ସମ୍ପାଦକୀୟ |

ଓଡ଼ିଆ ଭାଷାର ରକ୍ଷାକବଚ

ଓଡ଼ିଆ ଭାଷାର ରକ୍ଷାକବଚ
ଡ. ସିଦ୍ଧାର୍ଥ କାନୁନ୍‌ଗୋ ସଂକ୍ରାନ୍ତି ପୁରୁଷ ଫକୀରମୋହନ ସେନାପତିଙ୍କ ଆବିର୍ଭାବ ୧୮୪୩ ମସିହା ଜାନୁୟାରୀ ୧୩ ତାରିଖ, ମକର ସଂକ୍ରାନ୍ତି ଓ ତିରୋଧାନ ୧୯୧୮ ମସିହା ଜୁନ୍‌ ୧୪ ତାରିଖ, ରଜ ସଂକ୍ରାନ୍ତି ଦିନ ହୋଇଥିଲା। ସଂଯୋଗକୁ ଚଳିତବର୍ଷର ମକର ସଂକ୍ରାନ୍ତି ଥିଲା ତାଙ୍କ ଆବିର୍ଭାବର ୧୭୫ତମ ପୂର୍ତ୍ତି ଦିବସ ଏବଂ ଚଳିତବର୍ଷର ରଜ ସଂକ୍ରାନ୍ତି ହେଉଛି ତାଙ୍କ ମହାପ୍ରୟାଣର ୧୦୦ତମ ପୂର୍ତ୍ତି ଦିବସ। ଫକୀରମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ବଭାବ କବି ଗଙ୍ଗାଧର ମେହେର ଓ କର୍ମବୀର ଗୌରୀଶଙ୍କର ରାୟ ପ୍ରମୁଖ ଓଡ଼ିଆ ଭାଷା ସାହିତ୍ୟ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଫକୀରମୋହନ ସେନାପତିଙ୍କ ଯୋଗୁଁ ଓଡ଼ିଆ ଭାଷାର ଅସ୍ତିତ୍ୱ ରକ୍ଷା ହେଲା କହିଲେ ଅତ୍ୟୁକ୍ତି ହେବନାହିଁ। ଖୁବ୍‌ କମ୍‌ ବୟସରେ ପିତୃମାତୃହୀନ ହୋଇଥିବା ଫକୀରମୋହନଙ୍କ ଜୀବନ ଥିଲା ସଂଘର୍ଷମୟ। ସେ ପିତୃବ୍ୟ ପୁରୁଷୋତ୍ତମ ସେନାପତିଙ୍କଠାରୁ ଆଶାନୁରୂପ ସାହାଯ୍ୟ ଓ ସହଯୋଗ ପାଇ ନ ଥିଲେ। ବାଲ୍ୟକାଳରୁ ରୁଗ୍‌ଣ ଥିବାରୁ ୯ବର୍ଷ ବୟସରେ ତାଙ୍କର ପାଠପଢ଼ା ଆରମ୍ଭ ହୋଇଥିଲା। ଉଚ୍ଚଶିକ୍ଷା ବୋଧହୁଏ ତାଙ୍କ ଭାଗ୍ୟରେ ନ ଥିଲା। ସାଧାରଣ ଭାବରେ କହିବାକୁ ଗଲେ ସେ ଥିଲେ ଦରପାଠୁଆ। ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ନିଜ ଜୀବନକୁ କୌଣସି ପ୍ରକାର ବଞ୍ଚାଇ ଏହି ଅସହାୟ ବାଳକଟି ପରବର୍ତ୍ତୀ ସମୟରେ ଆଧୁନିକ ଓଡ଼ିଆ କଥା ଓ ଉପନ୍ୟାସ ସାହିତ୍ୟର ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ। ଏକଥା ଭାବିଲେ ଆଜି ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ଯେଉଁପିଲା ଦିନେ ସ୍କୁଲର ମାସିକ ଦରମା ମାତ୍ର ୪ଅଣା ଦେଇ ନ ପାରିବାରୁ ଆନୁଷ୍ଠାନିକ ବିଦ୍ୟାଶିକ୍ଷାର ପରିସମାପ୍ତି ହୋଇଥିଲା, ସେ ପିଲା ପରବର୍ତ୍ତୀ କାଳରେ ନିଜର ଅଧ୍ୟବସାୟ ଦ୍ୱାରା ଓଡ଼ିଶାର ପ୍ରଥମ କ୍ଷୁଦ୍ରଗଳ୍ପ ଏବଂ ଆତ୍ମଚରିତ ରଚୟିତାର ମାନ୍ୟତା ଲାଭ କରିଛନ୍ତି। ଯେଉଁ ସ୍କୁଲରେ ଦରମା ଦେଇ ନ ପାରି ଫକୀରମୋହନ ଏକ ପ୍ରକାର ବିତାଡିତ ହୋଇଥିଲେ ପରବର୍ତ୍ତୀ ସମୟରେ ସେହି ବାରବାଟୀ ସ୍କୁଲରେ ସେ ଶିକ୍ଷକରୂପେ ନିଯୁକ୍ତି ପାଇଲେ। ତାଙ୍କ ଶିକ୍ଷାଦାନ କୌଶଳ ଓ ପିଲାଙ୍କୁ ପାଠ ପଢ଼ାଇବାର ଆନ୍ତରିକତା ବାରବାଟୀ ସ୍କୁଲର ସେକ୍ରେଟେରୀ ଓ ସ୍କୁଲ ଡେପୁଟି ଇନ୍ସପେକ୍ଟରଙ୍କୁ ମୁଗ୍‌ଧ କରିଥିଲା। ବାରବାଟୀ ସ୍କୁଲରେ ସେ ଭୂଗୋଳ ଓ ଗଣିତ ଶିକ୍ଷାଦାନ କରୁଥିଲେ। ଅଧ୍ୟବସାୟ ମଣିଷକୁ କ’ଣ ନ କରେ! ସେ ପାଟୀଗଣିତ, ବୀଜଗଣିତ ଇତ୍ୟାଦି ଜଟିଳ ଗଣିତ ବିଦ୍ୟା ଅଧ୍ୟୟନର ସୁଯୋଗରୁ ବଞ୍ଚିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ନିଜେ ଅଙ୍କ ପଢ଼ି ପିଲାଙ୍କୁ ଅଙ୍କ ବୁଝାଇ ସମସ୍ତଙ୍କୁ ଚକିତ କରିଥିଲେ। ବ୍ୟକ୍ତିଗତ ଉଦ୍ୟମରେ ସେ ଓଡ଼ିଆ ବ୍ୟତୀତ ଇଂଲିଶ, ପାର୍ଶୀ, ସଂସ୍କୃତ, ହିନ୍ଦୀ ଏପରି କି ତେଲୁଗୁ ଭାଷା ଇତ୍ୟାଦିରେ ବ୍ୟୁତ୍ପତ୍ତି ହାସଲ କରିଥିଲେ। ସେଥିପାଇଁ ସେ ବହୁ ଭାଷାବିତ୍‌ ତଥା ସୁପଣ୍ଡିତ ବାଲେଶ୍ୱରର ତତ୍‌କାଳୀନ କଲେକ୍ଟର ପଣ୍ଡିତ ଜନ୍‌ ବିମ୍‌ସ ଆଇ.ସି.ଏସ୍‌.ଙ୍କ ନିକଟତର ହୋଇପାରିଥିଲେ ଏବଂ ପଞ୍ଚଭାଷୀ ବ୍ୟାକରଣ ପୁସ୍ତକ ରଚନାରେ ତାଙ୍କୁ ସାହାଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ଜନ୍‌ ବିମ୍‌ସଙ୍କ ପରାମର୍ଶ କ୍ରମେ ସେ ବିଭିନ୍ନ ରାଜଦରବାରରେ ପ୍ରଶାସକ ଅଥବା ଦେୱାନ ପଦବୀରେ ନିଯୁକ୍ତ ହୋଇଥିଲେ। ଫକୀରମୋହନଙ୍କ ପୂର୍ବରୁ ରାଧାନାଥଙ୍କର ବିବେକୀ, ଇତାଲୀୟ ଯୁବା ଏବଂ ମଧୁସୂଦନ ରାଓଙ୍କର ପ୍ରଣୟର ଅଦ୍ଭୁତ ପରିଣାମ ଇତ୍ୟାଦି କ୍ଷୁଦ୍ରଗଳ୍ପ ରଚିତ ହୋଇଥିଲେ ମଧ୍ୟ ବାସ୍ତବ ପକ୍ଷରେ ଦେଖିବାକୁ ଗଲେ ଏଗୁଡ଼ିକ କ୍ଷୁଦ୍ରଗଳ୍ପର ମର୍ଯ୍ୟାଦା ଲାଭ କରିପାରି ନାହାନ୍ତି। ଲଛମନିଆ ହେଉଛି ଫକୀରମୋହନଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ। କିନ୍ତୁ ଏହା ଦୁଷ୍ପ୍ରାପ୍ୟ ଥିବାରୁ ଫକୀରମୋହନଙ୍କ ରେବତୀ ହିଁ ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପର ମାନ୍ୟତା ଲାଭ କରିଛି। ତାଙ୍କ ଗଳ୍ପ ଉପନ୍ୟାସର ବିଶେଷତ୍ୱ ହେଉଛି ସେ ତାଙ୍କ ଚରିତ୍ରମାନଙ୍କୁ ସମାଜର ନିମ୍ନ ସ୍ତରରୁ ସାଉଁଟି ଆଣିଛନ୍ତି। ସମଗ୍ର ଉତ୍କଳୀୟ ସାହିତ୍ୟରେ ତାଙ୍କର ଏହି ଦିଗଟି ନୂତନତାର ଦିଗ୍‌ଦର୍ଶନ ଦେଇଛି। ଆଜି ମାତୃଭାଷା ପରିବର୍ତ୍ତେ ଇଂଲିଶ ମାଧ୍ୟମ ବିଦ୍ୟାଳୟରେ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ଅଭିଭାବକମାନଙ୍କର ଆଗ୍ରହକୁ ଦେଖି ଫକୀରମୋହନଙ୍କ ‘ଉତ୍କଳ ଭ୍ରମଣ’ କବିତାର ଏହି ଉକ୍ତିଟି ଆମର ମନେପଡ଼େ ନାହିଁକି?- ”ପଢ଼ ଇଙ୍ଗରାଜି କେହି ମନା କରୁନାହିଁ, କିନ୍ତୁ ବାପା କାମ କର ଜାତିକୁଳ ଚାହିଁ। ଘୃଣା କରୁଅଛ ମାତୃଭାଷା ପଢ଼ିବାକୁ, ହାୟ ହାୟ ଲାଜକଥା କହିବି କାହାକୁ।“ ଫକୀରମୋହନଙ୍କ ବିଷୟରେ ଯେତେ ଲେଖିଲେ ମଧ୍ୟ ସରିବ ନାହିଁ। ଆଜି ତାଙ୍କର ୧୦୦ତମ ତିରୋଧାନ ଦିବସର ପୂର୍ତ୍ତି ଉତ୍ସବ ପାଳିତ ହେଉଛି। ଓଡ଼ିଆ ଜାତିର ନାଡିକୁ ଚିହ୍ନିଲାଭଳି ଏଭଳି ଗୋଟିଏ ବ୍ୟକ୍ତିତ୍ୱ ଆମ ସାହିତ୍ୟରେ ଯେ ବିରଳ, ଏଥିରେ ସନ୍ଦେହ ନାହିଁ। ତାଙ୍କୁ ଆମର ସଶ୍ରଦ୍ଧ ପ୍ରଣାମ। (ବ୍ୟାସକବି ଫକୀରମୋହନଙ୍କ ୧୦୦ତମ ତିରୋଧାନ ଦିବସ ଉପଲକ୍ଷେ ) ଯୁଗ୍ମ ନିର୍ଦ୍ଦେଶକ, ସ୍ଥାନୀୟ ପାଣ୍ଠି ସମୀକ୍ଷା ନିର୍ଦ୍ଦେଶାଳୟ, ଭୁବନେଶ୍ୱର, ମୋ- ୯୪୩୮୦୭୨୮୫୦
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ନିଯୁକ୍ତି ପାଇଁ ମାର୍କ

ସମ୍ପାଦକୀୟ/ନିଯୁକ୍ତି ପାଇଁ ମାର୍କ

ବିଶ୍ୱର ଦ୍ୱିତୀୟ ବୃହତ୍‌ ଜନବହୁଳ ଦେଶ ଭାରତରେ ବେକାର ସମସ୍ୟା ଅନ୍ୟତମ ବଡ଼ ପ୍ରସଙ୍ଗ ହୋଇଛି। ଯେଉଁ ହାରରେ ଜନସଂଖ୍ୟା ବୃଦ୍ଧି ପାଉଛି, ସେହି ଅନୁଯାୟୀ ଲୋକଙ୍କୁ କାମ ମିଳୁନାହିଁ। ଏହା ବିଗତ କିଛି ବର୍ଷ ମଧ୍ୟରେ ଗୁରୁତର ରୂପ ଧାରଣ କରିଛି। ନ୍ୟାଶନାଲ ସାମ୍ପୁଲ ସର୍ଭେ ଅଫିସ୍‌ (ଏନ୍‌ଏସ୍‌ଏସ୍‌ଓ) ଦ୍ୱାରା ନିକଟରେ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ଯେ, ୨୦୧୭-୧୮ରେ ଭାରତର ..

ବିଶ୍ୱାସରେ ସଂକଟ

ବିଶ୍ୱାସରେ ସଂକଟ

ବୈକୁଣ୍ଠନାଥ ମିଶ୍ର

ସଂସାରର ସବୁ ସମ୍ପଦ ମଧ୍ୟରେ ପ୍ରେମ, ବନ୍ଧୁତ୍ୱ ଓ ଭଲ ପାଇବାଠାରୁ ବଳି ମହତ୍ତର ଆଉ କିଛି ନାହିଁ। ଭଲ ପାଇବାରୁ ସୃଷ୍ଟି ହୁଏ ବନ୍ଧୁତ୍ୱ। ବନ୍ଧୁତାର ଅନାବିଳ ସ୍ନେହରେ ଆଦାନ ପ୍ରଦାନର କୌଣସି ସ୍ଥାନ ନାହିଁ। ବନ୍ଧୁତ୍ୱର ସ୍ବର୍ଗୀୟ ଭାବଧାରା ସଂକୀର୍ଣ୍ଣତାର ଊର୍ଦ୍ଧ୍ୱରେ। ଶ୍ରୀମା କହନ୍ତି- ”ସମସ୍ତଙ୍କ ସହିତ ଓ ସବୁକିଛି ସହିତ ଯେତିକି ଯେତିକି ତୁମେ ଏକାତ୍ମ ହେବ, ସେତିକି ସେତିକି ତୁମର ..

ପ୍ରୟାଗେ ସ୍ନାନ ମକରେ

ପ୍ରୟାଗେ ସ୍ନାନ ମକରେ

ଡ. ତୁଷାରକାନ୍ତି ଦାସ 

ପୁରାଣବର୍ଣ୍ଣିତ ସମୁଦ୍ରମନ୍ଥନ ସମୟରେ କ୍ଷୀରସମୁଦ୍ରରୁ ଐରାବତ ହସ୍ତୀ, ଲକ୍ଷ୍ମୀ, ଚନ୍ଦ୍ର, ରମ୍ଭା, ମେନକା ପ୍ରଭୃତି ଅପ୍‌ସରାଗଣ, କୌସ୍ତୁଭ, ହଳାହଳ ଓ ସର୍ବୋପରି ଅମୃତାଦି ବାହାରିଥିଲା। ହଳାହଳ ବିଷକୁ ପାନକରି ଶିବ ନୀଳକଣ୍ଠ ହୋଇଗଲେ ଓ ଅମୃତ ରାକ୍ଷସଙ୍କ ହାତରେ ପଡ଼ିବା ପୂର୍ବରୁ ବିଷ୍ଣୁ ମୋହିନୀ ରୂପ ଧାରଣ କରି ଅସୁରମାନଙ୍କ ଦୃଷ୍ଟି ଏଡ଼ାଇ ଅମୃତ କୁମ୍ଭକୁ ହରଣ କଲେ। ଠିକ୍‌ ଏହି ସମୟରେ ରାହୁ ଏହା ଜାଣିପାରି ପାର୍ଶ୍ୱ ବଦଳାଇ ଛଦ୍ମ ଦେବତା ରୂପ ଧାରଣ କରି ଅମୃତ ..

ଏଇ ଭାରତରେ

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ଏ ସବୁ ପରମ୍ପରା ପଛରେ ବହୁ କାହାଣୀ ରହିଛି। ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲା ବେଲ୍‌ଓ୍ବା ଚୌଧୁରୀ ଗଁାରେ ରହିଛି ଏଭଳି ଏକ ଅଜବ ପରମ୍ପରା। ଏଠାରେ ବର୍ଷରେ ଗୋଟିଏ ଦିନ ବୁଦ୍ଧପୂର୍ଣ୍ଣିମାରେ ଗଁାର ସବୁ ଲୋକ ଘର ଛାଡି ବାହାରକୁ ପଳାଇଯାଆନ୍ତି। ସାଙ୍ଗରେ ଗୃହପାଳିତ ପଶୁଙ୍କୁ ମଧ୍ୟ ନେଇଯାଆ..

ଲଜ୍ଜିତ

ଲଜ୍ଜିତ

ତଥାଗତ ସତପଥୀ

ଜମ୍ମୁ ଓ କଶ୍ମୀରର ପୁଲ୍‌ଓ୍ବାମାରେ ୧୪ ଫେବୃୟାରୀ ୨୦୧୯ରେ କଶ୍ମୀରଭିତ୍ତିକ ଜୈଶ-ଇ-ମହମ୍ମଦ ସଙ୍ଗଠନ ଦ୍ୱାରା କରାଯାଇଥିବା ଆତଙ୍କବାଦୀ ଆକ୍ରମଣରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌)ର ୪୯ ଜଣ ଯବାନ ଓ ଅଧିକାରୀ ପ୍ରାଣ ହରାଇଛନ୍ତି।

ହଜିଯାଉଥିବା ନାରୀମାନେ

ହଜିଯାଉଥିବା ନାରୀମାନେ

ନାରାୟଣ ପଣ୍ଡା 

ନାରୀ ଓ ପୁରୁଷ ସମାନ ସଂଖ୍ୟାରେ ରହିବା ସମାଜ ପାଇଁ ପ୍ରାକୃତିକ ଅନୁପାତ। ଏଥିରେ ସାମାନ୍ୟ ବ୍ୟତିକ୍ରମ ହୁଏ ତ ବିଶେଷ ସମସ୍ୟା ସୃଷ୍ଟିକରି ନ ପାରେ, କିନ୍ତୁ ସୀମା ଅତିରିକ୍ତ ବ୍ୟବଧାନ ମଣିଷ ସମାଜ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୁଏ। 

ସାର୍ବଜନୀନ ମହିମାମେଳା

ସାର୍ବଜନୀନ ମହିମାମେଳା

ଡ. ଉଦ୍ଧବ ଚରଣ ନାୟକ


ଓଡ଼ିଶାରେ ପାଳିତ ମେଳା ମହୋତ୍ସବ ମଧ୍ୟରେ ଯୋରନ୍ଦା ମହିମାଗାଦିର ମେଳା ଅନ୍ୟତମ। ଏହି ମେଳାର ସ୍ବାତନ୍ତ୍ର୍ୟ ରହିଛି। ପ୍ରତିବର୍ଷ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଅନୁଷ୍ଠିତ ଢେଙ୍କାନାଳର ମହିମା ମେଳା ମହିମାଧର୍ମର ବାର୍ଷିକ ଉତ୍ସବ ଭାବରେ ଖ୍ୟାତ। 

ଏଇ ଭାରତରେ

ଏଇ ଭାରତରେ

ରାଜସ୍ଥାନରେ ଖାଦ୍ୟପେୟ ଯେତେ ଲୋକପ୍ରିୟ, ଏଠାକାର ଆଦିବାସୀ ସମାଜର ରୀତିନୀତି ମଧ୍ୟ ସେତିକି ବିଚିତ୍ର। ମାଉ ଅଞ୍ଚଳରେ ରହୁଥିବା ଜନଜାତି ସମାଜରେ ଝିଅଙ୍କ ବିବାହକୁ ନେଇ ରହିଛି ଏକ ନିଆରା ପରମ୍ପରା। 

ପୁଲ୍‌ଓ୍ବାମା ଆକ୍ରମଣ

ପୁଲ୍‌ଓ୍ବାମା ଆକ୍ରମଣ

ଆକାର ପଟେଲ

ଜୈଶ୍‌-ଇ-ମହମ୍ମଦ ମାନେ ମହମ୍ମଦଙ୍କ ସେନା। କିନ୍ତୁ ରସୁଲ ମହମ୍ମଦଙ୍କର ଦେଶ ଜୟ କରିବାର କୌଣସି ଉଚ୍ଚାକାଂକ୍ଷା ନ ଥିଲା। ମହମ୍ମଦଙ୍କ ମୃତ୍ୟୁ ପରେ ଖଲିଫାମାନଙ୍କ, ବିଶେଷତଃ ଉମରଙ୍କ ନେତୃତ୍ୱରେ ଆରବର ସମ୍ପ୍ରସାରଣ ଘଟିଥିଲା। ଜୈଶ୍‌ ହେଉଛି ଏକ ପାକିସ୍ତାନୀ ସଂଗଠନ ଏବଂ ଏଥିରେ ମୁଖ୍ୟତଃ ଗାଉଁଲି ପଞ୍ଜାବୀମାନେ ନିଯୁକ୍ତି ପାଇଛନ୍ତି। ଲଶ୍କର-ଇ-ତୋଇବାଠାରୁ ଏହା ବହୁତ ଛୋଟ ସଂଗଠନ ଏବଂ ଏହାର ଆଦର୍ଶରେ ମଧ୍ୟ ପାର୍ଥକ୍ୟ ଅଛି। ଆତ୍ମହତ୍ୟାକୁ ସଲାଫି ବା ମହାପାପ ବୋଲି ଇସଲାମରେ ବିଚାର କରାଯାଉଥିବାରୁ ଲଶ୍କରମାନେ ଆତ୍ମଘାତୀ ବିସ୍ଫୋରଣକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ସେମାନେ ଆତଙ୍କବାଦୀମାନଙ୍କୁ ଫି..

ଲୋକେ କ’ଣ କହିବେ

ଲୋକେ କ’ଣ କହିବେ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ

କେଇଦିନ ତଳେ ଏକ ଦୂରଗାମୀ ଟ୍ରେନ୍‌ର ଶୀତତାପ ନିୟନ୍ତ୍ରିତ ଡବାରେ ବସି ପଶ୍ଚିମବଙ୍ଗର ମାଲ୍‌ଦାରୁ ଭୁବନେଶ୍ୱର ଫେରୁଥିଲା ବେଳେ ପାଖ ବର୍ଥରେ ବସି ଯାତ୍ରା କରୁଥିବା ଦୁଇ ଅଣଓଡ଼ିଆ ଦମ୍ପତିଙ୍କ ହିନ୍ଦୀ ବାର୍ତ୍ତାଳାପ ଲେଖକକୁ ବେଶ୍‌ କିଛି ସମୟ ପାଇଁ ଆତ୍ମମନସ୍କ କରିଦେଇଥିଲା। ପତି ପତ୍ନୀ ଦୁହେଁ ଯେଉଁ ପ୍ରସଙ୍ଗ ସମ୍ପର୍କରେ କମ୍‌ ଆଲୋଚନା, ବେଶି ଯୁକ୍ତି କରୁଥିଲେ ସେ ପ୍ରସଙ୍ଗଟି ଥିଲା ସେଇ ବୃଦ୍ଧା ବିଧବା ନାରୀଙ୍କୁ ନେଇ, ଯାହାଙ୍କ ପରିଚୟ ଥିଲା ପତିଙ୍କ ମା’ ଓରଫ ପତ୍ନୀଙ୍କର ଶାଶୁ। ପତ୍ନୀଙ୍କର ଜିଦ୍‌ ଥି..

ନୂଆ ନିର୍ବାଚନ କମିଶନର

ନୂଆ ନିର୍ବାଚନ କମିଶନର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ସାଧାରଣ ନିର୍ବାଚନ ଆଉ ଦୁଇ ମାସ ବାକି ରହିଛି। ଦେଶରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରିବା ଲାଗି ଭାରତର ନିର୍ବାଚନ ଆୟୋଗ (ଇସିଆଇ) ପକ୍ଷରୁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଯାଇଛି। ଇସିଆଇରେ ମୁଖ୍ୟ ନିର୍ବାଚନ କମିଶନର ଓ ଦୁଇ ଜଣ ନିର୍ବାଚନ କମିଶନର ରହିଥାଆନ୍ତି। ସୁନୀଲ ଆରୋରା ମୁଖ୍ୟ ନିର୍ବାଚନ କମିଶନର ଥିବା ବେଳେ ଅଶୋକ ଲା..

ଏଇ ଭାରତରେ

ଏଇ ଭାରତରେ

ଆଧୁନିକ ସଭ୍ୟ ସମାଜରେ କୁସଂସ୍କାରର ବଶବର୍ତ୍ତୀ ହୋଇ ମଣିଷ କାହିଁ କେତେଦିନରୁ ଅଜବ ପରମ୍ପରା ପାଳନ କରିଆସୁଛି। ମାତ୍ର ଏହାଦ୍ୱାରା ଯେ, କେତେକ ବ୍ୟକ୍ତିଙ୍କର ଅସୁବିଧା ସୃଷ୍ଟି ହୁଏ ସେ କଥାକୁ ମଣିଷ ଭୁଲିଯାଇଥାଏ। ଏଭଳି ଏକ ଘୃଣ୍ୟ ପରମ୍ପରା ଉତ୍ତରାଖଣ୍ଡର ବାଗେଶ୍ୱର ଜିଲା ମଲ୍ଳା ଦାନପୁର ଅଞ୍ଚଳରେ ଅତି ପ୍ରାଚୀନ କାଳରୁ ଚଳିଆସୁଛି। ଏଠାରେ ମହିଳାଙ୍କୁ ମାସିକ ..