ଖେଳ |

କୋଲାରୋଭଙ୍କ କିକ୍‌ରେ ସର୍ବିୟା ବିଜୟୀ

କୋଲାରୋଭଙ୍କ କିକ୍‌ରେ ସର୍ବିୟା ବିଜୟୀ
ସମରା, ୧୭।୬(ଏ.ଏଫ.ପି)- ଫିଫା ବିଶ୍ୱକପ୍‌ର ଚତୁର୍ଥ ଦିନରେ ପହଞ୍ଚିଛି। ସ୍ଥାନୀୟ ସମରା ଏରିନାରେ ରବିବାର ଅନୁଷ୍ଠିତ କଡ଼ା ସଂଘର୍ଷପୂର୍ଣ୍ଣ ପ୍ରଥମ ମ୍ୟାଚ୍‌ରେ ସର୍ବିଆ ୧-୦ ଗୋଲରେ କୋଷ୍ଟାରିକାକୁ ପରସ୍ତ କରିଛି। ଗ୍ରୁପ୍‌- ଇ’ରେ ଅନୁଷ୍ଠିତ ଏହି ମ୍ୟାଚରେ ବିଜୟ ହାସଲ କରିବା ସହ ସର୍ବିଆ ୩ ପଏଣ୍ଟ ହାସଲ କରିଛି। ସର୍ବିୟା ଅଧିନାୟକ ଆଲେକଜାଣ୍ଡର କାଲାରୋଭ ମ୍ୟାଚର ୫୬ତମ ମିନିଟ ଏକମାତ୍ର ଗୋଲ ସ୍କୋର କରି ଦଳକୁ ଜିତାଇଥିଲେ। ପୁଣି ଏହି ମ୍ୟାଚ୍‌ ସହ ସର୍ବିଆର ଅଭିଜ୍ଞ ଷ୍ଟାଇକର ବ୍ରାନିସ୍ଲାଭ ଇଭାନୋଭିକ ସର୍ବାଧିକ ମ୍ୟାଚ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ସେ ଏହି ମ୍ୟାଚ ଖେଳିବା ସହ ମୋଟ ୧୦୪ଟି ଆନ୍ତର୍ଜାତିକ ମ୍ୟାଚ ଖେଳି ସର୍ବିୟା ପାଇଁ ରେକର୍ଡ କରିଛନ୍ତି। ଏହି କ୍ରମରେ ସେ ପୂର୍ବତନ ମିଡ୍‌ଫିଲ୍ଡର ଡେଜାନ ଷ୍ଟାନକୋଭିକ ଓ ସର୍ବିୟା କୋଚ୍‌ ମ୍ଲାଡେନ କର୍ଷ୍ଟାଜିକ୍‌ଙ୍କୁ ପଛରେ ପକାଇଛନ୍ତି। ମ୍ୟାଚ ଆରମ୍ଭରୁ ଉଭୟ ଦଳ ମଧ୍ୟ ଆକ୍ରମଣ ଓ ପ୍ରତିଆକ୍ରମଣ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ରେ ଏକାଧିକ ନାଟକୀୟ ଘଟଣା ଦେଖିବାକୁ ମିଳିଥିଲା। ତେବେ ପ୍ରଥମାର୍ଦ୍ଧସୁଦ୍ଧା କୌଣସି ଦଳ ଗୋଲ କରିବାକୁ ସକ୍ଷମ ହୋଇନଥିଲେ।
All Right Reserved By

ଖେଳ |

୨୨ ଖେଳାଳିଙ୍କୁ ଅପରିବର୍ତ୍ତିତ ରଖିଲା ସିଏସ୍‌କେ

୨୨ ଖେଳାଳିଙ୍କୁ ଅପରିବର୍ତ୍ତିତ ରଖିଲା ସିଏସ୍‌କେ

ଚେନ୍ନାଇ, ୧୪।୧୧(ପି.ଟି.)-

ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗତଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ୨୦୧୯ ସିଜନ ପାଇଁ ୨୨ ଖେଳାଳିଙ୍କୁ ଅପରିବର୍ତ୍ତିତ ରଖିଛି। ଟାଇଟଲ ବିଜୟୀ ଟିମ୍‌ରୁ କେବଳ ୩ ଖେଳାଳିଙ୍କୁ ବାଦ୍‌ ଦିଆ ଯାଇଛି। ସେମାନେ ହେଲେ ଇଂଲଣ୍ଡ ଫାଷ୍ଟ ବୋଲର ମାର୍କ ଉଡ୍‌, ଭାରତୀୟ ଯୁବ ଖେଳାଳି କନିଷ୍କ ସେଠ୍‌ ଓ କଶିଜ୍‌ ଶର୍ମା। 

ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ:  ଉତ୍ତରପ୍ରଦେଶ ନିୟନ୍ତ୍ରଣରେ ମ୍ୟାଚ୍‌

ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ: ଉତ୍ତରପ୍ରଦେଶ ନିୟନ୍ତ୍ରଣରେ ମ୍ୟାଚ୍‌

ଭୁବନେଶ୍ୱର, ୧୪।୧୧(ସ୍ପୋଟର୍‌ସ ବ୍ୟୁରୋ)- ଘରୋଇ ଓଡ଼ିଶା ବିପକ୍ଷରେ ସ୍ଥାନୀୟ କିଟ୍‌ କ୍ରିକେଟ୍‌ ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ ଉତ୍ତରପ୍ରଦେଶ (ୟୁପି) ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସରେ ୧୮୧ ରନରେ ପଛୁଆ ରହିଥିବା ବିପ୍ଲବ ସାମନ୍ତରାୟଙ୍କ ନେତୃତ୍ବାଧୀନ ଓଡ଼ିଶା ୨ୟ ଇନିଂସ ଆରମ୍ଭ କରି ବୁଧବାର ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୭ ଉଇକେଟ୍‌ ହରାଇ ୧୮୦ ରନ୍‌ ସଂଗ୍ରହ କରିଛି। ହାତରେ ଆଉ ମାତ୍ର ୩ଟି ଉଇକେଟ୍‌ ରହିଥିବାବେଳେ ଇନିଂସ ପରାଜୟ ଏଡ଼ାଇବା ପାଇଁ ଓଡ଼ିଶା ଆଉ ଏକ ରନ୍‌ ଆବଶ୍ୟକ କରୁଛି। ବୁଧବାର ମ୍ୟାଚ୍‌ର ଅନ୍ତିମ ଦିବସ ହୋଇଥିବାରୁ ଉତ୍ତରପ୍ରଦେଶ ଘରୋଇ ଓଡ଼ିଶାକୁ ଶ୍ରୀଘ୍ର ଅଲ୍‌ଆଉଟ୍‌ କରି ମ୍ୟାଚ୍‌ ଜିତିବା ଲକ୍ଷ୍ୟରେ ରହିଛି।

ବାଂଲାଦେଶ ଗସ୍ତରୁ ହୋଲ୍ଡର ବାଦ୍‌

ବାଂଲାଦେଶ ଗସ୍ତରୁ ହୋଲ୍ଡର ବାଦ୍‌

 କିଙ୍ଗ୍‌ଷ୍ଟନ,୧୪।୧୧- ବାଂଲଦେଶ ଗସ୍ତ ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ୍‌ ଦଳକୁ ଶକ୍ତ ଧକ୍କା ଲାଗିଛି। ଅଧିନାୟକ ଜାସୋନ ହୋଲ୍ଡର କାନ୍ଧଜନିତ ସମସ୍ୟା ଯୋଗୁ ଏହି ଗସ୍ତରୁ ବାଦ୍‌ ପଡ଼ିଛନ୍ତି। 

ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ମୁହଁ ଖୋଲିଲେ ଆଫ୍ରିଦୀ

ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ମୁହଁ ଖୋଲିଲେ ଆଫ୍ରିଦୀ

ଇସଲାମାବାଦ,୧୪।୧୧- ପୂର୍ବତନ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ଶାହିଦ ଆଫ୍ରିଦୀ ପୁଣିଥରେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। 

ଷ୍ଟାଡିୟମ୍‌ରେ ଆଥ୍‌ଲେଟ୍‌ଙ୍କ ଆତ୍ମହତ୍ୟା

ଷ୍ଟାଡିୟମ୍‌ରେ ଆଥ୍‌ଲେଟ୍‌ଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୧୪।୧୧- ଭାରତ ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଥିବା ପାଲିନ୍ଦର ଚୌଧାରୀ ନାମକ ଜଣେ ଆଥ୍‌ଲେଟ ମଙ୍ଗଳବାର ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆତ୍ମହତ୍ୟା କରିଛନ୍ତି। 

ଷ୍ଟାର୍କଙ୍କ ସହ ସମ୍ପର୍କ ଛିନ୍ନ କଲା କେକେଆର

ଷ୍ଟାର୍କଙ୍କ ସହ ସମ୍ପର୍କ ଛିନ୍ନ କଲା କେକେଆର

ସିଡ୍‌ନୀ,୧୪।୧୧- ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ହେବା ଲାଗି ଅଷ୍ଟ୍ରେଲିଆନ ପେସର ମିଚେଲ ଷ୍ଟାର୍କ ଆଇପିଏଲ ଆଗାମୀ ସଂସ୍କରଣରେ ଖେଳି ନ ପାରନ୍ତି। ଏଣୁ ଆଇପିଏଲ ଫ୍ରାଞ୍ଚାଇଜ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ମୋବାଇଲ ମେସେଜ ଜରିଆରେ ସମ୍ପର୍କ ଛିନ୍ନ କରିଛି। 

ହଂକଂ ଓପନ: ୨ୟ ରାଉଣ୍ଡରେ ସିନ୍ଧୁ, ସମିର

ହଂକଂ ଓପନ: ୨ୟ ରାଉଣ୍ଡରେ ସିନ୍ଧୁ, ସମିର

କୌଲୁନ,୧୪।୧୧(ପି.ଟି.)- ଅଲିମ୍ପିକ୍‌ ରୌପ୍ୟ ପଦକଧାରୀ ପି. ଭି. ସିନ୍ଧୁ ଓ  ସମୀର ବର୍ମା ଏଠାରେ ଚାଲିଥିବା ହଂକଂ ଓପନ ଓ୍ବାଲର୍‌ଡ ଟୁର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ଫେଡେରରଙ୍କ ଏଟିପି  ଫାଇନାଲ ଆଶା ଉଜ୍ଜୀବିତ

ଫେଡେରରଙ୍କ ଏଟିପି ଫାଇନାଲ ଆଶା ଉଜ୍ଜୀବିତ

ଲଣ୍ଡନ,୧୪।୧୧(ଏଏଫ୍‌ପି)-  କିମ୍ବଦନ୍ତୀ ପୁରୁଷ ସିଙ୍ଗଲ୍ସ ବର୍ଗର ଟେନିସ ଖେଳାଳି ରୋର ଫେଡେରର ମଙ୍ଗଳବାର ଡେଭିଡ ଥିମଙ୍କୁ  ପରାସ୍ତ କରି ଏଠାରେ ଚାଲିଥିବା ଏଟିପି ଫାଇନାଲ୍ସର ଟାଇଟଲ ମୁକାବିଲାରେ ସ୍ଥାନ ପାଇବା ଆଶା ଉଜ୍ଜୀବିତ ରଖିଛିନ୍ତି।

ହାସଟିଂଙ୍କ ଅବସର

ହାସଟିଂଙ୍କ ଅବସର

ସିଡ୍‌ନୀ,୧୪।୧୧- ଅଷ୍ଟ୍ରେଲିଆ ବୋଲର ଜନ ହାସଟିଂ ସମସ୍ତ ପ୍ରକାର କ୍ରକେଟରୁ ଅବସର ନେଇଛନ୍ତି। ତାଙ୍କ ଫୁସଫୁସ ଅବସ୍ଥା ଭଲ ନ ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି। 

ତେଲୁଗୁ ଟାଇଟାନ୍ସ ବିଜୟୀ

ତେଲୁଗୁ ଟାଇଟାନ୍ସ ବିଜୟୀ

ମୁମ୍ବାଇ, ୧୪ା୧୧ (ପି.ଟି.)- ଚଳିତ ପ୍ରୋ-କବାଡ଼ି ଲିଗ୍‌ର ଏକ ଆନ୍ତଃ ଜୋନ୍‌ ମ୍ୟାଚରେ ତେଲୁଗୁ ଟାଇଟାନ୍ସ ୨୮-୨୫ରେ ପୁନେରୀ ପଲ୍‌ଟନ୍‌କୁ ପରାସ୍ତ କରିଛି। 

ଭାରତ-ଇଟାଲୀ ଡେଭିସ କପ୍‌ ମ୍ୟାଚ କୋଲକାତାରେ

ଭାରତ-ଇଟାଲୀ ଡେଭିସ କପ୍‌ ମ୍ୟାଚ କୋଲକାତାରେ

ନୂଆଦିଲ୍ଲୀ, ୧୪ା୧୧ (ପି.ଟି.)- ଭାରତ ଡେଭିସ୍‌ କପ୍‌ ଫାଇନାଲ୍ସର ଇଟାଲୀ ବିପକ୍ଷ କ୍ୱାଲିଫାୟର୍ସ ମ୍ୟାଚ କୋଲକାତାର ସାଉଥ୍‌ କ୍ଲବସ୍ଥିତ  ଗ୍ରାସ୍‌କୋର୍ଟଠାରେ ଖେଳାଯିବ। ଏହା ଆସନ୍ତାବର୍ଷ ଫେବୃୟାରୀ ୧ ଓ ୨ରେ ଖେଳାଯିବ। ଅଲ୍‌ ଇଣ୍ଡିଆ ଟେନିସ ଆସୋସିଏଶନ (ଆଇଟା) ଦୁଇଟି ବିଷୟରେ ଇଣ୍ଟରନ୍ୟାଶନାଲ ଟେନିସ ଫେଡେରେଶନ (ଆଇଟିଏଫ୍‌)ଠାରୁ ଛାଡ଼ ପାଇବା ପରେ କୋଲକାତାକୁ ଭେନ୍ୟୁ ରୂପେ ବଛାଯାଇଥିଲା। 

ଅଲିମ୍ପିକ କ୍ୱାଲିଫାୟାର୍ସ: ମହିଳା ଦଳ ପ୍ରଥମ ଥର ଦ୍ୱିତୀୟ ରାଉଣ୍ଡରେ

ଅଲିମ୍ପିକ କ୍ୱାଲିଫାୟାର୍ସ: ମହିଳା ଦଳ ପ୍ରଥମ ଥର ଦ୍ୱିତୀୟ ରାଉଣ୍ଡରେ

ୟାନଗଙ୍ଗ,୧୪ା୧୧ (ପି.ଟି.)-ମଙ୍ଗଳବାର ମ୍ୟାନମାର ବିପକ୍ଷ ମ୍ୟାଚ ୧-୨ରେ ପରାଜିତ ସତ୍ତ୍ୱେ ଭାରତୀୟ ମହିଳା ଫୁଟ୍‌ବଲ ଟିମ୍‌ ପ୍ରଥମ ଥର ଅଲିମ୍ପିକ କ୍ୱାଲିଫାୟର୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛି।