ଫୁରସତ |

ମେକ୍ସିକୋ ଭୂକମ୍ପ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ନାସା ନିର୍ମିତ ରାଡାର

ମେକ୍ସିକୋ ଭୂକମ୍ପ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ନାସା ନିର୍ମିତ ରାଡାର

ହୃଦ୍‌ସ୍ପନ୍ଦନ ଅନୁସନ୍ଧାନ କରିପାରୁଥିବା ନାସା ନିର୍ମିତ ସୁଟ୍‌କେସ ଭଳି ଏକ ରାଡ଼ାର ମେକ୍ସିକୋ ଭୂକମ୍ପରେ ଚାପିହୋଇ ରହିଥିବା ଆହତମାନଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରୁଛି। ଗତ ସପ୍ତାହରେ ମେକ୍ସିକୋରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୭.୧ ରହିଥିଲା। ଆମେରିକାର ଜେଟ୍‌ ପ୍ରୋପଲ୍‌ସନ୍‌ ଲାବୋରେଟୋରି(ଜେପିଏଲ୍‌) ଏବଂ ଡିପାର୍ଟମେଣ୍ଟ ଅଫ୍‌ ସିକ୍ୟୁରିଟିଜ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଡାଇରେକ୍ଟୋରେଟ୍‌ ଦ୍ୱାରା ବିକଶିତ ଏହି ବୈଷୟିକ ଜ୍ଞାନ କୌଶଳର ନାମ ଫାଇଣ୍ଡିଙ୍ଗ ଇଣ୍ଡିଭିଜୁଆଲ୍ସ ଫର୍‌ ଡିଜାଷ୍ଟର ଆଣ୍ଡ ଏମର୍ଜେନ୍ସି ରେସ୍ପନ୍ସ ବା ଫାଇଣ୍ଡର ରଖାଯାଇଛି। ଫାଇଣ୍ଡର ମେକ୍ସିକୋରେ କିଛିଟା ସଫଳ ହୋଇପାରିଥିବାରୁ ସେମାନେ ଅତ୍ୟନ୍ତ ଖୁସି ବୋଲି ଜେପିଏଲ୍‌ର କାର୍ଯ୍ୟକାରୀ ସଞ୍ଚାଳକ ନେଲ୍‌ ଚାମ୍ବରଲେନ୍‌ ପ୍ରକାଶ କରିଛନ୍ତି। ଧ୍ୱଂସସ୍ତୁପ ତଳୁ ଫାଇଣ୍ଡର ସେଲଫୋନ୍‌ରୁ ନିର୍ଗତ ହେଉଥିବା ତରଙ୍ଗର ଏକ ସହସ୍ରାଂଶ କମ୍‌ ଶକ୍ତିଶାଳୀ ସୂକ୍ଷ୍ମ ତରଙ୍ଗକୁ ସନ୍ଧାନ କରିପାରୁଛି। ତେଣୁ ଚାପିହୋଇ ରହିଥିବା ଲୋକଙ୍କର ଶ୍ୱାସପ୍ରଶ୍ୱାସ ଏବଂ ହୃଦ୍‌ସ୍ପନ୍ଦନ ଜାଣି ସେମାନଙ୍କୁ ଉଦ୍ଧାର କରାଯାଉଛି। ଭଗ୍ନସ୍ତୂପର ୩୦ଫୁଟ ଏବଂ କଠିନ କଂକ୍ରିଟ୍‌ର ୨୦ଫୁଟ୍‌ ଗଭୀର ପର୍ଯ୍ୟନ୍ତ ଥିବା ସୂକ୍ଷ୍ମ ତରଙ୍ଗକୁ ସନ୍ଧାନ କରିବାକୁ ଫାଇଣ୍ଡର ସକ୍ଷମ। ଗତ ସପ୍ତାହର ସାମୁଦ୍ରିକ ଝଡ଼ ‘ମାରିଆ’ ପୀଡ଼ିତଙ୍କୁ ଉଦ୍ଧାର କରିବାରେ ମଧ୍ୟ ଏହା ସହାୟକ ହୋଇଥିଲା। ୨୦୧୫ରେ ନେପାଳରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ପରେ ଏକ କାରଖାନାର ଧ୍ୱଂସସ୍ତୂପ ତଳୁ ୪ଟି ଜୀବନ ଫାଇଣ୍ଡର ଯୋଗୁ ଉଦ୍ଧାର କରାଯାଇପାରିଥିଲା। ରାଡ଼ାର ପାଣି ମଧ୍ୟରେ ସନ୍ଧାନ କରିପାରୁ ନ ଥିବାବେଳେ ଘରର ଛାତ ଉପରୁ ଏହା ହୃଦ୍‌ସ୍ପନ୍ଦନ ସନ୍ଧାନ କରିବାରେ ସକ୍ଷମ।

All Right Reserved By

ଫୁରସତ |

ଯେଉଁଠି ଅପରାଧ ନୁହେଁ ମହିଳାଙ୍କୁ ଅପହରଣ

ଯେଉଁଠି ଅପରାଧ ନୁହେଁ ମହିଳାଙ୍କୁ ଅପହରଣ

ଭୂମଧ୍ୟସାଗରୀୟ ଅଞ୍ଚଳରେ ଥିବା ମାଲ୍ଟା ଦେଶରେ ରହିଛି ଏକ ଭିନ୍ନ ପରମ୍ପରା। ସେଠାରେ ମହିଳାଙ୍କୁ ଅପହରଣ କରିବା ଏକ ମାମୁଲି ଘଟଣା। ଅପହରଣକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ଦଣ୍ଡବିଧାନ କରାଯାଇ ନ ଥାଏ। ସେହିପରି ବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କୁ ସେଠାରେ ସମ୍ମାନ ଦୃଷ୍ଟିରେ ଦେଖାଯାଏ।

କୋବ୍ରାଠାରୁ ବି ବିଷଧର

କୋବ୍ରାଠାରୁ ବି ବିଷଧର

ପୃଥିବୀରେ ଥିବା ଜୀବଜନ୍ତୁଙ୍କ ମଧ୍ୟରେ ବ୍ଲାକ କୋବ୍ରାର ବିଷ ସବୁଠାରୁ ମାରାତ୍ମକ ବୋଲି କୁହାଯାଏ। ହେଲେ ତା’ଠାରୁ ଅଧିକ ବିଷାକ୍ତ ହେଉଛି ‘ହଗ୍‌ଓ୍ବିଡ’ ନାମକ ଏକ ଘାସ(ବୈଜ୍ଞାନିକ ନାମ ‘ହେରକିଲମ୍‌ ମେଟାଗୋଜିଏନମ୍‌’)।

ସ୍ତ୍ରୀଙ୍କ ସ୍ମୃତିରେ ନିର୍ମାଣ କଲେ ମନ୍ଦିର, ନିତି ପୂଜା କରନ୍ତି ସ୍ବାମୀ

ସ୍ତ୍ରୀଙ୍କ ସ୍ମୃତିରେ ନିର୍ମାଣ କଲେ ମନ୍ଦିର, ନିତି ପୂଜା କରନ୍ତି ସ୍ବାମୀ

ଶାହଜାହନ ମୁମତାଜଙ୍କ ପାଇଁ ‘ତାଜମହଲ’ ଗଢ଼ିବା ପରି ଭବ୍ୟ କାରୁକାର୍ଯ୍ୟ ନ ହେଲେ ମଧ୍ୟ ସ୍ତ୍ରୀଙ୍କ ପାଇଁ ମନ୍ଦିର ଗଢ଼ିଛନ୍ତି ଜଣେ ବ୍ୟକ୍ତି। ତେଲେଙ୍ଗାନାର ସିଦ୍ଧିପେତ ଜିଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ବିଦ୍ୟୁତ୍‌ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ ଚନ୍ଦ୍ର ଗୌଡ଼ ସ୍ତ୍ରୀ ରାଜମଣିଙ୍କ ସ୍ମୃତିରେ ଏକ ମନ୍ଦିର ନିର୍ମାଣ କରିଛନ୍ତି।

‘ଅନର କିଲିଂ’ ନୁହେଁ ଅପରାଧ

‘ଅନର କିଲିଂ’ ନୁହେଁ ଅପରାଧ

ମିଶର ଓ ସିରିଆରେ ଅନର କିଲିଂ ଅପରାଧ ପରିସର ଭୁକ୍ତ ନୁହେଁ। ଏଠାରେ ପ୍ରତିବର୍ଷ ଅନେକ ଏଭଳି ଘଟଣା ଘଟିଥାଏ।

ପୁରୁଣା ଶାଢ଼ିର ନୂଆ ରୂପ

ପୁରୁଣା ଶାଢ଼ିର ନୂଆ ରୂପ

ଶାଢ଼ି ଯେତେ ଦାମୀ ହେଉନା କାହିଁକି, କେବେ କେବେ ନୂଆ ପରେ ନୂଆ ଶାଢ଼ି କିଣିବା ଭିତରେ ଏହା ପିନ୍ଧା ନ ହୋଇ ଦୀର୍ଘଦିନ ଧରି ଆଲମିରାରେ ରହିଯାଏ ତ କେବେ ରହି ରହି ଅପ୍‌ଡେଟ୍‌ ଫ୍ୟାଶନ୍‌ ଦୁନିଆରେ ଆଉଟ୍‌ଡେଟେଡ୍‌ ହୋଇଯାଏ। ଆଉ ପୁରୁଣା ଶାଢ଼ି ଭାବେ ଏସବୁ ପାଲଟିଯାଏ ଅଦରକାରୀ। ହେଲେ ଅନେକେ ଏହାକୁ ନଷ୍ଟ କରିବା ପରିବର୍ତ୍ତେ ନୂଆ ରୂପ ଦେଇ କରିଥାନ୍ତି ପୁନଃ ବ୍ୟବହାର ଉପଯୋଗୀ...

ରାଜନୀତିରେ ମହିଳାଙ୍କ ପ୍ରତିନିଧିତ୍ୱ ଦୁର୍ନୀତି କମାଏ

ରାଜନୀତିରେ ମହିଳାଙ୍କ ପ୍ରତିନିଧିତ୍ୱ ଦୁର୍ନୀତି କମାଏ

ଓ୍ବାଶିଂଟନ୍‌: ଯେଉଁ ଦେଶର ସଂସଦରେ ଅଧିକ ସଂଖ୍ୟାରେ ମହିଳା ସଭ୍ୟ ଥାଆନ୍ତି ସେ ଦେଶରେ ଦୁର୍ନୀତି ଅପେକ୍ଷାକୃତ କମ୍‌ ହୋଇଥାଏ। ଜଣେ ମୂଳ ଭାରତୀୟଙ୍କ ସମେତ କେତେଜଣ ବୈଜ୍ଞାନିକ ୧୨୫ଟି ଦେଶରୁ ତଥ୍ୟ ସଂଗ୍ରହ କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ଏ ସମ୍ପର୍କିତ ଅଧ୍ୟୟନ ଜର୍ନାଲ୍‌ ଅଫ୍‌ ଇକୋନୋମିକ୍‌ ବିହେଭିୟର ଆଣ୍ଡ ଅର୍ଗାନାଇଜେଶନ୍‌ରେ ପ୍ରକାଶ ପାଇଛି।

ଅନ୍‌ ଲାଇନ୍‌ରେ ପଣ୍ଡିତ ବୁକିଂ

ଅନ୍‌ ଲାଇନ୍‌ରେ ପଣ୍ଡିତ ବୁକିଂ

ବିବାହ ଉତ୍ସବ ହେଉ ଅବା ପୂଜା ପାର୍ବଣ ଏଥିପାଇଁ ଦରକାର ପୂଜା ସାମଗ୍ରୀ ଏବଂ ପଣ୍ଡିତ। ଅନେକ ସମୟରେ ବିଶେଷ କରି ଗଣେଶ ପୂଜା, ସରସ୍ବତୀ ପୂଜା, ବିଶ୍ୱକର୍ମା ପୂଜା ସମୟରେ ପଣ୍ଡିତ ଜଣେ ମିଳିବା କାଠିକର ପାଠ ହୋଇଥାଏ।

ରେଷ୍ଟୁରାଣ୍ଟ ଯେଉଁଠି ଚନ୍ଦାଙ୍କୁ ମିଳେ ରିହାତି

ରେଷ୍ଟୁରାଣ୍ଟ ଯେଉଁଠି ଚନ୍ଦାଙ୍କୁ ମିଳେ ରିହାତି

ଜାପାନରେ ଏକ ରେଷ୍ଟୁରାଣ୍ଟରେ ଚନ୍ଦା ଗ୍ରାହକଙ୍କୁ ସ୍ବତନ୍ତ୍ର ପ୍ରକାର ରିହାତି ଦିଆଯାଇଥାଏ। ରେଷ୍ଟୁରାଣ୍ଟରେ ଚନ୍ଦା ଲୋକଙ୍କ ପାଇଁ ରହିଛି ବିଶେଷ ସୁବିଧା। ଏଠାକୁ ଆସି ଚନ୍ଦା ବ୍ୟକ୍ତି ନିଜକୁ ଭାଗ୍ୟବାନ ମନେ କରିବା ସହିତ ସେମାନଙ୍କ ମନୋବଳ ଦୃଢ଼ ହୋଇଥାଏ ବୋଲି କୁହନ୍ତି ରେଷ୍ଟୁରାଣ୍ଟ ମାଲିକ। ରେଷ୍ଟୁରାଣ୍ଟର ମାଲିକାଣୀ ଯୋଶିକା ଟୋୟୋଡୋଙ୍କ କହିବା ଅନୁଯାୟୀ ଜାପାନରେ ବୟସ ବଢ଼ିବା ସହିତ ଚନ୍ଦା ହେବା ଏକ ମାମୁଲି କଥା।

ଗଛ କାଟିଲେ ବାହାରୁଛି ରକ୍ତ

ଗଛ କାଟିଲେ ବାହାରୁଛି ରକ୍ତ

ମଧ୍ୟପ୍ରଦେଶ: ଗଛ କାଟିଲେ ସାଧାରଣତଃ ଅଠା ବା ଗଛର କ୍ଷୀର ବାହାରିଥାଏ। ହେଲେ ମଧ୍ୟପ୍ରଦେଶର ଏକ ଗାଁରେ ଥିବା ଗଛକୁ କାଟିଲେ ରକ୍ତ ବାହାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। କିନ୍ତୁ କଥାଟା ସତ ବୋଲି ଗ୍ରାମବାସୀ ମତ ଦିଅନ୍ତି। ଜାଳେଣି ଉଦ୍ଦେଶ୍ୟରେ ଜଣେ ଯୁବକ ଏକ ଗଛ କାଟିବାରୁ ଏଥିରୁ ଲାଲ ରଙ୍ଗର ଅଠାଳିଆ ଅଂଶ ବାହାରିବାରୁ ସେ ଚମକି ପଡିଥିଲେ। ଏକଥା ଗ୍ରାମବାସୀ ମିଛ ଭାବି ଗଛ ନିକଟକୁ ଯାଇ ଦେଖିବା ବେଳକୁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ସମବୟସ୍କ ମହିଳାଙ୍କ ପ୍ରତି କାହିଁକି  ଆକର୍ଷିତ ହୁଅନ୍ତି ପୁରୁଷ

ସମବୟସ୍କ ମହିଳାଙ୍କ ପ୍ରତି କାହିଁକି ଆକର୍ଷିତ ହୁଅନ୍ତି ପୁରୁଷ

ପୂର୍ବରୁ ବିବାହ ପାଇଁ ଜଣେ ପୁରୁଷ ନିଜ ବୟସଠାରୁ କମ୍‌ ବୟସର ନାରୀଙ୍କୁ ପସନ୍ଦ କରୁଥିଲେ। ଲୋକକଥା ଅନୁଯାୟୀ ମହିଳାମାନଙ୍କର ଆୟୁଷ କମ୍‌ ହୋଇଥିବାରୁ ଏପରି କଥାକୁ ଗୁରୁତ୍ୱ ଦିଆଯାଉଥିଲା। ହେଲେ ସମୟର ପରିବର୍ତ୍ତନ ସହ ମଣିଷର ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି।

କଥା ଛୋଟ, ହେଲେ..

କଥା ଛୋଟ, ହେଲେ..

ନିମ୍ନୋକ୍ତ କେତୋଟି ବିଷୟରେ ଆମେ ହୁଏତ ଅଳ୍ପ ବହୁତ ଅବଗତ ହୋଇଥାଇପାରୁ, ହେଲେ ଠିକ୍‌ ସମୟରେ ଅନେକେ ଏହାକୁ ଉପଯୋଗ କରିବାରେ ସଫଳ ହୋଇ ନ ଥାନ୍ତି । ଏକ ସୁସ୍ଥ ଜୀବନ ପାଇଁ ଏଭଳି ଟିପ୍ସ ଆପଣେଇ ପାରନ୍ତି...

ମସ୍ତିଷ୍କ କାର୍ଯ୍ୟଧାରା ଓ ସୋସିଆଲ ସାଇଟ୍‌

ମସ୍ତିଷ୍କ କାର୍ଯ୍ୟଧାରା ଓ ସୋସିଆଲ ସାଇଟ୍‌

ସୋସିଆଲ ସାଇଟ୍‌ର ବ୍ୟବହାର ଆଜିକାଲି କେତେ ବଢ଼ିଯାଇଛି, ତାହା କହିବା ବାହୁଲ୍ୟ। ଅନେକେ ଏହା ସହ ଓତଃପ୍ରୋତ ଭାବରେ ଜଡ଼ିତ ରହୁଛନ୍ତି। ପୁଣି କେତେକେ ଅଧିକାଂଶ ସମୟ ସୋସିଆଲ ସାଇଟ୍‌ ସହ ସମୟ ବିତାଉଛନ୍ତି। ହେଲେ ଏହାର ବହୁଳ ବ୍ୟବହାର ମସ୍ତିଷ୍କର କାର୍ଯ୍ୟଧାରାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ବୋଲି ସତର୍କ କରାଇଛନ୍ତି ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ।

Model This Week

ପ୍ରଭାତ