ବାଣିଜ୍ୟ |

ଆଧାର ଫେସ୍‌ ରିକଗନିଶନ ସୁବିଧା ଶୁଭାରମ୍ଭରେ ବିଳମ୍ବ

ଆଧାର ଫେସ୍‌ ରିକଗନିଶନ ସୁବିଧା ଶୁଭାରମ୍ଭରେ ବିଳମ୍ବ
ନୂଆଦିଲ୍ଲୀ,୧୩-୬(ପି.ଟି): ଆଧାର ପ୍ରମାଣନ କ୍ଷେତ୍ରରେ ଫେସ୍‌ ରିକଗନିଶନ ସୁବିଧା ଶୁଭାରମ୍ଭ ଧାର୍ଯ୍ୟ ସମୟ ଠାରୁ ବିଳମ୍ବ ହେବ। ଅଗଷ୍ଠ ୧ ଯାଏ ଏହା ଲାଗୁ ହୋଇ ପାରିବ ନାହିଁ। ଏହି ସୁବିଧାର ଠିକ୍‌ କାର୍ଯ୍ୟକାରୀ ପାଇଁ ପ୍ରସ୍ତୁତି ସମୟକୁ ଧ୍ୟାନରେ ରଖି ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ) ଶୁଭାରମ୍ଭ ସମୟରେ ବିଳମ୍ବ କରୁଥିବା ଜଣାଯାଇଛି। ଜୁଲାଇ ୧ରୁ ଏହି ସୁବିଧା ଲାଗୁ କରିବା ପାଇଁ ୟୁଆଇଡିଏଆଇ ପୂର୍ବରୁ କହିଥିଲା। ମାତ୍ର ନୂଆ ବ୍ୟବସ୍ଥାକୁ ଠିକ୍‌ ଭାବେ ଲାଗୁ କରାଇବାକୁ ଅଧିକ ସମୟ ଆବଶ୍ୟକ ହେଉଥିବା ୟୁଆଇଡିଏଆଇ ସିଇଓ ଅଜୟ ଭୂଷଣ ପାଣ୍ଡେ ସୂଚନା ଦେଇଛନ୍ତି। ବାୟୋମେଟ୍ରିକ୍‌ କ୍ଷେତ୍ରରେ ରହୁଥିବା ବିଭିନ୍ନ ଅସୁବିଧାକୁ ଧ୍ୟାନରେ ରଖି ମୁଖମଣ୍ଡଳ ତଥା ଚକ୍ଷୁକୁ ମଧ୍ୟ ଆଧାର ପ୍ରମାଣନ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ବୋଲି ୟୁଆଇଡିଏଆଇ ପୂର୍ବରୁ କହି ସାରିଛି। ଏହା ଉପରେ ବର୍ତ୍ତମାନ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଅଗଷ୍ଟ ପହିଲାରୁ ଏହି ବ୍ୟବସ୍ଥା ଲାଗୁ କରିବାକୁ ସକ୍ଷମ ହେବୁ ବୋଲି ପାଣ୍ଡେ କହିଛନ୍ତି। ସୂଚନାଯୋଗ୍ୟ,ବର୍ତ୍ତମାନ ସୁଦ୍ଧା ୧୨୧.୧୭ କୋଟି ଲୋକ ଆଧାର ପଞ୍ଜୀକରଣ କରିଥିବା ଜଣାଯାଇଛି।
All Right Reserved By

ବାଣିଜ୍ୟ |

୭୭.୩ କୋଟି ଇମେଲ୍‌, ୨.୧ କୋଟି ପାସ୍‌ଓ୍ବର୍ଡ ହ୍ୟାକ୍‌

୭୭.୩ କୋଟି ଇମେଲ୍‌, ୨.୧ କୋଟି ପାସ୍‌ଓ୍ବର୍ଡ ହ୍ୟାକ୍‌

ସାନଫ୍ରାନ୍ସିସକୋ,୧୭-୧: ଚଳିତ ବର୍ଷ ଆରମ୍ଭରେ ସବୁଠାରୁ ବଡ଼ ଡାଟା ଲିକ୍‌ ସାମ୍ନାକୁ ଆସିଛି। ଗବେଷକ ଟ୍ରୟ ହଣ୍ଟ ଡାଟା ଲିକ୍‌ ସମ୍ପର୍କରେ ଜାଣି ପାରି ନିଜର ଓ୍ବେବସାଇଟ ଟ୍ରୟହଣ୍ଟ ଡଟ୍‌ କମ୍‌ରେ ଏହାକୁ ଉଲ୍ଲେଖ କରିଛନ୍ତି। ପ୍ରାୟ ୭୭ କୋଟି ୩୦ ଲକ୍ଷ ଇମେଲ୍‌ ଆଇଡି ଓ ୨କୋଟି ୧୦ ଲକ୍ଷ ପାସଓ୍ବର୍ଡ ହ୍ୟାକ୍‌ ହୋଇଯାଇଛି ବୋଲି ସେ ଦର୍ଶାଇଛନ୍ତି। ଗବେଷକ ଟ୍ରୟ ହଣ୍ଟ ଏହାକୁ କଲେକ୍ସନ #୧ ଭାବେ ଉପସ୍ଥାପନ କରିଛନ୍ତି। 

ଆୟୁଷ୍ମାନ ଭାରତ ଯୋଜନାକୁ ବିଲ୍‌ ଗେଟ୍‌ସଙ୍କ ପ୍ରଶଂସା

ଆୟୁଷ୍ମାନ ଭାରତ ଯୋଜନାକୁ ବିଲ୍‌ ଗେଟ୍‌ସଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୮-୧: ବିଶ୍ୱର ଶୀର୍ଷ ଟେକ୍ନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ଗେଟ୍‌ସ ଫାଉଣ୍ଡେଶନର ସହ ଅଧ୍ୟକ୍ଷ ବିଲ୍‌ ଗେଟ୍‌ସ କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଆୟୁଷ୍ମାନ ଭାରତ ଯୋଜନାକୁ ପ୍ରଶଂସା କରିଛନ୍ତି। ଯୋଜନା ଆରମ୍ଭର ମାତ୍ର ୧୦୦ ଦିନ ଭିତରେ ୬ ଲକ୍ଷରୁ ଅଧିକ ରୋଗୀ ଏହାର ଫାଇଦା ଉଠାଇ ଥିବାରୁ ସେ ଏହାକୁ ନେଇ ଚକିତ ବୋଲି ବ୍ୟକ୍ତ କରିଛନ୍ତି।

ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ରେ ବିନିଯୋଗ ହୋଇଛି ଭବିଷ୍ୟନିଧି, ପେନ୍‌ସନ ପାଣ୍ଠି: ବୁଡ଼ିଯିବାକୁ ବସିଛି ୨୦ହଜାର କୋଟି

ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ରେ ବିନିଯୋଗ ହୋଇଛି ଭବିଷ୍ୟନିଧି, ପେନ୍‌ସନ ପାଣ୍ଠି: ବୁଡ଼ିଯିବାକୁ ବସିଛି ୨୦ହଜାର କୋଟି

ନୂଆଦିଲ୍ଲୀ,୧୮-୧: ମଧ୍ୟବିତ୍ତ ବେତନଭୋଗୀଙ୍କ ଭବିଷ୍ୟନିଧି ଓ ପେନ୍‌ସନ ପାଣ୍ଠିର କୋଟି କୋଟି ଟଙ୍କା  ଏବେ ବୁଡ଼ିଯିବାକୁ ବସିଛି। ବିଶେଷଜ୍ଞଙ୍କ ଅନୁମାନ ଅନୁଯାୟୀ, ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ୍‌ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌) ଏବଂ ଏହାର ଗ୍ରୁପ୍‌ କମ୍ପାନୀରେ ନିବେଶ ହୋଇଥିବା ପ୍ରାୟ ୧୫ରୁ ୨୦ ହଜାର କୋଟିର ଭବିଷ୍ୟନିଧି ଓ ପେନ୍‌ସନ ପାଣ୍ଠି ଟଙ୍କା ଫସିଯାଇଛି।

୭୦୦ କୋଟି ନିବେଶ ଲାଗି ଗୋୟଲଙ୍କ ସର୍ତ୍ତ

୭୦୦ କୋଟି ନିବେଶ ଲାଗି ଗୋୟଲଙ୍କ ସର୍ତ୍ତ

ନୂଆଦିଲ୍ଲୀ,୧୮-୧: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍‌ ଏୟାରଓ୍ବେଜର ଅଂଶଧନ କିଣିବା ଲାଗି ଏଟିହାଦ ଏୟାରଲାଇନ୍ସ କଡ଼ା ସର୍ତ୍ତାରୋପ କରିଛି। ଏଥିରେ କ୍ଷୁବ୍ଧ ଏହାର ପ୍ରମୋଟର ତଥା ଅଧ୍ୟକ୍ଷ ନରେଶ ଗୋୟଲ କମ୍ପାନୀରେ ୭୦୦ କୋଟି ଟଙ୍କା ନିବେଶ କରିବାକୁ ରାଜି ଥିବା ଦର୍ଶାଇଛନ୍ତି। 

ଜିଡିପି ବଢ଼ୁଛି,ଅଧିକ ନଗଦର ଆବଶ୍ୟକତା ରହିଛି: ଆର୍‌ବିଆଇ

ଜିଡିପି ବଢ଼ୁଛି,ଅଧିକ ନଗଦର ଆବଶ୍ୟକତା ରହିଛି: ଆର୍‌ବିଆଇ

କୋଲକାତା,୧୮-୧: ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ଆକାର ବଢ଼ୁଛି। ଏଭଳି ସ୍ଥିତିରେ ଅର୍ଥନୀତିରେ ଅଧିକ ନଗଦର ଆବଶ୍ୟକତା ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଜଣେ ଅଧିକାରୀ ଗୁରୁବାର ଏଠାରେ କହିଛନ୍ତି। 

ଆମେରିକାରେ ଦୁର୍ଦ୍ଦଶା ଭୋଗୁଛନ୍ତି ଏଚ୍‌-୧ବି ଭିଜାଧାରକ

ଆମେରିକାରେ ଦୁର୍ଦ୍ଦଶା ଭୋଗୁଛନ୍ତି ଏଚ୍‌-୧ବି ଭିଜାଧାରକ

ଓ୍ବାଶିଂଟନ,୧୮-୧: ଏଚ୍‌-୧ବି ଭିଜା ମାଧ୍ୟମରେ ଆମେରିକାରେ କାମ କରିବା ଲାଗି ସ୍ବପ୍ନ ଦେଖୁଥିବା ଯୁବତୀଯୁବକମାନେ ଆମେରିକାର ଥିଙ୍କଟ୍ୟାଙ୍କ ସାଉଥ ଏସିଆ ସେଣ୍ଟର ଅଫ୍‌ ଦ ଆଟ୍‌ଲାଣ୍ଟିକ କାଉନସିଲ୍‌ର ରିପୋର୍ଟ ଥରେ ପଢ଼ି ନେବା ଉଚିତ୍‌ ହେବ। 

୧୦% ବଢ଼ିବ କର୍ମଚାରୀଙ୍କ ବେତନ

୧୦% ବଢ଼ିବ କର୍ମଚାରୀଙ୍କ ବେତନ

ନୂଆଦିଲ୍ଲୀ,୧୮-୧: ଚଳିତ ବର୍ଷ ଅର୍ଥାତ ୨୦୧୯ରେ ଦେଶରେ କର୍ମଚାରୀଙ୍କ ବେତନ ୧୦% ବଢ଼ିବ। ତେବେ ମୁଦ୍ରାସ୍ଫୀତି କାରଣରୁ ଦରମାର ବାସ୍ତବିକ ବୃଦ୍ଧି ୫%ରେ ସୀମିତ ରହିବ। 

ଗୁଗଲକୁ ଅମୁଲର ନୋଟିସ

ଗୁଗଲକୁ ଅମୁଲର ନୋଟିସ

ନୂଆଦିଲ୍ଲୀ,୧୮-୧: ଡେଏରୀ ବ୍ରାଣ୍ଡ୍‌ ଅମୁଲ ଶୀର୍ଷ ଆଇଟି କମ୍ପାନୀ ଗୁଗଲକୁ ଆଇନଗତ ନୋଟିସ ପଠାଇଛି। ଗୁଗଲ ମାଧ୍ୟମରେ ଅମୁଲର ଜାଲ୍‌ ବିଜ୍ଞାପନ ଦିଆଯାଇ ଲୋକଙ୍କୁ ଠକାଯାଉଛି ବୋଲି କମ୍ପାନୀ ପକ୍ଷରୁ ଅଭିଯୋଗ କରାଯାଇଛି। 

କଓ୍ବୋଇସି ନବୀକରଣ ଲାଗି ଏସ୍‌ବିଆଇର ଆଲର୍ଟ

କଓ୍ବୋଇସି ନବୀକରଣ ଲାଗି ଏସ୍‌ବିଆଇର ଆଲର୍ଟ

ନୂଆଦିଲ୍ଲୀ,୧୭-୧: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଆକାଉଣ୍ଟଧାରୀଙ୍କୁ ବ୍ୟାଙ୍କ ପକ୍ଷରୁ ଏସ୍‌ଏମ୍‌ଏସ୍‌ ଯୋଗେ ଏବେ ଆଲର୍ଟ କରାଯାଉଛି। ଗ୍ରାହକମାନେ ନିଜର କଓ୍ବୋଇସି(ନୋ ଇଓର କଷ୍ଟମର) ନବୀକରଣ କରାଇ  ନେବା ଲାଗି ଆଲର୍ଟ ଦିଆଯାଉଛି। ଏଥିରେ ହେଳା କଲେ ଆକାଉଣ୍ଟ ବ୍ଲକ୍‌ ହୋଇଯିବ ବୋଲି ଆଲର୍ଟରେ ଦର୍ଶାଯାଇଛି।

ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ପଦ; ଇଭାଙ୍କାଙ୍କ ପସନ୍ଦ ଇନ୍ଦ୍ରା ନୁୟୀ

ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ପଦ; ଇଭାଙ୍କାଙ୍କ ପସନ୍ଦ ଇନ୍ଦ୍ରା ନୁୟୀ

ଓ୍ବାଶିଂଟନ,୧୭-୧: ପେପ୍ସିକୋର ପୂର୍ବତନ ସିଇଓ ଇନ୍ଦ୍ରା ନୁୟୀଙ୍କୁ ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ପଦ ଲାଗି ସୁପାରିସ କରିବାକୁ ଆମେରିକା ଭାବୁଛି। ସ୍ଥାନୀୟ ସମ୍ବାଦପତ୍ର ‘ ଦ ନିୟୁର୍କ ଟାଇମ୍ସ’ ରିପୋର୍ଟ ଅନୁଯାୟୀ, ୬୩ ବର୍ଷୀୟା ପ୍ରବାସୀ ଭାରତୀୟ ନୁୟୀଙ୍କୁ ବିଶ୍ୱ ବ୍ୟାଙ୍କର ଶୀର୍ଷ ପଦରେ ଅଧିଷ୍ଠିତ କରିବାକୁ ଚାହୁଁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଝିଅ ଇଭାଙ୍କା ଟ୍ରମ୍ପ।

ବଢ଼ିିବ ନୁମାଲିଗଡ଼ ରିଫାଇନେରୀ କ୍ଷମତା;୨୨,୫୯୪ କୋଟିର ପ୍ରକଳ୍ପ ବିସ୍ତାରକୁ କ୍ୟାବିନେଟ୍‌ ମଞ୍ଜୁରୀ

ବଢ଼ିିବ ନୁମାଲିଗଡ଼ ରିଫାଇନେରୀ କ୍ଷମତା;୨୨,୫୯୪ କୋଟିର ପ୍ରକଳ୍ପ ବିସ୍ତାରକୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୧୭-୧: କେନ୍ଦ୍ର ସରକାର ଆସାମର ନୁମାଲିଗଡ଼ ରିଫାଇନେରୀ କ୍ଷମତାକୁ ବାର୍ଷିକ ୩୦ ଲକ୍ଷ ଟନରୁ ୯୦ ଲକ୍ଷ ଟନକୁ ବୃଦ୍ଧି କରିବାକୁ ଯାଉଛନ୍ତି। ଏ ସଂକ୍ରାନ୍ତରେ ପ୍ରକଳ୍ପ ବିସ୍ତାର ଲାଗି ଆଗତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର କ୍ୟାବିନେଟ୍‌ କମିଟି ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। 

ଲଟେରିରେ ଏକ ପ୍ରକାର ଟିକସ; ଜିଏସ୍‌ଟି ମନ୍ତ୍ରିଗୋଷ୍ଠୀ ନିଷ୍ପତ୍ତି ନେବ

ଲଟେରିରେ ଏକ ପ୍ରକାର ଟିକସ; ଜିଏସ୍‌ଟି ମନ୍ତ୍ରିଗୋଷ୍ଠୀ ନିଷ୍ପତ୍ତି ନେବ

ନୂଆଦିଲ୍ଲୀ,୧୭-୧: ଲଟେରିରେ ଗୋଟିଏ ପ୍ରକାର ଟିକସ ଆଦାୟ କରାଯିବ ଅଥବା ବର୍ତ୍ତମାନର ପ୍ରଚଳିତ ଏକାଧିକ ଟିକସ ବ୍ୟବସ୍ଥା ଜାରି ରହିବ ସେନେଇ ଜିଏସ୍‌ଟି ମନ୍ତ୍ରିଗୋଷ୍ଠୀ ନିଷ୍ପତ୍ତି ନେବେ ବୋଲି ବୁଧବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।