ଜୀବନଚର୍ଯ୍ୟା |

ତ୍ୱଚା ପାଇଁ କଦଳୀ ଚୋପା

ତ୍ୱଚା ପାଇଁ କଦଳୀ ଚୋପା

କଦଳୀ ଖାଇସାରିବା ପରେ ତା’ ଚୋପାକୁ ଫୋପାଡ଼ି ଦେଉଛନ୍ତି କି? ଯଦି ହଁ, ତେବେ ଏପରି କରିବା ପୂର୍ବରୁ ଜାଣିରଖନ୍ତୁ ଯେ, ଅଦରକାରୀ ଭାବୁଥିବା ଏହି ଜିନିଷ ବି ସୌନ୍ଦର୍ଯ୍ୟ ବଢ଼ାଇବାରେ ସାହାଯ୍ୟ କରିପାରେ। ଜାଣନ୍ତୁ ସେ ସମ୍ପର୍କରେ ....


କଦଳୀ ଚୋପାକୁ ଫେସ୍‌ ମାସ୍କ କରି ଲଗାଇଲେ ମୁହଁରେ ଥିତ୍ବା ସବୁ ଦାଗ ଦୂର ହୋଇଯିବ।
ଏହାକୁ ନେଇ ଫେସ୍‌ପ୍ୟାକ୍‌ ବି ପ୍ରସ୍ତୁତ କରିପାରିବେ। ଆଉ ତାକୁ ମୁହଁରେ ଲଗାଇଲେ ଦେଖିବେ ଆଗ ଅପେକ୍ଷା ଆପଣଙ୍କ ତ୍ୱଚା କିଭଳି ସଫା ଲାଗିବ।
ପ୍ରଥମେ କଦଳୀ ଚୋପାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ପୁଣି ସେଥିରେ ବେକିଂ ସୋଡା ଏବଂ ଅଳ୍ପ ମାତ୍ରାରେ ପାଣି ମିଶାନ୍ତୁ। ଏବେ ଏହି ମିଶ୍ରଣକୁ ମୁହଁରେ ୧୦ମିନିଟ୍‌ ପର୍ଯ୍ୟନ୍ତ ସ୍କ୍ରବ୍‌ ପରି ଘଷନ୍ତୁ। ଏହାପରେ ମୁହଁକୁ ସଫା ପାଣିରେ ଭଲଭାବେ ଧୋଇ ଦିଅନ୍ତୁ।
କଦଳୀ ଚୋପାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି, ଯାହା ଦାଗ ଦୂର କରିବାରେ ସାହାଯ୍ୟ କରେ ଏବଂ ତ୍ୱଚାରେ ଚମକ ଆଣେ। ଏହା ଆଣ୍ଟି ଏଜିଂ ପରି ମଧ୍ୟ କାମ କରିଥାଏ।
କଦଳୀ ଚୋପାର ଧଳା ଅଂଶକୁ କାଢ଼ି ଆଲୋଭେରା ଜେଲ୍‌ ସହ ମିଶାଇ ଆଖି ତଳେ ଲଗାନ୍ତୁ। ଏପରି କରିବା ଦ୍ୱାରା ଆଖିତଳେ ହୋଇଥିବା ଡାର୍କ ସର୍କଲ କମିଯିବ।

All Right Reserved By

ଜୀବନଚର୍ଯ୍ୟା |

ଆସିଗଲା ବର୍ଷାଦିନ, ହୋଇଯାନ୍ତୁ ସାବଧାନ

ଆସିଗଲା ବର୍ଷାଦିନ, ହୋଇଯାନ୍ତୁ ସାବଧାନ

ପଣମାନେ ଖରା ଆଉ ଗୁଳୁଗୁଳିରେ ବଡ଼ ସନ୍ତୁଳି ହେଉଥିଲେ। ମୌସୁମୀ ଆସିଯିବାରୁ ଅସ୍ବସ୍ତିରୁ ମୁକ୍ତି ମିଳିଗଲା। ମୌସୁମୀ ସିନା ଆଶ୍ୱସ୍ତି ଆଣିଦେଲା, ହେଲେ ସେ ଏକା ଆସିନି। ସେ ସାଥିରେ ଧରି ଆସିଛି ଅନେକ ବେପାର। ତେଣୁ ଯଥେଷ୍ଟ ସାବଧାନ ନ ହେଲେ ବର୍ଷାଋତୁକାଳୀନ ବେମାରଗୁଡ଼ିକର ଶିକାର ହୋଇପଡ଼ିବା କିଛି ଅସମ୍ଭବ ନୁହେଁ।

କେଉଁ ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କୁ କେଉଁ ରୋଗ ହେବାର ଆଶଙ୍କା ଅଧିକ

କେଉଁ ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କୁ କେଉଁ ରୋଗ ହେବାର ଆଶଙ୍କା ଅଧିକ

ବ୍ଲଡ୍‌ ଗ୍ରୁପ୍‌ରୁ ଜଣକୁ କେଉଁ ପ୍ରକାର ରୋଗ ହେବ ତାହା ସହଜରେ ଜାଣିହେବ। ଏନେଇ ନିକଟରେ ଓହିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବ୍ଲଡ୍‌ ଗ୍ରୁପ୍‌ ‘ଏ’ର ବ୍ୟକ୍ତିଙ୍କଠାରେ ବିଶେଷ କରି ଆଲର୍ଜି ଜନିତ ସମସ୍ୟା ଅଧିକ ଦେଖାଯାଇଥାଏ।

ରୋଗ ପ୍ରତିରୋଧକ ଶକ୍ତି ଓ ଅତ୍ୟଧିକ ଔଷଧ ସେବନ

ରୋଗ ପ୍ରତିରୋଧକ ଶକ୍ତି ଓ ଅତ୍ୟଧିକ ଔଷଧ ସେବନ

ଆମକୁ ରୋଗ ହେଲେ ଆମେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇଥାଉ। ଆବଶ୍ୟକତାଠାରୁ ଅଧିକ ଦିନ ଔଷଧ ଖାଇଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ। ବିଶେଷଭାବରେ ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ ହୋଇଥାଏ ବୋଲି ସିଡନୀ ୟୁନିଭର୍ସିଟିର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।

ସକାରାତ୍ମକ ମାନସିକତା ପାଇଁ...

ସକାରାତ୍ମକ ମାନସିକତା ପାଇଁ...

କାମ ବୋଝରୁ ହେଉ ଅବା କେତେକ କାରଣରୁ ଆମେ ଅବସାଦଗ୍ରସ୍ତ ହୋଇଥାଉ। ବେଳେବେଳେ ଏହାକୁ ନେଇ ଟେନସନ୍‌ରେ ମଧ୍ୟ ରହିଥାଉ। ଏହାର ପ୍ରଭାବ ଆମର ମାନସିକତା ଉପରେ ପଡିଥାଏ, ଯାହାଦ୍ୱାରା କେବଳ ଜୀବନଶୈଳୀ ନୁହେଁ ଦୈନନ୍ଦିନ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୁଏ। ତେଣୁ ନିଜର ମାନସିକତାକୁ ସକାରାତ୍ମକ ରଖିବା ଦରକାର।

ମେଦ ବୃଦ୍ଧି କରେ ଆଇସ୍‌କ୍ରିମ୍‌

ମେଦ ବୃଦ୍ଧି କରେ ଆଇସ୍‌କ୍ରିମ୍‌

ଆଇସକ୍ରିମଟିଏ ଦେଖିଲେ ତାହାକୁ ଖାଇବାକୁ ପ୍ରାୟ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରିଥାଆନ୍ତି। ପାଟିକୁ ସିନା ଏହା ସ୍ବାଦଯୁକ୍ତ। ହେଲେ ଶରୀର ପାଇଁ ଅନେକ କ୍ଷେତ୍ରରେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ବିଶେଷତଃ ସବୁବେଳେ ଆଇସକ୍ରିମ ଖାଇଲେ ତାହା ଥଣ୍ଡାଜନିତ ରୋଗ ବଢ଼ାଇଥାଏ।

ଜନ୍ମ ପରେ  କାହିଁକି ବନ୍ଧାଯାଏ ନାଭି ନାଡ଼ି

ଜନ୍ମ ପରେ କାହିଁକି ବନ୍ଧାଯାଏ ନାଭି ନାଡ଼ି

ଶିଶୁ ମାତୃ ଗର୍ଭରେ ଥିବାବେଳେ ପ୍ଲାସେଣ୍ଟା ମାଧ୍ୟମରେ ପୋଷକ ତତ୍ତ୍ୱ ମା’ ଠାରୁ ଗ୍ରହଣ କରିଥାଏ। ପ୍ଲାସେଣ୍ଟା ଗର୍ଭାଶୟ ପୃଷ୍ଠ ସହ ଲାଗି ରହିଥିବା ଏକ ଅସ୍ଥାୟୀ ଅଙ୍ଗ। ଏହା ଏକ ନଳୀ ଦ୍ୱାରା ଭ୍ରୂଣ ସହ ସଂଯୁକ୍ତ ହୋଇଥାଏ ।

ପିଇନ୍ତୁ ଏହି  ଜୁସ୍‌ ବହୁରୋଗରୁ ରକ୍ଷା ପାଇବେ

ପିଇନ୍ତୁ ଏହି ଜୁସ୍‌ ବହୁରୋଗରୁ ରକ୍ଷା ପାଇବେ

ସକାଳେ ବନ୍ଧାକୋବି ଜୁସ୍‌ ପିଇଲେ ମିଳିଥାଏ ଅନେକ ଉପକାର । ଏହାଯୋଗୁ ହୃଦ୍‌ଘାତ ସମେତ ମଧୁମେହ, ମେଦବହୁଳତା, କର୍କଟ ଆଦି ରୋଗରୁ ମୁକ୍ତି ମିଳିଥାଏ ।

ରେଡିଏଟର ପାଣି ପିଇ ୭ ଦିନ ବଞ୍ଚିଲେ ଯୁବତୀ

ରେଡିଏଟର ପାଣି ପିଇ ୭ ଦିନ ବଞ୍ଚିଲେ ଯୁବତୀ

ଓ୍ବାଶିଂଟନ: ଆମେରିକା କାଲିଫର୍ନିଆର ଏକ ପାହାଡ ତଳେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଯୁବତୀ ୭ ଦିନ ପର୍ଯ୍ୟନ୍ତ ରେଡିଏଟର ପାଣି ପିଇ ଜୀବନ ବଞ୍ଚାଇଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ପୋର୍ଟଲାଣ୍ଡ ନିବାସି ଏଞ୍ଜେଲା ଏର୍ନାଡେଜ(୨୩) ଏକ ଦୁର୍ଘଟଣାର ଶିକାର ହେବା ପରେ ପ୍ରାୟ ୨ଶହ ଫୁଟ ଉଚ୍ଚରୁ ତଳକୁ ପଡିଯାଇଥିଲେ।

ସ୍ବାମୀଙ୍କ ନାମ ନ ଧରିବା ପଛର କାରଣ

ସ୍ବାମୀଙ୍କ ନାମ ନ ଧରିବା ପଛର କାରଣ

ହିନ୍ଦୁ ଧର୍ମ ଅନୁଯାୟୀ ସ୍ବାମୀଙ୍କ ନାଁ ଧରିବା ଅଶୁଭ ବୋଲି କୁହାଯାଏ। ସ୍ବାମୀଙ୍କୁ ଭଗବାନଙ୍କ ମାନ୍ୟତା ଦିଆଯାଉଥିବା ବେଳେ ସ୍ତ୍ରୀ ନାଁ ଧରି ଡାକିଲେ ଏହାର ଅପମାନ ହୋଇଥାଏ ବୋଲି କୁହାଯାଏ।

ନିର୍ବନ୍ଧରେ ଅନାମିକା ଆଙ୍ଗୁଠିରେ କାହିଁକି ପିନ୍ଧାଯାଏ ମୁଦି

ନିର୍ବନ୍ଧରେ ଅନାମିକା ଆଙ୍ଗୁଠିରେ କାହିଁକି ପିନ୍ଧାଯାଏ ମୁଦି

ନିର୍ବନ୍ଧ ସମୟରେ କନ୍ୟା ସବୁବେଳେ ବାମ ହାତର ଅନାମିକା ଆଙ୍ଗୁଠିରେ ମୁଦି ପିନ୍ଧିଥାଏ। ସେହିପରି ବର ଡାହାଣ ହାତର ଅନାମିକା ଆଙ୍ଗୁଠିରେ ଏହା ପିନ୍ଧିଥାଏ। ଏହାକୁ ବିବାହର ପୂର୍ବ ସନ୍ତକ ବୋଲି କୁହାଯାଏ।

ଚା’ କହିଦେବ କିପରି ବ୍ୟକ୍ତିତ୍ୱ

ଚା’ କହିଦେବ କିପରି ବ୍ୟକ୍ତିତ୍ୱ

ଅଧିକାଂଶଙ୍କ ଘରେ ଚା’ ଠାରୁ ଦିନଟି ଆରମ୍ଭ ହୋଇଥାଏ। ସକାଳୁ ଚା’ ପିଇବା ଦ୍ୱାରା ମନ ଫ୍ରେସ୍‌ ଲାଗେ ଓ ସବୁ କାମ କରିବାକୁ ଇଚ୍ଛା ହୁଏ। କିଛି ଲୋକଙ୍କୁ ନାଲି ଚା’ ପସନ୍ଦ ହୋଇଥାଏ ତ ପୁଣି କାହାକୁ କ୍ଷୀର ଚା’। ତେବେ ଏଥିରୁ ଲୋକଙ୍କ ବ୍ୟକ୍ତିତ୍ୱ ଜାଣିହୋଇଥାଏ ବୋଲି ନିକଟରେ ବେଜିଂ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

କାହିଁକି ଆସେ ଏପରି ସ୍ବପ୍ନ

କାହିଁକି ଆସେ ଏପରି ସ୍ବପ୍ନ

ରାତିରେ ଶୋଇଥିବା ସମୟରେ କେତେକ ଭୟଙ୍କର ସ୍ବପ୍ନ ଦେଖିଥାନ୍ତି। ତେବେ ଏପରି ସ୍ବପ୍ନ କାହିଁକି ଆସିଥାଏ, ଏହାର ଅନେକ କାରଣ ରହିଛି। ଚିକିତ୍ସା ବିଜ୍ଞାନୀ ଏହାକୁ ଏକ ପ୍ରକାର ଫୋବିଆ ବା ମାନସିକ ରୋଗ କହିଥାନ୍ତି।

Model This Week

ରୂପେଶ