ଖେଳ |

ହାରିଲା ଭାରତୀୟ ହକି ମହିଳା ଦଳ

ହାରିଲା ଭାରତୀୟ ହକି ମହିଳା ଦଳ
ମାଡ୍ରିଡ୍‌,୧୭।୬(ପି.ଟି.)- ଏଠାରେ ଚାଲିଥିବା ସ୍ପେନ ବିପକ୍ଷ ସିରିଜ୍‌ର ୪ର୍ଥ ମ୍ୟାଚ୍‌ରେ ଭାରତୀୟ ମହିଳା ହକି ଦଳ ପରାଜିତ ହୋଇଛି। ଶନିବାର ମଧ୍ୟରାତ୍ରି ଖେଳାଯାଇଥିବା ମୁକାବିଲାରେ ଭାରତକୁ ୧-୪ ଗୋଲ୍‌ରେ ସ୍ପେନ ପରାସ୍ତ କରିଛି। ଫଳରେ ପାଞ୍ଚ ବିଶିଷ୍ଟ ସିରିଜ୍‌ରେ ସ୍ପେନ ୨-୧ ବ୍ୟବଧାନରେ ଆଗୁଆ ରହିଛି। ଘରୋଇ ଦଳ ପାଇଁ ଲୋଲା ରିଏରା ଦୁଇଟି ଗୋଲ ଦେଇଥିବା ବେଳେ ଲୁସିଆ ଜିମେନେଜ ଓ କାମେରନ କାନୋ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଭାରତ ପକ୍ଷରୁ ଉଦିତା ୨୨ତମ ମିନିଟ୍‌ରେ ଏକମାତ୍ର ଗୋଲ କରିଥିଲେ। ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ସୋମବାର ଖେଳାଯିବ। ବିଶ୍ୱର ୧୦ ର଼୍ୟାଙ୍କଧାରୀ ଭାରତୀୟ ଦଳ ବିପକ୍ଷରେ ସ୍ପେନ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ପ୍ରଥମ ୫ ମିନିଟ୍‌ ମଧ୍ୟରେ ଦୁଇଟି ପେନାଲ୍ଟି କର୍ନର ହାସଲ କରିନେଇଥିଲା। ମାତ୍ର ଉଭୟ ସୁଯୋଗ ବେକାର ସାବ୍ୟସ୍ତ ହୋଇଥିଲା। ମ୍ୟାଚ୍‌ର ୧୦ମ ମିନଟ୍‌ରେ ଘରୋଇ ଦଳ ପାଇଁ ଲୋଲା ପ୍ରଥମ ସଫଳତା ଆଣିଥିଲେ। ସେହିଭଳି ୧୯ତମ ମିନିଟ୍‌ରେ ଲୁସିଆ ଜିମେନେଜ ଗୋଲ ସ୍କାର କରି ଦଳର ଅଗ୍ରଣୀ ବ୍ୟବଧାନକୁ ବୃଦ୍ଧି କରିଥିଲେ। ଜବାବରେ ୨୨ତମ ମିନିଟ୍‌ରେ ଉଦିତା ଗୋଲ ଦେଇଥିଲେ। ଏହାର ପରବର୍ତ୍ତୀ ମିନିଟ୍‌ରେ ଭାରତୀୟ ଦଳ ଆଟାକିଂ ହକି ଖେଳିବାରୁ ଲାଲରେସିଆମିଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଥିଲା। ମାତ୍ର ସେ ସୁଯୋଗର କୌଣସି ଫାଇଦା ଉଠାଇ ପାରି ନ ଥିଲେ। ଫଳରେ ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୨-୧ ଗୋଲ୍‌ରେ ପଛୁଆ ଥିଲା। ମ୍ୟାଚ୍‌ର ୩ୟ କ୍ୱାର୍ଟରରେ ଆୟୋଜକ ଦଳକୁ ପେନାଲ୍ଟି ଷ୍ଟୋର୍କ ମିଳିଥିଲା, ଏହାକୁ ଲୋଲା(୩୪ତମ) ଗୋଲରେ ପରିଣତ କରିଥିଲେ। ମ୍ୟାଚ୍‌ର ୩୭ତମ ମିନିଟ୍‌ରେ ମାମେରନ କାନେ ଦଳ ପାଇଁ ୪ର୍ଥ ଗୋଲ ଦେଇଥିଲେ। ଏହାପରେ ମଧ୍ୟ ସ୍ପାନିଶ ଦଳକୁ କ୍ରମାଗତ ପେନାଲ୍ଟି କର୍ନର ମିଳିଥିଲା। ମାତ୍ର ଦଳର କୌଣସି ଖେଳାଳି ମ୍ୟାଚ୍‌ର ସ୍କୋର ଲାଇନ ଉପରେ କୌଣସି ପ୍ରଭାବ ପକାଇ ପାରି ନ ଥିଲେ।
All Right Reserved By

ଖେଳ |

ଆଇ- ଲିଗ୍‌ ଫୁଟ୍‌ବଲ:  ଅନ୍ତିମ ଘରୋଇ ମ୍ୟାଚ୍‌ରେ କଶ୍ମୀରକୁ ଭେଟିବ ଆରୋଜ୍‌

ଆଇ- ଲିଗ୍‌ ଫୁଟ୍‌ବଲ: ଅନ୍ତିମ ଘରୋଇ ମ୍ୟାଚ୍‌ରେ କଶ୍ମୀରକୁ ଭେଟିବ ଆରୋଜ୍‌

ଭୁବନେଶ୍ୱର, ୨୩।୨(ସ୍ପୋଟର୍‌ସ ବ୍ୟୁରୋ)-  ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଘରୋଇ ଇଣ୍ଡିଆନ୍‌ ଆରୋଜ୍‌  ରବିବାର  ରିୟଲ କାଶ୍ମୀରକୁ ଭେଟିବେ। ଘରୋଇ ପରିବେଶରେ ଆରୋଜ୍‌ ତା’ର ଏହି ଶେଷ ମ୍ୟାଚ୍‌ରେ ବିଜୟୀ ହୋଇ ପଏଣ୍ଟ ତାଲିକାରେ ଉନ୍ନତି କରିବା ଲକ୍ଷ୍ୟରେ ରହିଛି। ଅନ୍ୟପଟେ ଏହି ମ୍ୟାଚ୍‌ ଜିତି ପଦାର୍ପଣରେ ରିୟଲ କାଶ୍ମୀର ତା’ର ଟାଇଟଲ ଆଶାକୁ ଆହୁରି ଦୃଢ଼ କରିବା ଲକ୍ଷ୍ୟରେ ରହିଛି।

ବିଶ୍ୱକପ୍‌ ପୂର୍ବରୁ ରିହରସାଲ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ଆଜି

ବିଶ୍ୱକପ୍‌ ପୂର୍ବରୁ ରିହରସାଲ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ଆଜି

ବିଶାଖାପଟନମ,୨୩।୨(ପି.ଟି.)- ସ୍ଥାନୀୟ ଓ୍ବାଇ.ଏସ୍‌. ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ରବିବାର ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ଏହି ଟି୨୦ ସିରିଜ ପରେ ଏକ ୫ ମ୍ୟାଚ୍‌ ବିଶିଷ୍ଟ  ଦିନିକିଆ ସିରିଜ ମଧ୍ୟ ଖେଳିବ। ଆସନ୍ତା ମେ’ ୩୦ ତାରିଖରୁ ଇଂଲଣ୍ଡରେ ବିଶ୍ୱକପ୍‌ ଆରମ୍ଭ ହେବାକୁ ଥିବା ବେଳେ ଏହି ସିରିଜ୍‌ ବେଶ୍‌ ଗୁରୁତ୍ୱ ବହନ କରୁଛି। ବିଶେଷ କରି ଦଳ ଚୟନ ଦୃଷ୍ଟି କୋଣରୁ ଭାରତ ପାଇଁ ଏହି ଦୁଇଟି ସିରିଜ ତଥା ୭ଟି ମ୍ୟାଚ୍‌ ବେଶ୍‌ ମହତ୍ତ୍ୱ ରଖୁଛି

ଧୋନୀଙ୍କୁ ଚ୍ୟାଲେଞ୍ଜ କଲେ ପନ୍ତ

ଧୋନୀଙ୍କୁ ଚ୍ୟାଲେଞ୍ଜ କଲେ ପନ୍ତ

ବିଶାଖାପାଟଣା,୨୩।୨- ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ-୧୨ ସଂସ୍କରଣ ପାଇଁ ପୁରା ଏକ ମାସ ବାକି ଅଛି।

ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଜିତି ଇତିହାସ ରଚିଲା ଶ୍ରୀଲଙ୍କା ଦଳ

ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଜିତି ଇତିହାସ ରଚିଲା ଶ୍ରୀଲଙ୍କା ଦଳ

ପୋର୍ଟ ଏଲିଜାବେଥ,୨୩।୨- ଓଶାଡା ଫର୍ନାଣ୍ଡୋ ଓ କୁସାଲ ମେଣ୍ଡିସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଶ୍ରୀଲଙ୍କା ଦଳ ୮ ଉଇକେଟରେ ବିଜୟ ହାସଲ କରିଛି। 

ହିଟମେରଙ୍କ ଶତକ:   ସିରିଜ୍‌ ବରାବର କଲା ଓ୍ବେଷ୍ଟଇଣ୍ଡିଜ

ହିଟମେରଙ୍କ ଶତକ: ସିରିଜ୍‌ ବରାବର କଲା ଓ୍ବେଷ୍ଟଇଣ୍ଡିଜ

ବାରବାଡସ,୨୩।୨- ମିଡ୍‌ଲ ଅର୍ଡର ବ୍ୟାଟ୍ସମ୍ୟାନ ଶିମରୋନ ହେଟମେରଙ୍କ ଅପରାଜିତ ଶତକ ବଳରେ ଏଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌କୁ ଓ୍ବେଷ୍ଟଇଣ୍ଡିଜ ଦଳ ୨୩ ରନ୍‌ରେ ଜିତିଛି। 

ରେକର୍ଡ ବୁକ୍‌ରେ ଷ୍ଟୋକ୍ସଙ୍କ ନୋ ବଲ

ରେକର୍ଡ ବୁକ୍‌ରେ ଷ୍ଟୋକ୍ସଙ୍କ ନୋ ବଲ

ବାରବାଡସ,୨୩।୨- ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଶନିବାର ଏକ ନୋ ବଲ ପକାଇଛନ୍ତି। ଏହା ରେକର୍ଡ ବୁକ୍‌ରେ ସ୍ଥାନ ପାଇଛି।

ଯୁଦ୍ଧ ବିମାନ ତେଜସ ଉଡ଼ାଇଲେ ସିନ୍ଧୁ

ଯୁଦ୍ଧ ବିମାନ ତେଜସ ଉଡ଼ାଇଲେ ସିନ୍ଧୁ

ନୂଆଦିଲ୍ଲୀ,୨୩।୨- ଭାରତୀୟ ଷ୍ଟାର ଶଟଲର ପି. ଭି. ସିନ୍ଧୁ ବ୍ୟାଡ୍‌ମିଣ୍ଟନ କୋର୍ଟ ଉପରରେ ଯୁଦ୍ଧ ବିମାନ ଉଡ଼ାଇଛନ୍ତି। 

ବିଶ୍ୱ ରେକର୍ଡ ସହ ସ୍ବର୍ଣ୍ଣ ଜିତିଲେ ଅପୂର୍ବୀ ଚଣ୍ଡେଲା

ବିଶ୍ୱ ରେକର୍ଡ ସହ ସ୍ବର୍ଣ୍ଣ ଜିତିଲେ ଅପୂର୍ବୀ ଚଣ୍ଡେଲା

ନୂଆଦିଲ୍ଲୀ,୨୩।୨- ସ୍ବର୍ଣ୍ଣ ପଦକ ସହ ବିଶ୍ୱ ରେକର୍ଡରୁ ସ୍ଥାନୀୟ ଡ. କାର୍ନି ସିଂ ଶୁଟିଂ ରେଞ୍ଜଠାରେ ଭାରତ ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ ଆରମ୍ଭ କରିଛି। 

ମ୍ୟାଚ୍‌ ବେଳେ ଖେଳାଳିଙ୍କ ବୁଟ୍‌ ଫାଟିବାରୁ ନାଇକର ୧୧୦ କୋଟି କ୍ଷତି

ମ୍ୟାଚ୍‌ ବେଳେ ଖେଳାଳିଙ୍କ ବୁଟ୍‌ ଫାଟିବାରୁ ନାଇକର ୧୧୦ କୋଟି କ୍ଷତି

ଲସ୍‌ ଏଞ୍ଜେଲ୍ସ,୨୩।୨- ଷ୍ଟାର ଉଦୀୟମାନ ବାସ୍କେଟବଲ ଖେଳାଳି ଜିଓନ ଓ୍ବିଲିୟମସନଙ୍କ ବୁଟ୍‌ ଫାଟିବାରୁ କ୍ରୀଡ଼ା ସାମଗ୍ରୀ ପ୍ରସ୍ତୁତିକାରୀ କମ୍ପାନୀ ‘ନାଇକ୍‌’କୁ ୧୧୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି।

ରେକର୍ଡ ନିକଟରେ ହିଟ୍‌ ମ୍ୟାନ

ରେକର୍ଡ ନିକଟରେ ହିଟ୍‌ ମ୍ୟାନ

ବିଶାଖପାଟଣା,୨୩।୨- ଭାରତୀୟ କ୍ରିକେଟରେ ‘ହିଟ୍‌ ମ୍ୟାନ’ ଭାବେ ଜଣାଶୁଣା ଓପନର ରୋହିତ ଶର୍ମା ଟି୨୦ ଫର୍ମାଟରେ ଏକ ରେକର୍ଡ ନିକଟରେ ରହିଛନ୍ତି। 

ସାଇ-ରାଇଜିଂ ଷ୍ଟୁଡେଣ୍ଟ ମ୍ୟାଚ ଡ୍ର

ସାଇ-ରାଇଜିଂ ଷ୍ଟୁଡେଣ୍ଟ ମ୍ୟାଚ ଡ୍ର

କଟକ ଅଫିସ, ୨୩ା୨- ବିଡ଼ାନାସୀ ଗ୍ରାଉଣ୍ଡରେ ଶୁକ୍ରବାର ଫାଓ ମହିଳା ଲିଗର ସାଇ ଓ ରାଇଜିଂ ଷ୍ଟୁଡେଣ୍ଟ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଡ୍ର ରହିଛି । ସାଇ ପକ୍ଷରୁ ନିକିତା ବିଶି ପ୍ରଥମାର୍ଦ୍ଧର ୨୮ତମ ମିନିଟରେ ଗୋଲ ସ୍କୋର କରିଥିଲେ । 

ଜୟଦୀପଙ୍କ ପରଲୋକ

ଜୟଦୀପଙ୍କ ପରଲୋକ

କଟକ ଅଫିସ, ୨୩ା୨- ଓଡ଼ିଶାର ପୂର୍ବତନ ଜାତୀୟ ଫୁଟବଲ ଖେଳାଳି ଜୟଦୀପ ବୋଷଙ୍କର ଶୁକ୍ରବାର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ବର୍ଷ ବୟସ ହୋଇଥିଲା । କିଛି ଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିବା ବେଳେ ଶୁକ୍ରବାର ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଜୟଦୀପ ଓଡ଼ିଶା ପକ୍ଷରୁ ସନ୍ତୋଷ ଟ୍ରଫିରେ ପ୍ରତିନିଧିତ୍ୱ କରିଥିଲେ। ତାଙ୍କ ଘର କଟକର ଚୌଧୁରୀବଜାର ଅଞ୍ଚଳରେ ।