ଖେଳ |

ହକି କମ୍ପ୍ଲେକ୍ସ ପୁନର୍ଗଠନ କାର୍ଯ୍ୟର ଗତି ନେଇ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ

ହକି କମ୍ପ୍ଲେକ୍ସ ପୁନର୍ଗଠନ କାର୍ଯ୍ୟର ଗତି ନେଇ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ
ଭୁବନେଶ୍ୱର, ୧୮।୬(ସ୍ପୋର୍ଟ ବ୍ୟୁରୋ)- ଆସନ୍ତା ନଭେମ୍ବର- ଡିସେମ୍ବର ମାସରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବା ବେଳେ ଷ୍ଟାଡିୟମର ହକି କମ୍ପ୍ଲେକ୍ସ ପୁନର୍ଗଠନ କାର୍ଯ୍ୟ ଜୋରସୋରରେ ଚାଲିଛି। ଏହି ପୁନର୍ଗଠନ କାର୍ଯ୍ୟର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସନ୍ଧ୍ୟାରେ ଷ୍ଟାଡିୟମ ପରିଦର୍ଶନ କରିଥିଲେ। କାର୍ଯ୍ୟର ଗତି ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକଟ କରିଛନ୍ତି। ଠିକ୍‌ ସମୟରେ କାର୍ଯ୍ୟ ସମ୍ପାଦିତ ହେଉଛି ଓ ଏଥିପାଇଁ ମୁଁ ଖୁସି ବୋଲି ସେ କହିଛନ୍ତି। ଏବେ ହକି କମ୍ପ୍ଲେକ୍ସର ଦର୍ଶକ କ୍ଷମତା ୮୦୦୦ ଥିବା ବେଳେ ଏହା ୧୫,୦୦୦କୁ ବୃଦ୍ଧି ହେବ ଓ ଅଧିକରୁ ଅଧିକ ଦର୍ଶକ ବିଶ୍ୱକପ୍‌ ମ୍ୟାଚ ଦେଖିପାରିବେ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଇଡକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ସିଂ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ତଥା କମିଶନର ବିଶାଲ ଦେବ, କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆର. ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ। ଷ୍ଟାଡିୟମରେ ଚାଲିଥିବା କାର୍ଯ୍ୟ ସନ୍ତୋଷଜନକ ବୋଲି ବିଶାଲ କହିଛନ୍ତି। ଷ୍ଟାଡିୟମରେ ନୂଆ ଟର୍ଫ ବିଛା ସରିଛି। ଉଭୟ ଅଭ୍ୟାସ ଓ ମୁଖ୍ୟ ପିଚ୍‌ର ଫ୍ଲଡଲାଇଟ୍‌ରେ ଉନ୍ନତି ଅଣାଯାଇଛି। ଷ୍ଟାଡିୟମର ନିକଟସ୍ଥ ରାସ୍ତାଗୁଡିକ ଚଉଡା କରାଯାଉଛି ଓ ନୂଆ ଗେଟ୍‌ ମଧ୍ୟ ସ୍ଥାପନ କରାଯିବ। ଏଥିସହିତ ସ୍ଥାୟୀ ସିସିଟିଭି କ୍ୟାମେରା ମଧ୍ୟ ଷ୍ଟାଡିୟମରେ ଲଗାଯିବ। ବିଶ୍ୱକପ ଆୟୋଜନରେ ସାରା ବିଶ୍ୱରେ ଓଡ଼ିଶାକୁ ଏକ ସ୍ବତନ୍ତ୍ର ସ୍ଥାନ ତଥା ପରିଚୟ ଦେବାକୁ ଆମେ ପ୍ରୟାସ ଜାରି ରଖିବୁ ବୋଲି ବିଶାଲ କହିଛନ୍ତି। ପୁଣି ଆସନ୍ତା ମାସରେ ଲଣ୍ଡନରେ ଆୟୋଜନ ହେବାକୁଥିବା ମହିଳା ହକି ବିଶ୍ୱକପ୍‌ରେ ଭୁବନେଶ୍ୱରରେ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ର ପ୍ରଚାର କରିବାକୁ ଆମେ ନିଷ୍ପତ୍ତି ନେଇଛୁ ବୋଲି ସେ କହିଛନ୍ତି।
All Right Reserved By

ଖେଳ |

 ମ୍ୟାଚ ଫିକ୍ସିଂ ଅଭିଯୋଗରେ ଲୋକୁହେଟିଗ୍‌ ସସ୍‌ପେଣ୍ଡ

ମ୍ୟାଚ ଫିକ୍ସିଂ ଅଭିଯୋଗରେ ଲୋକୁହେଟିଗ୍‌ ସସ୍‌ପେଣ୍ଡ

 ଦୁବାଇ, ୧୩ା୧୧ (ପି.ଟି.)-ଶ୍ରୀଲଙ୍କାର ପୂର୍ବତନ ଅଲରାଉଣ୍ଡର ଦିଲ୍‌ହରା ଲୋକୁହେଟିଗ୍‌ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମଙ୍ଗଳବାର ସସ୍‌ପେଣ୍ଡ କରିଛି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଗତବର୍ଷ ଅନୁଷ୍ଠିତ ଟି୧୦ ଲିଗ୍‌ରେ ମ୍ୟାଚ୍‌ ଫିକ୍ସିଂ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

ଅଖଦୀପ୍‌ଙ୍କ ଶତକରେ ୟୁପି ଇନିଂସ ଅଗ୍ରଣୀ

ଅଖଦୀପ୍‌ଙ୍କ ଶତକରେ ୟୁପି ଇନିଂସ ଅଗ୍ରଣୀ

ଭୁବନେଶ୍ୱର, ୧୩।୧୧(ସ୍ପୋଟର୍‌ସ ବ୍ୟୁରୋ)- ଅଧିନାୟକ ଅଖଦୀପ୍‌ ନାଥଙ୍କ ଅପରାଜିତ ଶତକ ବଳରେ ଭ୍ରମଣକାରୀ ଉତ୍ତରପ୍ରଦେଶ (ୟୁପି) ଦଳ ସ୍ଥାନୀୟ କିଟ୍‌ କ୍ରିକେଟ ଷ୍ଟାଡିୟମରେ ଓଡ଼ିଶା ବିପକ୍ଷ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଛି। 

ଦ୍ୱିତୀୟ ଦିବସରେ ଜିତିଲା ଝାଡ଼ଖଣ୍ଡ

ଦ୍ୱିତୀୟ ଦିବସରେ ଜିତିଲା ଝାଡ଼ଖଣ୍ଡ

ରୋହତକ,୧୩।୧୧- ଚଳିତ ରଣଜୀ ଟ୍ରଫିର ଦ୍ୱିତୀୟ ପର୍ଯ୍ୟାୟର ମାତ୍ର ଦୁଇ ଦିନ ମଧ୍ୟରେ ଝାଡ଼ଖଣ୍ଡ ୯ ଉଇକେଟରେ ହରିୟାଣାକୁ ପରାସ୍ତ କରିଛି।

ଦୁଇ ବର୍ଷ ମଧ୍ୟରେ ନିଶ୍ଚିତ ମହିଳା ଆଇପିଏଲ ଖେଳାଯିବ

ଦୁଇ ବର୍ଷ ମଧ୍ୟରେ ନିଶ୍ଚିତ ମହିଳା ଆଇପିଏଲ ଖେଳାଯିବ

ନୂଆଦିଲ୍ଲୀ,୧୩।୧୧- ଭାରତୀୟ ଟି୨୦ ଦଳର ବରିଷ୍ଠ ସଦସ୍ୟ ମିଥାଲି ରାଜ କହିଛନ୍ତି, ଗୋଟିଏ କିମ୍ବା ଦୁଇ ବର୍ଷ ମଧ୍ୟରେ ନିଶ୍ଚିତ ମହିଳା ଆଇପିଏଲ ଖେଳାଯିବ। 

ହଂକଂ ଓପନ: କଶ୍ୟପଙ୍କ ବିଜୟ ଅଭିଯାନ

ହଂକଂ ଓପନ: କଶ୍ୟପଙ୍କ ବିଜୟ ଅଭିଯାନ

ହଂକଂ,୧୩।୧୧- ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପାରୁପଲୀ କାଶ୍ୟପ, ସୁ ଜେନ ହାଓଙ୍କୁ ପରାସ୍ତ କରି ଏଠାରେ ଚାଲିଥିବା ହଂକଂ ଓ୍ବାଲର୍‌ଡ ଟୁର ସୁପର ୫୦୦ ଟୁର୍ନାମେଣ୍ଟର ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। 

ପୁଅ ପାଇଁ ଟି-୧୦ରୁ ଓହରିଲେ ମଲିକ

ପୁଅ ପାଇଁ ଟି-୧୦ରୁ ଓହରିଲେ ମଲିକ

କରାଚୀ,୧୩।୧୧- ନିକଟରେ ବାପା ହେବାର ସୁଖ ପାଇଥିବା ପାକିସ୍ତାନି ଅଲରାଉଣ୍ଡର ଶୋଏବ ମଲିକ ୟୁଏଇଠାରେ ହେବାକୁ ଥିବା ଟି-ଟେନ କ୍ରିକେଟ ଲିଗ୍‌ର ଦ୍ୱିତୀୟ ସଂସ୍କରଣରୁ ଓହରି ଯାଇଛନ୍ତି। 

ଶୀର୍ଷରେ କୋହଲି, ବୁମରା

ଶୀର୍ଷରେ କୋହଲି, ବୁମରା

ଦୁବାଇ,୧୩।୧୧(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପେସର ଯଶପ୍ରୀତ ବୁମରା ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନ ଓ ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ ଶୀର୍ଷରେ ସ୍ଥାନ ବଜାୟ ରଖିଛନ୍ତି। 

ମାଟ୍ରିମୋନୀ ସାଇଟ୍‌ ଆମ୍ବାସଡର ଧୋନୀ

ମାଟ୍ରିମୋନୀ ସାଇଟ୍‌ ଆମ୍ବାସଡର ଧୋନୀ

ଚେନ୍ନାଇ,୧୩।୧୧- ଅନଲାଇନ ମାଟ୍ରିମୋନି ବ୍ୟବସ୍ଥା ଯୋଗାଉଥିବା ଭାରତ ମାଟ୍ରିମୋନି ସୋମବାର ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। 

ନିର୍ବାଚନ ଲଢ଼ିବେ ମୋର୍ତାଜା

ନିର୍ବାଚନ ଲଢ଼ିବେ ମୋର୍ତାଜା

ଢାକା,୧୩।୧୧- ବାଂଲାଦେଶ ଦିନିକିଆ ଦଳର ଅଧିନାୟକ ମଶ୍ରଫି ମୋର୍ତାଜା ନିର୍ବାଚନରେ ଲଢ଼ିବେ ବୋଲି ସରକାରୀ ଦଳ ଘୋଷଣା କରିଛି।

ସର୍ବଭାରତୀୟ ମଳୟ ମୁର୍ମୁ ଦିବାରାତ୍ର ଟି୨୦ ଚତୁର୍ଥ ଦିବସ:ୟୁ ଆଣ୍ଡ ମି, କଳିଙ୍ଗ ସ୍ପୋର୍ଟିଂ କ୍ଲବ ବିଜୟୀ

ସର୍ବଭାରତୀୟ ମଳୟ ମୁର୍ମୁ ଦିବାରାତ୍ର ଟି୨୦ ଚତୁର୍ଥ ଦିବସ:ୟୁ ଆଣ୍ଡ ମି, କଳିଙ୍ଗ ସ୍ପୋର୍ଟିଂ କ୍ଲବ ବିଜୟୀ

ବାଲେଶ୍ୱର ଅଫିସ,୧୩।୧୧- ବାଲେଶ୍ୱର ପରମିଟ୍‌ ପଡ଼ିଆରେ କ୍ଲବ ‘ୟୁ ଆଣ୍ଡ ମି’ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଦିବାରାତ୍ର ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଚତୁର୍ଥ ଦିବସରେ ପହଞ୍ଚିିଛି। 

ସପ୍ତମ ଦିନରେ ସର୍ବଭାରତୀୟ କ୍ରିକେଟ୍‌ ଟୁର୍ନାମେଣ୍ଟ: ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ବିଜୟୀ

ସପ୍ତମ ଦିନରେ ସର୍ବଭାରତୀୟ କ୍ରିକେଟ୍‌ ଟୁର୍ନାମେଣ୍ଟ: ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ବିଜୟୀ

ସପ୍ତମ ଦିବସର ତୃତୀୟ କ୍ୱାର୍ଟର ଫାଇନାଲ ଖେଳରେ ଫାଉଣ୍ଡେଶନ୍‌ କ୍ରିକେଟ ଏକାଡେମୀ ବିଳାସପୁରକୁ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ୩ ଉଇକେଟରେ ହରାଇ ବିଜୟୀ ହୋଇଛି।

ରାଜ୍ୟ ସ୍ନୁକର: କ୍ବାର୍ଟର ଲାଇନ୍‌ଅପ ଚୂଡ଼ାନ୍ତ

ରାଜ୍ୟ ସ୍ନୁକର: କ୍ବାର୍ଟର ଲାଇନ୍‌ଅପ ଚୂଡ଼ାନ୍ତ

କଟକ ଅଫିସ, ୧୩ା୧୧-ଦି ବିଲିୟାଡର୍‌ସ ଆଣ୍ଡ ସ୍ନୁକର ଆସୋସିଏଶନ ଅଫ୍‌ ଓଡ଼ିଶା (ବିଏସ୍‌ଏଓ) ଆନୁକୂଲ୍ୟରେ କଟକ କ୍ଲବଠାରେ ଚାଲିଥିବା ରାଜ୍ୟ ସିନିୟର ସ୍ନୁକର ଚାମ୍ପିୟନଶିପ୍‌ର କ୍ବାର୍ଟର ଫାଇନାଲ ଲାଇନ୍‌ଅପ ଚୂଡ଼ାନ୍ତ ହୋଇଛି।