ଖେଳ |

ଅଷ୍ଟ୍ରେଲିଆକୁ ହରାଇ ଫ୍ରାନ୍ସର ଅଭିଯାନ

ଅଷ୍ଟ୍ରେଲିଆକୁ ହରାଇ ଫ୍ରାନ୍ସର ଅଭିଯାନ
କାଜାନ, ୧୬।୬(ଏଏଫ୍‌ପି)- ଚଳିତ ବିଶ୍ୱକପ୍‌ର ଅନ୍ୟତମ ଟାଇଟଲ ଦାବିଦାର ତଥା ୨୦୦୬ ଚାମ୍ପିୟନ ଫ୍ରାନ୍ସ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଫ୍ରାନ୍ସ ୨-୧ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧରେ ୩ଟି ଯାକ ଗୋଲସ୍କୋର ହୋଇଥିଲା। ବିଶ୍ୱକପ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଫ୍ରାନ୍ସ ତାରକା ଆଣ୍ଟୋନି ଗ୍ରିଜମ୍ୟାନ ଭିଏଆର୍‌ (ଭିଡିଓ-ଆସିଷ୍ଟାଣ୍ଟ ରେଫରି) ସିଷ୍ଟମ ଜରିଆରେ ଗୋଲଦେବାରେ ପ୍ରଥମ ଖେଳାଳି ହୋଇଛନ୍ତି। ଅପରାହ୍ନରେ ସ୍ଥାନୀୟ କାଜାନ ଏରେନାରେ ଫ୍ରାନ୍ସ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଗ୍ରୁପ୍‌-ସି’ର ଏହି ମ୍ୟାଚ୍‌ର ପ୍ରାରମ୍ଭରୁ ବେଶ୍‌ ରୋମାଞ୍ଚ ଦେଖିବାକୁ ମିଳିଥିଲା। ଗ୍ରିଜମ୍ୟାନ ଓ ଯୁବ ଖେଳାଳିଙ୍କୁ ନେଇ ଗଠିତ ଫ୍ରାନ୍ସକୁ ଅଷ୍ଟ୍ରେଲିଆ ଦଳ ରୋକିବାରେ ସଫଳ ହୋଇଥିଲା। ୨୦୧୬ ୟୁରୋ କପ୍‌ରେ ସର୍ବାଧିକ ଗୋଲସ୍କୋର କରିଥିବା ଗ୍ରିଜମ୍ୟାନ ଅଷ୍ଟ୍ରେଲିଆର ଶକ୍ତିଶାଳୀ ଡିଫେନ୍ସିକୁ ଭେଦ କରିବାରେ ସଫଳ ହୋଇ ନ ଥିଲେ। ଅପରପକ୍ଷରେ ପ୍ରଥମାର୍ଦ୍ଧରେ ଅଧିକାଂଶ ସମୟ ଅଷ୍ଟ୍ରେଲୀୟ ଖେଳାଳି ନିଜ ପାଖରେ ବଲ ରଖିଥିଲେ ମଧ୍ୟ ସ୍କୋରିଂର ସୁଯୋଗ ସୃଷ୍ଟି କରିପାରି ନ ଥିଲା। ଫଳରେ ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଅସଲ ରୋମାଞ୍ଚ ଦେଖିବାକୁ ମିଳିଥିଲା। ୫୮ତମ ମିନିଟ୍‌ରେ ମାଡ୍ରିଡ୍‌ ଷ୍ଟାର୍‌ ଗ୍ରିଜମ୍ୟାନ ବଲକୁ ଅଷ୍ଟ୍ରେଲିଆ ପେନାଲ୍ଟି ବକ୍ସ ଏରିୟାକୁ ନେଇଥିବାବେଳେ ଜୋଶ୍‌ ରିଶଡନ ତାଙ୍କୁ ଫାଉଲ ମାରିଥ୍‌ତ୍ଲେ, ଯାହାକୁ ଉରୁଗୁଏ ରେଫରି ଆନ୍ଦ୍ରେସ କୁନହାଙ୍କ ନଜରକୁ ଆସିପାରି ନ ଥିଲା। ତେବେ ପ୍ରଥମଥର ଲାଗି ଚଳିତ ବିଶ୍ୱକପରେ ବ୍ୟବହାର ହୋଇଥିବା ଭିଏଆର୍‌-ସିଷ୍ଟମରୁ ରେଫରି ଫ୍ରାନ୍ସକୁ ପେନାଲ୍ଟି ପ୍ରଦାନ କରିଥିଲେ। ଗ୍ରିଜମ୍ୟାନ ମିଳିଥିବା ପେନାଲ୍ଟିକୁ କୌଣସି ତ୍ରୁଟି ନ କରି ଅଷ୍ଟ୍ରେଲିଆ ଗୋଲକିପର ମାଥ୍ୟୁ ର଼୍ୟାନଙ୍କୁ ପରାସ୍ତ କରି ଫ୍ରାନ୍ସକୁ ୧-୦ ଗୋଲରେ ଅଗ୍ରଣୀ କରିଥିଲେ। ତେବେ ଫ୍ରାନ୍ସର ଏହି ଖୁସି ମାତ୍ର ୪ ମିନିଟ୍‌ ପାଇଁ ରହିଥିଲା। ୬୨ତମ ମିନିଟ୍‌ରେ ଫ୍ରାନ୍ସର ବାର୍ସିଲୋନା ଡିଫେଣ୍ଡର ସାମୁଏଲ ଉମଟିଟି ଏକ କ୍ଲିୟର ହ୍ୟାଣ୍ଡବଲ କରିବା ଯୋଗୁ ଅଷ୍ଟ୍ରେଲିଆକୁ ପେନାଲ୍ଟି ମିଳିଥିଲା। ଅଷ୍ଟ୍ରେଲିଆ ଅଧିନାୟକ ମିଲେ ଜେଡିଙ୍କ ଏହାକୁ ଗୋଲରେ ରୂପାନ୍ତରିତ କରି ମ୍ୟାଚ୍‌କୁ ୧-୧ର ସମାନସ୍ତରକୁ ଆଣିଥିଲେ। ମ୍ୟାଚ୍‌ର ଶେଷଭାଗରେ ପଲ୍‌ ପୋଗବାଙ୍କ ଗୋଲସ୍କୋର ବଳରେ ଫ୍ରାନ୍ସ ୨-୧ ଗୋଲରେ ବିଜୟୀ ହାସଲ କରିଥିଲା। ଡିଫେଣ୍ଡର ଆଜିଜ୍‌ ବେହିଚ୍‌ଙ୍କ ଶର୍ଟକୁ ମାଞ୍ଚେଷ୍ଟର ୟୁନାଇଟେଡ୍‌ ମିଡ୍‌ଫିଲ୍ଡର ପୋଗବା ବୁଟ୍‌ରେ ଡିଫ୍ଲେକ୍ସନ କରି ଅଷ୍ଟ୍ରେଲିଆ ଗୋଲକିପର ର଼୍ୟାନଙ୍କୁ ଚକ୍‌ମା ଦେଖାଇବା ସହ ଫ୍ରାନ୍ସ ପାଇଁ ବିଜୟସୂଚକ ଗୋଲ କରିଥିଲେ। ଏହି ବିଜୟ ସହ ଫ୍ରାନ୍ସ ଟାଇଟଲ ଦାବିଦାର ଦୌଡ଼ରେ ବ୍ରାଜିଲ, ଜର୍ମାନୀ ଓ ସ୍ପେନ ସହ ନିଜକୁ ସାମିଲ ହୋଇଛି। ଏହି ମ୍ୟାଚ୍‌ ଜରିଆରେ କେଲିୟାନ ଏମବାପ୍ପେ (୧୯ ବର୍ଷ ୬ ମାସ)ସବୁଠାରୁ କନିଷ୍ଠ ଫ୍ରାନ୍ସ ଖେଳାଳି ଭାବେ ବିଶ୍ୱକପ୍‌ ଖେଳିବାର ସୌଭାଗ୍ୟ ଲାଭ କରିଛନ୍ତି। ବିଶ୍ୱକପ୍‌ରେ ୨ୟ କନିଷ୍ଠ ଦଳର ଆଖ୍ୟା ପାଇଥିବା ଫ୍ରାନ୍ସର ଏହି ବିଜୟ କୋଚ୍‌ ଡିଡିଅର ଡେଶଚାମ୍ପଙ୍କୁ ଆଶ୍ୱସ୍ତ କରିଛି। ଯୁବ ଖେଳାଳିଙ୍କୁ ଚୟନ କରିଥିବାନେଇ ତାଙ୍କୁ ନାନା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।
All Right Reserved By

ଖେଳ |

ସର୍ବଭାରତୀୟ ମଳୟ ମୁର୍ମୁ ଦିବାରାତ୍ର ଟି୨୦ ଚତୁର୍ଥ ଦିବସ:ୟୁ ଆଣ୍ଡ ମି, କଳିଙ୍ଗ ସ୍ପୋର୍ଟିଂ କ୍ଲବ ବିଜୟୀ

ସର୍ବଭାରତୀୟ ମଳୟ ମୁର୍ମୁ ଦିବାରାତ୍ର ଟି୨୦ ଚତୁର୍ଥ ଦିବସ:ୟୁ ଆଣ୍ଡ ମି, କଳିଙ୍ଗ ସ୍ପୋର୍ଟିଂ କ୍ଲବ ବିଜୟୀ

ବାଲେଶ୍ୱର ଅଫିସ,୧୩।୧୧- ବାଲେଶ୍ୱର ପରମିଟ୍‌ ପଡ଼ିଆରେ କ୍ଲବ ‘ୟୁ ଆଣ୍ଡ ମି’ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଦିବାରାତ୍ର ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଚତୁର୍ଥ ଦିବସରେ ପହଞ୍ଚିିଛି। 

ସପ୍ତମ ଦିନରେ ସର୍ବଭାରତୀୟ କ୍ରିକେଟ୍‌ ଟୁର୍ନାମେଣ୍ଟ: ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ବିଜୟୀ

ସପ୍ତମ ଦିନରେ ସର୍ବଭାରତୀୟ କ୍ରିକେଟ୍‌ ଟୁର୍ନାମେଣ୍ଟ: ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ବିଜୟୀ

ସପ୍ତମ ଦିବସର ତୃତୀୟ କ୍ୱାର୍ଟର ଫାଇନାଲ ଖେଳରେ ଫାଉଣ୍ଡେଶନ୍‌ କ୍ରିକେଟ ଏକାଡେମୀ ବିଳାସପୁରକୁ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ୩ ଉଇକେଟରେ ହରାଇ ବିଜୟୀ ହୋଇଛି।

ରାଜ୍ୟ ସ୍ନୁକର: କ୍ବାର୍ଟର ଲାଇନ୍‌ଅପ ଚୂଡ଼ାନ୍ତ

ରାଜ୍ୟ ସ୍ନୁକର: କ୍ବାର୍ଟର ଲାଇନ୍‌ଅପ ଚୂଡ଼ାନ୍ତ

କଟକ ଅଫିସ, ୧୩ା୧୧-ଦି ବିଲିୟାଡର୍‌ସ ଆଣ୍ଡ ସ୍ନୁକର ଆସୋସିଏଶନ ଅଫ୍‌ ଓଡ଼ିଶା (ବିଏସ୍‌ଏଓ) ଆନୁକୂଲ୍ୟରେ କଟକ କ୍ଲବଠାରେ ଚାଲିଥିବା ରାଜ୍ୟ ସିନିୟର ସ୍ନୁକର ଚାମ୍ପିୟନଶିପ୍‌ର କ୍ବାର୍ଟର ଫାଇନାଲ ଲାଇନ୍‌ଅପ ଚୂଡ଼ାନ୍ତ ହୋଇଛି। 

ବିସିସିଆଇ ସହାୟତା ଲୋଡ଼ିଲେ ଭାରତ ଜନ୍ମିତ ଇସ୍ରାଏଲ୍‌ କ୍ରିକେଟ୍‌ ମୁଖ୍ୟ

ବିସିସିଆଇ ସହାୟତା ଲୋଡ଼ିଲେ ଭାରତ ଜନ୍ମିତ ଇସ୍ରାଏଲ୍‌ କ୍ରିକେଟ୍‌ ମୁଖ୍ୟ

ଜେରୁସାଲେମ, ୧୩।୧୧(ପି.ଟି.)- ଇସ୍ରାଏଲ୍‌ କ୍ରିକେଟ ଆସୋସିଏଶନ (ଆଇସିଏ) ମୁଖ୍ୟ ଭାବେ ନିକଟରେ ଭାରତ ଜନ୍ମିତ ଜୋସେଫ୍‌ ତାଲ୍‌ ନିର୍ବାଚିତ ହୋଇଛନ୍ତି। ମୁମ୍ବାଇ ଜନ୍ମିତ ତାଲ୍‌ଙ୍କୁ ମାତ୍ର ୧୬ ବର୍ଷ ବୟସ ହୋଇଥିବାବେଳେ ୧୯୬୦ ଦଶକରେ ତାଙ୍କ ପରିବାର ଇସ୍ରାଏଲ୍‌ ଚାଲିଯାଇଥିଲେ।

ବିଜୟ ମର୍ଚ୍ଚାଣ୍ଟ ଟ୍ରଫି: ବିହାର ୧୬୫ରେ ଅଲ୍‌ଆଉଟ

ବିଜୟ ମର୍ଚ୍ଚାଣ୍ଟ ଟ୍ରଫି: ବିହାର ୧୬୫ରେ ଅଲ୍‌ଆଉଟ

କଟକ ଅଫିସ,୧୩ା୧୧ବିଡ଼ାନାସୀ ଗ୍ରାଉଣ୍ଡରେ ସୋମବାରଠାରୁ ୧୬ ବର୍ଷରୁ କମ୍‌ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିର ଓଡ଼ିଶା-ବିହାର ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ବିହାର ୧୬୫ ରନ୍‌ରେ ଅଲ୍‌ଆଉଟ ହେବା ପରେ ଓଡ଼ିଶା ବ୍ୟାଟିଂ ଆରମ୍ଭ କରି ଗୋଟିଏ ଉଇକେଟ ହରାଇ ୮୨ ରନ୍‌ କରିଛି। 

ମୁସ୍‌ଫିକରଙ୍କ ରେକର୍ଡ ଇନିଂସ

ମୁସ୍‌ଫିକରଙ୍କ ରେକର୍ଡ ଇନିଂସ

ଢାକା, ୧୩ା୧୧ (ଏଏଫ୍‌ପି)- ଟେଷ୍ଟ କ୍ରିକେଟ ଇତିହାସରେ ବାଂଲାଦେଶର ମୁସ୍‌ଫିକର ରହିମ ପ୍ରଥମ ଉଇକେଟକିପର ବ୍ୟାଟ୍ସମ୍ୟାନ ହିସାବରେ ଦୁଇଟି ଦ୍ୱିଶତକ ହାସଲ କରି ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। 

କ୍ରୀଡ଼ାର ଉନ୍ନତୀ ପାଇଁ ଐତିହାସିକ ବୁଝାମଣା ପତ୍ର ସ୍ବାକ୍ଷରିତ

କ୍ରୀଡ଼ାର ଉନ୍ନତୀ ପାଇଁ ଐତିହାସିକ ବୁଝାମଣା ପତ୍ର ସ୍ବାକ୍ଷରିତ

ଭୁବନେଶ୍ୱର,୧୩।୧୧(ସ୍ପୋଟର୍‌ସ ବ୍ୟୁରୋ)- ସୋମବାର ଥିଲା ରାଜ୍ୟ କ୍ରୀଡ଼ା ପାଇଁ ଏକ ଐତିହାସିକ ଦିନ। କେବଳ ସରକାର କିମ୍ବା କ୍ରୀଡ଼ା ବିଭାଗ ନୁହେଁ, ଏବେ ବିଭିନ୍ନ କ୍ରୀଡ଼ାର ପ୍ରଚାର, ପ୍ରସାର ଓ ସର୍ବୋପରି ବିକାଶ ପାଇଁ ରାଜ୍ୟ ସରକାର ଏବେ ଦେଶର ଆଗଧାଡିର ବିଭିନ୍ନ କର୍ପୋରେଟ ହାଉସ୍‌ ତଥା ବିଭିନ୍ନ ଶିଲ୍ପ ଉଦ୍ଦ୍ୟୋଗ ଓ ଶିଳ୍ପପତି ଆଗେଇ ଆସିଛନ୍ତି।

ହକି ବିଶ୍ୱକପ୍‌ ଟ୍ରଫି ଉନ୍ମୋଚିତ:ଜଣେ ଓଡ଼ିଆ ଆଥଲେଟ୍‌ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ହାସଲ କରିବେ: ମୁଖ୍ୟମନ୍ତ୍ରୀ

ହକି ବିଶ୍ୱକପ୍‌ ଟ୍ରଫି ଉନ୍ମୋଚିତ:ଜଣେ ଓଡ଼ିଆ ଆଥଲେଟ୍‌ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ହାସଲ କରିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩।୧୧(ସ୍ପୋଟର୍‌ସ ବ୍ୟୁରୋ)-  ହକି ବିଶ୍ୱକପ୍‌ ଆୟୋଜନ ହେବାକୁ ଆଉ ପାଖାପାଖି ଦୁଇ ସପ୍ତାହ ବାକିଥିବା ବେଳେ ଏହି ମେଗା ଇଭେଣ୍ଟର ଟ୍ରଫି ଉନ୍ମୋଚିତ ହୋଇଛି। 

ରଣ୍‌ଜୀ ଟ୍ରଫି ୨ୟ ରାଉଣ୍ଡ:  ଶୁଭ୍ରାଂଶୁ, ସୁଜିତ୍‌ ଲଢ଼ିଲେ

ରଣ୍‌ଜୀ ଟ୍ରଫି ୨ୟ ରାଉଣ୍ଡ: ଶୁଭ୍ରାଂଶୁ, ସୁଜିତ୍‌ ଲଢ଼ିଲେ

ଭୁବନେଶ୍ୱର, ୧୩।୧୧(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କିଟ୍‌ କ୍ରିକେଟ୍‌ ଗ୍ରାଉଣ୍ଡରେ ସୋମବାରଠାରୁ ଉତ୍ତରପ୍ରଦେଶ (ୟୁପି) ବିପକ୍ଷରେ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ଘରୋଇ ଓଡ଼ିଶା ପ୍ରଥମ ଇନିଂସରେ ୨୫୬ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି। 

କୁଲଦୀପଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌

କୁଲଦୀପଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌

ଦୁବାଇ,୧୨।୧୧(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କ୍ଲିନ୍‌ ସୁଇପ୍‌ ହାସଲ କରିଥିବା ଭାରତୀୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଚାଇନାମ୍ୟାନ କୁଲଦୀପ ଯାଦବ ସୋମବାର ଟି୨୦ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌ ହାସଲ କରିଛନ୍ତି। 

ଜାତୀୟ ବେଞ୍ଚ୍‌ ପ୍ରେସ୍‌ ପାଇଁ ଓଡ଼ିଶା ଦଳ

ଜାତୀୟ ବେଞ୍ଚ୍‌ ପ୍ରେସ୍‌ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୧୨।୧୧(କ୍ରୀଡ଼ା ପ୍ରତିନିଧି)- ଚଳିତମାସ ୧୪ରୁ ୧୮ ପର୍ଯ୍ୟନ୍ତ ପୁଣେଠାରେ ଜାତୀୟ ବେଞ୍ଚ୍‌ ପ୍ରେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହାର ବିଭିନ୍ନ ବିଭାଗରେ ଓଡ଼ିଶାର ୧୮ ଜଣିଆ ଦଳ ଅଂଶଗ୍ରହଣ କରିବ। 

ପାକିସ୍ତାନକୁ ଅତିକ୍ରମ କଲା ଭାରତ

ପାକିସ୍ତାନକୁ ଅତିକ୍ରମ କଲା ଭାରତ

ଦୁବାଇ,୧୨।୧୧- ଆଇସିସି ପକ୍ଷରୁ ସୋମବାର ନୂତନ ଟି୨୦ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି। ଦଳଗତ ର଼୍ୟାଙ୍କିଙ୍ଗ୍‌ରେ ପାକିସ୍ତାନ ଓ ଭାରତୀୟ ଦଳ ପୂର୍ବଭଳି ଶୀର୍ଷ ଦୁଇ ସ୍ଥାନ ବଜାୟ ରଖିଛନ୍ତି।