
ଲସ୍ ଏଞ୍ଜେଲସ୍: ବୈଜ୍ଞାନିକମାନେ ଏକ ନୂଆ ଯନ୍ତ୍ର ବିକାଶ କରିଛନ୍ତି। ଏହା ଲୋକଙ୍କ ଜ୍ଞାନ ମାପି ପାରିବ। ମସ୍ତିଷ୍କର ୬ଟି ସ୍ବତନ୍ତ୍ର କ୍ଷେତ୍ର ସହ ବିଭିନ୍ନ ଜ୍ଞାନ ଜଡ଼ିତ। ଉଦାହରଣ ସ୍ବରୂପ ସାମାଜିକ ସପକ୍ଷବାଦୀ ଆଚରଣ ବିଶେଷକରି ଦୟା, ଅନୁଗ୍ରହ ଏବଂ ସାମାଜିକ ସହଯୋଗ ଆଦି ପ୍ରିଫ୍ରଣ୍ଟାଲ୍ କୋର୍ଟେକ୍ସ(ପିଏଫ୍ସି) ଦ୍ୱାରା ନିୟନ୍ତ୍ରିତ ହୁଏ। ଏହା ମସ୍ତିଷ୍କର ସମ୍ମୁଖ ଭାଗରେ ଅବସ୍ଥିତ ଏବଂ ଜଟିଳ କାର୍ଯ୍ୟ କରିବାରେ ସହାୟକ ହୁଏ। ମସ୍ତିଷ୍କର ଅନ୍ୟ ପରିସରଗୁଡିକ ହେଲା- ସାମାଜିକ ନିଷ୍ପତ୍ତି ନିର୍ଦ୍ଧାରଣ, ଜୀବନର ବାସ୍ତବ ଦୃଷ୍ଟିକୋଣ, ଭାବପ୍ରବଣତା ନିୟନ୍ତ୍ରଣ, ଆମତ୍-ବୁଝାମଣା, ବିଭିନ୍ନ ମୂଲ୍ୟବୋଧ ପ୍ରତି ସହନୀୟ ଭାବ ଏବଂ ଫଳ ଆଶା ନ ରଖି କାର୍ଯ୍ୟ କରିବାର ଦକ୍ଷତା। ତେବେ ଏହି ଜ୍ଞାନ ମାପ କରିବା ପାଇଁ ଯେଉଁ ନୂଆ ଯନ୍ତ୍ର ବିକଶିତ ହୋଇଛି ତା’ର ନାମ ସାନ୍ ଡିଏଗୋ ଓ୍ବିଜ୍ଡମ୍ ସ୍କେଲ୍ (ଏସ୍ଡି-ଓ୍ବାଇଜ୍)। ଏହା ୬ଟି ଜ୍ଞାନକ୍ଷେତ୍ର ମଧ୍ୟରୁ ୫ଟିକୁ ମାପ କରିବାକୁ ସମର୍ଥ। ଏହା ବିଭିନ୍ନ ବ୍ୟକ୍ତିଙ୍କର ଜ୍ଞାନକୁ ମାପ କରିବା ସହିତ ଜ୍ଞାନର ପାର୍ଥକ୍ୟ ମଧ୍ୟ ବାରିପାରିବ। ଜ୍ଞାନର ଷଷ୍ଠ କ୍ଷେତ୍ର ହେଉଛି ସାମାଜିକ ନିଷ୍ପତ୍ତି ନିର୍ଦ୍ଧାରଣ। ଏହାକୁ ଆଂଶିକ ଭାବରେ ସାମାଜିକ ପରାମର୍ଶଦାତା ମଧ୍ୟ କୁହାଯାଏ। ମଣିଷର ସର୍ବଶେଷ ଭାବନାକୁ ମଧ୍ୟ ଏସଡି-ଓ୍ବାଇଜ୍ ପ୍ରତିଫଳନ କରିପାରିବ। ଆମେରିକାର ସାନ୍ ଡିଏଗୋସ୍ଥିତ କାଲିଫର୍ନିଆ ୟୁନିଭର୍ସିଟି ପ୍ରଫେସର ଦିଲୀପ୍ ଜେଷ୍ଟେ କହନ୍ତି, ଡାକ୍ତରଖାନାଗୁଡିକରେ ଏହାକୁ ଏକ ଦରକାରୀ ଯନ୍ତ୍ର ଭାବରେ ବ୍ୟବହାର କରାଯାଇପାରେ।