ

କୁପ୍ରଭାବ ଜାଣି ପ୍ଲାଷ୍ଟିକ୍‌ ବ୍ୟବହାର କରନ୍ତି ଲୋକେ

ନୂଆଦିଲ୍ଲୀ: ପରିବେଶ ଉପରେ ପ୍ଲାଷ୍ଟିକ୍‌ର ହାନିକାରକ ପ୍ରଭାବ ବିଷୟରେ ଅଧିକାଂଶ ଲୋକ ଅବଗତ। ଏହାସତ୍ତ୍ୱେ ସେମାନେ ପ୍ଲାଷ୍ଟିକ୍‌ର ବ୍ୟବହାର କରି ଚାଲିଛନ୍ତି। କାରଣ ଏହାର ଶସ୍ତା ବିକଳ୍ପ ଉପଲବ୍ଧ ନ ଥିବାରୁ ଲୋକେ ପ୍ଲାଷ୍ଟିକ୍‌ ବ୍ୟବହାର ପାଇଁ ବାଧ୍ୟ ହେଉଛନ୍ତି ବୋଲି ସଦ୍ୟ ଏକ ଅଧ୍ୟୟନରୁ ଜଣାପଡ଼ିଛି।

ମାନସିକ ରୋଗକୁ ଡାକିଆଣେ ଡାଇବେଟିସ୍‌

ମାନସିକ ରୋଗକୁ ଡାକିଆଣେ ଡାଇବେଟିସ୍‌

ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଡାଇବେଟିସ୍‌ ଓ ମାନସିକ ରୋଗ ପରସ୍ପର ସହିତ ଜଡ଼ିିତ। ଏକ ପ୍ରକାର ଜିନ୍‌ ଡାଇବେଟିସ୍‌ ଓ ମାନସିକ ରୋଗ ମଧ୍ୟରେ ସଂଯୋଗ ସ୍ଥାପନ କରିଥାଏ।

ଯେଉଁଠି ଲୋକେ ଖାଆନ୍ତି ମାଟି ଲୁଣର ରୁଟି

ଯେଉଁଠି ଲୋକେ ଖାଆନ୍ତି ମାଟି ଲୁଣର ରୁଟି

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବୀରେନ୍ଦ୍ର ସେହ୍ବାଗ୍‌ ତାଙ୍କ ଟୁଇଟର ଆକାଉଣ୍ଟରେ ଭିଡିଓଟି ଶେୟାର କରିବା ସହ ଏକ ଭାବପୂର୍ଣ୍ଣ ବାର୍ତ୍ତା ମଧ୍ୟ ଦେଇଛନ୍ତି।

ସେବାମନସ୍କ ପ୍ରିୟଙ୍କା

ସେବାମନସ୍କ ପ୍ରିୟଙ୍କା

ଜାତୀୟ ସେବା ଯୋଜନାରେ ସାମିଲ ହୋଇ ସମାଜ ସେବା କରିବାକୁ ତାଙ୍କୁ ମିଳିଛି ପ୍ରେରଣା। କଲେଜରେ ପାଠ ପଢିବା ବେଳେ ବିଭିନ୍ନ ସେବା କାର୍ଯ୍ୟ କରିବାକୁ ସୁଯୋଗ ପାଇଥିଲେ। ଥରେ ଜିଲା ପ୍ରଶାସନ ପକ୍ଷରୁ ପରିଚାଳିତ ହେଉଥିବା ଏକ ଶିଶୁ ଯତ୍ନ ଅନୁଷ୍ଠାନରେ ଏନଏସଏସ ପକ୍ଷରୁ ଦିନିକିଆ କ୍ୟାମ୍ପ ପଡିଥିଲା।

ମୋ ଅନୁଭୂତି: ଫାଇଟିଂ ସମୟରେ ନାକ ହାଡ଼ ଭାଙ୍ଗି ଯାଇଥିଲା-ଅଭିନେତା ସମରେଶ ରାଉତରାୟ

ମୋ ଅନୁଭୂତି: ଫାଇଟିଂ ସମୟରେ ନାକ ହାଡ଼ ଭାଙ୍ଗି ଯାଇଥିଲା-ଅଭିନେତା ସମରେଶ ରାଉତରାୟ

ସମରେଶ ରାଉତରାୟ, ନଁ। ଶୁଣିବା ମାତ୍ରେ ଆଖି ଆଗରେ ନାଚିଉଠେ ତାଙ୍କ ଖଳନାୟକ ଭୂମିକାରେ ଅଭିନୟ। କିଛିଟା ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ବି ଖଳନାୟକ ଭୂମିକା ପାଇଁ ସେ ଦର୍ଶକଙ୍କ ପାଖରେ ଅଧିକ ପରିଚିତ।

ନିଜ କଥା: ଭୁଲ୍‌ ବାଛିବାକୁ ସୁଯୋଗ ଦିଏନା

ନିଜ କଥା: ଭୁଲ୍‌ ବାଛିବାକୁ ସୁଯୋଗ ଦିଏନା

ମୋ ଭୁଲ୍‌କୁ ଆଉ ଜଣେ କିଏ ବାଛୁ ସେ ସୁଯୋଗ ମୁଁ କାହାରିକୁ କେବେ ଦେଇନି। କାରଣ ଭୁଲ୍‌କୁ ମୁଁ କେବେ ପ୍ରଶ୍ରୟ ଦିଏନା। ମୋର ମିତ୍ର ଅଧିକ ହେଲେ ଶତ୍ରୁ କିଏ ମୁଁ ଜାଣେନା।

‘ତରିଫାଁ’ ଅନ୍‌ପ୍ଲଗ୍‌ଡ ପଛରେ: ଓଡ଼ିଆ ଝିଅ ଲିଜା ମିଶ୍ର

‘ତରିଫାଁ’ ଅନ୍‌ପ୍ଲଗ୍‌ଡ ପଛରେ: ଓଡ଼ିଆ ଝିଅ ଲିଜା ମିଶ୍ର

କିଛିଦିନ ତଳେ ରିଲିଜ ହୋଇଥିବା ବହୁଚର୍ଚ୍ଚିତ ହିନ୍ଦୀ ଫିଲ୍ମ ‘ବୀରେ ଦି ଓ୍ବେଡିଂ’ର ‘ତରିଫଁା’ ଗୀତ ଏବେ ବି ଅଧିକାଂଶଙ୍କ ପ୍ଲେଲିଷ୍ଟ୍‌ରେ ମୋଷ୍ଟ ପ୍ଲେଡ୍‌ ଟ୍ରାକ୍‌ଭାବେ ରହିଛି। ଗୀତର ଅରିଜିନାଲ ଟ୍ରାକ୍‌ ଯେତେ ଟ୍ରେଣ୍ଡ ନ କରିଛି, ଏହାର ଅନ୍‌ପ୍ଲଗ୍‌ଡ ଭର୍ସନ ଏବେ ବେଶ୍‌ ଲୋକପ୍ରିୟତା ହାସଲ କରିଛି।

୩ମିନିଟ୍‌ ଆଗରୁ ଲଞ୍ଜ ବ୍ରେକ୍‌ ନେଇ ହରାଇଲେ ବେତନ

୩ମିନିଟ୍‌ ଆଗରୁ ଲଞ୍ଜ ବ୍ରେକ୍‌ ନେଇ ହରାଇଲେ ବେତନ

ଟୋକିଓ: କାର୍ଯ୍ୟାଳୟରେ ଥିବା ସମୟରେ ବାରମ୍ବାର ସିଟ୍‌ ଛାଡିବା ଓ ୩ ମିନିଟ୍‌ ଆଗରୁ ଲଞ୍ଚ ବ୍ରେକ୍‌ ନେବା ଏବେ ମହଙ୍ଗା ପଡିଛି ଜାପାନର କର୍ମଚାରୀଙ୍କୁ। ପଶ୍ଚିମ ଜାପାନର କୋବୋରେ ଥିବା ଓ୍ବାଟରଓ୍ବାର୍କସ୍‌ ବ୍ୟୁରୋରେ କାର୍ଯ୍ୟରତ ଜଣେ କର୍ମଚାରୀ ୭ ମାସ ଭିତରେ ୨୬ଥର ଲଞ୍ଚ ବ୍ରେକ୍‌ ପୂର୍ବରୁ ସିଟ୍‌ ଛାଡିଥିବା ଅଭିଯୋଗ ହୋଇଥିଲା।

ଇଣ୍ଟରନେଟ୍‌ ବ୍ୟବହାରରେ ଭାରତୀୟ ବୟସ୍କ ବିଶ୍ୱରେ ସବୁଠୁ ପଛୁଆ

ଇଣ୍ଟରନେଟ୍‌ ବ୍ୟବହାରରେ ଭାରତୀୟ ବୟସ୍କ ବିଶ୍ୱରେ ସବୁଠୁ ପଛୁଆ

ସାନ୍‌ ଫ୍ରାନ୍ସିସ୍‌କୋ: ଡିଜିଟାଲ୍‌ ଇଣ୍ଡିଆ ନେଇ ଭାରତ ସରକାର ଉଦ୍ୟମ ଚଳାଇଥିଲେ ସୁଦ୍ଧା ଦେଶରେ ଏବେ ବି କେବଳ ଏକ ଚତୁର୍ଥାଂଶ ପ୍ରାପ୍ତ ବୟସ୍କ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି। ଇଣ୍ଟରନେଟ୍‌ ବ୍ୟବହାର କରିବାରେ ଭାରତୀୟ ବୟସ୍କ ହେଉଛନ୍ତି ବିଶ୍ୱରେ ସବୁଠୁ ପଛୁଆ।

ମିସ୍‌ ଇଣ୍ଡିଆ ମୁକୁଟ ପିନ୍ଧିଲେ ଅନୁକ୍ରିଥୀ

ମିସ୍‌ ଇଣ୍ଡିଆ ମୁକୁଟ ପିନ୍ଧିଲେ ଅନୁକ୍ରିଥୀ

ବମ୍ବେ: ମିସ୍‌ ଇଣ୍ଡିଆ ମୁକୁଟ ପିନ୍ଧିଲେ ତାମିଲନାଡ଼ୁର ୧୯ ବର୍ଷୀୟା ଅନୁକ୍ରିଥୀ ଭାସ୍‌। ଏଠାରେ ଅନୁଷ୍ଠିତ ଫେମିନା ମିସ୍‌ ଇଣ୍ଡିଆ ଓ୍ବାଲର୍‌ଡ ୨୦୧୮ ପ୍ରତିଯୋଗିତାରେ ଦେଶର କୋଣ ଅନୁକୋଣରୁ ଭାଗ ନେଇଥିବା ସୁନ୍ଦରୀଙ୍କୁ ପଛରେ ପକାଇ ମର୍ଯ୍ୟାଦାଜନକ ଟାଇଟ୍‌ଲ ହାସଲ କରିଛନ୍ତି ଟ୍ରିଚି ସହରର ଅନୁକ୍ରିଥୀ।

Model This Week

ପ୍ରଭାତ