ମେଟ୍ରୋ |

ପୋଲିସ ପକ୍ଷରୁ କୃତି ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ପୋଲିସ ପକ୍ଷରୁ କୃତି ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା
ମୁନିଗୁଡା, ୧୩।୬(ସ୍ବ.ପ୍ର.)-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକ ପରୀକ୍ଷାଫଳରେ ଟପ୍‌ଟେନରେ ମୁନିଗୁଡା ମହାବିଦ୍ୟାଳୟର ତିନିଜଣ ଛାତ୍ରୀଛାତ୍ର ସ୍ଥାନ ପାଇଛନ୍ତି। ସେମାନଙ୍କୁ ବୁଧବାର ମୁନିଗୁଡା ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ମୁନିଗୁଡା ଏସ୍‌ଡିପିଓ ଚନ୍ଦ୍ରଶେଖର ହୋତା, ଆଇଆଇସି ଯଶୋବନ୍ତ ହିଆଲ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରି ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ପ୍ରକାଶ ପାଇଥିବା ସ୍ନାତକ ପରୀକ୍ଷାଫଳ ଟପ୍‌ ଟେନ୍‌ରେ ଷଷ୍ଠସ୍ଥାନରେ ମୁନିଗୁଡା କଲେଜର ରାଜେଶ କୁମାର ସାହୁକାର ରହିଛନ୍ତି। ସେହିଭଳି ସପ୍ତମ ସ୍ଥାନରେ ରୋହିତ ଟାକ୍ରି ଓ ନବମ ସ୍ଥାନରେ ସରିତା ହଳଦିଆ ରହିଛନ୍ତି।
All Right Reserved By

ମେଟ୍ରୋ |

ଠିକା ସଂସ୍ଥା ସାମଗ୍ରୀ ଚୋରି, ଅଭିଯୁକ୍ତ ଗିରଫ

ଠିକା ସଂସ୍ଥା ସାମଗ୍ରୀ ଚୋରି, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୮ା୧(ବ୍ୟୁରୋ)- ଖାରବେଳନଗର ଥାନା ଅଞ୍ଚଳରେ ଏକ ଠିକାସଂସ୍ଥାର କାମ ଚାଲିଥିବା ବେଳେ ଇଲେକ୍ଟ୍ରି କେବୁଲ ଏବଂ ଯନ୍ତ୍ରପାତି ଚୋରି କରିନେଇଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। 

ନିଅଁ।ରେ ପୋଡ଼ି ମହିଳାଙ୍କ ମୃତ୍ୟୁ ଘଟଣା: ଡାକ୍ତରଖାନା ନେବାରେ ଅବହେଳା କରିଥିବାରୁ ସ୍ବାମୀ ଗିରଫ

ନିଅଁ।ରେ ପୋଡ଼ି ମହିଳାଙ୍କ ମୃତ୍ୟୁ ଘଟଣା: ଡାକ୍ତରଖାନା ନେବାରେ ଅବହେଳା କରିଥିବାରୁ ସ୍ବାମୀ ଗିରଫ

ଭୁବନେଶ୍ୱର, ୧୮।୧(ବ୍ୟୁରୋ)- ଚନ୍ଦ୍ରଶେଖରପୁର ଥାନା ବିରୁବାସା ବସ୍ତିରେ କୁକୁଡ଼ା ପୋଡ଼ୁଥିବାବେଳେ ମାନି ପ୍ରଧାନ ନାମ୍ନୀ ମହିଳା ନିଅଁାରେ ପୋଡ଼ିଯାଇ ପ୍ରାଣ ହରାଇଥିଲେ।

‘ମୋ ସ୍କୁଲ’ ଯୋଜନା: ୧୬ ଜିଲାର ୧୩୯୮ ବିଦ୍ୟାଳୟ ସାମିଲ

‘ମୋ ସ୍କୁଲ’ ଯୋଜନା: ୧୬ ଜିଲାର ୧୩୯୮ ବିଦ୍ୟାଳୟ ସାମିଲ

ଭୁବନେଶ୍ୱର, ୧୮।୧(ବ୍ୟୁରୋ)- ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠୀ-ସମ୍ପୃକ୍ତ ଶିକ୍ଷା କାର୍ଯ୍ୟକ୍ରମ ‘ମୋ ସ୍କୁଲ’ ଯୋଜନାର ସପ୍ତମ ପର୍ଯ୍ୟାୟରେ ୧୬ ଜିଲାର ୧୩୯୮ ବିଦ୍ୟାଳୟ ସାମିଲ ହୋଇଛନ୍ତି।

କଂଗ୍ରେସ ନିରଞ୍ଜନଙ୍କ ପୈତୃକ ସମ୍ପତ୍ତି ନୁହେଁ, ସେ ଦଳକୁ ଶେଷ କରିବାକୁ ଚାହୁଁଛନ୍ତି: ଶଗରିଆ

କଂଗ୍ରେସ ନିରଞ୍ଜନଙ୍କ ପୈତୃକ ସମ୍ପତ୍ତି ନୁହେଁ, ସେ ଦଳକୁ ଶେଷ କରିବାକୁ ଚାହୁଁଛନ୍ତି: ଶଗରିଆ

ଭୁବନେଶ୍ୱର,୧୮।୧(ବ୍ୟୁରୋ): କଂଗ୍ରେସ ଦଳ ଭିତରେ କନ୍ଦଳ ବଢ଼ିବାରେ ଲାଗିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଧ୍ୟରେ ବିବାଦ ଥମିବାର ନା’ ନେଉନାହିଁ। ଉଭୟ ଏବେ ମୁହାଁମୁହିଁ ହୋଇଛନ୍ତି। ବିଶୃଙ୍ଖଳିତ ଆଚରଣ ଲାଗି ଆସନ୍ତା ନିର୍ବାଚନରେ ସଗରିଆଙ୍କୁ ଦଳୀୟ ଟିକେଟ ମିଳିବ ନାହିଁ ବୋଲି ନିରଞ୍ଜନ କହିବା ପରେ ସଗରିଆ ଶୁକ୍ରବାର ନିଜର ମତ ରଖିଛନ୍ତି। 

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ବିରୋଧ,ବାସଭବନରେ ବାନ୍ଧିଲେ ଚୁଡ଼ି

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ବିରୋଧ,ବାସଭବନରେ ବାନ୍ଧିଲେ ଚୁଡ଼ି

ଭୁବନେଶ୍ୱର,୧୮।୧(ବ୍ୟୁରୋ): ପିପିଲି ଗଣବଳାତ୍କାର ମାମଲା ଓ ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନାକୁ ବିରୋଧ କରିଆସୁଛି ଭାଜପା। ଏହି କ୍ରମରେ ଶୁକ୍ରବାର ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଅଭିନବ ଉପାୟରେ ବିରୋଧ କରାଯାଇଛି।

କୋଣାର୍କ ସୂର୍ଯ୍ୟମନ୍ଦିର ହାତୀ ଦ୍ୱାରରୁ ଖସି ପଡ଼ି ପର୍ଯ୍ୟଟକ ଗୁରୁତର

କୋଣାର୍କ ସୂର୍ଯ୍ୟମନ୍ଦିର ହାତୀ ଦ୍ୱାରରୁ ଖସି ପଡ଼ି ପର୍ଯ୍ୟଟକ ଗୁରୁତର

କୋଣାର୍କ,୧୮।୧(ଡି.ଏନ୍‌.ଏ.): କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସିଥିବା ଛତିଶଗଡ଼ କବିର ଜିଲାର ଜଣେ ପର୍ଯ୍ୟଟକ ମନ୍ଦିର ହାତୀ ଦ୍ୱାରରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଭାଗେଲାରାମ।

ଗୋପିନାଥ କଲ୍ୟାଣମଣ୍ଡପ ଉଦ୍‌ଘାଟିତ

ଗୋପିନାଥ କଲ୍ୟାଣମଣ୍ଡପ ଉଦ୍‌ଘାଟିତ

ବାଲିଅନ୍ତା, ୧୮।୧(ଡି.ଏନ୍‌.ଏ.): ବାଲିଅନ୍ତା ବ୍ଲକ ଅଧୀନ ଜଗନ୍ନାଥପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନବନିର୍ମିତ ଗୋପିନାଥ କଲ୍ୟାଣ ମଣ୍ଡପ ଶୁକ୍ରବାର ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି।

ଶ୍ରୀମନ୍ଦିର ସୁରକ୍ଷା ପାଇଁ ୩ ଥାକିଆ ସାହାଯ୍ୟ ବ୍ୟବସ୍ଥା

ଶ୍ରୀମନ୍ଦିର ସୁରକ୍ଷା ପାଇଁ ୩ ଥାକିଆ ସାହାଯ୍ୟ ବ୍ୟବସ୍ଥା

ପୁରୀ ଅଫିସ, ୧୮।୧: ଶ୍ରୀମନ୍ଦିର ନୀତିକୁ ଶୃଙ୍ଖଳିତ ଏବଂ ସୁବ୍ୟବସ୍ଥିତ କରିବା ଲାଗି ମନ୍ଦିର ପ୍ରଶାସନ ତିନି ଥାକିଆ ତଦାରଖ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି। 

କଂଗ୍ରେସ ଛାଡିଲେ ଯୋଗେଶ ସିଂହ

କଂଗ୍ରେସ ଛାଡିଲେ ଯୋଗେଶ ସିଂହ

ଭୁବନେଶ୍ୱର, ୧୮।୧(ବ୍ୟୁରୋ): ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ଯୋଗେଶ ସିଂହ ଶୁକ୍ରବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି। ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଗୁରୁବାର ତାଙ୍କୁ ଏଆଇସିସି ନିଷ୍ପତ୍ତିକ୍ରମେ ପିସିସି ଶୃଙ୍ଖଳା କମିଟି ତାଙ୍କୁ ନିଲମ୍ବନ କରିଥିଲା।

ଦେବୋତ୍ତର ଅଧିକାରୀଙ୍କ ମଧ୍ୟରେ ମତଭେଦ: ପରମହଂସ ମନ୍ଦିରରେ ୨ ଟ୍ରଷ୍ଟ ବୋର୍ଡ

କଟକ ସଦର,୧୮।୧(ଡି.ଏନ୍‌.ଏ.): କଟକ ସଦର ବ୍ଲକ ଅନ୍ତର୍ଗତ ଶ୍ରୀ  ପରମହଂସନାଥ ଦେବଙ୍କ ନୀତିକାନ୍ତି ପରିଚାଳନା ନିମନ୍ତେ ୨ଟି ଟ୍ରଷ୍ଟ ବୋର୍ଡ ଗଠନ କରାଯାଇଛି। 

ଓଡ଼ିଆ ଆଇପିଏସ୍‌ ଅଫିସର ଏନ୍‌ଡିଆର୍‌ଏଫ୍‌ ଡିଜି

ଓଡ଼ିଆ ଆଇପିଏସ୍‌ ଅଫିସର ଏନ୍‌ଡିଆର୍‌ଏଫ୍‌ ଡିଜି

ଭୁବନେଶ୍ୱର,୧୮ା୧ (ବ୍ୟୁରୋ): ଓଡିଆ ଆଇପିଏସ ଅଫିସର ସତ୍ୟ ନାରାୟଣ ପ୍ରଧାନଙ୍କୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌)ର ନୂତନ ଡିଜି ଭାବେ ନିଯୁକ୍ତ କରାଯାଇଛି। ୧୯୮୮ ବ୍ୟାଚ୍‌ ଝାଡ଼ଖଣ୍ଡ କ୍ୟାଡରର ଆଇପିଏସ ଅଫିସର ପ୍ରଧାନ ଗତ ଅଗଷ୍ଟ ୧୫ରୁ ଭାରତ ସରକାରଙ୍କ ଅଧୀନରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ପାହ୍ୟାରେ ଅବସ୍ଥାପିତ ଥିଲେ। 

କଂଗ୍ରେସରୁ ନିଲମ୍ବିତ ହେଲେ ଯୋଗେଶ

କଂଗ୍ରେସରୁ ନିଲମ୍ବିତ ହେଲେ ଯୋଗେଶ

ଭୁବନେଶ୍ୱର, ୧୮।୧(ବ୍ୟୁରୋ): ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କୁ ଗୁରୁବାର ଦଳରୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଶୃଙ୍ଖଳା କମିଟି ଆବାହକ ଅନନ୍ତ ପ୍ରସାଦ ସେଠୀ କହିଛନ୍ତି। ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅନୁମୋଦନକ୍ରମେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଅନନ୍ତ କହିଛନ୍ତି। ଅପରପକ୍ଷରେ ଦଳର ଏଭଳି ନିଷ୍ପତ୍ତିକୁ ଯୋଗେଶ ସ୍ବାଗତକରିବା ସାଙ୍ଗକୁ ବିଧାୟକ ପଦ ଛାଡ଼ିବା ନେଇ ମତ ରଖିଛନ୍ତି।