ଫୁରସତ |

ବୃହତ୍‌ ବିମାନର ଇଞ୍ଜିନ୍‌ ପରୀକ୍ଷଣ

ବୃହତ୍‌ ବିମାନର ଇଞ୍ଜିନ୍‌ ପରୀକ୍ଷଣ

ପ୍ରଥମ ପର୍ଯ୍ୟାୟ ଇଞ୍ଜିନ ପରୀକ୍ଷଣରେ ସଫଳ ହୋଇଛି ବିଶ୍ୱର ସର୍ବବୃହତ୍‌ ବିମାନ। ବିଶ୍ୱର ସବୁଠାରୁ ବିଶାଳକାୟ ଓ୍ବିଙ୍ଗ୍‌ସ୍ପାନ୍‌ ବିଶିଷ୍ଟ ଏହି କୋଲୋସାଲ୍‌ ବିମାନ ପୃଥିବୀର ନିମ୍ନସ୍ତର କକ୍ଷପଥ (ଲୋ-ଆର୍ଥ-ଅର୍ବିଟ୍‌)କୁ ରକେଟ୍‌ ପଠାଇବା ଲାଗି ଏହାକୁ ଏକ ଭ୍ରମଣକାରୀ ପ୍ଲାଟ୍‌ଫର୍ମ ଭାବେ ବ୍ୟବହାର କରାଯିବ। ଡବଲ୍‌ ବଡି ବିଶିଷ୍ଟ ବିମାନର ଡିଜାଇନ୍‌ ମଧ୍ୟ ତଦନୁଯାୟୀ କରାଯାଇଛି। ଅର୍ଥାତ୍‌ ଏହି ବିମାନ ଦେଖିବାକୁ ଦୁଇଟି ବିମାନ ଯୋଡ଼ି ହେବା ଭଳି। ପ୍ରାଥମିକ ପରୀକ୍ଷଣରେ ବିମାନର ୬ଟି ଯାକ ଇଞ୍ଜିନ ଆଶାନୁରୂପ ସଫଳ ହୋଇଛି ବୋଲି ଏହାର ନିର୍ମାଣକାରୀ କମ୍ପାନୀ ଷ୍ଟ୍ରେଟୋଲଞ୍ଚ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକାର କାଲିଫର୍ନିଆ ଅନ୍ତର୍ଗତ ମୋଜାଭେ ଏୟାର୍‌ ଆଣ୍ଡ ସ୍ପେସ୍‌ ପୋର୍ଟରେ ଏହି ପରୀକ୍ଷଣ ହୋଇଥିଲା। ବିମାନର ୭୪୭ ଟର୍ବୋଫାନ୍‌ ଇଞ୍ଜିନଗୁଡ଼ିକରେ ଇନ୍ଧନ ଭର୍ତ୍ତି କରାଯିବା ପରେ ତାହା ସଫଳତାର ସହ କାର୍ଯ୍ୟ କରିଥିଲା। ଏହି ବିମାନଟି ରନ୍‌ଓ୍ବେ ଧରଣର ଟେକ୍‌ ଅଫ୍‌ କରିବ। ଭୂପୃଷ୍ଠରୁ ୧୧,୦୦୦ ମିଟର ଉଚ୍ଚତାକୁ ଯିବା ପରେ ଏଥିରେ ବ୍ୟବସ୍ଥିତ ରକେଟ୍‌ ଛୋଟ ଛୋଟ ଉପଗ୍ରହକୁ କକ୍ଷ ପଥରେ ନେଇ ଅବସ୍ଥାପିତ କରିବ। ବିମାନର ଡେଣାର ଲମ୍ବ ହେଉଛି ୧୧୮ ମିଟର। ଖାଲିଥିବା ବେଳେ ବିମାନର ଓଜନ ୨,୨୭,୦୦୦ କି.ଗ୍ରା. ଥିବାବେଳେ ଏହା ଆହୁରି ୨,୫୦,୦୦୦ କି.ଗ୍ରା. ଓଜନ ବହନ କରିପାରିବ। ଆଗାମୀ କିଛି ମାସ ମଧ୍ୟରେ ଏହାର ଅନ୍ୟାନ୍ୟ ପରୀକ୍ଷର ହେବ। ବିମାନ କଣ୍ଟ୍ରୋଲ୍‌ ସିଷ୍ଟମ୍‌, ବୈଦ୍ୟୁତିକ, ନ୍ୟୁମେଟିକ୍‌ ଏବଂ ଅଗ୍ନି ନିର୍ବାପକ ବ୍ୟବସ୍ଥାର ପରୀକ୍ଷା ମଧ୍ୟ ଆରମ୍ଭ ହୋଇଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

All Right Reserved By

Model This Week

ନିକିତା

ଫୁରସତ |

ମାଟିତଳେ ପୋତି ହୋଇରହିଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେବ ସେନସର୍‌

ମାଟିତଳେ ପୋତି ହୋଇରହିଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେବ ସେନସର୍‌

ଲଣ୍ଡନ, ୨୩।୪ : ଭୂମିକମ୍ପ କିମ୍ବା କୌଣସି ଦୁର୍ଘଟଣାରେ ମାଟିତଳେ ପୋତି ହୋଇ ରହିଥିବା ଲୋକଙ୍କ ସମ୍ପର୍କରେ ଏବେ ସହଜରେ ସୂଚନା ମିଳିପାରିବ। ଗବେଷକ ଏକ ସ୍ବତନ୍ତ୍ର ଧରଣର ସେନସର୍‌ ବାହାର କରିଛନ୍ତି। ଏହା ସହଜରେ ମାଟି ତଳେ ଥିବା ଜୀବଜନ୍ତୁ ଅଥବା ମଣିଷଙ୍କ ନିକଟକୁ ଏକ ପ୍ରକାର ତରଙ୍ଗ ପ୍ରେରଣ କରିବ। ସେମାନଙ୍କ ଶରୀରରେ ବାଜି ଏହି ତରଙ୍ଗ ସେନସରକୁ ଫେରିବ।

ବଢ଼ୁଛି ବରିଷ୍ଠ ନାଗରିକଙ୍କ ଆୟ

ବଢ଼ୁଛି ବରିଷ୍ଠ ନାଗରିକଙ୍କ ଆୟ

ନୂଆଦିଲ୍ଲୀ,୨୩।୪: ବୟସର ଅପରାହ୍ନରେ ଲୋକମାନେ ପିଲାଙ୍କ ପାଇଁ ବୋଝ ପାଲଟିଯାଆନ୍ତି ବୋଲି ସାଧାରଣରେ କୁହାଯାଏ। ଆୟ ନ ଥିବାରୁ ଅନେକ ବୟସ୍କ ବ୍ୟକ୍ତି ଯନ୍ତ୍ରଣାରେ ଦିନ କାଟନ୍ତି। କିନ୍ତୁ ସଦ୍ୟ ଏକ ରିପୋର୍ଟ ଏହି ଧାରଣାକୁ ଭୁଲ୍‌ ପ୍ରମାଣ କରିଦେଇଛି। ଭାରତରେ ବରିଷ୍ଠ ନାଗରିକଙ୍କ ଆର୍ଥିକ ସ୍ଥିତି ସୁଧୁରିବାରେ ଲାଗିଛି। ଏମାନେ ଆୟ କରିବା ସହ ଦେଶର ପ୍ରମୁଖ ଗ୍ରାହକ ଗୋଷ୍ଠୀରେ ସାମିଲ ହୋଇଛନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ତେବେ ବୃଦ୍ଧାବସ୍ଥାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଥିବାରୁ ଏହି ବାବଦକୁ ଅଧିକ ଖର୍ଚ୍ଚ କରୁଛନ୍ତି।

ବରବେଶରେ ବାନ୍ଧବୀଙ୍କୁ ବିବାହ କଲେ ଯୁବତୀ

ବରବେଶରେ ବାନ୍ଧବୀଙ୍କୁ ବିବାହ କଲେ ଯୁବତୀ

ନୂଆଦିଲ୍ଲୀ, ୨୩।୪ : ଅଗ୍ରା ଏତ୍ମାଦୌଲା ଥାନା ଅଞ୍ଚଳରେ ଏକ ସାମୁହିକ ବିବାହ ଉତ୍ସବରେ ଜଣେ ଯୁବତୀ ବର ବେଶରେ ତାଙ୍କ ବାନ୍ଧବୀଙ୍କୁ ବିବାହ କରିଛନ୍ତି। ପରେ ଏସମ୍ପର୍କରେ ପରିବାର ଲୋକ ଜାଣିବାରୁ ପୋଲିସର ସହାୟତା ଲୋଡିଛନ୍ତି। ଦୁଇ ବାନ୍ଧବୀଙ୍କ ଦୀର୍ଘଦିନ ଧରି ସମଲିଙ୍ଗୀ ସମ୍ପର୍କ ରହିଥିଲା। ତେବେ ଏହାକୁ କିପରି ବିବାହରେ ପରିଣତ କରିବେ ସେନେଇ ଯୋଜନା ପ୍ରସ୍ତୁତ କରିଥିଲେ।

ପ୍ରାଣୀଙ୍କ ଭୂକମ୍ପ ସୂଚନା ନେଇ ଦ୍ୱିମତ

ପ୍ରାଣୀଙ୍କ ଭୂକମ୍ପ ସୂଚନା ନେଇ ଦ୍ୱିମତ

ଲଣ୍ଡନ,୨୩ା୪: ଭୂକମ୍ପର କିଛି ସମୟ ପୂର୍ବରୁ କୁକୁର, ବିରାଡି ଏପରି କି ଗୋରୁ ଗାଈ ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରନ୍ତି ବୋଲି ଦୀର୍ଘଦିନରୁ ବିଶ୍ୱାସ କରାଯାଇ ଆସୁଛି। କିନ୍ତୁ ଏହା ପ୍ରମାଣସିଦ୍ଧ ନୁହେଁ ବୋଲି ସଦ୍ୟ କରାଯାଇଥିବା ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି। ଏହି ଅଧ୍ୟୟନ ‘ବୁଲେଟିନ୍‌ ଅଫ୍‌ ଦି ସିସ୍‌ମୋଲୋଜିକାଲ୍‌ ସୋସାଇଟି ଅଫ୍‌ ଆମେରିକା’ ଜର୍ନାଲ୍‌ରେ ପ୍ରକାଶ ପାଇଛି।

ଉଦ୍ଭିଦରୁ ଇନ୍ଧନ

ଉଦ୍ଭିଦରୁ ଇନ୍ଧନ

ପ୍ରତିଦିନ ପୃଥିବୀରେ ୯,୫୦,୦୦,୦୦୦ ବ୍ୟାରେଲ(ଏକ ବ୍ୟାରେଲ ୨୦୦ ଲିଟର) ପେଟ୍ରୋଲିୟମ ତୈଳ ଇନ୍ଧନ ହିସାବରେ ବ୍ୟବହୃତ ହେଉଅଛି। ଦୈନିକ ହାରାହାରି ମୁଣ୍ଡପିଛା ତିନିଲିଟର। ପେଟ୍ରୋଲିୟମ ଲାଟିନ ଶବ୍ଦ ପେଟ୍ରା (ପଥର) ଏବଂ ଓଲିୟମ (ତେଲ)ରୁ ଆସିଅଛି।

ମାର୍ଟିନା ମୁନ୍‌ ମିଶନ

ମାର୍ଟିନା ମୁନ୍‌ ମିଶନ

ମହାକାଶବିଜ୍ଞାନ କ୍ଷେତ୍ରରେ ନୂଆ ତଥ୍ୟ ଜାଣିବାକୁ ବିଭିନ୍ନ ଦେଶର ମହାକାଶବିଜ୍ଞାନୀମାନେ ଚେଷ୍ଟା ଚଳାଇଛନ୍ତି। ବିଶେଷଭାବରେ ମଙ୍ଗଳ ଗ୍ରହ ସମ୍ପର୍କରେ ରୋଚକ ତଥ୍ୟ ଜାଣିବାକୁ ଅନେକ ଦେଶ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ଏଠାରେ ଜୀବସତ୍ତା ଥିଲା କି ନାହିଁ ତାହା ଜାଣିବାକୁ ଉଦ୍ୟମ ଜାରି ରହିଛି। ଏଥିପାଇଁ ଜାପାନର ମହାକାଶବିଜ୍ଞାନୀମାନେ ଆରମ୍ଭ କରିବାକୁ ଯାଉଛନ୍ତି ‘ମାର୍ଟିନା ମୁନ୍‌ ମିଶନ’।

ଫର୍ନିଚର ଡିଜାଇନର ରୋବୋ

ଫର୍ନିଚର ଡିଜାଇନର ରୋବୋ

ରୋବୋର କାର୍ଯ୍ୟ ତାଲିକାରେ ଆଉ ଏକ କଥାକୁ ନିକଟରେ ସାମିଲ କରାଯାଇଛି। ବେଶ୍‌ କିଛି ବର୍ଷ ପ୍ରୟାସ କରିବା ପରେ ଏଥିରେ ସଫଳ ହୋଇଛନ୍ତି ସିଙ୍ଗାପୁରର ବୈଜ୍ଞାନିକମାନେ। ସିଙ୍ଗାପୁରସ୍ଥିତ କଣ୍ଟ୍ରୋଲ ରୋବୋଟିକ୍‌ ଇଣ୍ଟେଲିଜେନ୍ସ ଗ୍ରୁପ୍‌ (ସିଆରଆଇଜି)ର ବୈଜ୍ଞାନିକମାନେ ଏଭଳି ଏକ ରୋବୋ ପ୍ରସ୍ତୁତ କରିଛନ୍ତି, ଯାହା କେତେକ ଫର୍ନିଚର୍‌ର ଡିଜାଇନ କରିପାରିବ।

ମହାକାଶରେ ବିଳାସମୟ ହୋଟେଲ

ମହାକାଶରେ ବିଳାସମୟ ହୋଟେଲ

ମହାକାଶରେ ଏକ ବିଳାସମୟ ହୋଟେଲ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ। ପ୍ରଶ୍ନ ଉଠେ ଯେ ମହାକାଶରେ କାହିଁକି ହୋଟେଲ ନିର୍ମାଣ ହେବ ଏବଂ ସେଠାରେ କିଏ ରହିବେ?

ମୃତ୍ୟୁର ୫ ଘଣ୍ଟା ପରେ ଫେରିଲା ଜୀବନ

ମୃତ୍ୟୁର ୫ ଘଣ୍ଟା ପରେ ଫେରିଲା ଜୀବନ

ଅଲ୍ଲୀଗଡ଼, ୨୩।୪ : ଆଜିକାର ଆଧୁନିକ ଯୁଗରେ ମଧ୍ୟ ଅନେକ ସମୟରେ ବିଭିନ୍ନ ବିଚିତ୍ର ତଥା ଅଲୌକିକ ଘଟଣା ଘଟିଥାଏ, ଯାହାର ଉତ୍ତର ଦେବାକୁ ବିଜ୍ଞାନଶାସ୍ତ୍ର ସମର୍ଥ ହୋଇ ନ ଥାଏ। ଏଭଳି ଏକ ଘଟଣା ଉତ୍ତରପ୍ରଦେଶ ଅଲ୍ଲୀଗଡ଼ ଅତରୌଲିସ୍ଥିତ କିରଥଲ ଗାଁରେ ଘଟିଛି।

ଚିରନିଦ୍ରାରେ ପୃଥିବୀର ବୟସ୍କା ମହିଳା

ଚିରନିଦ୍ରାରେ ପୃଥିବୀର ବୟସ୍କା ମହିଳା

ଟୋକିଓ, ୨୨।୪ : ଦକ୍ଷିଣ ଜାପାନର କିକାଇ ସହରରେ ବାସ କରୁଥିବା ପୃଥିବୀର ବୟସ୍କା ମହିଳା ନାବି ତାଜିମାଙ୍କର ୧୧୭ ବର୍ଷ ବୟସ ପରଲୋକ ହୋଇଛି। ଗତ ଜାନୁୟାରୀଠାରୁ ସେ ହସ୍ପିଟାଲ ଭର୍ତ୍ତି ହୋଇଥିଲେ। ସେ ୧୯୦୦ ମସିହା ଅଗଷ୍ଟମାସରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କ ପରିବାରରେ ୧୬୦ ଜଣ ସଦସ୍ୟ ଅଛନ୍ତି।

ମହିଳାଙ୍କ ଶରୀର ଉପରେ ପରସା ଯାଏ ସୁସ୍ବାଦୁ ଖାଦ୍ୟ

ମହିଳାଙ୍କ ଶରୀର ଉପରେ ପରସା ଯାଏ ସୁସ୍ବାଦୁ ଖାଦ୍ୟ

ଟୋକିଓ, ୨୨।୪ : ବ୍ୟବସାୟ ବଢ଼ାଇବା ପାଇଁ ବର୍ତ୍ତମାନର ପ୍ରତିଦ୍ୱନ୍ଦ୍ୱିତା ମୂଳକ ବଜାରରେ କମ୍ପାନୀମାନେ ଅନେକ ସମୟରେ ବିଭିନ୍ନ ରୋଚକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଯାହାକି ଗ୍ରାହକଙ୍କୁ ବିଶେଷ ଆକର୍ଷିତ କରିବାକୁ ସକ୍ଷମ ହେଉଛି। ସମ୍ପ୍ରତି ଜାପାନର ନ୍ୟୋଟିମୋରୀ ଏକ୍ସପେରିଏନ୍ସ୍‌ ନାମକ ଏକ ହୋଟେଲରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଅନନ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ପରିବାର ଲୋକଙ୍କ ପାଇଁ ଗିଫ୍ଟ କିଣିଥିଲି

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ପରିବାର ଲୋକଙ୍କ ପାଇଁ ଗିଫ୍ଟ କିଣିଥିଲି

ଶିକ୍ଷାବିତ୍‌ ଡ. ଭାଗ୍ୟବତୀ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ବାଲେଶ୍ୱରର ଶୂନହଟରେ ମୋର ଜନ୍ମ। ସ୍ଥାନୀୟ ବାରବାଟି ବାଳିକା ଉଚ୍ଚ ବିଦ୍ୟାଳୟରୁ ୧୯୭୦ରେ ଏକାଦଶ ପାସ୍‌ କରିବା ପରେ ଫକୀରମୋହନ ମହାବିଦ୍ୟାଳୟରେ ପିୟୁ ସାଇନ୍ସ ଓ ପ୍ରି ପ୍ରଫେଶନାଲ୍‌ ପଢିଥିଲି। ତା’ପରେ ମୋର ବାହାଘର ହୋଇଗଲା। ଶାଶୁଘର ବି ସେଇ ବାଲେଶ୍ୱରରେ। ଆଗକୁ ଆହୁରି ପଢିବାକୁ ମୋର ଇଚ୍ଛା ଥାଏ।