ଜୀବନଚର୍ଯ୍ୟା |

ଅନ୍‌ଲାଇନ୍‌ରେ ଫୁଟ୍‌ଓ୍ବେର କିଣୁଥିଲେ

ଅନ୍‌ଲାଇନ୍‌ରେ  ଫୁଟ୍‌ଓ୍ବେର କିଣୁଥିଲେ

ଯଦି ଆପଣ
ଅନ୍‌ଲାଇନ୍‌ରେ
ଫୁଟ୍‌ଓ୍ବେର କିଣୁଛନ୍ତି
ତେବେ ଜାଣିରଖନ୍ତୁ
କେତୋଟି
ମହତ୍ତ୍ୱପୂର୍ଣ୍ଣ କଥା....

ଫୁଟ୍‌ଓ୍ବେରର ଫିଟିଂ ତା’ର ବ୍ରାଣ୍ଡ୍‌ ଉପରେ ନିର୍ଭରକରେ। ସାଧାରଣତଃ କିଛି ବ୍ରାଣ୍ଡ୍‌ର ଫୁଟ୍‌ଓ୍ବେର ସାମାନ୍ୟରୁ ଟିକେ ବଡ ହୋଇଥାଏ। ତେଣୁ କିଣିବା ସମୟରେ ଏହାର ବ୍ରାଣ୍ଡ୍‌ ମାପ ବିଷୟରେ ନିର୍ଦ୍ଦେଶାବଳୀ ପଢ଼ି ନିଅନ୍ତୁ, ଯଦ୍ଦ୍ବାରା ଆପଣ ଠିକ୍‌ ଜୋତା ଚୟନ କରିପାରିବେ।
ଫୁଟ୍‌ଓ୍ବେର ଡେଲିଭରି ହେଲା ପରେ ତୁରନ୍ତ ଏହାର ମାପ ପରଖି ନିଅନ୍ତୁ। ଯଦି କିଛି ବି ଅସୁବିଧା ଲାଗେ ତାକୁ ତୁରନ୍ତ ଫେରାଇ ଦିଅନ୍ତୁ।
କିଣିବା ପୂର୍ବରୁ ତା’ର ମ୍ୟାଟେରିଆଲ, ହିଲର ଉଚ୍ଚତା ଆଦି ସବୁ ତଥ୍ୟକୁ ଭଲଭାବେ ପଢ଼ନ୍ତୁ ଏବଂ ଜାଣନ୍ତୁ। ଯଦି ମନରେ କୌଣସି ଆଶଙ୍କା ସୃଷ୍ଟି ହୁଏ, ତୁରନ୍ତ କଷ୍ଟମର କେୟାର ସହିତ କଥା ହୁଅନ୍ତୁ। ପାଦକୁ ଯେଉଁ ପ୍ରକାର ଜୋତା ମାନିବ ସେହି ଜୋତା ହିଁ କିଣନ୍ତୁ।

All Right Reserved By

ଜୀବନଚର୍ଯ୍ୟା |

ଆସିଗଲା ବର୍ଷାଦିନ, ହୋଇଯାନ୍ତୁ ସାବଧାନ

ଆସିଗଲା ବର୍ଷାଦିନ, ହୋଇଯାନ୍ତୁ ସାବଧାନ

ପଣମାନେ ଖରା ଆଉ ଗୁଳୁଗୁଳିରେ ବଡ଼ ସନ୍ତୁଳି ହେଉଥିଲେ। ମୌସୁମୀ ଆସିଯିବାରୁ ଅସ୍ବସ୍ତିରୁ ମୁକ୍ତି ମିଳିଗଲା। ମୌସୁମୀ ସିନା ଆଶ୍ୱସ୍ତି ଆଣିଦେଲା, ହେଲେ ସେ ଏକା ଆସିନି। ସେ ସାଥିରେ ଧରି ଆସିଛି ଅନେକ ବେପାର। ତେଣୁ ଯଥେଷ୍ଟ ସାବଧାନ ନ ହେଲେ ବର୍ଷାଋତୁକାଳୀନ ବେମାରଗୁଡ଼ିକର ଶିକାର ହୋଇପଡ଼ିବା କିଛି ଅସମ୍ଭବ ନୁହେଁ।

କେଉଁ ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କୁ କେଉଁ ରୋଗ ହେବାର ଆଶଙ୍କା ଅଧିକ

କେଉଁ ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କୁ କେଉଁ ରୋଗ ହେବାର ଆଶଙ୍କା ଅଧିକ

ବ୍ଲଡ୍‌ ଗ୍ରୁପ୍‌ରୁ ଜଣକୁ କେଉଁ ପ୍ରକାର ରୋଗ ହେବ ତାହା ସହଜରେ ଜାଣିହେବ। ଏନେଇ ନିକଟରେ ଓହିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବ୍ଲଡ୍‌ ଗ୍ରୁପ୍‌ ‘ଏ’ର ବ୍ୟକ୍ତିଙ୍କଠାରେ ବିଶେଷ କରି ଆଲର୍ଜି ଜନିତ ସମସ୍ୟା ଅଧିକ ଦେଖାଯାଇଥାଏ।

ରୋଗ ପ୍ରତିରୋଧକ ଶକ୍ତି ଓ ଅତ୍ୟଧିକ ଔଷଧ ସେବନ

ରୋଗ ପ୍ରତିରୋଧକ ଶକ୍ତି ଓ ଅତ୍ୟଧିକ ଔଷଧ ସେବନ

ଆମକୁ ରୋଗ ହେଲେ ଆମେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇଥାଉ। ଆବଶ୍ୟକତାଠାରୁ ଅଧିକ ଦିନ ଔଷଧ ଖାଇଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ। ବିଶେଷଭାବରେ ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ ହୋଇଥାଏ ବୋଲି ସିଡନୀ ୟୁନିଭର୍ସିଟିର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।

ସକାରାତ୍ମକ ମାନସିକତା ପାଇଁ...

ସକାରାତ୍ମକ ମାନସିକତା ପାଇଁ...

କାମ ବୋଝରୁ ହେଉ ଅବା କେତେକ କାରଣରୁ ଆମେ ଅବସାଦଗ୍ରସ୍ତ ହୋଇଥାଉ। ବେଳେବେଳେ ଏହାକୁ ନେଇ ଟେନସନ୍‌ରେ ମଧ୍ୟ ରହିଥାଉ। ଏହାର ପ୍ରଭାବ ଆମର ମାନସିକତା ଉପରେ ପଡିଥାଏ, ଯାହାଦ୍ୱାରା କେବଳ ଜୀବନଶୈଳୀ ନୁହେଁ ଦୈନନ୍ଦିନ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୁଏ। ତେଣୁ ନିଜର ମାନସିକତାକୁ ସକାରାତ୍ମକ ରଖିବା ଦରକାର।

ମେଦ ବୃଦ୍ଧି କରେ ଆଇସ୍‌କ୍ରିମ୍‌

ମେଦ ବୃଦ୍ଧି କରେ ଆଇସ୍‌କ୍ରିମ୍‌

ଆଇସକ୍ରିମଟିଏ ଦେଖିଲେ ତାହାକୁ ଖାଇବାକୁ ପ୍ରାୟ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରିଥାଆନ୍ତି। ପାଟିକୁ ସିନା ଏହା ସ୍ବାଦଯୁକ୍ତ। ହେଲେ ଶରୀର ପାଇଁ ଅନେକ କ୍ଷେତ୍ରରେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ବିଶେଷତଃ ସବୁବେଳେ ଆଇସକ୍ରିମ ଖାଇଲେ ତାହା ଥଣ୍ଡାଜନିତ ରୋଗ ବଢ଼ାଇଥାଏ।

ଜନ୍ମ ପରେ  କାହିଁକି ବନ୍ଧାଯାଏ ନାଭି ନାଡ଼ି

ଜନ୍ମ ପରେ କାହିଁକି ବନ୍ଧାଯାଏ ନାଭି ନାଡ଼ି

ଶିଶୁ ମାତୃ ଗର୍ଭରେ ଥିବାବେଳେ ପ୍ଲାସେଣ୍ଟା ମାଧ୍ୟମରେ ପୋଷକ ତତ୍ତ୍ୱ ମା’ ଠାରୁ ଗ୍ରହଣ କରିଥାଏ। ପ୍ଲାସେଣ୍ଟା ଗର୍ଭାଶୟ ପୃଷ୍ଠ ସହ ଲାଗି ରହିଥିବା ଏକ ଅସ୍ଥାୟୀ ଅଙ୍ଗ। ଏହା ଏକ ନଳୀ ଦ୍ୱାରା ଭ୍ରୂଣ ସହ ସଂଯୁକ୍ତ ହୋଇଥାଏ ।

ପିଇନ୍ତୁ ଏହି  ଜୁସ୍‌ ବହୁରୋଗରୁ ରକ୍ଷା ପାଇବେ

ପିଇନ୍ତୁ ଏହି ଜୁସ୍‌ ବହୁରୋଗରୁ ରକ୍ଷା ପାଇବେ

ସକାଳେ ବନ୍ଧାକୋବି ଜୁସ୍‌ ପିଇଲେ ମିଳିଥାଏ ଅନେକ ଉପକାର । ଏହାଯୋଗୁ ହୃଦ୍‌ଘାତ ସମେତ ମଧୁମେହ, ମେଦବହୁଳତା, କର୍କଟ ଆଦି ରୋଗରୁ ମୁକ୍ତି ମିଳିଥାଏ ।

ରେଡିଏଟର ପାଣି ପିଇ ୭ ଦିନ ବଞ୍ଚିଲେ ଯୁବତୀ

ରେଡିଏଟର ପାଣି ପିଇ ୭ ଦିନ ବଞ୍ଚିଲେ ଯୁବତୀ

ଓ୍ବାଶିଂଟନ: ଆମେରିକା କାଲିଫର୍ନିଆର ଏକ ପାହାଡ ତଳେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଯୁବତୀ ୭ ଦିନ ପର୍ଯ୍ୟନ୍ତ ରେଡିଏଟର ପାଣି ପିଇ ଜୀବନ ବଞ୍ଚାଇଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ପୋର୍ଟଲାଣ୍ଡ ନିବାସି ଏଞ୍ଜେଲା ଏର୍ନାଡେଜ(୨୩) ଏକ ଦୁର୍ଘଟଣାର ଶିକାର ହେବା ପରେ ପ୍ରାୟ ୨ଶହ ଫୁଟ ଉଚ୍ଚରୁ ତଳକୁ ପଡିଯାଇଥିଲେ।

ସ୍ବାମୀଙ୍କ ନାମ ନ ଧରିବା ପଛର କାରଣ

ସ୍ବାମୀଙ୍କ ନାମ ନ ଧରିବା ପଛର କାରଣ

ହିନ୍ଦୁ ଧର୍ମ ଅନୁଯାୟୀ ସ୍ବାମୀଙ୍କ ନାଁ ଧରିବା ଅଶୁଭ ବୋଲି କୁହାଯାଏ। ସ୍ବାମୀଙ୍କୁ ଭଗବାନଙ୍କ ମାନ୍ୟତା ଦିଆଯାଉଥିବା ବେଳେ ସ୍ତ୍ରୀ ନାଁ ଧରି ଡାକିଲେ ଏହାର ଅପମାନ ହୋଇଥାଏ ବୋଲି କୁହାଯାଏ।

ନିର୍ବନ୍ଧରେ ଅନାମିକା ଆଙ୍ଗୁଠିରେ କାହିଁକି ପିନ୍ଧାଯାଏ ମୁଦି

ନିର୍ବନ୍ଧରେ ଅନାମିକା ଆଙ୍ଗୁଠିରେ କାହିଁକି ପିନ୍ଧାଯାଏ ମୁଦି

ନିର୍ବନ୍ଧ ସମୟରେ କନ୍ୟା ସବୁବେଳେ ବାମ ହାତର ଅନାମିକା ଆଙ୍ଗୁଠିରେ ମୁଦି ପିନ୍ଧିଥାଏ। ସେହିପରି ବର ଡାହାଣ ହାତର ଅନାମିକା ଆଙ୍ଗୁଠିରେ ଏହା ପିନ୍ଧିଥାଏ। ଏହାକୁ ବିବାହର ପୂର୍ବ ସନ୍ତକ ବୋଲି କୁହାଯାଏ।

ଚା’ କହିଦେବ କିପରି ବ୍ୟକ୍ତିତ୍ୱ

ଚା’ କହିଦେବ କିପରି ବ୍ୟକ୍ତିତ୍ୱ

ଅଧିକାଂଶଙ୍କ ଘରେ ଚା’ ଠାରୁ ଦିନଟି ଆରମ୍ଭ ହୋଇଥାଏ। ସକାଳୁ ଚା’ ପିଇବା ଦ୍ୱାରା ମନ ଫ୍ରେସ୍‌ ଲାଗେ ଓ ସବୁ କାମ କରିବାକୁ ଇଚ୍ଛା ହୁଏ। କିଛି ଲୋକଙ୍କୁ ନାଲି ଚା’ ପସନ୍ଦ ହୋଇଥାଏ ତ ପୁଣି କାହାକୁ କ୍ଷୀର ଚା’। ତେବେ ଏଥିରୁ ଲୋକଙ୍କ ବ୍ୟକ୍ତିତ୍ୱ ଜାଣିହୋଇଥାଏ ବୋଲି ନିକଟରେ ବେଜିଂ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

କାହିଁକି ଆସେ ଏପରି ସ୍ବପ୍ନ

କାହିଁକି ଆସେ ଏପରି ସ୍ବପ୍ନ

ରାତିରେ ଶୋଇଥିବା ସମୟରେ କେତେକ ଭୟଙ୍କର ସ୍ବପ୍ନ ଦେଖିଥାନ୍ତି। ତେବେ ଏପରି ସ୍ବପ୍ନ କାହିଁକି ଆସିଥାଏ, ଏହାର ଅନେକ କାରଣ ରହିଛି। ଚିକିତ୍ସା ବିଜ୍ଞାନୀ ଏହାକୁ ଏକ ପ୍ରକାର ଫୋବିଆ ବା ମାନସିକ ରୋଗ କହିଥାନ୍ତି।

Model This Week

ରୂପେଶ